Breaking News / ଅନଲାଇନରେ ଅର୍ଡର କରିଥିଲେ ମାଛ ଦାନା; ପହଞ୍ଚିଲା ପୁଳା ପୁଳା ମଦ ଓ ବିୟର
·3 days ago·2 min read

Key Points
ବିହାରରେ ଅଜବ ଘଟଣା
ଆମାଜନରୁ ପହଞ୍ଚିଲା ମଦ ବୋତଲ
ଆମାଜନରୁ ପହଞ୍ଚିଲା ମଦ ବୋତଲ
ବିହାର ସରକାର ରାଜ୍ୟରେ ମଦକୁ ବ୍ୟାନ କରିଛନ୍ତି । ହେଲେ ସମସ୍ତିପୁର ଜିଲ୍ଲାରେ ମଦ ଏବଂ ବିୟର ଚୋରା ଚାଲାଣର ଏକ ନୂଆ ଉପାୟର ପର୍ଦ୍ଦାଫାଶ ହୋଇଛି । ଜଣେ ବ୍ୟକ୍ତି ଲୋକପ୍ରିୟ ଇ-କମର୍ସ ପ୍ଲାଟଫର୍ମ ଆମାଜନରୁ ମାଛ ଦାନା ମଗାଇଥିଲେ, କିନ୍ତୁ ଅର୍ଡରରେ ଆସିଲା ପୁଳା ପୁଳା ମଦ ଓ ବିୟର ବୋତଲ । ଡେଲିଭରି ପୂର୍ବରୁ ଏହି ଠକେଇର ପର୍ଦ୍ଦାଫାସ ହୋଇଥିଲା । ପୋଲିସ ସମସ୍ତ ମଦ ଓ ବିୟର ବୋତଲକୁ ଜବତ କରିଛି ।
ମୁଫସିଲ ପୋଲିସ ଷ୍ଟେସନ ଅଞ୍ଚଳ ଅନ୍ତର୍ଗତ ଜିତୱାରପୁର ନିଜାମତରେ ଏକ କୋରିଅର କମ୍ପାନୀର ଗୋଦାମରୁ ବିପୁଳ ପରିମାଣର ବିୟର ଏବଂ ମଦ ବୋତଲ ଜବତ କରାଯାଇଛି । ଉଦ୍ଧାର ହୋଇଥିବା ମୋଟ ବିୟର ଏବଂ ମଦ ପରିମାଣ ୩୧୪.୧ ଲିଟର ହେବ ବୋଲି ଆକଳନ କରାଯାଇଛି । ଏଥିରେ ୨୫୨ ଲିଟର ବିୟର ଏବଂ ପ୍ରାୟ ୬୨ ଲିଟର ବିଦେଶୀ ମଦ ରହିଛି । ଏହି ମଦ ବୋତଲଗୁଡ଼ିକୁ ମୁମ୍ବାଇରୁ ଆମାଜନ ମାଧ୍ୟମରେ ମାଛ ଦାନା ବାହାନାରେ ମଗାଯାଉଥିଲା ।
ଅନଲୋଡିଂ ସମୟରେ ମାଡ଼ି ବସିଲା ପୋଲିସ
ଶନିବାର ରାତିରେ ଆମାଜନର ଡେଲିଭରି ସେବା ପାର୍ସଲ ପାର୍ଟନର ୱିଙ୍ଗର କାର୍ଯ୍ୟାଳୟରେ ସାମଗ୍ରୀ ଅନଲୋଡ୍ କରିବା ସମୟରେ ଏହି ଘଟଣା ଜଣାପଡ଼ିଥିଲା । ଜଣେ କର୍ମଚାରୀ ଗୋଟିଏ କଣ୍ଟେନରରୁ ମଦ ପରି ଗନ୍ଧ ଆସୁଥିବା ଦେଖି ଟିମ୍ ଲିଡରଙ୍କୁ ସତର୍କ କରାଇଥିଲେ । ଏହାପରେ ଉକ୍ତ କମ୍ପାନୀର ଟିମ୍ ଲିଡର କେଶବ କୁନାଲ ସିହ୍ନା ସ୍ଥାନୀୟ ପୋଲିସକୁ ସୂଚନା ଦେଇଥିଲେ । ଏହାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ୨୦ଟି ବଡ଼ ପ୍ଲାଷ୍ଟିକ୍ କଣ୍ଟେନରରୁ ବିପୁଳ ପରିମାଣର ବିୟର ଏବଂ ମଦ ବୋତଲ ଜବତ କରିଛି ।
ମାମଲା ରୁଜୁ କଲା ପୋଲିସ
ପୋଲିସ ଏହି ମାମଲାକୁ ଗମ୍ଭୀରତାର ସହ ନେଇ ମଦ ପଠାଇଥିବା ବ୍ୟକ୍ତି ଏବଂ ଗ୍ରହଣକାରୀ ଉଭୟଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି । ଏ ନେଇ କୋରିଅର କମ୍ପାନୀର ଚ୍ୟାନେଲ ଟିମ୍ ଲିଡର କେଶବ କୁନାଲ ସିହ୍ନା ମୁଫସିଲ ପୋଲିସ ଷ୍ଟେସନରେ ଅଭିଯୋଗ ଦାଖଲ କରିଛନ୍ତି । ଏଫଆଇଆରରେ ଉଭୟ ବ୍ୟକ୍ତିଙ୍କ ନାମ, ଠିକଣା ଏବଂ ମୋବାଇଲ୍ ନମ୍ବର ତାଲିକାଭୁକ୍ତ କରାଯାଇଛି । ଅଭିଯୁକ୍ତମାନେ ହେଉଛନ୍ତି ମୁମ୍ବାଇର ବାସିନ୍ଦା । ସେମାନଙ୍କ ନାମ ଆଦର୍ଶ କୁମାର ଏବଂ ଗୁଞ୍ଜେଶ କୁମାର ବୋଲି ଜଣାପଡ଼ିଛି ।
ପଢନ୍ତୁ ଏହି ଖବର: ଖାଲି LPG ସିଲିଣ୍ଡରରେ ପାଣି ଭର୍ତ୍ତି କରି କରୁଥିଲେ ବିକ୍ରି, ବାନ୍ଧିଲା ପୋଲିସ୍
ଏହି ଘଟଣା ସମ୍ପର୍କରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମୁଫସିଲ ପୋଲିସ ଷ୍ଟେସନ୍ ମୁଖ୍ୟ ଅଜିତ ପ୍ରସାଦ ସିଂହ କହିଛନ୍ତି, " ପୋଲିସ ମଦ ଜବତ କରିଛି ଏବଂ ଘଟଣାର ତଦନ୍ତ ଆରମ୍ଭ ହୋଇଛି । ବିହାରରେ ମଦ ସମ୍ପୂର୍ଣ୍ଣ ନିଷିଦ୍ଧ ହେବା ସତ୍ତ୍ୱେ, ଏହି ଉପାୟରେ କୋରିଅର୍ ସେବା ବ୍ୟବହାର କରି ମଦ ମଗାଇବାର ପ୍ରୟାସ ଆଇନର ଉଲ୍ଲଂଘନ । ଏହି ନେଟୱର୍କରେ ଆଉ କିଏ ସାମିଲ ଅଛନ୍ତି ତାହା ପୋଲିସ ଏବେ ତଦନ୍ତ କରୁଛି । ସମ୍ପୃକ୍ତ ଲୋକଙ୍କୁ ଗିରଫ କରିବା ପାଇଁ ଚଢାଉ ଚାଲିଛି ।"

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories