|
logo
Live

Argus News - ୭୫ ବର୍ଷରେ ବିହାରରେ ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ; CMଙ୍କ ସହ ଶପଥ ନେଲେ ୨ ଉପମୁଖ୍ୟମନ୍ତ୍ରୀ

National

Bihar Gets First BJP CM / ୭୫ ବର୍ଷରେ ବିହାରରେ ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ; CMଙ୍କ ସହ ଶପଥ ନେଲେ ୨ ଉପମୁଖ୍ୟମନ୍ତ୍ରୀ

Sushanta Sahoo
Browse all articles by Sushanta Sahoo
·2 days ago·2 min read
୭୫ ବର୍ଷରେ ବିହାରରେ ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ; CMଙ୍କ ସହ ଶପଥ ନେଲେ ୨ ଉପମୁଖ୍ୟମନ୍ତ୍ରୀ
Samrat Chaudhary Sworn In as Bihar CM

Key Points

  • ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସମ୍ରାଟ ଚୌଧୁରୀ
  • ବିଜୟ ଚୌଧୁରୀ ଓ ବିଜେନ୍ଦ୍ର ଯାଦବ ହେଲେ ଉପମୁଖ୍ୟମନ୍ତ୍ରୀ
  • ଲୋକଭବନରେ ଶପଥ ପାଠ କରାଇଲେ ବିହାର ରାଜ୍ୟପାଳ
  • ୨୪ତମ ମୁଖ୍ୟମନ୍ତ୍ରୀ ଶପଥ ନେଲେ ବିଜେପିର ସମ୍ରାଟ ଚୌଧୁରୀ
ପାଟନା: ବିହାରରେ ଆଜିଠୁ ଆରମ୍ଭ ହୋଇଛି 'ସମ୍ରାଟ ଯୁଗ' । ନୂଆ ମୁଖ୍ୟମନ୍ତ୍ରୀ ଭାବେ ସମ୍ରାଟ ଚୌଧୁରୀ ଲୋକଭବନରେ ପଦ ଏବଂ ଗୋପନୀୟତାର ଶପଥ ନେଇଛନ୍ତି । ସମ୍ରାଟଙ୍କ ସହ ବିଜୟ ଚୌଧୁରୀ ଓ ବିଜେନ୍ଦ୍ର ଯାଦବ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।

ଲୋକଭବନରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଉପସ୍ଥିତ ଥିଲେ । ଶପଥ ଗ୍ରହଣ ପୂର୍ବରୁ ସମ୍ରାଟ ଚୌଧୁରୀ ମନ୍ଦିର ଯାଇ ପୂଜାର୍ଚ୍ଚନ କରିଥିଲେ । ମଙ୍ଗଳବାର ବିଜେପି ନେତୃତ୍ଵାଧିନ ଏନଡିଏ ସମ୍ରାଟ ଚୌଧୁରୀଙ୍କୁ ବିଧାୟକ ଦଳ ନେତା ବାଛିଥିଲା । ଏହାସହ ଆରମ୍ଭ ହୋଇଥିଲା ବିହାରରେ ସମ୍ରାଟ ସରକାରର ଯୁଗ ।

ଏଥିସହ ପଢ଼ନ୍ତୁ: କିପରି ଚୌଧୁରୀ ହୋଇଗଲେ ବିହାରର ନୂଆ ସମ୍ରାଟ? କ'ଣ ରହିଛି ପରଦା ପଛର କାହାଣୀ?

ମୁଖ୍ୟମନ୍ତ୍ରୀ ପଦ ମିଳିବା ପରେ ସମ୍ରାଟ ଚୌଧୁରୀ କହିଥିଲେ, "ବିଧାୟକ ଦଳ ବୈଠକରେ ଖୋଦ୍ ନୀତିଶ କୁମାର ତାଙ୍କ ନାଁ ପ୍ରସ୍ତାବ ରଖି ତାଙ୍କୁ ଆଶୀର୍ବାଦ ଦେଇଛନ୍ତି । ବିହାରର ବିକାଶ ଗାଡ଼ିକୁ ଆଗେଇ ନେବି । ରାଜ୍ୟର ସମସ୍ତ ନେତାଙ୍କ ବିଶ୍ଵାସ ସହ ନୂଆ ଉତ୍ସାହ ନେଇ ବିହାରର ବିକାଶ, ପ୍ରଗତି ଓ ସୁଶାସନକୁ ନୂଆ ଉଚ୍ଚତାକୁ ନେଇ ଯିବୁ ।"


ସମ୍ରାଟ ଚୌଧୁରୀ ବୁଧବାର ପାଟନାର ଲୋକଭବନରେ ବିହାରର ୨୪ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ପ୍ରଥମଥର ପାଇଁ ବିହାରରେ ବିଜେପି ମୁଖ୍ୟମନ୍ତ୍ରୀ ଶପଥ ନେଇଛନ୍ତି । ରାଜ୍ୟପାଳ ସୈୟଦ ଅତା ହସନୈନ କରାଇଛନ୍ତି ଶପଥ ପାଠ ।

ବିହାରର ରାଜନୈତିକ ଇତିହାସରେ ବିଜେପିର କୌଣସି ନେତା ପ୍ରଥମଥର ପାଇଁ ମୁଖ୍ୟମନ୍ତ୍ରୀ ପଦରେ ବସିଛନ୍ତି । ମୁଖ୍ୟମନ୍ତ୍ରୀ ଭାବେ ସମ୍ରାଟଙ୍କ ସହ ବିଜୟ ଚୌଧୁରୀ ଓ ବିଜେନ୍ଦ୍ର ଯାଦବ ଉପମୁଖ୍ୟମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି ।

ଏଥିସହ ପଢ଼ନ୍ତୁ: ସରିଲା ନୀତୀଶ ରାଜ୍‌, ସମ୍ରାଟ ହେବେ ବିହାରର ନୂଆ 'ଚୌଧୁରୀ'

ନୂଆ ଏନଡିଏ ସରକାରରେ ଆଜି ମୁଖ୍ୟମନ୍ତ୍ରୀଙ୍କ ସହ ୨ ଉପମୁଖ୍ୟମନ୍ତ୍ରୀ ଶପଥ ନେଇଥିବା ବେଳେ ଖାଲି ରହିଛି କ୍ଯାବିନେଟ୍‌ର ୩୩ ମନ୍ତ୍ରୀ ପଦ । ବୁଧବାର ଆୟୋଜିତ ଶପଥ ଗ୍ରହଣ ସମାରୋହରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ, କେନ୍ଦ୍ର ମନ୍ତ୍ରୀ ଜେପି ନଡ୍ଡା, ଚିରାଗ ପାଶୱାନ ଓ ଜିତେନ ରାମ ମାଞ୍ଝୀ ପ୍ରମୁଖ ଉପସ୍ଥିତ ଥିଲେ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Bihar Gets First BJP CM: ୭୫ ବର୍ଷରେ ବିହାରରେ ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ; CMଙ୍କ ସହ ଶପଥ ନେଲେ ୨ ଉପମୁଖ୍ୟମନ୍ତ୍ରୀ | Argus News