Bihar Assembly Election / ଆସନ୍ତାକାଲି ବିହାରରେ ଶେଷ ପର୍ଯ୍ୟାୟ ଭୋଟ୍, ୧୩୦୨ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଜନତା
·8 months ago·2 min read

Key Points
ଆସନ୍ତାକାଲି ବିହାରରେ ଶେଷ ପର୍ଯ୍ୟାୟ ଭୋଟ୍
୨୦ ଜିଲ୍ଲାର ୧୨୨ଟି ଆସନ ପାଇଁ ହେବ ମତଦାନ
୧୩୦୨ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଜନତା
୨୦ ଜିଲ୍ଲାର ୧୨୨ଟି ଆସନ ପାଇଁ ହେବ ମତଦାନ
୧୩୦୨ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଜନତା
ଆସନ୍ତାକାଲି ବିହାରରେ ଶେଷ ପର୍ଯ୍ୟାୟ ଭୋଟ୍ । ୨୦ଟି ଜିଲ୍ଲାର ୧୨୨ଟି ଆସନ ପାଇଁ ହେବ ମତଦାନ । ୧୩୦୨ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଜନତା । ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡ଼ି ହୋଇଛି । ରବିବାର ସଂଧ୍ୟା ୬ଟାରୁ ବିହାରର ମୋତିହାରୀରେ ଭାରତ-ନେପାଳ ସୀମାକୁ ୭୨ ଘଣ୍ଟା ପାଇଁ ବନ୍ଦ କରିଦିଆଯାଇଛି । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୧୨୧ଟି ଆସନରେ ରେକର୍ଡ ମତଦାନ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ୬୫ ପ୍ରତିଶତରୁ ଅଧିକ ମତଦାନ ହୋଇଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟରେ ମଧ୍ୟ ରେକର୍ଡ ଭୋଟିଂ ହେବା ସମ୍ଭାବନା ରହିଛି ।
ସେପଟେ ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଶେଷ ହୋଇଛି । ଆସନ୍ତା ୧୧ ତାରିଖରେ ଦ୍ବିତୀୟ ତଥା ଶେଷ ପର୍ଯ୍ୟାୟ ମତଦାନ ପାଇଁ ପ୍ରଚାର ଶେଷ ହୋଇଛି । ନିର୍ବାଚନ ପ୍ରଚାରର ଶେଷ ଦିନରେ ସବୁ ଦଳ ପକ୍ଷରୁ କ୍ୟାମ୍ପେନ ପାଇଁ ମାଷ୍ଟର ପ୍ଲାନ କରାଯାଇଥିଲା । NDA ପକ୍ଷରୁ ପ୍ରଚାର ମୈଦାନକୁ ଓହ୍ଲାଇଥିଲେ ଅନେକ ହେଭିୱେଟ । ଗୃହ ମନ୍ତ୍ରୀ ଅମିତ ଶାହ ଶାସାରାମ, ଅରବଲରେ ଦୁଇଟି ଜନସଭାକୁ ସମ୍ବୋଧିତ କରିଛନ୍ତି । ସେହିପରି ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ ପ୍ରଚାର କରିଥିଲେ । ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବି ଧୂଆଁଧାର ପ୍ରଚାର କରିଛନ୍ତି ।
ଦ୍ବିତୀୟ ପର୍ଯ୍ୟାୟରେ ମୋଟ ୧,୩୦୨ ଜଣ ପ୍ରାର୍ଥୀ ଭାଗ୍ୟ ପରୀକ୍ଷା କରୁଛନ୍ତି । ଏଥିରେ ୧,୧୬୫ ପୁରୁଷ, ୧୩୬ ମହିଳା ଏବଂ ଜଣେ ତୃତୀୟ-ଲିଙ୍ଗୀ ପ୍ରାର୍ଥୀ ରହିଛନ୍ତି । ପ୍ରାୟ ୩ କୋଟି ୭୦ ଲକ୍ଷ ଭୋଟର ଏହି ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ । ଏହି ପର୍ଯ୍ୟାୟରେ, ପ୍ରତ୍ୟେକ ବୁଥରେ ହାରାହାରି ୮୧୫ ଜଣ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ପର୍ଯ୍ୟାୟରେ ସମସ୍ତ ୧୨୨ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଦୁଇ ଲକ୍ଷରୁ ଅଧିକ ଭୋଟର ଅଛନ୍ତି। ଭୋଟଦାତାଙ୍କ ମତଦାନ ଦୃଷ୍ଟିରୁ, ସବୁଠାରୁ ଛୋଟ ବିଧାନସଭା ନିର୍ବାଚନ ମଣ୍ଡଳୀ ହେଉଛି ମଖଦୁମପୁର । ଏହାର ଭୋଟଦାତାଙ୍କ ସଂଖ୍ୟା ୨୪୭,୫୭୪। ସେହିପରି ସବୁଠାରୁ ବଡ ହେଉଛି ହିସୁଆ। ଯାହାର ଭୋଟର ସଂଖ୍ୟା ସର୍ବାଧିକ ୩୬୭,୬୬୭ ।
ସେପଟେ ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଶେଷ ହୋଇଛି । ଆସନ୍ତା ୧୧ ତାରିଖରେ ଦ୍ବିତୀୟ ତଥା ଶେଷ ପର୍ଯ୍ୟାୟ ମତଦାନ ପାଇଁ ପ୍ରଚାର ଶେଷ ହୋଇଛି । ନିର୍ବାଚନ ପ୍ରଚାରର ଶେଷ ଦିନରେ ସବୁ ଦଳ ପକ୍ଷରୁ କ୍ୟାମ୍ପେନ ପାଇଁ ମାଷ୍ଟର ପ୍ଲାନ କରାଯାଇଥିଲା । NDA ପକ୍ଷରୁ ପ୍ରଚାର ମୈଦାନକୁ ଓହ୍ଲାଇଥିଲେ ଅନେକ ହେଭିୱେଟ । ଗୃହ ମନ୍ତ୍ରୀ ଅମିତ ଶାହ ଶାସାରାମ, ଅରବଲରେ ଦୁଇଟି ଜନସଭାକୁ ସମ୍ବୋଧିତ କରିଛନ୍ତି । ସେହିପରି ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ ପ୍ରଚାର କରିଥିଲେ । ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବି ଧୂଆଁଧାର ପ୍ରଚାର କରିଛନ୍ତି ।
ଅଧିକ ପଢ଼ନ୍ତୁ: ମଝି ଆକାଶରେ ଉଡ଼ୁଥିଲା ବିମାନ, ହଠାତ୍ ଫେଲ୍ ମାରିଲା ଇଞ୍ଜିନ୍; ତା'ପରେ...
ବିହାରରେ ଦ୍ବିତୀୟ ପର୍ଯ୍ୟାୟରେ ୨୦ ଜିଲ୍ଲାର ୧୨୨ ଆସନରେ ମତଦାନ ହେବ । ଯେଉଁଥିପାଇଁ ମଇଦାନରେ ଅଛନ୍ତି ୧୩୦୨ ଜଣ ପ୍ରାର୍ଥୀ । ପଶ୍ଚିମ ଚମ୍ପାରଣ, ପୂର୍ବ ଚମ୍ପାରଣ, ସୀତାମଢି, ମଧୁବନୀ, ସୁପୌଲ, ଅରରିଆ, କିଶନଗଞ୍ଜ, ପୂର୍ଣ୍ଣିଆ, କଟିହାର, ଭାଗଲପୁର, ବାଙ୍କା, ନବାଦା, ଗୟା, ଔରଙ୍ଗାବାଦ, ଜହାନାବାଦ, ଅରବଲରେ ମତଦାନ ହେବ ।ଦ୍ବିତୀୟ ପର୍ଯ୍ୟାୟରେ ମୋଟ ୧,୩୦୨ ଜଣ ପ୍ରାର୍ଥୀ ଭାଗ୍ୟ ପରୀକ୍ଷା କରୁଛନ୍ତି । ଏଥିରେ ୧,୧୬୫ ପୁରୁଷ, ୧୩୬ ମହିଳା ଏବଂ ଜଣେ ତୃତୀୟ-ଲିଙ୍ଗୀ ପ୍ରାର୍ଥୀ ରହିଛନ୍ତି । ପ୍ରାୟ ୩ କୋଟି ୭୦ ଲକ୍ଷ ଭୋଟର ଏହି ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ । ଏହି ପର୍ଯ୍ୟାୟରେ, ପ୍ରତ୍ୟେକ ବୁଥରେ ହାରାହାରି ୮୧୫ ଜଣ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ପର୍ଯ୍ୟାୟରେ ସମସ୍ତ ୧୨୨ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଦୁଇ ଲକ୍ଷରୁ ଅଧିକ ଭୋଟର ଅଛନ୍ତି। ଭୋଟଦାତାଙ୍କ ମତଦାନ ଦୃଷ୍ଟିରୁ, ସବୁଠାରୁ ଛୋଟ ବିଧାନସଭା ନିର୍ବାଚନ ମଣ୍ଡଳୀ ହେଉଛି ମଖଦୁମପୁର । ଏହାର ଭୋଟଦାତାଙ୍କ ସଂଖ୍ୟା ୨୪୭,୫୭୪। ସେହିପରି ସବୁଠାରୁ ବଡ ହେଉଛି ହିସୁଆ। ଯାହାର ଭୋଟର ସଂଖ୍ୟା ସର୍ବାଧିକ ୩୬୭,୬୬୭ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories