Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Bihar Election / ବିହାର ନିର୍ବାଚନ: ଆସନ ଭାଗବଣ୍ଟା ନେଇ ଛିଣ୍ଡୁନି ଇଣ୍ଡି ମେଣ୍ଟର ଅଙ୍କ

Ritu Das
Browse all articles by Ritu Das
·9 months ago·2 min read
ବିହାର ନିର୍ବାଚନ: ଆସନ ଭାଗବଣ୍ଟା ନେଇ ଛିଣ୍ଡୁନି ଇଣ୍ଡି ମେଣ୍ଟର ଅଙ୍କ

Key Points

ସରଗରମ ବିହାର ନିର୍ବାଚନ ରଣାଙ୍ଗନ। ଆସନ ବୁଝାମଣାକୁ ନେଇ ଇଣ୍ଡିମେଣ୍ଟରେ ତୁତୁ ମେଁମେଁ । ନଭେମ୍ବର ୬ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ଅବଧି ଶେଷ ହେବାକୁ ଆଉ ମାତ୍ର କିଛି ଘଣ୍ଟା ବାକି ଥିବାବେଳେ ଛିଣ୍ଡୁନି ଭାଗବଣ୍ଟା ।

ସରଗରମ ବିହାର ନିର୍ବାଚନ ରଣାଙ୍ଗନ। ଆସନ ବୁଝାମଣାକୁ ନେଇ ଇଣ୍ଡିମେଣ୍ଟରେ ତୁତୁ ମେଁମେଁ । ନଭେମ୍ବର ୬ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ଅବଧି ଶେଷ ହେବାକୁ ଆଉ ମାତ୍ର କିଛି ଘଣ୍ଟା ବାକି ଥିବାବେଳେ ଛିଣ୍ଡୁନି ଭାଗବଣ୍ଟା । ବାରମ୍ବାର ବୈଠକ ପରେ ବି ଚୁଡ଼ାନ୍ତ ନିଷ୍ପତ୍ତି ନେବାରେ ଫେଲ୍ ମାରିଛି କଂଗ୍ରେସ, ଆରଜେଡି ନେତୃତ୍ବ । ରାଜ୍ୟରେ ଲୋକପ୍ରିୟତା ନଥିବାରୁ କଂଗ୍ରେସକୁ ୫୦ରୁ ଅଧିକ ସିଟ୍ ଦେବାକୁ ଅମଙ୍ଗ ଜିଦରେ ଅଟଳ ଆରଜେଡି । ପ୍ରଦର୍ଶନ ଭିତ୍ତିରେ ଅଧିକ ଟିକେଟ ଦାବି କରି କଂଗ୍ରେସର ଚିନ୍ତା ବଢ଼ାଇଛନ୍ତି ତେଜସ୍ବୀ। ଏପଟେ ପ୍ରାର୍ଥୀ ଘୋଷଣା ସହ ନାମାଙ୍କନ ଓ ପ୍ରଚାରରେ ଏନଡିଏ ଦମ୍ ଦେଖାଇଛି । ବିଜେପି ସମସ୍ତ ୧୦୧ ଓ ଜେଡିୟୁ ୫୭ଟି ସିଟ୍ ପାଇଁ ପ୍ରାର୍ଥୀ ଘୋଷଣା କରିଥିବାବେଳେ ପ୍ରଚାର ମଇଦାନରେ ତାତି ଭରିଛନ୍ତି ଛତିଶଗଡ ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ।


ମନମୋହନଙ୍କ ନୂଆ ଟିମ୍‌ରେ କିଏ ? ୧୦ ଉପ ସଭାପତି, ୪ ସାଧାରଣ ସମ୍ପାଦକଙ୍କ ନାଁ ଘୋଷଣା


ଜଙ୍ଗଲ ରାଜ୍ ନୁହେଁ ବରଂ ବିକାଶିତ ଭାରତ ଲକ୍ଷ୍ୟ ପୂରଣ ପାଇଁ ବିହାରବାସୀ ମୁଖ୍ୟ ଅଂଶୀଦାର ହେବାକୁ ନିଷ୍ପତ୍ତି ନେଇସାରିଛନ୍ତି ବୋଲି ଦାନାପୁର ପ୍ରଚାର ରାଲିରେ କହିଛନ୍ତି ସିଏମ ଯୋଗୀ ଆଦିତ୍ୟନାଥ । ଏନଡିଏ ପ୍ରାର୍ଥୀଙ୍କ ନାମାଙ୍କନ ରାଲିରେ ସାମିଲ ହୋଇ SIR, ଫେକ୍ ଭୋଟର ପ୍ରସଙ୍ଗ ଉଠାଇ ଇଣ୍ଡିମେଣ୍ଟକୁ ଆଇନା ଦେଖାଇଛନ୍ତି ଛତିଶଗଡ଼ ସିଏମ ବିଷ୍ଣୁଦେବ ସାଏ । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଜାରି କରିଛି ବିଜେପି । ତାଲିତାରେ ପିଏମ ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନାଁ ରହିଛି । ଭୋଟରଙ୍କ ମନ ଜିଣିବାକୁ ବିଜେପି, ଆରଜେଡି ସମେତ ସବୁ ରାଜନୈତିକ ଦଳ ପ୍ରଚାର ଅଭିଯାନକୁ କରିଛନ୍ତି ଜୋରଦାର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏହାସହ ପଢ଼ନ୍ତୁ: ରାଜ୍ୟରେ ବଡ଼ ହଲଚଲ୍ ! ଏକାଥରକେ ସବୁ ମନ୍ତ୍ରୀ ଦେଲେ ଇସ୍ତଫା, ଜାଣନ୍ତୁ କାରଣ...


ଇଣ୍ଡିମେଣ୍ଟରେ ସମନ୍ୱୟର ଅଭାବ ଏନ୍‌ଡିଏକୁ ଦେଇଛି ପ୍ରାରମ୍ଭିକ ଲାଭ। ବେଗୁସରାଇର ବାଛୱାରା ନିର୍ବାଚନମଣ୍ଡଳୀର ତେଘରା ଉପଖଣ୍ଡ କାର୍ଯ୍ୟାଳୟରେ ଏକସମୟରେ ନାମାଙ୍କନ ଦାଖଲକୁ ନେଇ ହୋଇଛି ଲଙ୍ଗାକାଣ୍ଡ । ପ୍ରାର୍ଥୀ ସମର୍ଥକଙ୍କ ସ୍ଲୋଗାନକୁ ନେଇ ବିବାଦ ଉଗ୍ର ରୂପ ନେବାରୁ ଲାଠିଚାର୍ଜ କରି ପୋଲିସ ସ୍ଥିତି ଆୟତ କରିଛି । ୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭା ନିର୍ବାଚନରେ ପ୍ରଥମ ପର୍ଯ୍ୟାୟ ମତଦାନକୁ ମାତ୍ର ୨୧ ଦିନ ବାକି ରହିଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ବାକି ରହିଛି ୨୬ ଦିନ । ପ୍ରଥମ ପର୍ଯ୍ୟାୟରେ ନଭେମ୍ବର ୬ରେ ୧୨୧ଟି ଓ ଦ୍ୱିତୀୟ ପର୍ଯ୍ୟାୟରେ ୧୧ ତାରିଖରେ ୧୨୨ଟି ଆସନରେ ହେବ ଭୋଟିଂ । ନେତା ବାଛିବାକୁ ଜନତା ଜନାର୍ଦ୍ଦନ ନେବେ ନିଷ୍ପତ୍ତି ।

Sponsored
Bihar Election: Seat-Sharing Dispute Creates Rift Within INDIA Bloc | Argus News