Videos
|
National

Bihar Flood 2026 / ଧାନ ଚାଷ ହୋଇଗଲା ବର୍ବାଦ! ନଦୀ ଉପରେ ନାରାଜ ହୋଇଉଠିଲେ ଚାଷୀ

Subhramjit Ray
Browse all articles by Subhramjit Ray
·47 mins ago·2 min read
ଧାନ ଚାଷ ହୋଇଗଲା ବର୍ବାଦ! ନଦୀ ଉପରେ ନାରାଜ ହୋଇଉଠିଲେ ଚାଷୀ
Bihar Flood 2026

Key Points

ଏବେ କୋସି ନଦୀର ଜଳସ୍ତର ବୃଦ୍ଧି ପାଇବାକୁ ନେଇ ଧାନ ଚାଷୀ ଚିନ୍ତିତ ହୋଇ ଉଠିଛନ୍ତି। ସେମାନଙ୍କର ସମ୍ପୂର୍ଣ୍ଣ ଫସଲ ପାଣିରେ ବୁଡ଼ି ଯାଇଛି।
  • Paddy crop submerged Bihar flood: ସଦ୍ୟ ଗଙ୍ଗା ନଦୀର ବୃଦ୍ଧି ପାଉଥିବା ଜଳସ୍ତର ବିହାରର ଅନେକ ଅଞ୍ଚଳକୁ ସମ୍ପୂର୍ଣ୍ଣ ଜଳମଗ୍ନ କରିଦେଇଛି। ବୃଦ୍ଧି ପାଉଥିବା ଏହି ଜଳସ୍ତର ପାଇଁ ସାଧାରଣ ଲୋକ କେବଳ ଚିନ୍ତିତ ନୁହଁନ୍ତି। ବରଂ ଚାଷୀ ମଧ୍ୟ ଅନେକ ସମସ୍ୟାର ସାମ୍ନା କରୁଛନ୍ତି। ରାଜ୍ୟର କଟିହାର ଜିଲ୍ଲାରେ ପରିସ୍ଥିତି ସମ୍ପୂର୍ଣ୍ଣ ବିଗିଡ଼ି ଯାଇଛି। ଯେଉଁଠାରେ ଅନେକ ପଞ୍ଚାୟତ ଜଳବନ୍ଦୀ ହୋଇପଡ଼ିଛି। ଲୋକଙ୍କ ଘରେ ପାଣି ପଶି ଯାଇଛି।


  • ବର୍ତ୍ତମାନ ରାଜ୍ୟରେ ଧାନ ଚାଷ କରୁଥିବା ଚାଷୀ, କୋସି ନଦୀର ବୃଦ୍ଧି ପାଉଥିବା ଜଳସ୍ତରକୁ ନେଇ ଚିନ୍ତିତ ହୋଇ ପଡ଼ିଛନ୍ତି। ସେମାନଙ୍କର ସମ୍ପୂର୍ଣ୍ଣ ଫସଲ ପାଣିରେ ବୁଡ଼ି ଯାଇଛି। ଚାଷୀଙ୍କ କହିବା ଅନୁଯାୟୀ, ନଦୀରେ ହଠାତ୍ ଜଳସ୍ତର ବୃଦ୍ଧି ପାଇବା ଯୋଗୁଁ, ସେମାନେ ଏବେ ସେମାନଙ୍କର ବଳକା ଧାନ ଫସଲ କାଟିବାକୁ ବାଧ୍ୟ ହେଉଛନ୍ତି।\

    ଏହା ସହ ପଢନ୍ତୁ: ଗଙ୍ଗା ନଦୀରେ ଓଲଟିଗଲା ଡଙ୍ଗା; ୨୨ ଶ୍ରମିକ କରୁଥିଲେ ଯାତ୍ରା, ଜଣେ ନିଖୋଜ

    ପ୍ରଭାବିତ ଚାଷୀ ରଞ୍ଜିତ ସିଂହ କୁହନ୍ତି ଯେ ପ୍ରାୟ ଦୁଇ ତିନ ଦିନ ଆଗରୁ ପାଣି ନଥିଲା। ହେଲେ କୋସି ନଦୀର ଜଳସ୍ତର ହଠାତ୍ ବୃଦ୍ଧି ପାଇଲା। ଯାହା ଫଳରେ ତାଙ୍କ ଜମିରେ ଚାଷ ହୋଇଥିବା ଧାନ ଫସଲ ପାଣିରେ ବୁଡ଼ି ଯାଇଥିଲା। ଏବେ ସେ ଏହାକୁ ବଞ୍ଚାଇବା ପାଇଁ କାମ କରୁଛନ୍ତି। କେବଳ ୨୫ ପ୍ରତିଶତ ଧାନ ପ୍ରସ୍ତୁତ ହୋଇଥିଲା, ହେଲେ ବାକି ସବୁ ନଷ୍ଟ ହୋଇଗଲା। ଆଉ ଜଣେ ଚାଷୀ ସୋହେଲ ଅଖତର କହିଛନ୍ତି ଯେ ସେ ଧାନ ଚାଷ କରିବା ପାଇଁ କଠିନ ପରିଶ୍ରମ କରିଥିଲେ। ହେଲେ ଏବେ ସବୁକିଛି ପଣିରେ ବୁଡ଼ି ଯାଇଛି। ସେ ତାଙ୍କ ଟଙ୍କା ଫେରି ପାଇବେ ନାହିଁ। ସେ ସରକାରଙ୍କୁ ଚାଷୀଙ୍କ ସମସ୍ୟାର ସମାଧାନ କରିବାକୁ ଦାବି କରିଛନ୍ତି।

    ବନ୍ୟା କେବଳ ବିହାରକୁ ପ୍ରଭାବିତ କରୁନାହିଁ। ଉତ୍ତର ପ୍ରଦେଶର ଅନେକ ଜିଲ୍ଲା ମଧ୍ୟ ପ୍ରଭାବିତ ହୋଇଛି। ବାରାଣସୀ ଠାରେ ଗଙ୍ଗା ନଦୀର ବିଭିନ୍ନ ଘାଟ ପାଣିରେ ବୁଡ଼ି ରହିଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିଜେ ପରିସ୍ଥିତିର ମୂଲ୍ୟାଙ୍କନ କରିବା ପାଇଁ ଆକାଶ ମାର୍ଗରୁ ସର୍ଭେ କରିଥିଲେ।





    Argus News App

    📱 Get Argus News App

    📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
    Download Free: