Videos
|
National

Bhagalpur Boat Tragedy Bihar / ଗଙ୍ଗା ନଦୀରେ ଓଲଟିଗଲା ଡଙ୍ଗା; ୨୨ ଶ୍ରମିକ କରୁଥିଲେ ଯାତ୍ରା, ଜଣେ ନିଖୋଜ

Subhramjit Ray
Browse all articles by Subhramjit Ray
·1 hour ago·2 min read
ଗଙ୍ଗା ନଦୀରେ ଓଲଟିଗଲା ଡଙ୍ଗା; ୨୨ ଶ୍ରମିକ କରୁଥିଲେ ଯାତ୍ରା, ଜଣେ ନିଖୋଜ
Bhagalpur Boat Tragedy Bihar

Key Points

ବିହାରର ଭାଗଲପୁରରେ ଗଙ୍ଗା ନଦୀରେ ମାଟି ଅତଡ଼ ଧସିବା ରୋକିବାକୁ ଚାଲିଥିବା କାର୍ଯ୍ୟ ସମୟରେ ୨୨ ଜଣ ଶ୍ରମିକଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ଓଲଟି ପଡ଼ିଛି। SDRF  ଟିମ୍ ୨୧ ଜଣ ଶ୍ରମିକଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିଥିବା ବେଳେ ଜଣେ ଶ୍ରମିକଙ୍କୁ ଖୋଜା ଚାଲିଛି।
Boat Overturned in Ganga River: ପ୍ରାୟ ୨୨ ଜଣ ଶ୍ରମିକଙ୍କୁ ନେଇ ଗଙ୍ଗା ନଦୀରେ ଯାତ୍ରା କରୁଥିବା ଏକ ବୋଟ୍ ଓଲଟି ପଡ଼ିଛି। ବୁଧବାର (ଅଗଷ୍ଟ ୨୬) ବିହାରର ଭାଗଲପୁର ଜିଲ୍ଲାରେ ଘଟିଯାଇଛି ଏହି ଘଟଣା। ଗଙ୍ଗା ନଦୀରେ ଏକ ଡଙ୍ଗା ଓଲଟି ପଡ଼ିବାରୁ ଏଥିରେ ୨୨ ଜଣ ଶ୍ରମିକଙ୍କ ମଧ୍ୟରୁ ୨୧ ଜଣ ଶ୍ରମିକ ନଦୀରେ ପହଁରି କୌଣସି ମତେ ନିଜର ଜୀବନ ବଞ୍ଚାଇଛନ୍ତି। ହେଲେ ଅନ୍ୟ ଜଣେ ଶ୍ରମିକ ନିଖୋଜ ହୋଇ ଯାଇଥିବାର ଖବର ଆସିଛି। ଘଟଣାସ୍ଥଳରେ ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଡଙ୍ଗା ଦୁର୍ଘଟଣାର ସାମ୍ନା କରୁଥିବା ଶ୍ରମିକମାନେ ମାଟି ଅତଡ଼ା ଧସିବାକୁ ରୋକିବା ପାଇଁ କାମ କରୁଥିଲେ। ଏହି ଡଙ୍ଗାରେ ବାଲି ବସ୍ତା ମଧ୍ୟ ଲୋଡ୍ କରାଯାଇଥିଲା।

ରିପୋର୍ଟ ଅନୁଯାୟୀ ଭାଗଲପୁର ଜିଲ୍ଲାର ଖରିକ ବ୍ଲକ ଅଧିନସ୍ଥ ରାଘୋପୁର ବନ୍ଧ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ଶ୍ରମିକବାଲି ବସ୍ତା ବ୍ୟବହାର କରି ମାଟି ଅତଡ଼ା ଧସିବାକୁ ରୋକିବା ପାଇଁ କାମ କରୁଥିଲେ। ହେଲେ ହଠାତ୍ ଏହି ସମୟରେ ଡଙ୍ଗାର ଓଜନ ହ୍ରାସ ହୋଇଯିବା ଏବଂ ପରିବର୍ତ୍ତିତ ନଦୀ ସ୍ରୋତର ପ୍ରତିକୂଳ ଚାପ ଯୋଗୁଁ ଏହା ଓଲଟି ପଡ଼ିଥିଲା। ଯାହା ଫଳରେ ଡଙ୍ଗାରେ ଥିବା ସମସ୍ତ ୨୨ ଜଣ ଶ୍ରମିକ ଗଙ୍ଗା ନଦୀରେ ଗଳି ପଡ଼ିଥିଲେ। ସୂଚନା ପାଇବା ପରେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିବା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବାହିନୀ (SDRF) ୨୧ ଜଣ ଶ୍ରମିକଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିଥିଲେ। ହେଲେ ନିଖୋଜ ହୋଇଯାଇଥିବା ଅନ୍ୟ ଜଣେ ଶ୍ରମିକଙ୍କୁ ଖୋଜିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ଏହା ସହ ପଢନ୍ତୁ: ବର୍ଷାରେ ବେହାଲ ରାଜଧାନୀ; ଭୁଶୁଡ଼ିଗଲା ସ୍କୁଲ ପାଚେରୀ

ପ୍ରାୟ ୨ ଦିନ ପୂର୍ବେ ଗଙ୍ଗା ନଦୀ ରାଘୋପୁର ଗାଁରେ ନଦୀ ବନ୍ଧ ଭାଙ୍ଗିଯିବାରୁ ବିହାର ସରକାରଙ୍କ ଶକ୍ତି ମନ୍ତ୍ରୀ ବୁଲୋ ମଣ୍ଡଳଙ୍କ ବାସଭବନ ସମେତ ସମଗ୍ର ଅଞ୍ଚଳ ଜଳମଗ୍ନ ହୋଇଯାଇଥିଲା। ପରିସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ସମ୍ପ୍ରତି ରାଜ୍ୟରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତି ସମ୍ପର୍କରେ ଆକାଶ ମାର୍ଗରୁ ସର୍ଭେ କରିଥିଲେ। ଯୁଦ୍ଧକାଳୀନ ଭିତ୍ତିରେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାପାଳ ଅଳଙ୍କୃତା ପାଣ୍ଡେ ଏବଂ ଅନେକ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଉପରେ ନଜର ରଖିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: