Videos
|
National

ବେଙ୍ଗାଲୁରୁ ରମେଶ୍ୱରମ କ୍ୟାଫେ ବିସ୍ଫୋରଣ ପରେ ଆକ୍ସନ ମୁଡ୍‌କୁ ଆସିଛି ଏନ୍‌ଆଇଏ

Jitendra Dash
Browse all articles by Jitendra Dash
·2 years ago·1 min read
ବେଙ୍ଗାଲୁରୁ ରମେଶ୍ୱରମ କ୍ୟାଫେ ବିସ୍ଫୋରଣ ପରେ ଆକ୍ସନ ମୁଡ୍‌କୁ ଆସିଛି ଏନ୍‌ଆଇଏ

ଅର୍ଗସ ବ୍ୟୁରୋ : ବେଙ୍ଗାଲୁରୁ ରାମେଶ୍ୱରମ୍‌ କାଫେ ବିସ୍ଫୋରଣ ମାମଲା । ମାମଲାର ତଦନ୍ତ ଭାର ନେସ୍‌ନାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଏଜେନ୍ସି (ଏନ୍‌ଆଇଏ)କୁ ହସ୍ତାନ୍ତର କରିଛି ଗୃହ ମନ୍ତ୍ରଣାଳୟ । ଏହାପର ଠାରୁ ଆକ୍ସନ ମୁଡ୍‌କୁ ଆସିଛି ଏନ୍‌ଆଇଏ । ଏହି ମାମଲାକୁ ପୁଣି ଥରେ ରେଜିଷ୍ଟ୍ରେସନ କରି ଏନ୍‌ଆଇଏ ତଦନ୍ତ ଆରମ୍ଭ କରିଛି ।

ଗତ ଶୁକ୍ରବାର ଦିନ ବିସ୍ଫୋରଣ ଘଟି ୧୦ ଜଣ ଆହତ ହୋଇଥିବା ଅଭିଯୁକ୍ତଙ୍କୁ ଖୋଜିବା ପାଇଁ ପୁଲିସ୍‌ ୭-୮ଟି ଟିମ ଗଠନ କରିଥିଲା । ସିସିଟିଭି ଯାଞ୍ଚ୍‌ କରିବାରୁ ପୋଲିସ୍‌ ଶନିବାର ଦିନ ଦେଖିବାକୁ ପାଇଥିଲା ଯେ ବ୍ୟକ୍ତି ଜଣକ ଏକ ଧରା ସାର୍ଟ ପିନ୍ଧି କାନ୍ଧରେ ବ୍ୟାଗ୍‌ ପକାଇ ଓ ମୁଣ୍ଡରେ ଟୋପି ପିନ୍ଧି କ୍ୟାଫେ ଆଡକୁ ଯାଉଥିଲେ ।

ଅଧିକ ପଢନ୍ତୁ : ରାମେଶ୍ୱରମ କାଫେରେ ବିସ୍ଫୋରଣ ଘଟଣା: ଇଡଲି ଖାଇବାକୁ ଆସି ବୋମା ରଖିଦେଇ ଗଲେ ଯୁବକ

ବେଙ୍ଗାଲୁରୁର ରମେଶ୍ୱରମ୍ କାଫେରେ ଟାଇମର୍ ବ୍ୟବହାର କରି ଆଇଡି ବୋମା ଖଞ୍ଜା ଯାଇଥିଲା । ବୋମାଟି ବିସ୍ଫୋରଣ ଘଟିବାରୁ ସେଠାରେ ଥିବା ୧୦ ଜଣ ଆହତ ହୋଇଥିଲେ । ଏହି ସମୟରେ, ନ୍ୟାସନାଲ ସିକ୍ୟୁରିଟି ଗାର୍ଡ (ଏନଏସଜି) ଦଳ ଏହାର ଯାଞ୍ଚ ପାଇଁ ଶନିବାର ସକାଳେ ବିସ୍ଫୋରଣସ୍ଥଳରେ ପହଞ୍ଚିଥିଲେ ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: