Bihar New CM / କିପରି ଚୌଧୁରୀ ହୋଇଗଲେ ବିହାରର ନୂଆ ସମ୍ରାଟ? କ'ଣ ରହିଛି ପରଦା ପଛର କାହାଣୀ?
·5 hours ago·2 min read

Key Points
ନୀତିଶ କୁମାରଙ୍କ ସହମତି କ୍ରମେ ବିଜେପି ନେତୃତ୍ୱ ସମ୍ରାଟ ଚୌଧୁରୀଙ୍କୁ ମୁଖ୍ୟମନ୍ତ୍ରୀ ଗାଦିରେ ବସାଇଛନ୍ତି।
Bihar New CM Appointment Inside Story: ମୁଖ୍ୟମନ୍ତ୍ରୀ ଚୟନ କରିବା ମାମଲାରେ ଚମକାଇବା ଭଳି ନିଷ୍ପତ୍ତି ନେଉଥିବା ବିଜେପି ବିହାର ମାମଲାରେ ହଟଚମଟ ସୃଷ୍ଟି କରିବା ଭଳି କୌଣସି ପଦକ୍ଷେପ ନେଇନାହିଁ। ବିହାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ତାଙ୍କ ପରେ ଏହି ଦାୟିତ୍ୱ ସମ୍ରାଟ ଚୌଧୁରୀ ସମ୍ଭାଳିବାକୁ ଯାଉଛନ୍ତି। ବିଜେପି ନେତୃତ୍ୱ ବିହାରର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କୁ ବିଧାୟକ ଦଳର ନେତା ଭାବରେ ମନୋନୀତ କରିଛନ୍ତି। ଏହା ପରେ ସେ ଏନଡ଼ିଏ ବିଧାୟକ ଦଳ ନେତା ନିର୍ବାଚିତ ହୋଇ ସାରିଛନ୍ତି। ଯିଏ ଖୁବ ଶୀଘ୍ର ବିହାରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ପଦଭାର ଗ୍ରହଣ କରିବାକୁ ଯାଉଛନ୍ତି।
ନୀତିଶ କୁମାରଙ୍କ ପରେ କିଏ ହେବେ ବିହାର ମୁଖ୍ୟମନ୍ତ୍ରୀ ସେ ନେଇ ଚାଲିଥିବା ଦୌଡ଼ରେ ସମ୍ରାଟ ଚୌଧୁରୀଙ୍କ ନାଁ ସର୍ବାଗ୍ରେ ରହିଥିଲା। ଯିଏ ବିହାରର ମୁଖ୍ୟମନ୍ତ୍ରୀ ଗାଦି ସମ୍ଭାଳିବାକୁ ଯାଉଛନ୍ତି। ହେଲେ କ'ଣ ପାଇଁ ବିଜେପି ନେତୃବୃନ୍ଦ ସମ୍ରାଟ ଚୌଧୁରୀଙ୍କ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତି କରିଛନ୍ତି ତାହ ପଛରେ ରହିଥିବା କାହାଣୀକୁ ବୁଝନ୍ତୁ।
ଏହା ସହ ପଢନ୍ତୁ: ପାଟନା ଛାଡ଼ି ଦିଲ୍ଲୀ ଯିବେ ନୀତିଶ; କିଏ ହେବେ ପରବର୍ତ୍ତୀ CM?
ଓବିସି କାର୍ଡ଼ ଏବଂ ଲବ-କୁଶ ସମୀକରଣ
ବିହାରରେ ପଛୁଆ ବର୍ଗ (ଓବିସି) ଭୋଟ ବ୍ୟାଙ୍କ ରାଜ୍ୟର ରାଜନୈତିକ ସମୀକରଣକୁ ପରିବର୍ତ୍ତନ କରିବାର ସାମର୍ଥ୍ୟ ରଖିଛି। ବିଦାୟୀ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ ନିଜେ ଓବିସି ବର୍ଗର କୁର୍ମୀ ଜାତିରୁ ଆସୁଥିଲେ। ଏହାକୁ ନଜରରେ ରଖି ବିଜେପି ବିହାରରେ ଏହାର ମୂଳକୁ ମଜବୁତ କରିବା ପାଇଁ ଦଳର ଜଣେ ପ୍ରଭାବଶାଳୀ ଓବିସି ନେତାଙ୍କୁ ଉପସ୍ଥାପିତ କରିବାକୁ ତାହୁଁଛି। ନବନିଯୁକ୍ତ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ନିଜେ କୁଶୱାହା (କୋଇରୀ) ସମ୍ପ୍ରଦାୟରୁ ଆସୁଛନ୍ତି। ଯିଏ ଏହି ଜାତିଗତ ରାଜନୈତିକ ସମୀକରଣ ପାଇଁ ଉପଯୁକ୍ତ ରହିଛନ୍ତି। ବିହାର ରାଜନୀତିରେ କୁର୍ମୀ-କୋଇରୀ ଜାତିକୁ ନେଇ ଲବ-କୁଶ ସମୀକରଣ ଗଠିତ ହୋଇଥାଏ। ଉଭୟ ଜାତିକୁ ନେଇ ଗଠିତ ଏହି ଭୋଟ ବ୍ୟାଙ୍କ ବିହାରର କ୍ଷମତା ରାଜନୀତିର ଦିଗ ନିର୍ଣ୍ଣୟ କରିଥାଏ। ସମ୍ରାଟ ଚୌଧୁରୀଙ୍କୁ ମୁଖ୍ୟମନ୍ତ୍ରୀ କରି ବିଜେପି, ବିହାରର ଏହି ଗୁରୁତ୍ୱପୂର୍ଣ୍ଣ ଭୋଟ ବ୍ୟାଙ୍କର ସମର୍ଥନ ହାସଲ କରିବା ଲକ୍ଷ୍ୟରେ ରହିଛି।
ଏହା ସହ ପଢନ୍ତୁ: ନୀତିଶ କୁମାରଙ୍କ ପରେ କିଏ ହେବେ ବିହାର ମୁଖ୍ୟମନ୍ତ୍ରୀ?
ନୀତିଶ କୁମାରଙ୍କ ସହମତି
ଯଦିଓ ନୀତିଶ କୁମାର ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହୋଇ ସାରିଛନ୍ତି, ହେଲେ ତଥାପି ବିହାର ରାଜନୀତିରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ରହିଛି। ବିଜେପି ଏହାକୁ କେବେ ଅଣଦେଖା କରିପାରିବ ନାହିଁ। ମୁଖ୍ୟମନ୍ତ୍ରୀ ପଦରୁ ନୀତିଶ କୁମାରଙ୍କ ଇସ୍ତଫା ପରେ ମଧ୍ୟ ବିଜେପି ନୂଆ ମୁଖ୍ୟମନ୍ତ୍ରୀ ଚୟନ କରିବା ପାଇଁ ତାଙ୍କର ସହମତି ନେଇଥିଲା। ସୂତ୍ର ଅନୁସାରେ ନୀତିଶ କୁମାର ମଧ୍ୟ ସମ୍ରାଟ ଚୌଧୁରୀଙ୍କ ନାମକୁ ନେଇ ସହମତ ହୋଇଥିଲେ। କାରଣ ସେ ହେଉଛନ୍ତି ଜଣେ ଅଭିଜ୍ଞ ଓବିସି ନେତା। ଯିଏ ଦୁଇ ଦଳ ଜେଡ଼ିୟୁ-ବିଜେପି ମଧ୍ୟରେ ସମନ୍ୱୟ ରକ୍ଷା କରିପାରିବେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories