Odia Woman Murder in Bengaluru / ୧୫ ବର୍ଷ ହେଲା ବେଙ୍ଗାଲୁରୁରେ ଖାଲି ପଡ଼ିଥିଲା ପ୍ଲଟ୍; ଶାଢ଼ିର ଟ୍ୟାଗ୍ ଖୋଲିଲା ଓଡ଼ିଆ ମହିଳାଙ୍କୁ ହତ୍ୟାର ଗୁମର
·1 hour ago·3 min read

Key Points
ଆବର୍ଜନାରେ ଭର୍ତ୍ତି ୧୫ ବର୍ଷ ଧରି ସେମିତି ଖାଲି ପଡ଼ିଥିବା କର୍ଣ୍ଣାଟକ ବେଙ୍ଗାଲୁରୁର ଏକ ପ୍ଲଟ୍ରୁ ମିଳିଛି ଓଡ଼ିଆ ମହିଳାଙ୍କ ଗଳିତ ମୃତଦେହ । ଯେଉଁ ଘଟଣା ଏବେ କର୍ଣ୍ଣାଟକରୁ ନଇ ଓଡ଼ିଶା ପର୍ଯ୍ୟନ୍ତ ହଟଚମଟ ସୃଷ୍ଟି କରିଛି ।
ବେଙ୍ଗାଲୁରୁ: ଗଛଲତାରେ ଭର୍ତ୍ତି ପଡ଼ିଆ । ମଣିଷ ତ ଛାଡ଼ନ୍ତୁ ଭିତରକୁ ପଶୁ ବି ପଶିବେନି । ଆବର୍ଜନାରେ ଭର୍ତ୍ତି ୧୫ ବର୍ଷ ଧରି ସେମିତି ଖାଲି ପଡ଼ିଥିବା କର୍ଣ୍ଣାଟକ ବେଙ୍ଗାଲୁରୁର ଏକ ପ୍ଲଟ୍ରୁ ମିଳିଛି ଓଡ଼ିଆ ମହିଳାଙ୍କ ଗଳିତ ମୃତଦେହ । ଯେଉଁ ଘଟଣା ଏବେ କର୍ଣ୍ଣାଟକରୁ ନଇ ଓଡ଼ିଶା ପର୍ଯ୍ୟନ୍ତ ହଟଚମଟ ସୃଷ୍ଟି କରିଛି ।
ସୂଚନା ଅନୁସାରେ, ବେଙ୍ଗାଲୁରୁ ଥିଋମେନହଲ୍ଲି ଅଞ୍ଚଳର ଏକ ଖୋଲା ପଡ଼ିଆରୁ ମିଳିଛି ମହିଳାଙ୍କ ଗଳିତ ମୃତଦେହ । ଯାହା ପ୍ଲଟ୍ ମାଲିକଙ୍କ ଠାରୁ ନେଇ ପୋଲିସର ମୁଣ୍ଡ ବିନ୍ଧା ବଢ଼ାଇ ଦେଇଥିବା ବେଳେ ଶାଢ଼ିରେ ଲାଗିଥିବା ଟ୍ୟାଗ୍ ଓଡ଼ିଶା ଲିଙ୍କ୍ ଦେଇଛି ।
ଏଥିସହ ପଢ଼ନ୍ତୁ: ଅନୁସୂଚିତ ଜାତିର ବ୍ୟକ୍ତିଙ୍କ ଠାରୁ ଜମି କିଣିବାକୁ ଅନୁମତି ପାଇଁ ଲାଞ୍ଚ; ₹୪୦ ହଜାର ଟଙ୍କା ସହ JRAଙ୍କୁ ଧରିଲା ଭିଜିଲାନ୍ସ
ଅଳିଆ ସଫା ବେଳେ ମିଳିଲା ମୃତଦେହ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସ୍ଥାନୀୟ ବାସିନ୍ଦା ଗଣେଶଙ୍କ ଅନୁସାରେ, "ଉକ୍ତ ପ୍ଲଟ୍ଟି ବହୁତ ଦିନ ହେଲା ସଫେଇ କରାଯାଇ ନଥିବାରୁ ଗଛଲତାରେ ଭର୍ତ୍ତି ରହିଥିଲା । ପ୍ରଶାସନର ନିର୍ଦ୍ଦେଶ ପରେ ୫ରୁ ୬ ଜଣ ଶ୍ରମିକ ସଫେଇ ପାଇଁ ପହଞ୍ଚିଥିଲେ । ସଫା କରିବା ବେଳେ ଶ୍ରମିକ ଏକ ଖଟ ଦେଖିଥିଲେ ।"
ପ୍ରଥମେ ଲାଗିଥିଲା କେହି ଅବ୍ୟବହୃତ ଖଟଟି ଫିଙ୍ଗି ଦେଇଛି । କିନ୍ତୁ ଶ୍ରମିକ ଖଟଟିକୁ ହଟାଇବାକୁ ଯିବାରୁ ଗୋଡ଼ ଝୁଲୁଥିବା ଦେଖି ଥରିବାକୁ ଲାଗିଥିଲେ । ଶ୍ରମିକମାନେ ଡରି ଯାଇ ସ୍ଥାନୀୟ ଲୋକଙ୍କୁ ଡାକିଥିଲେ । ସୂଚନା ପାଇ ସମ୍ପିଗେହଲ୍ଲି ପୋଲିସ ସହ ସାଇଣ୍ଟିଫିକ୍ ଟିମ୍ ପହଞ୍ଚିଥିଲା । ଖଟ ଭିତରେ ମହିଳାଙ୍କ ଗଳିତ ମୃତଦେହ ପୋଲିସ ଉଦ୍ଧାର କରିଥିଲା ।
ମାସେ ହେଲା ପଡ଼ିଥିଲା ମୃତଦେହ
ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିଲା, ମୃତଦେହଟି ପ୍ରାୟ ମାସେରୁ ଅଧିକ ସମୟ ଧରି ସେଠାର ପଡ଼ି ରହିଛି । ପୋଲିସ ଯାଞ୍ଚ ବେଳେ ମୃତକଙ୍କ ନାଁ ଅନୁସୂୟା (୨୮) ଓଡ଼ିଶା ପୁରୀ ଜିଲ୍ଲାର ବାସିନ୍ଦା ବୋଲି ଜାଣିବାକୁ ପାଇଥିଲା । ଅନୁସୂୟାଙ୍କ ଶାଢ଼ିରେ ଲାଗିଥିବା ଟ୍ୟାଗ୍ରୁ ମୃତକଙ୍କ ପରିଚୟ ମିଳିଥିଲା । ଯାହାପରେ ପୋଲିସ ଅନୁସୂୟାଙ୍କ ପରିଚିତଙ୍କୁ ପଚରାଉଚରା ବେଳେ ଖୋଲିଥିଲା ରହସ୍ୟ ।
ପୋଲିସ ଅନୁସାରେ, ଅନୁସୂୟା ତାଙ୍କସ୍ଵାମୀ ସାଗର ଚନ୍ଦ୍ର ରାୱତଙ୍କ ସହ ବେଙ୍ଗାଲୁରୁରେ ରହୁଥିଲେ । ପ୍ରାୟ ବର୍ଷକ ତଳେ ଉଭୟ ପ୍ରେମ ବିବାହ କରିଥିଲେ । ଦୁହେଁ ଅଲଗା ଅଲଗା ହୋଟେଲରେ କାମ କରୁଥିବା ବେଳେ ସାଗର ଏକ ହୋଟେଲର କିଚେନ୍ ସୁପରଭାଇଜର ଥିଲା ।
ଟଙ୍କା ପଇସାକୁ ନେଇ କଳହରୁ ଚିପିଦେଲା ତଣ୍ଟି

ତଦନ୍ତ ବେଳେ ଜଣାପଡ଼ିଛି, ଟଙ୍କା ପଇସାକୁ ନେଇ ଦୁହିଁଙ୍କ ମଧ୍ୟରେ ବିବାଦ ଲାହି ରହିଥିଲା । ଅଗଷ୍ଟ ୧୧ ତାରିଖରେ ଟଙ୍କାକୁ ନେଇ ବିବାଦ ପରେ ସାଗର, ଅନୁସୂୟାର ତଣ୍ଟି ଚିପି ହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି । ହତ୍ୟା ପରେ ସାଗର ମୃତଦେହକୁ ୩ ଦିନ ଘରେ ରଖିଥିଲା । ପରେ ଶବକୁ ବେଡସିଟ୍ରେ ବାନ୍ଧି ଉକ୍ତ ଖାଲି ପ୍ଳଟ୍ରେ ଫିଙ୍ଗି ଦେଇଥିଲା ।
ଏଥିସହ ପଢ଼ନ୍ତୁ: ଠକ ବାବା ଗ୍ୟାଙ୍ଗର ପର୍ଦ୍ଦାଫାସ୍, ମହିଳାଙ୍କୁ ଭୟ ଦେଖାଇ ଲୁଟୁଥିଲେ ଟଙ୍କା ଓ ସୁନା
ସ୍ଥାନୀୟ ବାସିନ୍ଦା ଗଣେଶଙ୍କ ଅନୁସାରେ, ମହିଳାଙ୍କ ମୃତଦେହ ବେଡ୍ ଭିତରୁ ମିଳିଛି । ମୃତଦେହକୁ ଦଉଡ଼ିରେ ବନ୍ଧା ଯାଇଥିବା ବେଳେ କିଛି ଅଂଶ କୁକୁର ଭିଡ଼ି ଖାଇ ଦେଇଥିଲେ । ପୋଲିସର ସନ୍ଦେହ ହେଉଛି, ମୃତଦେହ ପିଙ୍ଗିବା ପରେ ସାଗର କିଛିଦିନ ଉକ୍ତ ଅଞ୍ଚଳକୁ ଆସି ନଜର ରଖିଥିଲା ।
ପ୍ରଥମେ ଶବ ମିଳିବା ପରେ ପୋଲିସ ପାଇ ମୃତକଙ୍କ ପରିଚୟ ଖୋଜିବା ଆହ୍ଵାନପୂର୍ଣ୍ଣ ରହିଥିଲା । ଶାଢ଼ିର ଟ୍ୟାଗ୍ ପରିଚୟ ଖୋଜିବାରେ ସହାୟକ ହେବା ପରେ ଏବେ ପୋଲିସ ଅନୁସୂୟାଙ୍କ ସ୍ଵାମୀ ସାଗର ଚନ୍ଦ୍ର ରାୱତକୁ ଗିରଫ କରିଛି ।
ସ୍ଥାନୀୟ ଡିସିପି ଜି.କି ମିଥୁନଙ୍କ ଅନୁସାରେ, "ଉଭୟ ସାଗର ଓ ଅନୁସୂୟାଙ୍କ ଘର ପୁରୀ ଜିଲ୍ଲାର କାକଟପୁର ଅନ୍ତର୍ଗତ ଉଦୟପୁର ଗାଁରେ । ଦୁହେଁ ୨୦୨୫ ସେପ୍ଟେମ୍ବର ୯ରେ ପରିବାର ଇଚ୍ଛା ବିରୋଧରେ ଯାଇ ବିବାହ କରିବା ସହ ୬ ମାସ ହେଲା ବେଙ୍ଗାଲୁରୁରେ ରହୁଥିଲେ ।"

Related Topics
Explore more stories