Videos
|
National

Bengaluru Lucknow IndiGo Flight / ଶୌଚାଳୟରୁ ମିଳିଲା ଧମକପୂର୍ଣ୍ଣ ଚିଠି; ଉଡ଼ାଣ ବେଳେ ପୁଣି ବେଙ୍ଗାଲୁରୁ ଫେରିଗଲା ବିମାନ

Subhramjit Ray
Browse all articles by Subhramjit Ray
·2 hours ago·2 min read
ଶୌଚାଳୟରୁ ମିଳିଲା ଧମକପୂର୍ଣ୍ଣ ଚିଠି; ଉଡ଼ାଣ ବେଳେ ପୁଣି ବେଙ୍ଗାଲୁରୁ ଫେରିଗଲା ବିମାନ
Bengaluru Lucknow IndiGo Flight

Key Points

ଶୌଚାଳୟରେ ଅପହରଣ ଧମକପୂର୍ଣ୍ଣ ଏକ ଚିଠି ମିଳିବା ପରେ ବେଙ୍ଗାଲୁରୁରୁ ଲକ୍ଷ୍ନୌ ଯାଉଥିବା ଇଣ୍ଡିଗୋ ବିମାନକୁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ କେମ୍ପେଗୌଡା ବିମାନବନ୍ଦରକୁ ଫେରାଇ ଦିଆଯାଇଥିଲା।
ବେଙ୍ଗାଲୁରୁ ଠାରୁ ଲକ୍ଷ୍ନୌ ଯାଉଥିବା ଏକ ଇଣ୍ଡିଗୋ ଏୟାରଲାଇନ୍ସ ବିମାନ ଶୌଚାଳୟରେ ମିଳିଛି ଏକ ଧମକପୂର୍ଣ୍ଣ ହାତଲେଖା ଚିଠି। ଯେଉଁଥିରେ ବିମାନକୁ ଅପହରଣ କରିବା ବିଷୟରେ କୁହାଯାଇଛି। ଶୌଚାଳୟରୁ ଏଭଳି ଚିଠି ମିଳିବା ପରେ ବିମାନରେ ଆତଙ୍କ ଖେଳି ଯାଇଥିଲା। ସୁରକ୍ଷାଗତ ଦୃଷ୍ଟିକୋଣରୁ ଏହି ବିମାନକୁ ମଝି ଉଡ଼ାଣ ସମୟରେ ପିୁନର୍ବାର ବେଙ୍ଗାଲୁରୁ ସ୍ଥିତ କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନବନ୍ଦରକୁ ସ୍ଥାନାନ୍ତର କରିବାକୁ ପଡିଥିଲା।

ଉଡ଼ାଣ ସମୟରେ ମିଳିଲା ଧମକପୂର୍ଣ୍ଣ ଚିଠି
ରିପୋର୍ଟ ଅନୁଯାୟୀ ଇଣ୍ଡିଗୋ ଏୟାରଲାଇନ୍ସ ଦ୍ୱାରା ପରିଚାଳିତ ବିମାନ ନମ୍ବର 6E451, ଶନିବାର (ନଭେମ୍ବର ୭) ସନ୍ଧ୍ୟା ପ୍ରାୟ ୦୫:୩୦ ସମୟରେ ବେଙ୍ଗାଲୁରୁ ଠାରୁ ଲକ୍ଷ୍ନୌ ଅଭିମୁଖେ ଉଡ଼ାଣ ଭରିଥିଲା। ଏହି ବିମାନରେ ମୋଟ ୧୭୮ ଜଣ ଯାତ୍ରୀ ରହିଥିଲେ। ଉଡ଼ାଣ ସମୟରେ ଜଣେ ଯାତ୍ରୀ ଶୌଚାଳୟରେ ଏକ ସନ୍ଦେହଜନକ ଚିଠି ଦେଖିବା ପର ସେ ତୁରନ୍ତ ବିମାନ କର୍ମଚାରୀଙ୍କୁ ଜଣାଇଥିଲେ। ଏହି ଚିଠିରେ ଲେଖା ହୋଇଥିଲା, "ଏହି ବିମାନ ଠିକ୍ ୦୬:୩୦ ସମୟରେ ଅପହରଣ ହେବାକୁ ଯାଉଛି।" ଏଭଳି ଚିଠି ମିଳିବା ପରେ ବିମାନର ଚାଳକ ଦଳ ସଦସ୍ୟ ଏହାକୁ ବହୁତ ଗମ୍ଭୀରତାର ସହ ନେଇ ବିମାନ ଚାଳକଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ।"

ଏହା ସହ ପଡନ୍ତୁ: ମଝି ଆକାଶରେ ବିମାନର ଜରୁରୀକାଳୀନ ପ୍ରସ୍ଥାନ ଖୋଲିବାକୁ ପ୍ରୟାସ; ଯାତ୍ରା ବେଳେ ଆତଙ୍କିତ ହୋଇଉଠିଲେ ଯାତ୍ରୀ

ତୁରନ୍ତ ATC କୁ ଖବର ଦେଇଥିଲେ ପାଇଲଟ୍
ଏହି ଧମକପୂର୍ଣ୍ଣ ଚିଠି ବିଷୟରେ ଜାଣିବା ପରେ ପାଇଲଟ୍, ଏୟାର ଟ୍ରାଫିକ୍ କଣ୍ଟ୍ରୋଲ (ATC) କୁ ଜଣାଇଥିଲେ ଏବଂ ସୁରକ୍ଷା ପ୍ରୋଟୋକଲ୍ ଅନୁସାରେ ବିମାନକୁ ବେଙ୍ଗାଲୁରୁ ଫେରାଇ ଆଣିବାକୁ ନିଷ୍ପତ୍ତି ନେଇଥିଲେ। ସୁରକ୍ଷିତ ଭାବରେ ଅବତରଣ କରିବା ପରେ, ସମସ୍ତ ୧୭୮ ଜଣ ଯାତ୍ରୀଙ୍କୁ ବାହାରକୁ ନିଆଯାଇଥିଲା। ସୁରକ୍ଷା ଏଜେନ୍ସି ବିମାନର ସମ୍ପୂର୍ଣ୍ଣ ତଲାସୀ ନେବା ସହ ଏହାର ଯାଞ୍ଚ ଆରମ୍ଭ କରିଥିଲେ। କୌଣସି ସମ୍ଭାବ୍ୟ ବିପଦକୁ ସମ୍ପୂର୍ଣ୍ଣ ଭାବରେ ବାଦ ଦେବା ପାଇଁ ବିମାନବନ୍ଦର ସୁରକ୍ଷା ଅଧିକାରୀ ବିମାନର ପ୍ରତ୍ୟେକ ଅଂଶକୁ ସତର୍କତାର ସହ ଯାଞ୍ଚ କରିଥିଲେ।

ଯାତ୍ରୀଙ୍କୁ କରାଗଲ ଜେରା; ଚିଠି ରଖିଥିବା ରଖିଥିବା ବ୍ୟକ୍ତିଙ୍କୁ ଚାଲିଛି ଖୋଜା
ବେଙ୍ଗାଲୁରୁ ବିମାନବନ୍ଦର ପୋଲିସ ମଧ୍ୟ ଯାତ୍ରୀଙ୍କୁ ଜେରା କରିଥିଲା। ତଦନ୍ତକାରୀ ସନ୍ଦେହ କରିଥିଲେ ଯେ ବିମାନରେ ଥିବା କେହି ଜଣେ ଏଭଳି ଧମକପୂର୍ଣ୍ଣ ଚିଠି ରଖିଥାଇ ପାରନ୍ତି। ଯାତ୍ରୀକ ଠାରୁ ବିଭିନ୍ନ ସୂଚନା ସଂଗ୍ରହ କରାଯାଇଥିଲା ଏବଂ ଘଟଣା ସମ୍ପର୍କରେ ସେମାନଙ୍କୁ ପଚରାଉଚରା କରାଯାଇଥିଲା। ହେଲେ ତଥାପି ବିମାନରେ କୌଣସି ସନ୍ଦେହଜନକ ବସ୍ତୁ କିମ୍ବା ସୁରକ୍ଷା ବିପଦ ମିଳିନଥିଲା। ଏକ ସମ୍ପୂର୍ଣ୍ଣ ତଦନ୍ତ ହେବା ପରେ ସୁରକ୍ଷା ଏଜେନ୍ସି, ବିମାନକୁ ଉଡ଼ାଣ ପାଇଁ ସୁରକ୍ଷିତ ବୋଲି ଘୋଷଣା କରିଥିଲେ।


Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: