Bihar Assembly Election / ବିହାରରେ ବିଜେପିର ହାଇଭୋଲଟେଜ୍ ପ୍ରଚାର, ନେତା ଓ କର୍ମୀଙ୍କ ମନରେ ଜୋଶ୍ ଭରିଲେ PM ମୋଦି
·8 months ago·2 min read

Key Points
ବିହାର ବାଜି ପାଇଁ ମହାସଂଗ୍ରାମ
ଦଳୀୟ ନେତା, କର୍ମୀଙ୍କ ମନରେ ପିଏମ ମୋଦି ଭରିଲେ ଜୋଶ୍
ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜେପିର ହାଇଭୋଲଟେଜ ପ୍ରଚାର

ବିହାର ପ୍ରଚାର ମଇଦାନରେ ଲଢେଇ ଜୋରଦାର । ନାଳନ୍ଦା, ମୁଜାଫରପୁର, ଛପ୍ରା, ଲକିସରାଇରେ ମହାମେଣ୍ଟ ବିରୋଧରେ ଗର୍ଜନ କରିଛନ୍ତି NDA ଷ୍ଟାର ପ୍ରଚାରକ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା NDA ପ୍ରାର୍ଥୀଙ୍କ ପାଇଁ କରିଛନ୍ତି ପ୍ରଚାର । ସେପଟେ ପ୍ରଚାର କରି ବିହାରବାସୀଙ୍କୁ ସମର୍ଥନ ଲୋଡ଼ିଛନ୍ତି ମହାମେଣ୍ଟ ଓ ଜନସୁରାଜ ପାର୍ଟି ନେତା ଓ ସମର୍ଥକ । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ହାତରେ ସମୟ ସରି ଆସୁଥିବାବେଳେ ଜୋର ଧରିଛି ଆରୋପ-ପ୍ରତ୍ୟାରୋପ । ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ରାହୁଲ ଗାନ୍ଧିଙ୍କ ଆପତ୍ତିଜନକ, ବ୍ୟକ୍ତିଗତ ଓ ଅପମାନଜନକ ମନ୍ତବ୍ୟ ପାଇଁ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି ବିଜେପି ।
ଉଠୁଛି ପଡୁଛି ବିହାର ପ୍ରଚାର ମଇଦାନ । ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ଆଉ ମାତ୍ର ଗୋଟିଏ ସପ୍ତାହ । ବିହାର ପ୍ରଚାର ମଇଦାନରେ ବିଜେପିର ହେଭିଓ୍ବେଟ୍ । ନାଳନ୍ଦା, ମୁଜାଫରପୁର, ଛପ୍ରା, ଲକିସରାଇରେ ଗର୍ଜନ କରିଛନ୍ତି NDA ଷ୍ଟାର ପ୍ରଚାରକ । ମହାମେଣ୍ଟକୁ ପିଏମ ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, କରିଛନ୍ତି ଜୋରଦାର ଆଟାକ୍ । ବିହାର ଭୂଇଁରେ କତା, କ୍ରୁରତା, କଟୁତା, କୁଶାସନ ଓ ଦୁର୍ନୀତିର ଶାସନ ଚାଲିଥିଲା । ପୂର୍ବରୁ ଜଙ୍ଗଲରାଜର ଆତଙ୍କ ଖେଳାଇଥିବା ଯୁବରାଜଙ୍କୁ ରାଜ୍ୟବାସୀ କେବେ କ୍ଷମା ଦେବେନି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ନାଳନ୍ଦା ବିଶ୍ବବିଦ୍ୟାଳୟ ଓ ଛଟ୍ ପୂଜାକୁ ଆକ୍ଷେପ କରି ମହାମେଣ୍ଟ ନେତା ବିହାରବାସୀଙ୍କୁ ଆଘାତ ଦେଇଛନ୍ତି । ଏଥିସହ ଆରଜେଡି- କଂଗ୍ରେସ ମେଣ୍ଟକୁ ପାଣି- ତେଲର ମିଶ୍ରଣ ବୋଲି କଟାକ୍ଷ କରିଛନ୍ତି ମୋଦି ।
ନାଳନ୍ଦାରେ ନିର୍ବାଚନୀ ସଭାରୁ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ବିହାରକୁ ଅନୁପ୍ରବେଶକାରୀ ମୁକ୍ତ କରିବାକୁ ନିଷ୍ପତ୍ତି ନିଆଯାଇଛି । ମାତ୍ର ତିନି ମାସ ପୂର୍ବରୁ 'ଘୁସପେଠିଆ ବଚାଓ ଯାତ୍ରା' କରି ରୋହିଙ୍ଗ୍ୟା ଓ ବାଂଲାଦେଶୀଙ୍କୁ ପ୍ରୋତ୍ସାହନ ଦେଉଥିବା କଂଗ୍ରେସ-ଆରଜେଡିକୁ ବିହାରବାସୀ ଚିହ୍ନି ସାରିଛନ୍ତି । ଅନୁପ୍ରବେଶକାରୀ ଯେଉଁଠୁ ଆସିଥିବେ ଡବଲ ଇଞ୍ଜିନ ସରକାର ତାଙ୍କୁ ପୁଣି ସେଠାକୁ ଫେରାଇ ଦେବେ ବୋଲି କହିଛନ୍ତି ଶାହ । ନୀତୀଶ କୁମାରଙ୍କ ଶାସନ ସମୟରେ ବିହାରର ହୃତ ଗୌରବ ଫେରୁଥିବା କହିଛନ୍ତି ଶାହ ।
ଜଙ୍ଗଲ ରାଜର ଅନ୍ଧାରୀ ଶାସନରେ ଅତିଷ୍ଟ ବିହାରବାସୀ ୨୦୦୫ ପରଠୁ ଦେଖୁଛନ୍ତି ଅଚ୍ଛେଦିନ । ପ୍ରଧାନମନ୍ତ୍ରୀ ମୋଦି ଓ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ କଠିନ ପରିଶ୍ରମ ଫଳରେ ଆମେ ଆଜି ପରିବର୍ତ୍ତିତ ବିହାର ଦେଖୁଛୁ ବୋଲି ନାଳନ୍ଦା ଜନସଭାରେ କହିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ।
ସେପଟେ ନିର୍ବାଚନ ସଭାରେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ରାହୁଲ ଗାନ୍ଧିଙ୍କ ଆପତ୍ତିଜନକ, ବ୍ୟକ୍ତିଗତ ଓ ଅପମାନଜନକ ମନ୍ତବ୍ୟକୁ ନେଇ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି ବିଜେପି । ଏନେଇ ରାହୁଲ ଗାନ୍ଧି ତୁରନ୍ତ ସର୍ବସାଧାରଣରେ କ୍ଷମା ମାଗିବାକୁ ଦାବି ହୋଇଛି । ଏଥିସହ କାରଣ ଦର୍ଶାଅ ନୋଟିସ ଜାରି କରି ନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ତାଙ୍କୁ ପ୍ରଚାରରେ ସାମିଲ ନ କରିବାକୁ ନିର୍ବାଚନ କମିଶନକୁ ଅନୁରୋଧ କରିଛି ବିଜେପି ।

ଅଧିକ ପଢ଼ନ୍ତୁ: ପୋଲିସ ଗୁଳିରେ ଶିଶୁଙ୍କୁ ବନ୍ଧକ ରଖିଥିବା ରୋହିତ ଆର୍ଯ୍ୟାଙ୍କ ମୃତ୍ୟୁ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories