Videos
|
National

Delhi Heavy Rainfall Today / ବର୍ଷାରେ ବେହାଲ ରାଜଧାନୀ; ଭୁଶୁଡ଼ିଗଲା ସ୍କୁଲ ପାଚେରୀ

Subhramjit Ray
Browse all articles by Subhramjit Ray
·43 mins ago·2 min read
ବର୍ଷାରେ ବେହାଲ ରାଜଧାନୀ; ଭୁଶୁଡ଼ିଗଲା ସ୍କୁଲ ପାଚେରୀ
Delhi Heavy Rainfall Today

Key Points

ପ୍ରବଳ ବର୍ଷାରେ ଭାଙ୍ଗି ଯାଇଛି ସ୍କୁଲ ପାଚେରୀ। ଯାହା ପୁଣି ଥରେ ଭିତ୍ତିଭୂମି ଜନିତ ତ୍ରୁଟିକୁ ସାମ୍ନାକୁ ଆସିଛି।
Heavy rain lashes Delhi: ପ୍ରବଳ ବର୍ଷାରେ ବେହାଲ୍ ହୋଇପଡ଼ିଛି ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ। ବର୍ଷା ଯୋଗୁଁ ପୁଣି ଥରେ ଅନୁଷ୍ଠାନର ଭିତ୍ତିଭୂମି ଜନିତ ତ୍ରୁଟିକୁ ସାମ୍ନାକୁ ଆସିଛି। ଦକ୍ଷିଣ ଦିଲ୍ଲୀର ସଙ୍ଗମ ବିହାର ଅଞ୍ଚଳରୁ ଏହାର ଏକ ଚିନ୍ତାଜନକ ଦୃଶ୍ୟ ସାମ୍ନାକୁ ଆସିଛି। ପ୍ରବଳ ବର୍ଷା ମଧ୍ୟରେ ହମଦର୍ଦ ପବ୍ଲିକ୍ ସ୍କୁଲର ପାଚେରୀ ଭୁଶୁଡ଼ି ଯାଇଛି। ସ୍କୁଲ ପାଚେରୀ ଭୁଶୁଡ଼ି ପଡ଼ିବା ସମୟରେ ବହୁ ସଂଖ୍ୟକ ଛୋଟ ପିଲା ସେଠାରେ ଉପସ୍ଥିତ ରହିଥିଲେ। ପ୍ରବଳ ବର୍ଷା ଯୋଗୁଁ ରାସ୍ତା ଏବଂ ଡ୍ରେନ୍‌ ମଧ୍ୟରୁ ପାଣି ସ୍କୁଲ ପରିସରରେ ମାଡ଼ି ଯାଇଥିଲା।

ସଙ୍ଗମ ବିହାରର ହମଦର୍ଦ ପବ୍ଲିକ୍ ସ୍କୁଲ ପରିସରରେ ବର୍ଷା ପାଣି ମାଡ଼ି ଯିବାର ଭିଡ଼ିଓ ସାମ୍ନାକୁ ଆସିଛି। ଯେଉଁଥିରେ ଦେଖିବାକୁ ମିଳିଛି ସ୍କୁଲ ପରିସର ପାଣିରେ ବୁଡ଼ି ଯାଇଥିଲା ଏବଂ ପାଚେରୀର ଏକ ଅଂଶ ହଠାତ୍ ଭୁଶୁଡ଼ି ଯାଇଥିଲା। ଏହି ଘଟଣା ଘଟିବା ସମୟରେ ହଜାର ହଜାର ପିଲା ଘଟଣାସ୍ଥଳରେ ଉପସ୍ଥିତ ରହିଥିଲେ। ସ୍କୁଲ ପାଚେରୀ ଭୁଶୁଡ଼ି ଯିବା ଛୋଟ ପିଲାଙ୍କ ସୁରକ୍ଷା ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି।

ଏହା ସହ ପଢନ୍ତୁ: ପ୍ରବଳ ବର୍ଷାରେ ବେହାଲ ଦିଲ୍ଲୀ ମେଟ୍ରୋ; ଭିଡ଼ିଓ ଭାଇରାଲ

ବର୍ଷା ଏତେ ପ୍ରବଳ ହୋଇଥିଲା ଯେ ରାସ୍ତା ଏବଂ ଡ୍ରେନ୍‌ ମଧ୍ୟରୁ ପାଣି ବାହାରି ଯାଇ ସ୍କୁଲ ଭିତରେ ମାଡ଼ି ଯାଇଥିଲା। ସ୍କୁଲ ଚାରିପାଖରେ ପାଣି ଜମା ହୋଇଥିଲା ଏବଂ ଏହି ସମୟରେ ପାଚେରୀ ଭୁଶୁଡ଼ି ପଡ଼ିଥିଲା। ସୌଭାଗ୍ୟବଶତଃ, ଏହି ଘଟଣାରେ କୌଣସି ସ୍କୁଲ ପିଲା ଆହତ ହୋଇଥିବାର ରିପୋର୍ଟ ହୋଇନାହିଁ। ହେଲେ ଏହାକୁ ନେଇ ଅନେକ ପ୍ରଶ୍ନ ଉଠିବାରେ ଲାଗିଛି। ବର୍ଷା ସମୟରେ ସ୍କୁଲ ପାଚେରୀ କାନ୍ଥ ଏତେ ଦୁର୍ବଳ କିପରି ହୋଇଗଲା ଯେ ଏହା ଭୁଶୁଡ଼ି ପଡ଼ିଲା? ବର୍ଷା ପୂର୍ବରୁ ସ୍କୁଲ କୋଠା ଏବଂ ପ୍ରାଚୀରର ସୁରକ୍ଷା ଯାଞ୍ଚ କରାଯାଇଥିଲା କି? ସ୍କୁଲ ପରିସର ପାଣିରେ ବୁଡ଼ିବା ଆରମ୍ଭ କରିବା ପରେ ପିଲାଙ୍କ ସୁରକ୍ଷା ପାଇଁ କ'ଣ ବ୍ୟବସ୍ଥା କରାଯାଇଥିଲା?

ସଙ୍ଗମ ବିହାରରେ ବର୍ଷା ସମୟରେ ଜଳବନ୍ଦୀ ସମସ୍ୟା ଉପୁଜିବା ଲଗାତାର ଭାବରେ ଦେଖାଦେଇଛି। ହେଲେ ଏଥର, ଏହି ସମସ୍ୟା ଏପରି ଏକ ସ୍କୁଲରେ ଘଟିଛି, ଯେଉଁଠାରେ ବହୁ ସଂଖ୍ୟରେ ପିଲା ପାଠ ପଢ଼ୁଛନ୍ତି। ସ୍କୁଲ ପରିସରରେ ରାସ୍ତା ଏବଂ ଡ୍ରେନ୍ ପାଣି ପଶିଯିବା ଏବଂ ଏହା ପରେ ସ୍କୁଲ ପାଚେରୀ କାନ୍ଥ ଭୁଶୁଡ଼ି ପଡ଼ିବା ପରିସ୍ଥିତିର ଗମ୍ଭୀରତାକୁ ଦର୍ଶାଉଛି। ଯଦିଓ କୌଣସି ପିଲା ଆହତ ହୋଇଥିବା ରିପୋର୍ଟ ହୋଇନାହିଁ। ହେଲେ ଏହି ଘଟଣା ବର୍ଷା ସମୟରେ ଦିଲ୍ଲୀର ସ୍କୁଲର ସୁରକ୍ଷା ଏବଂ ଡ୍ରେନେଜ୍ ବ୍ୟବସ୍ଥା ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: