Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଇଥାନଲ ପେଟ୍ରୋଲ କିଣିବ ନାହିଁ ଭୂଟାନ! ଜବାବ ରଖିଲା ପେଟ୍ରୋଲିୟମ୍ ମନ୍ତ୍ରଣାଳୟ

National

Bhutan E20 Petrol Viral Claim / ଇଥାନଲ ପେଟ୍ରୋଲ କିଣିବ ନାହିଁ ଭୂଟାନ! ଜବାବ ରଖିଲା ପେଟ୍ରୋଲିୟମ୍ ମନ୍ତ୍ରଣାଳୟ

Subhramjit Ray
Browse all articles by Subhramjit Ray
·2 hours ago·2 min read
ଇଥାନଲ ପେଟ୍ରୋଲ କିଣିବ ନାହିଁ ଭୂଟାନ! ଜବାବ ରଖିଲା ପେଟ୍ରୋଲିୟମ୍ ମନ୍ତ୍ରଣାଳୟ
Bhutan E20 Petrol Viral Claim

Key Points

ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଭାରତରୁ E20 ପେଟ୍ରୋଲ ଆମଦାନୀ କରିବାକୁ ଭୂଟାନ ମନା କରିଥିବା ଖବରକୁ ଖଣ୍ଡନ କରିଛି।
E20 Ethanol Blending Petrol India:  ଇଥାନଲ ମିଶ୍ରିତ ପେଟ୍ରୋଲ ଭୂଟାନ କିଣୁନଥିବା ନେଇ ହେଉଥିବା ଦାବି ଉପରେ ଜବାବ ରଖିଛନ୍ତି ଭାରତ ସରକାର। ଏନେଇ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ ଭୂଟାନ, ଭାରତରୁ E20 ପେଟ୍ରୋଲ ଆମଦାନୀ ନକରିବାକୁ ନେଇ ହେଉଥିବା ଦାବି ସମ୍ପୂର୍ଣ୍ଣ ଭିତ୍ତିହୀନ। ସୋସିଆଲ ମିଡି଼ଆରେ ପ୍ରସାରିତ ହେଉଥିବା ଏପରି ସମସ୍ତ ଖବର ଭ୍ରାମକ। ମନ୍ତ୍ରଣାଳୟ କହିଛି ଯେ ଭୁଟାନ ଦ୍ୱାରା ଏପରି କୌଣସି ପ୍ରସ୍ତାବ ଦିଆଯାଇନାହିଁ। ଲୋକଙ୍କୁ କେବଳ ସରକାରୀ ତଥ୍ୟ ଉପରେ ବିଶ୍ୱାସ କରିବାକୁ ଅନୁରୋଧ କରାଯାଇଛି। ଏହି ସୂଚନା ଭାରତ ସରକାରଙ୍କ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଦ୍ୱାରା ଏକ ପୋଷ୍ଟ ମାଧ୍ୟମରେ ପ୍ରଦାନ କରାଯାଇଛି।

ଏପରି କୌଣସି ପ୍ରସ୍ତାବ ଦେଇନାହିଁ ଭୂଟାନ
ପେଟ୍ରୋଲିୟମ ମନ୍ତ୍ରଣାଳୟ ଏକ ସୋସିଆଲ ମିଡ଼ିଆ ପୋଷ୍ଟ ସେୟାର କରି କହିଛି ଯେ ଭୁଟାନ ଦ୍ୱାରା E20 ପେଟ୍ରୋଲ ନ କିଣିବା ସମ୍ପର୍କରେ କୌଣସି ପ୍ରସ୍ତାବ ଦିଆଯାଇନାହିଁ। ଏଥିରେ ଲେଖାଯାଇଛି, ଭୂଟାନ ଭାରତରୁ E20 ପେଟ୍ରୋଲ ଆମଦାନୀ କରିବାର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବାକୁ ନେଇ ହେଉଥିବା ଦାବି ହେଉଛି ମିଥ୍ୟା। ତୈଳ କାରବାର କରୁଥିବା କମ୍ପାନୀ ଏପରି କୌଣସି ପ୍ରସ୍ତାବ ଦେଇନାହାଁନ୍ତି। ଭୂଟାନକୁ E20 ପେଟ୍ରୋଲ ରପ୍ତାନି କରିବାର କୌଣସି ପ୍ରସ୍ତାବ ନାହିଁ। କେବଳ ସରକାରୀ ତୈଳ ବିପଣନ କମ୍ପାନୀ ଠାରୁ ପ୍ରାପ୍ତ ସୂଚନା ଉପରେ ନିର୍ଭର କରିବା ଆବଶ୍ୟକ।

ଏହା ସହ ପଢନ୍ତୁ: ଇଥାନଲ ପରେ ଏବେ ଚର୍ଚ୍ଚାରେ ଆଇସୋବୁଟାନଲ? କ'ଣ ରହିଛି କାରଣ?

ସୋସିଆଲ ମିଡି଼ଆରେ ଭାଇରାଲ ହୋଇଥିଲା ଖବର
ସୋସିଆଲ ମିଡିଆରେ ଏକ ଖବର ଭାଇରାଲ ହୋଇଥିଲା। ଯେଉଁଥିରେ ଦାବି କରାଯାଇଥିଲା ଯେ ଭୂଟାନ ଭାରତରୁ E20 ପେଟ୍ରୋଲ କିଣିବାକୁ ମନା କରିଦେଇଛି। ଭୂଟାନ କେବଳ ଭାରତରୁ ପୂର୍ବରୁ ମିଲୁଥିବା ଇଥାନଲ ବିହୀନ ପେଟ୍ରୋଲ ଦାବି କରିଥିଲା। E20 ପେଟ୍ରୋଲ ଆମଦାନୀ ନକରିବା ପଛରେ ରହିଥିବା କାରଣ ମଧ୍ୟ ଭୂଟାନ ଦର୍ଶାଇଥିଲା। ଯେଉଁଥିରେ ଭୂଟାନ କହିଥିଲା ଯେ ସଂରକ୍ଷଣ ସମସ୍ୟା ରହିଥିବାରୁ ଏପରି ନିଷ୍ପତ୍ତି ନିଆଯାଇଛି। ଇଥାନଲ-ମିଶ୍ରିତ ପେଟ୍ରୋଲରେ ହାଇଡ୍ରୋକ୍ସିଲ୍ ନାମକ ଉପାଦାନ ରହିଛି, ଯିଏ ନିୟମିତ ପେଟ୍ରୋଲ ଅପେକ୍ଷା ଅଧିକ ଶୀଘ୍ର ପାଣି ଶୋଷଣ କରିଥାଏ। ଯାହାର ଫଳସ୍ୱରୂପ ଭୂଟାନର ଇନ୍ଧନ ସଂରକ୍ଷଣ ଭିତ୍ତିଭୂମି ବର୍ତ୍ତମାନ ଇଥାନଲ-ମିଶ୍ରିତ ଇନ୍ଧନ ପରିଚାଳନା ପାଇଁ ଅସମର୍ଥ। ହେଲେ ତଥାପି ଭାରତ ସରକାରଙ୍କ ଏକ ପୋଷ୍ଟ ପରେ ସୋସିଆଲ ମିଡିଆରେ ପ୍ରସାରିତ ଏହି ଦାବିକୁ ଖଣ୍ଡନ କରାଯାଇଥିଲା।

ଭାରତରେ ଜାରି ରହିଛି ଇଥାନଲ ମିଶ୍ରିତ କାର୍ଯ୍ୟକ୍ରମ

ଘରୋଇ ଜୈବ ଇନ୍ଧନ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ପାଇଁ ଭାରତରେ ଇଥାନଲ ମିଶ୍ରିତ କାର୍ଯ୍ୟକ୍ରମକୁ ଜୋରଦାର କରାଯାଇଛି। ଏହି କାର୍ଯ୍ୟକ୍ରମ ୨୦ ପ୍ରତିଶତ ଇଥାନଲକୁ ୮୦ ପ୍ରତିଶତ ପେଟ୍ରୋଲ ସହିତ ମିଶ୍ରଣ କରିବ। ଭାରତର ଅଶୋଧିତ ତୈଳ ଆମଦାନୀକୁ ହ୍ରାସ କରିବା, ନିର୍ଗମନ ହ୍ରାସ କରିବା ଏବଂ ଘରୋଇ ଜୈବ ଇନ୍ଧନ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ସରକାର ସବୁଜ ଶକ୍ତି ବ୍ୟବହାରକୁ ବଢାଇବା ପାଇଁ କାର୍ଯ୍ୟ କରୁଛନ୍ତି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored