Videos
|
National

LPG Truck Fire / ରାସ୍ତା ମଝିରେ ଜଳିଲା LPG ସିଲିଣ୍ଡର ବୋଝେଇ ଟ୍ରକ୍, ଅଳ୍ପକେ ଟଳିଲା ବଡ଼ ଅଘଟଣ

Santosh Kumar Sahoo
Browse all articles by Santosh Kumar Sahoo
·3 hours ago·1 min read
ରାସ୍ତା ମଝିରେ ଜଳିଲା LPG ସିଲିଣ୍ଡର ବୋଝେଇ ଟ୍ରକ୍, ଅଳ୍ପକେ ଟଳିଲା ବଡ଼ ଅଘଟଣ
LPG Truck Fire

Key Points

ରାସ୍ତା ମଝିରେ LPG ଟ୍ରକ୍‌ରେ ନିଆଁ
ଅଳ୍ପକେ ଟଳିଲା ବଡ଼ ବିପଦ
ଘଟଣାସ୍ଥଳରେ ପହଞ୍ଚିଲା ଦମକଳ ଟିମ୍‌
ରାସ୍ତା ମଝିରେ ହଠାତ୍ ଜଳିଗଲା LPG ସିଲିଣ୍ଡର ବୋଝେଇ ଟ୍ରକ୍‌ । ଆଉ ଏହାକୁ ନେଇ ଘଟଣାସ୍ଥଳରେ ହଠାତ୍‌ ଖେଳିଗଲା ଆତଙ୍କର ବାତାବରଣ । ମଙ୍ଗଳବାର ନୋଏଡାର ଏଲିଭେଟେଡ୍ ରୋଡରେ ଏକ LPG ସିଲିଣ୍ଡର ବୋଝେଇ ଟ୍ରକ୍‌ରେ ହଠାତ୍ ନିଆଁ ଲାଗିଯିବାରୁ ଆତଙ୍କ ସୃଷ୍ଟି ହୋଇଥିଲା । ଟ୍ରକ୍‌ରେ ବହୁ ସଂଖ୍ୟକ ଗ୍ୟାସ୍ ସିଲିଣ୍ଡର ଥିବାରୁ ଘଟଣାକୁ ଗୁରୁତର ଭାବେ ନିଆଯାଇଥିଲା । ନିଆଁ ଲାଗିବା ଖବର ପାଇ ତୁରନ୍ତ ଦମକଳ ବିଭାଗକୁ ସୂଚନା ଦିଆଯାଇଥିଲା ।

ଖବର ପାଇବା ପରେ ଫାୟାର ବ୍ରିଗେଡ୍‌ର ଦୁଇଟି ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲା । ଫାୟାର କର୍ମଚାରୀମାନେ ଟ୍ରକ୍‌ରେ ଥିବା ଗ୍ୟାସ୍ ସିଲିଣ୍ଡରକୁ ଦୃଷ୍ଟିରେ ରଖି ଅତ୍ୟନ୍ତ ସତର୍କତାର ସହ ନିଆଁ ଲିଭାଇବା କାର୍ଯ୍ୟ ଆରମ୍ଭ କରିଥିଲେ । ଦୀର୍ଘ ସମୟର ଚେଷ୍ଟା ପରେ ନିଆଁକୁ ଆୟତ୍ତ କରାଯାଇଥିଲା ।

ଅଧିକ ପଢ଼ନ୍ତୁ: ରାଜଧାନୀର ୩ ସ୍କୁଲକୁ ବୋମା ଧମକ, ଛାତ୍ରଛାତ୍ରୀଙ୍କୁ କରାଗଲା ବାହାର...ଧମକପୂର୍ଣ୍ଣ ଇମେଲ୍ ପରେ ହଇଚଇ


ପ୍ରାଥମିକ ସୂଚନା ଅନୁସାରେ, ଟ୍ରକ୍‌ଟି LPG ସିଲିଣ୍ଡର ନେଇ ଏଲିଭେଟେଡ୍ ରୋଡ୍ ଦେଇ ଯାଉଥିବା ସମୟରେ ହଠାତ୍ ନିଆଁ ଲାଗିଥିଲା । ଟ୍ରକ୍‌ରେ ବହୁ ସଂଖ୍ୟକ ସିଲିଣ୍ଡର ଥିବାରୁ ଏକ ବଡ଼ ଅଘଟଣର ଆଶଙ୍କା ସୃଷ୍ଟି ହୋଇଥିଲା । ତେବେ ଦମକଳ ବାହିନୀ ସମୟରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିଥିଲା ।

ଏହି ଅଗ୍ନିକାଣ୍ଡର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଅଗ୍ନିକାଣ୍ଡ ଯୋଗୁଁ ଟ୍ରକ୍‌ରେ ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି ହୋଇଥିବା ଆକଳନ କରାଯାଉଛି। ତେବେ ଏହି ଘଟଣାରେ କାହାରି ମୃତାହତ ହୋଇନଥିବା ଖବର ମିଳିଛି । ଘଟଣା ପରେ ପୋଲିସ ଓ ଫାୟାର ବ୍ରିଗେଡ୍ ପକ୍ଷରୁ ତଦନ୍ତ ଜାରି ରହିଛି । ଟ୍ରକ୍‌ରେ କିପରି ନିଆଁ ଲାଗିଲା ଏବଂ ଏହା ପଛରେ କୌଣସି ଅନ୍ୟ କାରଣ ରହିଛି କି ନାହିଁ, ସେନେଇ ଯାଞ୍ଚ କରାଯାଉଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: