Fuel Saving / ପ୍ରଧାନମନ୍ତ୍ରୀଙ୍କ ଅପିଲ୍ ପରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି; ଘରୁ କାମ, ଭିଡିଓ କଲ୍ରେ ବୈଠକ
·1 hour ago·2 min read

Key Points
- ବିହାରର ସମ୍ରାଟ ସରକାର ନେଇଛନ୍ତି ବଡ଼ ନିଷ୍ପତ୍ତି
- ମନ୍ତ୍ରୀ ଓ ଅଧିକାରୀଙ୍କ ସହ ଜନତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅପିଲ୍
- ମେଟ୍ରୋ, ବସ୍, ଅଟୋ ଓ ଅନ୍ୟ ସର୍ବସାଧାରଣ ପରିବହନ ବ୍ୟବହାରକୁ ଗୁରୁତ୍ଵ
ପାଟଣା: ପେଟ୍ରୋଲ୍-ଡିଜେଲ୍ ବଞ୍ଚାଇବାକୁ ପ୍ରଧାନମନ୍ତ୍ରୀ ଅପିଲ୍ କଲେ । ଆଉ ଅପିଲ୍ ପରେ ପରେ ଏବେ ବିହାରର ସମ୍ରାଟ ସରକାର ନେଇଛନ୍ତି ବଡ଼ ନିଷ୍ପତ୍ତି । ମନ୍ତ୍ରୀ ଓ ଅଧିକାରୀଙ୍କ ସହ ଜନତାଙ୍କୁ ମୁଖ୍ୟମନ୍ତ୍ରୀ ଅପିଲ୍ କରି ମେଟ୍ରୋ, ବସ୍, ଅଟୋ ଓ ଅନ୍ୟ ସର୍ବସାଧାରଣ ପରିବହନ ବ୍ୟବହାରକୁ ଗୁରୁତ୍ଵ ଦେଇଛନ୍ତି ।
ଏଥିସହ ପଢ଼ନ୍ତୁ: ଜ୍ୟୋତିଷ ହୋଇଥିଲେ ବିଜୟଙ୍କ OSD; ୨୪ ଘଣ୍ଟା ନ ପୂରୁଣୁ ଚାଲିଗଲା ପଦ
ବୁଧବାର ଏନେଇ ବିହାର ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ନିଜ ଏକ୍ସ ହ୍ୟାଣ୍ଡେଲ୍ରେ ଟ୍ଵିଟ୍ କରିଛନ୍ତି । ସେ ଲେଖିଛନ୍ତି, "ପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡିଜେଲ୍, ପେଟ୍ରୋଲ ବଞ୍ଚାଇବା ପାଇଁ ଗାଡ଼ି ବ୍ୟବହାର କମାଇବାକୁ ଅପିଲ୍ କରିଛନ୍ତି । ଏହାକୁ ନେଇ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନେଇଛୁ ।"
ମୁଖ୍ୟମନ୍ତ୍ରୀଙ୍କ ବଡ଼ ଆହ୍ଵାନ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ନିଜ କାରକେଡ୍ ଗାଡ଼ି ସଂଖ୍ୟା ଅଧା କରି ଦେଇଛନ୍ତି । ଏନେଇ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ସୁରକ୍ଷାରେ ମୁତୟନ ରହିଥିବା ସ୍ପେଶାଲ ପ୍ରୋଟେକ୍ସନ୍ ଗ୍ରୁପ୍ (SPG)କୁ ନିର୍ଦ୍ଦେଶନାମା ଜାରି କରିଛନ୍ତି ।
ଏଥିସହ ପଢ଼ନ୍ତୁ: ପେଟ୍ରୋଲ୍-ଡିଜେଲ୍ ସଂକଟ ଭିତରେ ପିଏମ୍ ମୋଦିଙ୍କ ବଡ଼ ନିଷ୍ପତ୍ତି; ଅଧା ହେଲା କାରକେଡ୍ ଗାଡ଼ି ସଂଖ୍ୟା
ପ୍ରଧାନମନ୍ତ୍ରୀ ମୋଦି ତାଙ୍କ କାରକେଡ୍ରୁ ୫୦ ପ୍ରତିଶତ ଗାଡ଼ି ହ୍ରାସ୍ କରିଛନ୍ତି । ଭଦୋଦରା ଓ ଆସାମରେ ହିମନ୍ତ ବିଶ୍ଵ ଶର୍ମାଙ୍କ ଶପଥ ଗ୍ରହଣ ବେଳେ ଗୁଆହାଟିରେ ପ୍ରଧାନମନ୍ତ୍ରୀ ମୋଦିଙ୍କ କାରକେଡ୍ ହ୍ରାସ୍ କରାଯାଇଥିଲା ।
SPGକୁ ପ୍ରଧାନମନ୍ତ୍ରୀ ଦେଇଥିବା ନିର୍ଦ୍ଦେଶ ଅନୁସାରେ କାରକେଡ୍ ଗାଡ଼ି ସଂଖ୍ୟା ହ୍ରାସ୍ କରାଯାଇଛି । କାରକେଡ୍ରେ ଇଲେକ୍ଟ୍ରିକ୍ ଗାଡ଼ି ସଂଖ୍ୟା ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି । ତେବେ ଏଥିପାଇଁ ନୂଆ କ୍ରୟ କରାଯିବ ନାହିଁ ।

आदरणीय प्रधानमंत्री श्री @narendramodi जी ने डीजल, पेट्रोल की बचत के लिए वाहनों के कम से कम उपयोग करने की अपील की है। इसे लेकर कई महत्वपूर्ण निर्णय लिये गये हैं।
— Samrat Choudhary (@samrat4bjp) May 13, 2026
• मुख्यमंत्री कारकेड में वाहनों की संख्या कम अथवा न्यूनतम करने का निर्णय लिया है।
• माननीय मंत्री गण, निगम बोर्ड…
ମୁଖ୍ୟମନ୍ତ୍ରୀଙ୍କ ବଡ଼ ଆହ୍ଵାନ
- ମୁଖ୍ୟମନ୍ତ୍ରୀ କାରକେଡ୍ରେ ଗାଡ଼ି ସଂଖ୍ୟା ହ୍ରାସ୍ କରିବାକୁ ନିଷ୍ପତ୍ତି ନିଆଯାଇଛି ।
- ମନ୍ତ୍ରୀ, ନିଗମ, ବୋର୍ଡର ଅଧ୍ୟକ୍ଷ ଏବଂ ସଦସ୍ୟ, ସମସ୍ତ ପଦାଧିକାରୀ ଏବଂ ଜନପ୍ରତିନିଧି ଅତିରିକ୍ତ ଗାଡ଼ି ବିନା ସର୍ବସାଧାରଣ କାର୍ଯ୍ୟକ୍ରମରେ ସାମିଲ୍ ହେବାକୁ ଅପିଲ୍ କରାଯାଇଛି ।
- ରାଜ୍ୟର ଲୋକଙ୍କୁ ମେଟ୍ରୋ, ବସ୍, ଅଟୋ ଅଥବା ଅନ୍ୟ ସର୍ବସାଧାରଣ ପରିବହନ ମାଧ୍ୟମର ବ୍ୟବହାର ଦେବାକୁ ଗୁରୁତ୍ଵ ଦିଆଯାଇଛି ।
- ରାଜ୍ୟ ସରକାରଙ୍କ ସମସ୍ତ ବିଭାଗର ସମସ୍ତ ପ୍ରକାର କନଫରେନ୍ସ ଅଥବା ସରକାରୀ ବୈଠକକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆୟୋଜନ ପାଇଁ ନିର୍ଦ୍ଦେଶନାମା ଜାରି ହୋଇଛି ।
- ସରକାରୀ କାର୍ଯ୍ୟାଳୟରେ ଥିବା କ୍ୟାଣ୍ଟିନରେ ଖାଇବା ତୈଳର କମ୍ ବ୍ୟବହାର କରିବାକୁ କୁହାଯାଇଛି ।
- ସରକାରୀ ଓ ଘରୋଇ କାର୍ଯ୍ୟାଳୟରେ ୱାକ୍ ଫର୍ମ ହୋମ୍କୁ ପ୍ରୋତ୍ସାହନ ଦେବାକୁ ପରାମର୍ଶ ଦିଆଯାଇଛି ।
- ସପ୍ତାହରେ ଗୋଟିଏ ଦିନ ସମସ୍ତେ "No Vehicle Day" ଅର୍ଥାତ୍ ଗାଡ଼ି ବିନା ଚଳିବାକୁ ଆହ୍ଵାନ ଦିଆଯାଇଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ନିଜ କାରକେଡ୍ ଗାଡ଼ି ସଂଖ୍ୟା ଅଧା କରି ଦେଇଛନ୍ତି । ଏନେଇ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ସୁରକ୍ଷାରେ ମୁତୟନ ରହିଥିବା ସ୍ପେଶାଲ ପ୍ରୋଟେକ୍ସନ୍ ଗ୍ରୁପ୍ (SPG)କୁ ନିର୍ଦ୍ଦେଶନାମା ଜାରି କରିଛନ୍ତି ।
ଏଥିସହ ପଢ଼ନ୍ତୁ: ପେଟ୍ରୋଲ୍-ଡିଜେଲ୍ ସଂକଟ ଭିତରେ ପିଏମ୍ ମୋଦିଙ୍କ ବଡ଼ ନିଷ୍ପତ୍ତି; ଅଧା ହେଲା କାରକେଡ୍ ଗାଡ଼ି ସଂଖ୍ୟା
ପ୍ରଧାନମନ୍ତ୍ରୀ ମୋଦି ତାଙ୍କ କାରକେଡ୍ରୁ ୫୦ ପ୍ରତିଶତ ଗାଡ଼ି ହ୍ରାସ୍ କରିଛନ୍ତି । ଭଦୋଦରା ଓ ଆସାମରେ ହିମନ୍ତ ବିଶ୍ଵ ଶର୍ମାଙ୍କ ଶପଥ ଗ୍ରହଣ ବେଳେ ଗୁଆହାଟିରେ ପ୍ରଧାନମନ୍ତ୍ରୀ ମୋଦିଙ୍କ କାରକେଡ୍ ହ୍ରାସ୍ କରାଯାଇଥିଲା ।
SPGକୁ ପ୍ରଧାନମନ୍ତ୍ରୀ ଦେଇଥିବା ନିର୍ଦ୍ଦେଶ ଅନୁସାରେ କାରକେଡ୍ ଗାଡ଼ି ସଂଖ୍ୟା ହ୍ରାସ୍ କରାଯାଇଛି । କାରକେଡ୍ରେ ଇଲେକ୍ଟ୍ରିକ୍ ଗାଡ଼ି ସଂଖ୍ୟା ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି । ତେବେ ଏଥିପାଇଁ ନୂଆ କ୍ରୟ କରାଯିବ ନାହିଁ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories