40000 Bribe / ଅନୁସୂଚିତ ଜାତିର ବ୍ୟକ୍ତିଙ୍କ ଠାରୁ ଜମି କିଣିବାକୁ ଅନୁମତି ପାଇଁ ଲାଞ୍ଚ; ₹୪୦ ହଜାର ଟଙ୍କା ସହ JRAଙ୍କୁ ଧରିଲା ଭିଜିଲାନ୍ସ
·1 hour ago·2 min read

Key Points
୪୦ ହଜାର ଟଙ୍କା ହାତଗୁଞ୍ଜା ନେବା ବେଳେ ଧରାପଡ଼ିଲେ କନିଷ୍ଠ ରାଜସ୍ଵ ସହାୟକ (JRA) । ଯାଜପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଜଣେ କନିଷ୍ଠ ରାଜସ୍ଵ ସହାୟକ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ।
ଯାଜପୁର: ଜମି କିଣିବା ଲାଗି ଆବଶ୍ୟକ ଅନୁମତିପତ୍ର କରାଇ ଦେବାକୁ ଲାଞ୍ଚ । ୪୦ ହଜାର ଟଙ୍କା ହାତଗୁଞ୍ଜା ନେବା ବେଳେ ଧରାପଡ଼ିଲେ କନିଷ୍ଠ ରାଜସ୍ଵ ସହାୟକ (JRA) । ଯାଜପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଜଣେ କନିଷ୍ଠ ରାଜସ୍ଵ ସହାୟକ ୪୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ।
ଭିଜିଲାନ୍ସ ଦେଇଥିବା ସୂଚନା ଅନୁସାରେ, ଅଭିଯୋଗକାରୀ ଜଣେ ଅନୁସୂଚିତ ଜାତିର ବ୍ୟକ୍ତିଙ୍କ ଠାରୁ ଜାଗା କଣିବା ଲାଗି ଅନୁମତିପତ୍ର ପାଇଁ ଆବେଦନ କରିଥିଲେ । ଆଉ ଉକ୍ତ ଆବେଦନପତ୍ର କରାଇ ଦେବା ଲାଗି ଲାଞ୍ଚ ଦାବି କରିଥିଲେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ କନିଷ୍ଠ ରାଜସ୍ଵ ସହାୟକ ପ୍ରସନ୍ନ କୁମାର ସାହାଣୀ ।
ଏଥିସହ ପଢ଼ନ୍ତୁ: ଚାରା ନେଇ ଟ୍ରାକ୍ଟରରେ ଫେରୁଥିଲେ, ପଛରୁ ପିଟିଲା ଟ୍ରକ୍; ଚାଲିଗଲା ଜୀବନ
ଆବେଦନକାରୀଙ୍କ ଠାରୁ ପ୍ରସନ୍ନ ସାହାଣୀ ଅନୁମତିପତ୍ର କରାଇ ଦେବା ଲାଗି ଟଙ୍କା ଦାବି କରିଥିଲେ । ମାତ୍ର ୧୬ ଡିସିମିଲ୍ ଜମି ଜଣେ ଅନୁସୂଚିତ ଜାତିର ବ୍ୟକ୍ତିଙ୍କ ଠାରୁ କିଣିବା ଲାଗି ଦାବି କରିଥିଲେ ୪୮ ହଜାର ଟଙ୍କା । ଜମି କିଣୁଥିବା ବ୍ୟକ୍ତି ଏତେ ଟଙ୍କା ଦେଇପାରିବେ ନାହିଁ କହିବାରୁ ୪୦ ହଜାର ଟଙ୍କାକୁ ଖସିଥିଲେ କନିଷ୍ଠ ରାଜସ୍ଵ ସହାୟକ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କ'ଣ କହୁଛି ଆଇନ୍ ?
ସରକାରୀ ଆଇନ୍ ଅନୁସାରେ, SC/ST ବର୍ଗର କୌଣସି ବ୍ୟକ୍ତିଙ୍କ ଠାରୁ ଜମି କ୍ରୟ କରିବା ଲାଗି ଅନୁମତି ଆବଶ୍ୟକ । ତେଣୁ ପ୍ରକ୍ରିୟା ଅନୁସାରେ, ଆବେଦନକାରୀ ତାଙ୍କ ମାଆଙ୍କ ନାଁରେ ଜମି କିଣିବା ଲାହି ୨୦୨୫ ନଭେମ୍ବର ୨୯ ତାରିଖରେ ଆବଶ୍ୟକ ଅନୁମତି ପାଇଁ ଯାଜପୁର ଉପଜିଲ୍ଲାପାଳଙ୍କ ନିକଟରେ ଆବେଦନ କରିଥିଲେ ।
କିନ୍ତୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କନିଷ୍ଠ ରାଜସ୍ଵ ସହାୟକ ପ୍ରସନ୍ନ କୁମାର ସାହାଣୀ କୌଣସି କାରଣ ନଥାଇ ପ୍ରକ୍ରିୟାକୁ ଗଡ଼ାଇ ଚାଲିଥିଲେ । ଆଉ ଅନୁମତିପତ୍ର ପାଇଁ ୪୮ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ ।
ଡିସିମିଲ୍କୁ ୩ ହଜାର ଟଙ୍କା ଲାଞ୍ଚ
ମାତ୍ର ୧୬ ଡିସିମିଲ୍ ଜମି ପାଇଁ ୪୮ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଅର୍ଥାତ୍ ପ୍ରତି ଡିସିମିଲ୍ ପାଇଁ ୩ ହଜାର ଟଙ୍କା । ଆବେଦନକାରୀ ଅକ୍ଷମତା ପ୍ରକାଶ କରିବା ପରେ ଶେଷରେ ୪୦ ହଜାର ଟଙ୍କାକୁ ଖସିଥିଲେ କନିଷ୍ଠ ରାଜସ୍ଵ ସହାୟକ ପ୍ରସନ୍ନ କୁମାର ସାହାଣୀ । ତଥାପି ଆବେଦନକାରୀ ଅକ୍ଷମତା ପ୍ରକାଶ କରିଥିଲେ ।
ଏଥିସହ ପଢ଼ନ୍ତୁ: ଦୀର୍ଘ ୧୩ ଘଣ୍ଟାର କସରତ ପରେ ଉଦ୍ଧାର ହେଲା ମହାବଳ, ଖେଳାଇଥିଲା ଆତଙ୍କ

ଏନେଇ ଆବେଦନକାରୀ ଭିଜିଲାନ୍ସର ଦ୍ଵାରସ୍ଥ ହୋଇଥିଲେ । କନିଷ୍ଠ ରାଜସ୍ଵ ସହାୟକ ପ୍ରସନ୍ନ ସାହାଣୀଙ୍କ ବିରୋଧରେ ଭିଜିଲାନ୍ସରେ ଫେରାଦ ହୋଇଥିଲେ । ପୂର୍ବ ଯୋଜନା ଅନୁସାରେ, କନିଷ୍ଠ ରାଜସ୍ଵ ସହାୟକ ଲାଞ୍ଚ ନେବାବେଳେ ୪୦ ହଜାର ଟଙ୍କା ସହ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ।
କନିଷ୍ଠ ରାଜସ୍ଵ ସହାୟକ ପ୍ରସନ୍ନ ସାହାଣୀ ହାତରେ ଧରା ପଡ଼ିବା ପରେ ଆୟ ବହିର୍ଭୂତ ସମ୍ପତ୍ତିର ଖୋଳତାଡ଼଼ ଆରମ୍ଭ କରିଛି ଭିଜିଲାନ୍ସ । କନିଷ୍ଠ ରାଜସ୍ଵ ସହାୟକ ପ୍ରସନ୍ନଙ୍କ ଦୁଇଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ରେଡ୍ କରାଯାଇଛି । ଏନଇ କଟକ ଭିଜିଲାନ୍ସର କେସ୍ ନମ୍ବର ୩୭/୨୦୨୬ରେ ମାମଲା ରୁଜୁ କରି ଭିଜିଲାନ୍ସ ତଦନ୍ତ ଜାରି ରଖିଛି ।

Related Topics
Explore more stories