Mobile Recharge / ରିଚାର୍ଜକୁ ନେଇ ଆସିଲା ବଡ଼ ଅପଡେଟ୍: ଜାଣନ୍ତୁ କ'ଣ...

Key Points
ଗ୍ରାହକଙ୍କୁ ପଡ଼ିବ ସିଧା ସଳଖ ପ୍ରଭାବ ।
ଏୟାରଟେଲ, ଜିଓ ଏବଂ ଭୋଡାଫୋନ ଆଇଡିଆ ଦେଶର କୋଟି କୋଟି ଗ୍ରାହକଙ୍କୁ ମହଙ୍ଗା ଝଟକା ଦେବାକୁ ଯାଉଛନ୍ତି।
ରିଚାର୍ଜ ପ୍ଲାନରେ ବଡ଼ ପରିବର୍ତ୍ତନ । ଗ୍ରାହକଙ୍କୁ ପଡ଼ିବ ସିଧା ସଳଖ ପ୍ରଭାବ । ଏୟାରଟେଲ, ଜିଓ ଏବଂ ଭୋଡାଫୋନ ଆଇଡିଆ ଦେଶର କୋଟି କୋଟି ଗ୍ରାହକଙ୍କୁ ମହଙ୍ଗା ଝଟକା ଦେବାକୁ ଯାଉଛନ୍ତି। ଏହି କମ୍ପାନୀଗୁଡ଼ିକ ଡିସେମ୍ବର ୨୦୨୫ରେ ସେମାନଙ୍କ ରିଚାର୍ଜ ଓ ଡାଟା ପ୍ଲାନ ମୂଲ୍ୟ ବଢ଼ାଇ ପାରନ୍ତି ।
ଏହା ହେବା ଦ୍ଵାରା ମୋବାଇଲ ୟୁଜରଙ୍କ ପକେଟ ଉପରେ ସିଧା ପ୍ରଭାବ ପଡିବ । ସୂଚନା ଅନୁସାରେ ୩ ବଡ଼ ଟେଲିକମ କମ୍ପାନୀ ସେମାନଙ୍କ ରିଚାର୍ଜ ପ୍ଲାନ ଦର ବଢାଇବାକୁ ପ୍ରସ୍ତୁତି କରୁଛନ୍ତି। ଅନୁମାନ କରାଯାଉଛି ଏହି ପରିବର୍ତ୍ତନ ଡିସେମ୍ବର ୨୦୨୫ରୁ ଲାଗୁ ହୋଇ ପାରେ। ଏହାର ପ୍ରଭାବ ପ୍ରିପେଡ ଓ ଡାଟା ପ୍ଲାନସ ଉପରେ ସବୁଠୁ ଅଧିକ ପଡିବ।
ଏଥିସହ ପଢ଼ନ୍ତୁ: ଶାନ୍ତି ଆଲୋଚନା ବିଫଳ, ଆଫଗାନିସ୍ତାନ କହିଲା ଆମେ ମାରିବାକୁ ପ୍ରସ୍ତୁତ !
ସୂଚନାମୁତାବକ ଟେଲିକମ କମ୍ପାନୀଙ୍କ ପାଇଁ ଏହା ଜରୁରି ଯେ ସେମାନଙ୍କ ଋଣ ଭାର କମ୍ କରିବାକୁ ପ୍ରତି ୟୁଜର ହାରାହାରି ୨୦୦ ଟଙ୍କାରୁ ଅଧିକ ଅସୁଲ କରିବା, ଏବେ ଏହା ୧୮୦ରୁ ୧୯୫ ମଧ୍ୟରେ ରହୁଛି । ଏଣୁ ଅନୁମାନ କରାଯାଉଛି ଯେ ୨୮ ଦିନ ପାଇଁ ୧୯୯ ଟଙ୍କା ପ୍ଲାନକୁ ୨୨୨ ଟଙ୍କାରେ, ୨୮ ଦିନ ଓ ଦୈନିକ ୨ଜିବି ଡାଟା ପ୍ଲାନ ୨୯୯ ଟଙ୍କାକୁ ୩୩୦-୩୪୫ ଟଙ୍କା ଓ ଦୈନିକ ୨ଜିବି ଓ ୮୪ ଦିନିଆ ପ୍ଲାନକୁ ୯୪୯ ଟଙ୍କାରୁ ୯୯୯ ଟଙ୍କା ପର୍ଯ୍ୟନ୍ତ ମହଙ୍ଗା କରି ପାରନ୍ତି।
ଏଣୁ ଗ୍ରାହକ ଅଧିକ ସମୟ ପର୍ଯ୍ୟନ୍ତ ଉପଯୋଗ କରୁଥିବା ପ୍ଲାନସ୍ ଲାଗି ସେମାନଙ୍କୁ ଆଗକୁ ଅଧିକ ଖର୍ଚ୍ଚ କରିବାକୁ ପଡିପାରେ। ଏଥିରେ ଯଦି ଗ୍ରାହକ ମାନେ ଏହି ମୂଲ୍ୟ ବୃଦ୍ଧିରୁ ବଚିଂବାକୁ ଚାହାଁନ୍ତି ତେବେ ଏହି ନଭେମ୍ବର ମାସରେ ଅଧିକ ଦିନ ବୈଧତାର ପ୍ଲାନ ରିଚାର୍ଜ କରାଇ ନିଅନ୍ତୁ।
ଅହୁରି ପଢ଼ନ୍ତୁ : ୟୁରିଆ ଉତ୍ପାଦନ ୟୁନିଟ୍ର ସମ୍ପ୍ରସାରଣ କରିବ ହିନ୍ଦୁସ୍ତାନ ଉର୍ବରକ ଓ ରସାୟନ ଲିମିଟେଡ୍
ଏହା ଦ୍ୱାରା ଗ୍ରାହକ ବର୍ତ୍ତମାନ ଦରରେ ଆଗାମୀ ଅନେକ ମାସ ପର୍ଯ୍ୟନ୍ତ ସେବା ଉପଯୋଗ କରିପାରିବେ। ଥିରେ ବାର୍ଷିକ ଅଥବା ଦୀର୍ଘ ଅବଧି ପ୍ଲାନ ସବୁଠୁ ଭଲ ବିକଳ୍ପ ବୋଲି କୁହାଯାଉଛି। ତେବେ ବିଏସଏନଏଲ ଏହି ଦର ବୃଦ୍ଧିରୁ ବାହାରେ ରହି ପାରେ।
ଏଥିସହ ପଢ଼ନ୍ତୁ ଭାରତ ଖବର...
📱 Get Argus News App
✨Related Topics
Explore more stories