Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଜ୍ୟୋତିଷ ହୋଇଥିଲେ ବିଜୟଙ୍କ OSD; ୨୪ ଘଣ୍ଟା ନ ପୂରୁଣୁ ଚାଲିଗଲା ପଦ

National

Vijay OSD Controversy / ଜ୍ୟୋତିଷ ହୋଇଥିଲେ ବିଜୟଙ୍କ OSD; ୨୪ ଘଣ୍ଟା ନ ପୂରୁଣୁ ଚାଲିଗଲା ପଦ

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ଜ୍ୟୋତିଷ ହୋଇଥିଲେ ବିଜୟଙ୍କ OSD; ୨୪ ଘଣ୍ଟା ନ ପୂରୁଣୁ ଚାଲିଗଲା ପଦ
Tamil Nadu politics turns dramatic

Key Points

କାଲି ମିଳିଥିବା ମୁଖ୍ୟମନ୍ତ୍ରୀଙ୍କ OSD ଭାବେ ନିଯୁକ୍ତି । ଆଜି ବାତିଲ୍ ହୋଇଗଲା ନିଯୁକ୍ତି ନିର୍ଦ୍ଦେଶନାମା । ତାମିଲନାଡ଼ୁର ନୂଆ ମୁଖ୍ୟମନ୍ତ୍ରୀ ବିଜୟ ଥାଲାପତି ହେବା ପରେ ଥିଋ ରିକ୍କି ରାଧାନ ପଣ୍ଡିତଙ୍କୁ ମୁଖ୍ୟମନ୍ତ୍ରୀଙ୍କ OSD ପଦରେ ନିଯୁକ୍ତି ଦେଇଥିଲେ ।
ଚେନ୍ନାଇ: ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଥଲାପତି ବିଜୟଙ୍କ ଜ୍ୟୋତିଷ ଥିଋ ରିକ୍କି ରାଧାନଙ୍କ ନିଯୁକ୍ତି ବାତିଲ୍ କରି ଦିଆଯାଇଛି । ଥିଋ ରିକ୍କି ରାଧାନ ପଣ୍ଡିତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ପେଶାଲ୍ ଡ୍ୟୁଟି (OSD) ଅଫିସ୍ ପଦରେ ନିଯୁକ୍ତି ନେଇ ନିର୍ଦ୍ଦେଶନାମା ପ୍ରକାଶ ପାଇଥିଲା ।

ରାଧାନ ପଣ୍ଡିତ ହିଁ ତାମିଲନାଡ଼ୁ ନିର୍ବାଚନ ପୂର୍ବରୁ ବିଜୟଙ୍କ ବିଜୟ ଓ ସରକାର ଗଠନ ନେଇ ଭବିଷ୍ୟବାଣୀ କରିଥିଲେ । ଆଉ ଫଳାଫଳରେ ରାଧାନ ପଣ୍ଡିତଙ୍କ ଭବିଷ୍ୟବାଣୀ ସତ ହୋଇଥିଲା । ବିଜୟଙ୍କ ଦଳ TVK ୧୦୮ ଆସନରେ ଜିତିବା ସହ ସରକାର ଗଢ଼ିଛି ।
 
ଏଥିସହ ପଢ଼ନ୍ତୁ: ବିଜୟ CM ହେବେ ବୋଲି କରିଥିଲେ ଭବିଷ୍ୟବାଣୀ, ଏବେ ମିଳିଲା ବଡ଼ ପଦ 

ତାମିଲନାଡ଼ୁରେ ଥିଋ ରିକ୍କି ରାଧାନ ପଣ୍ଡିତ ହେଉଛନ୍ତି ଜଣେ ବଡ଼ ଧର୍ମ ଗୁରୁ । ପୂର୍ବ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କୁ ମଧ୍ୟ ଧାର୍ମିକ ଉପଦେଶ ରାଧାନ ପଣ୍ଡିତ ଦେଉଥିଲେ । ତାମିଲନାଡ଼ୁ ରାଜନୀତିରେ ରାଧାନ ପଣ୍ଡିତଙ୍କ ବେଶ ସମ୍ମାନ ମଧ୍ୟ ରହିଛି ।

ଜୟଲଳିତାଙ୍କ ଠାରୁ ନେଇ ବିଜୟଙ୍କ ପର୍ଯ୍ୟନ୍ତ

ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଠାରୁ ନେଇ ଏବେର ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ବିଜୟଙ୍କ ପର୍ଯ୍ୟନ୍ତ ସମସ୍ତେ ରାଧାନ ପଣ୍ଡିତଙ୍କ ପରାମର୍ଶ ନେଉଛନ୍ତି । ଆଉ ରାଧାନ ପଣ୍ଡିତ ନିର୍ବାଚନ ପୂର୍ବରୁ କରିଥିବା ଭବିଷ୍ୟବାଣୀ ସତ ହୋଇଛି । ଟିଭିକେ ନିର୍ବାଚନ ଜିତିବା ପରେ ରାଧାନ ପଣ୍ଡିତ, ବିଜୟଙ୍କ ଘରେ ପହଞ୍ଚି ଶୁଭେଚ୍ଛା ଜଣାଇଥିଲେ ।

ଜ୍ୟୋତିଷ ବିଦ୍ୟାରେ ୪୦ ବର୍ଷ

ତାମିଲନାଡ଼ୁ ରାଜନୀତିରେ ଦଖଲ ରଖୁଥିବା ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତା ଓ ତାଙ୍କ ଘନିଷ୍ଠ ମଧ୍ୟ ରାଧାନ ପଣ୍ଡିତଙ୍କ ଠାରୁ ପରାମର୍ଶ ନେଇ ବଡ଼ ନିଷ୍ପତ୍ତି ନେଉଥିଲେ । ବିଗତ ୪୦ ବର୍ଷ ଧରି ରାଧାନ ପଣ୍ଡିତ ଜ୍ୟୋତିଷ ବିଦ୍ଯା କ୍ଷେତ୍ରରେ ଅଛନ୍ତି । ସେ ସୋସିଆଲ୍ ମିଡିଆରେ ମଧ୍ୟ ଲୋକଙ୍କୁ ଜ୍ୟୋତିଷ ଶାସ୍ତ୍ର ସମ୍ପର୍କିତ ପରାମର୍ଶ ଦିଅନ୍ତି ।

ଏଥିସହ ପଢ଼ନ୍ତୁ: ୧୦୮ ଆସନ ଜିତି ସରକାର ଗଢ଼ିଥିଲା ବିଜୟଙ୍କ TVK; ବହୁମତ ପରୀକ୍ଷାରେ ମିଳିଲା ୧୪୪ ଭୋଟ୍ 

ରିପୋର୍ଟ ଅନୁଯାୟୀ, ବିଜୟଙ୍କ ରାଜନୈତିକ ସଫଳତା ପଛରେ ରାଧାନ ପଣ୍ଡିତଙ୍କ ଗଣନା ଏବଂ ମାର୍ଗଦର୍ଶନର ବଡ଼ ହାତ ରହିଥିବା କୁହାଯାଉଛି । ଏପରିକି ବିଜୟ ନିଜର ଶପଥ ଗ୍ରହଣ ସମୟ ପାଇଁ ପ୍ରଥମେ ମେ' ୧୦ ତାରିଖ ଅପରାହ୍ନ ୩ଟା ୪୫ ମିନିଟ୍ ସମୟ ସ୍ଥିର କରିଥିଲେ । କିନ୍ତୁ ରାଧାନ ପଣ୍ଡିତଙ୍କ ପରାମର୍ଶ କ୍ରମେ 'ଶୁଭ ମୁହୂର୍ତ୍ତ'କୁ ଧ୍ୟାନରେ ରଖି ଏହାକୁ ସକାଳ ୧୦ଟାକୁ ଘୁଞ୍ଚାଇ ଦିଆଯାଇଥିଲା ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Vijay’s Astrologer Removed From OSD Post Within 24 Hours | Argus News | Argus News