Bengal Bulldozer Action / ମାଟିରେ ମିଶିଲା ଟିଏମସି ନେତାଙ୍କ ଅଫିସ; SAIL ଜମିରେ ହୋଇଥିଲା ନିର୍ମାଣ
·1 hour ago·2 min read

Key Points
ପଶ୍ଚିମବଙ୍ଗରେ ବିଜେପି ସରକାର ଗଠନ ହେବା ପରେ, ବେଆଇନ ନିର୍ମାଣ ବିରୋଧରେ ଜାରି ରହିଛି ବୁଲଡୋଜର କାର୍ଯ୍ୟାନୁଷ୍ଠାନ। ଏହି କ୍ରମରେ ରାଜ୍ୟର ବର୍ନପୁର ଅଞ୍ଚଳରେ ରହିଥିବା ଏକ ତୃଣମୂଳ କଂଗ୍ରେସର ଦଳର ଚାରୋଟି କାର୍ଯ୍ୟାଳୟ ବୁଲଡୋଜର କାର୍ଯ୍ୟାନୁଷ୍ଠାନରେ ମାଟିରେ ମିଶିଯାଇଛି।
TMC Leader Party Office Demolished by Bulldozer Action: ପଶ୍ଚିମବଙ୍ଗରେ କ୍ଷମତା ପରିବର୍ତ୍ତନ ଏବଂ ଶୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ୱରେ ବିଜେପି ସରକାର ଗଠନ ହେବା ପରେ, ସମଗ୍ର ରାଜ୍ୟରେ ବେଆଇନ ନିର୍ମାଣ ବିରୋଧରେ ଆରମ୍ଭ ହୋଇଯାଇଛି ବୁଲଡ଼ୋଜର କାର୍ଯ୍ୟାନୁଷ୍ଠାନ। ଯାହା କ୍ରମାଗତ ଭାବରେ ସମଗ୍ର ରାଜ୍ୟରେ ତୀବ୍ର ହେବାରେ ଲାଗିଛି। ଏହି କ୍ରମରେ ପଶ୍ଚିମ ବର୍ଦ୍ଧମାନ ଜିଲ୍ଲା ସଦର ମହକୁମା ଆସନସୋଲ ସ୍ଥିତ ବର୍ନପୁର ଅଞ୍ଚଳରେ "ଷ୍ଟିଲ୍ ଅଥୋରିଟି ଅଫ୍ ଇଣ୍ଡିଆ" (ସେଲ୍) ଜମିରେ ନିର୍ମିତ ହୋଇଥିବା ଜଣେ ତୃଣମୂଳ କଂଗ୍ରେସ (ଟିଏମସି) ନେତାଙ୍କ କାର୍ଯ୍ୟାଳୟ ବୁଲଡୋଜର କାର୍ଯ୍ୟାନୁଷ୍ଠାନରେ ମାଟିରେ ମିଶିଯାଇଛି।
ଶନିବାର (ମେ ୨୩) ବର୍ନପୁର ରେଳ ଷ୍ଟେସନ ନିକଟରେ ଅବସ୍ଥିତ ଟିଏମସି କାଉନସିଲର ଅଶୋକ ରୁଦ୍ରଙ୍କ ଦଳୀୟ କାର୍ଯ୍ୟାଳୟ ଉପରେ ହୋଇଛି ବୁଲଡୋଜର ଆକ୍ସନ। ଟିଏମସି ନେତାଙ୍କ କାର୍ଯ୍ୟାଳୟ ସେଲ୍-ଆଇଏସ୍ପି (ଇଣ୍ଡିଆନ୍ ଆଇରନ୍ ଆଣ୍ଡ ଷ୍ଟିଲ୍ କମ୍ପାନୀ) ଜମିରେ ନିର୍ମିତ ହୋଇଥିବାର ଜଣାପଡ଼ିଛି। ସ୍ଥାନୀୟ ପ୍ରଶାସନ ଏବଂ ସେଲ୍ ଅଧିକାରୀଙ୍କ ଉପସ୍ଥିତିରେ ହୋଇଥିବା କାର୍ଯ୍ୟାନୁଷ୍ଠାନ ସମୟରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ବିଗତ କିଛି ଦିନ ମଧ୍ୟରେ ବର୍ନପୁର ଅଞ୍ଚଳରେ ବୁଲଡୋଜର ଆକ୍ସନ ଦ୍ୱାରା ଭଙ୍ଗା ଯାଇଥିବା ଏହା ହେଉଛି ଚତୁର୍ଥ ଟିଏମସି ଦଳୀୟ କାର୍ଯ୍ୟାଳୟ।
ଏହା ସହିତ ପଢନ୍ତୁ: ଅଭିଷେକ ବାନାର୍ଜୀଙ୍କୁ ମିଳିଲା କେଏମସି ନୋଟିସ୍; ଟିଏମସି ମେୟର କହିଲେ...
ବୁଲଡ଼ୋଜର କାର୍ଯ୍ୟାନୁଷ୍ଠାନକୁ ନେଇ କ'ଣ କହିଲା ଟିଏମସି? ଜବାବ ରଖିଲା ସେଲ୍
ରାଜ୍ୟରେ ଆରମ୍ଭ ହୋଇଯାଇଥିବା ବୁଲଡ଼ୋଜର କାର୍ଯ୍ୟାନୁଷ୍ଠାନକୁ ନେଇ ପ୍ରତିକ୍ରିୟା ରଖିଛି ବିରୋଧି ଟିଏମସି। ବିଜେପି ସରକାର 'ଟାର୍ଗେଟ୍ ରାଜନୀତି କରୁଥିବାର ଦଳ ପକ୍ଷରୁ ଅଭିଯୋଗ କରାଯାଇଛି। ଟିଏମସି ନେତା କହିଛନ୍ତି ଯେ ବିରୋଧି ଦଳର କାର୍ଯ୍ୟାଳୟକୁ ଜାଣି ଶୁଣି ଟାର୍ଗେଟ କରାଯାଉଛି। ହେଲେ ତଥାପି ସେଲ୍ ପରିଚାଳନା କମିଟି ଏହି ଅଭିଯୋଗକୁ ଅସ୍ୱୀକାର କରିଛି।
ଏନେଇ ସେଲ୍ ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି ସମ୍ପୃକ୍ତ ଲୋକଙ୍କୁ (ଟିଏମସି କାଉନସିଲର ଅଶୋକ ରୁଦ୍ର) ଅନେକ ଥର ନୋଟିସ୍ ଦିଆଯାଇଥିଲା। ହେଲେ ସେ ତାଙ୍କ କାର୍ଯ୍ୟାଳୟକୁ ହଟାଇନଥିଲେ। ଯାହାର ଫଳସ୍ୱରୂପ ବାଧ୍ୟ ବାଧକତାରେ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଡ଼ିଥିଲା।
ସେଲ୍ ଅଧିକାରୀ ଏକଥା ମଧ୍ୟ କହିଛନ୍ତି ଯେ ପ୍ରଶାସନ ସହଯୋଗରେ ବେଆଇନ ଜବରଦଖଲ ହଟାଯିବା ଅଭିଯାନକୁ ତୀବ୍ର କରାଯାଇଛି। ଆଗକୁ ଏହା ଜାରି ରହିବ। ସେମାନେ କହିଛନ୍ତି ଯେ କୌଣସି ନିର୍ଦ୍ଦିଷ୍ଟ ଦଳକୁ ଟାର୍ଗେଟ କରାଯାଉନାହିଁ। ହେଲେ ବିକାଶ ପ୍ରକଳ୍ପ ପାଇଁ ସମସ୍ତ ବେଆଇନ ଜବରଦଖଲ ହଟାଯିବ।
ଏହା ପୂର୍ବରୁ ଗତ ମଙ୍ଗଳବାର (ମେ ୧୯) ବର୍ନପୁର ସ୍ଥିତ ତ୍ରିବେଣୀ ମୋଡ଼ ଅଞ୍ଚଳରେ ରହିଥିବା ଅନ୍ୟ ଏକ ଟିଏମସି ଯୁବ ଶାଖା ଦଳୀୟ କାର୍ଯ୍ୟାଳୟକୁ ମଧ୍ୟ ବୁଲଡୋଜର କାର୍ଯ୍ୟାନୁଷ୍ଠାନରେ ମାଟିରେ ମିଶାଇ ଦିଆଯାଇଥିଲା।
ଆଇଆଇଏସ୍କୋ (IISCO) ପରିଚାଳନା ଅଭିଯୋଗ କରିଥିଲା ଯେ ଟିଏମସି ଦଳୀୟ କାର୍ଯ୍ୟାଳୟ, ସେମାନଙ୍କ ଜମିରେ ବେଆଇନ ଭାବରେ ନିର୍ମିତ ହୋଇଥିଲା। ଜମି ଖାଲି କରିବା ପାଇଁ ଟିଏମସି ନେତାଙ୍କୁ ନୋଟିସ୍ ଜାରି କରାଯାଇଥିଲା। ହେଲେ ତଥାପି, ନୋଟିସ୍ କୁ ଅଣଦେଖା କରାଯାଇଥିଲା। ଯାହା ପରେ ଆଇଆଇଏସ୍କୋ ଜମିରେ ବେଆଇନ ଭାବରେ ନିର୍ମିତ ହୋଇଥିବା ଟିଏମସି ଦଳୀୟ କାର୍ଯ୍ୟାଳୟ ହଟାଇବା ପାଇଁ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories
TMC leader office demolishedWest Bengal demolition driveSAIL land encroachment BengalTMC office illegal constructionMamata Banerjee bulldozer actionAsansol Durgapur demolitionSAIL encroached land clearedWhy is bulldozer action happening in West BengalTMC leader office built on SAIL property destroyed