Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Viral Video / 'ପ୍ରାୟଶ୍ଚିତ' ନାଁରେ ଅପମାନଜନକ ସଜ୍ଜା ଦେଲା ପଞ୍ଚାୟତ ? ପାଦ ଧୋଇ ପାଣି ପିଇବାକୁ ବାଧ୍ୟ କଲେ

Sushanta Sahoo
Browse all articles by Sushanta Sahoo
·9 months ago·2 min read
'ପ୍ରାୟଶ୍ଚିତ' ନାଁରେ ଅପମାନଜନକ ସଜ୍ଜା ଦେଲା ପଞ୍ଚାୟତ ? ପାଦ ଧୋଇ ପାଣି ପିଇବାକୁ ବାଧ୍ୟ କଲେ

Key Points

ପଞ୍ଚାୟତ "ପ୍ରାୟଶ୍ଚିତ" ନାଁରେ ଅପମାନଜନକ ସଜ୍ଜା ଦେଇଥିଲା । ବ୍ରାହ୍ମଣ ଯୁବକଙ୍କ ପାଦ ଧୋଇ ପାଣି ପିଇବା ଏବଂ ପୂରା ସମ୍ପ୍ରଦାୟକୁ କ୍ଷମା ପ୍ରାର୍ଥନା କରିବାକୁ ବାଧ୍ୟ କରାଯାଇଥିଲା । ଆଉ ଏହି ଘଟଣାର ଭିଡିଓ ସାମ୍ନାକୁ ଆସିଛି ।

ଭୋପାଳ: AI ଜରିଆରେ ଅପମାନଜନକ ଫଟୋ ସୋସିଆଲ୍ ମିଡିଆରେ ପୋଷ୍ଟ କରିବା କରିବା ମହଙ୍ଗା ପଡ଼ିଛି । ଫଟୋ ପୋଷ୍ଟ କରିଥିବା ବ୍ୟକ୍ତିଙ୍କ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ଯେଉଁଥିରେ ଯୁବକଙ୍କ ଉପରେ ଜାତିଗତ ଚାପ ପକାଇ ଅପମାନିତ କରାଯାଉଛି । ଏପରିକି ବ୍ରାହ୍ମଣଙ୍କ ପାଦ ଧୋଇ ପାଣି ପିଇବାକୁ ବାଧ୍ୟ କରାଯାଉଛି ।


ଆଉ ଏହି ଘଟଣାର ଭିଡିଓ କ୍ୟାମେରାରେ ରେକର୍ଡ କରାଯିବା ସହ ସୋସିଆଲ୍ ମିଡିଆରେ ଭାଇରାଲ୍ କରାଯାଇଛି । ମଧ୍ୟପ୍ରଦେଶ ଦମୋହ ଜିଲ୍ଲାର ପତେରା ବ୍ଲକର ସତାରିଆ ଗାଁରେ ଏହି ଘଟଣା ଘଟିଛି । କୁଶବାହା ସମାଜର ପର୍ଶୁରାମ କୁଶବାହାଙ୍କୁ ବ୍ରାହ୍ମଣ ସମାଜର ଅନ୍ନୁ ପାଣ୍ଡେଙ୍କ ପାଦ ଧୋଇ ପାଣି ପିଇବା ଏବଂ ପୂରା ବ୍ରାହ୍ମଣ ସମାଜକୁ କ୍ଷମା ମାଗିବାକୁ ବାଧ୍ୟ କରାଯାଇଛି । ଏଥିସହ ତାଙ୍କ ଠାରୁ ନିଆ ଯାଇଛି ୫୧୦୦ ଟଙ୍କା ଜରିମାନା ।


ଏଥିସହ ପଢ଼ନ୍ତୁ: ଲାରାଙ୍କୁ ଜୟସ୍ବାଲଙ୍କ ଅପିଲ୍, ଆମ ବୋଲରଙ୍କୁ ଏମିତି ନିର୍ଦ୍ଦୟ ଭାବେ ମାରନି


ତେବେ ଏତେ ସବୁ ପଛର କାରଣ ଗାଁରେ ମଦ ବନ୍ଦ । ସୂଚନା ଅନୁସାରେ, ଗାଁରେ ମଦ ବନ୍ଦ ପାଇଁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଥିଲା । କିନ୍ତୁ ଅନ୍ନୁ ପାଣ୍ଡେ ଲୁଚାଛପାରେ ମଦ ବିକ୍ରି କରୁଥିଲେ । ଆଉ ମଦ ବିକ୍ରି ବେଳେ ଧରା ପଡ଼ିବାରୁ ଗାଁର ପଞ୍ଚାୟତ ତାଙ୍କୁ ଗ୍ରାମବାସୀଙ୍କୁ କ୍ଷମା ମାଗିବା ସହ ୨୧୦୦ ଟଙ୍କା ଜରିମାନା କରିଥିଲେ । ଯାହାକୁ ଅନ୍ନୁ ପାଣ୍ଡେ ସ୍ଵୀକାର କରିଥିଲେ ।


ଏହି ଘଟଣାର କିଛିଦିନ ପରେ ପର୍ଶୁରାମ କୁଶବାହା, ଅନ୍ନୁଙ୍କ ଏକ AI ଫଟୋ ସୋସିଆଲ୍ ମିଡିଆରେ ପୋଷ୍ଟ କରିଥିଲେ । ଯେଉଁଥିରେ ଅନ୍ନୁଙ୍କୁ ଜୋତା ମାଳ ପିନ୍ଧା ଯାଇଥିବା ଦେଖିବାକୁ ମିଳିଥିଲା । ଫଟୋ ଭାଇରାଲ୍ ହେବା ପରେ ବିବାଦ ଉଗ୍ର ହୋଇଥିଲା । ଫଟୋ ପୋଷ୍ଟର ୧୫ ମିନିଟ୍ ଭିତରେ ପର୍ଶୁରାମ ପୋଷ୍ଟ ହଟାଇବା ସହ ଭୁଲ୍ ମାଗିଥିଲେ । କିନ୍ତୁ ସେତେବେଳକୁ ଫଟୋକୁ ବ୍ରାହ୍ମଣ ସମାଜର ଅପମାନ ବୋଲି ସମସ୍ତେ ଧରି ନେଇଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏହା ପରେ ଗାଁ ଓ ଆଖପାଖ ଅଞ୍ଚଳର ବ୍ରାହ୍ମଣ ସମୁଦାୟ ଏକାଠି ହୋଇ ପଞ୍ଚାୟତ ଡାକିଥିଲେ । ପଞ୍ଚାୟତ "ପ୍ରାୟଶ୍ଚିତ" ନାଁରେ ଅପମାନଜନକ ସଜ୍ଜା ଦେଇଥିଲା । ବ୍ରାହ୍ମଣ ଯୁବକଙ୍କ ପାଦ ଧୋଇ ପାଣି ପିଇବା ଏବଂ ପୂରା ସମ୍ପ୍ରଦାୟକୁ କ୍ଷମା ପ୍ରାର୍ଥନା କରିବାକୁ ବାଧ୍ୟ କରାଯାଇଥିଲା । ଆଉ ଏହି ଘଟଣାର ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ପର୍ଶୁରାମ ଆଣ୍ଠୁ ମାଡ଼ି ବସିବା ସହ ଅନ୍ନୁ ପାଣ୍ଡେଙ୍କ ପାଦ ଧୋଇ ଦେଉଛନ୍ତି ।


ଏଥିସହ ପଢ଼ନ୍ତୁ: ଟ୍ରମ୍ପଙ୍କ ଭୁଲ ପାଇଁ ଅଧିକ ଖରାପ ହେଉଛି ଆମେରିକା-ଚୀନ ସମ୍ପର୍କ !


ଭିଡିଓ ଭାଇରାଲ୍ ହେବା ପରେ ଏବେ ଉଭୟ ପକ୍ଷ ମାମଲାକୁ ବ୍ୟକ୍ତିଗତ କହି ଚାପିବାକୁ ଚେଷ୍ଟା କରୁଛନ୍ତି । ପୀଡ଼ିତ ପର୍ଶୁରାମ ଭିଡିଓ ଜାରି କରି କହିଛନ୍ତି, "ଅନ୍ନୁ ପାଣ୍ଡେ ଆମର ପାରିବାରିକ ଗପରପ । ତାଙ୍କ ବିରୋଧରେ କେହି ଭିଡିଓ ପୋଷ୍ଟ କରନ୍ତୁ ନାହିଁ । ଏହାକୁ କିଛି ଲୋକ ପ୍ରସଙ୍ଗ କରୁଛନ୍ତି । ମୁଁ ମୋ ଭୁଲ୍ ପାଇଁ କ୍ଷମା ମାଗି ସାରିଛି । ଏହାକୁ ନେଇ ରାଜନୀତି ନ ହେଉ ।"


ତେବେ ଏନେଇ ପୋଲିସ ପ୍ରଶାସନରେ କୌଣସି ଅଭିଯୋଗ ହୋଇ ନାହିଁ । ଦମୋହ ପୋଲିସ ଜଣେ ଅଧିକାରୀ କହିଛନ୍ତି, "କୌଣସି ଲିଖିତ ଏତଲା ଦିଆଯାଇ ନାହିଁ । କିନ୍ତୁ ଭାଇରାଲ୍ ଭିଡିଓର ଯାଞ୍ଚ କରାଯାଉଛି ।"

Related Topics

Explore more stories

Sponsored
Viral Video | AI Photo Sparks Caste Outrage in Madhya Pradesh Village | Argus News | Argus News