Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ବ୍ୟବସାୟୀଙ୍କ ବ୍ୟାଗ୍‌ରେ ଥିଲା ଗରମ ମସଲା, ବିମାନବନ୍ଦରରୁ ଗିରଫ କଲା ପୋଲିସ; ଜାଣନ୍ତୁ କେଉଁଠି ରହିଲା ଭୁଲ୍ ?

National

Jailed Over Garam Masala / ବ୍ୟବସାୟୀଙ୍କ ବ୍ୟାଗ୍‌ରେ ଥିଲା ଗରମ ମସଲା, ବିମାନବନ୍ଦରରୁ ଗିରଫ କଲା ପୋଲିସ; ଜାଣନ୍ତୁ କେଉଁଠି ରହିଲା ଭୁଲ୍ ?

Sushanta Sahoo
Browse all articles by Sushanta Sahoo
·4 hours ago·3 min read
ବ୍ୟବସାୟୀଙ୍କ ବ୍ୟାଗ୍‌ରେ ଥିଲା ଗରମ ମସଲା, ବିମାନବନ୍ଦରରୁ ଗିରଫ କଲା ପୋଲିସ; ଜାଣନ୍ତୁ କେଉଁଠି ରହିଲା ଭୁଲ୍ ?
Garam Masala Leads to NDPS Arrest in Bhopal

Key Points

ଗୋଟିଏ ଛୋଟ ଭୁଲ୍ ବଡ଼ ବିବାଦର ସୂତ୍ରପାତ କରିପାରେ । ଆଉ ୧୬ ବର୍ଷ ତଳେ ଗରମ ମସଲା, ଆମ୍ବ ପାଉଡରକୁ ମେସିନ୍ ନିଶା ଦ୍ରବ୍ୟ ଦର୍ଶାଇବା ଏବେ ମହଙ୍ଗା ପଡ଼ିଛି । ବିନ ଦୋଷରେ ୫୭ ଦିନ ଜେଲ୍‌ କାଟିଥିବା ବ୍ୟବସାୟୀଙ୍କୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।
ଭୋପାଳ: ଗରମ ମସଲା ଓ ଆମ୍ବ ପାଉଡର୍ ପାଇଁ ଜେଲ୍‌ । ବ୍ୟବସାୟିକ ମିଟିଂକୁ ଯିବା ପାଇଁ ବିମାନବନ୍ଦରରେ ପହଞ୍ଚିଥିଲେ । ହେଲେ ବିମାନରେ କେଇ ଘଣ୍ଟା ପରିବର୍ତ୍ତେ ଜେଲ୍‌ରେ କାଟିବାକୁ ପଡ଼ିଲା ସପ୍ତାହ ପରେ ସପ୍ତାହ । କାରଣ ବ୍ୟବସାୟୀ ଜଣଙ୍କର ଲଗେଜ୍ ବ୍ୟାଗ୍‌ରେ ଥିଲା ସମସ୍ତଙ୍କ ରୋଷେଇ ଘରେ ବ୍ୟବହୃତ ଗରମ ମସଲା ଓ ଆମ୍ବ ପାଉଡର୍ ।

ଆଶ୍ଚର୍ଯ୍ୟ ଲାଗୁଛି ନା… ହେଲେ ଏଭଳି ଘଟି ଯାଇଛି ମଧ୍ୟପ୍ରଦେଶରେ । ଭୋପାଳ ଏୟାରପୋର୍ଟରେ ଅଜୟ ସିଂହ ନାମକ ବ୍ୟବସାୟୀ ଦିଲ୍ଲୀ ଯିବାକୁ ପହଞ୍ଚିଥିଲେ । ସେଠାରୁ ମାଲେସିଆ ଯାଇଥାନ୍ତେ । ହେଲେ ଅଜୟଙ୍କ ବ୍ୟାଗେଜ୍ ସ୍କ୍ରିନିଂ ବେଳେ ସେଥିରୁ ଆମ୍ବ ପାଉଡର ଓ ଗରମ ମସଲା ଥିବାରୁ ସ୍କାନ୍ ମେସିନ୍ ଡିକ୍ଟେଟ୍ କରିଥିଲା ।

ଏଥିସହ ପଢ଼ନ୍ତୁ: ପଞ୍ଜାବରେ ସିସିଟିଭି; ଘରେ ବସି LIVE ଦେଖୁଥିଲା ପାକିସ୍ତାନ, ସେନା ଉପରେ ଥିଲା ନଜର 

ଯାହାପରେ ମୁତୟନ ଥିବା ସୁରକ୍ଷାକର୍ମୀ ପ୍ୟାକେଟ୍‌କୁ ହେରୋଇନ୍ ହୋଇଥିବା ସନ୍ଦେହ କରିଥିଲେ । ସଙ୍ଗେ ସଙ୍ଗେ ବ୍ୟବସାୟୀ ଅଜୟ ସିଂହଙ୍କୁ NDPS ଆକ୍ଟରେ ଗିରଫ କରାଯାଇ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା । ୨୦୧୦ ମେ ୭ ତାରିଖରେ ଏହି ଘଟଣା ଘଟିଥିଲା ।

୧୦ ଲକ୍ଷ କ୍ଷତିପୂରଣ ନିର୍ଦ୍ଦେଶ

ଏହି ମାମଲାରେ ଅଜୟ ସିଂହ ସେତେବେଳେ ୫୭ ଦିନ ଜେଲ୍‌ରେ ବିତାଇଥିଲେ । ଏହି ମାମଲାର ଶୁଣାଣି କରି କୋର୍ଟ ଅଜୟଙ୍କୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ବିମାନବନ୍ଦରର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି । ଆମ୍ବ ପାଉଡର ଓ ଗରମ ମସଲାକୁ ମେସିନ୍ କିଭଳି ନିଶା ଦ୍ରବ୍ୟ ଦର୍ଶାଇଲା ତାକୁ ନେଇ ଆରମ୍ଭ ହୋଇଛି ବିବାଦ ।

ଏବେ ଏହାକୁ ଆଇନଗତ ଓ ଫରେନସିକ ବିବାଦ ସୃଷ୍ଟି ହୋଇଛି । ବିମାନବନ୍ଦରରେ ଯାଞ୍ଚ ବିଫଳତାକୁ ନେଇ ମଧ୍ୟପ୍ରଦେଶ ହାଇକୋର୍ଟ ପ୍ରଶ୍ନ କରିଛନ୍ତି । ଅନୁପାଳନ କରାଯାଉଥିବା ପନ୍ଥା ଓ ଫରେନସିକ୍ ଭିତ୍ତିଭୂମିର ବିଫଳତା ଏହା ଦ୍ଵାରା ସାମ୍ନାକୁ ଆସିଥିବା କହିଛନ୍ତି କୋର୍ଟ ।

ବିବାଦରେ ବିମାନବନ୍ଦରର ସ୍କ୍ରିନିଂ

ଏହି ମାମଲା ଏବେ ସମଗ୍ର ଦେଶବାସୀଙ୍କ ଦୃଷ୍ଟି ଆକର୍ଷଣ କରିଛି । ଏଥିସହ ବିମାନବନ୍ଦରରେ ଲାଗିଥିବା ସ୍କ୍ରିନିଂ ଟେକ୍ନୋଲୋଜି, ଫରେନସିକ ଟେଷ୍ଟିଂ ବିଳମ୍ବ, ବିନା ଦୋଷରେ ଜଣେ NDPS ଆକ୍ଟରେ ଜେଲ୍‌ରେ ୫୭ ଦିନ ବିତାଇବାକୁ ନେଇ ପ୍ରଶ୍ନ ଉଠିଛି ।

ଫରେନସିକ୍ ବିଳମ୍ବ ପାଇଁ ୨ ମାସ ଜେଲ୍

ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ଅନୁସାରେ, ଜବତ ସାମଗ୍ରୀକୁ ପ୍ରଥମେ ଭୋପାଳ ସ୍ଥିତି ଫରେନସିକ୍ ଲାବକୁ ପଠାଯାଇଥିଲା । ସେତେବେଳେ କର୍ତ୍ତୃପକ୍ଷ ଏହାକୁ ପରୀକ୍ଷା ପାଇଁ ବ୍ୟବସ୍ଥା ନଥିବା ଜଣାଇଥିଲେ । ଯାହାପରେ ଜବତ ସାମଗ୍ରୀକୁ କେନ୍ଦ୍ରୀୟ ଫରେନସିକ୍ ଲାବ ପଠାଯାଇଥିଲା ।

ଏଥିସହ ପଢ଼ନ୍ତୁ: ପୁଲୱାମା ମାଷ୍ଟରମାଇଣ୍ଡ ହମ୍‌ଜା ବୁରାନ POKରେ ନିପାତ, ଅଜଣା ବ୍ୟକ୍ତି ଚଳାଇଲେ ଆଖିବୁଜା ଗୁଳି 

ଆଉ ରିପୋର୍ଟ ଆସିବା ପରେ ୨୦୧୦ ଜୁଲାଇ ୨ ତାରିଖରେ ୫୭ ଦିନ ଜେଲ୍‌ରେ ରହିବା ପରେ ମୁକ୍ତ ହୋଇଥିଲେ ଅଜୟ । ଫରେନସିକ୍‌ ଭିତ୍ତିଭୂମି ସହ ବିଳମ୍ବକୁ ନେଇ କୋର୍ଟ ପ୍ରଶ୍ନ ଉଠାଇଛନ୍ତି । ଏଥିସହ ରାଜ୍ୟରେ ଥିବା ସମସ୍ତ ଫରେନସିକ୍ ଲାବର ଇନସ୍ପେକସନ୍ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

ବ୍ୟବସାୟରେ କ୍ଷତି, ୧୦ କୋଟି ଦିଅ

ଜେଲ୍‌ରୁ ମୁକ୍ତ ପରେ ବ୍ୟବସାୟୀ ଅଜୟ ସିଂହ ୧୦ କୋଟି ଟଙ୍କା ସହ ସିବିଆଇ ତଦନ୍ତ ଦାବି କରିଥିଲେ । କହିଥିଲେ ବିମାନବନ୍ଦରରେ ଲାଗିଥିବା ETD ମେସିନ୍‌ର କ୍ରୟ ଓ କାର୍ଯ୍ୟକ୍ଷମ ନେଇ ସିବିଆଇ ତଦନ୍ତ କରାଯାଉ । ଏଥିସହ ତାଙ୍କ ବ୍ୟବସାୟରେ ହୋଇଥିବା କ୍ଷତି ଲାଗି ୧୦ କୋଟି କ୍ଷତିପୂରଣ ଦିଆଯାଉ । ଅଜୟଙ୍କ ଦାବି ଅନୁସାରେ ହାଇକୋର୍ଟ ପଦକ୍ଷେପ ନେଇ ନାହାନ୍ତି । ତେବେ କ୍ଷତିପୂରଣ ମାମଲାରେ ଅଜୟ ସିଭିଲ୍ କୋର୍ଟର ଦ୍ଵାରସ୍ଥ ହୋଇ ପାରିବେ ବୋଲି ବିକଳ୍ପ ଦେଇଛନ୍ତି କୋର୍ଟ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Businessman Jailed Over Garam Masala at Airport, Gets ₹10 Lakh Compensation | Argus News | Argus News