Bihar School Timing Change / ସ୍କୁଲ ସମୟରେ ବଡ଼ ପରିବର୍ତ୍ତନ, ସରକାରୀ ବିଦ୍ୟାଳୟରେ ଲାଗୁ ହେଲା 'ହାଫ୍ ଡେ' ନିୟମ
·1 month ago·2 min read

Key Points
ବିହାର ସରକାରଙ୍କ ବଡ଼ ନିଷ୍ପତ୍ତି
ସ୍କୁଲ ସମୟରେ ବଡ଼ ପରିବର୍ତ୍ତନ
ସରକାରୀ ସ୍କୁଲରେ ଶନିବାର 'ହାଫ୍ ଡେ' ଲାଗୁ
ସ୍କୁଲ ସମୟରେ ବଡ଼ ପରିବର୍ତ୍ତନ
ସରକାରୀ ସ୍କୁଲରେ ଶନିବାର 'ହାଫ୍ ଡେ' ଲାଗୁ
ବିହାରର ସରକାରୀ ସ୍କୁଲରେ ଆସିଲା ବଡ଼ ପରିବର୍ତ୍ତନ । ଏବେ ଶନିବାର ହେବ 'ହାଫ୍ ଡେ' । ଶିକ୍ଷା ବିଭାଗର ଏହି ନୂଆ ନିଷ୍ପତ୍ତି କେବଳ ସ୍କୁଲ ସମୟକୁ ନୁହେଁ, ବରଂ ପାଠପଢ଼ାର ପୂରା ପ୍ରଣାଳୀକୁ ବଦଳାଇଦେବ । ତେବେ କ'ଣ ରହିଛି ଏହି ନୂଆ ନିୟମରେ ? ଜାଣନ୍ତୁ...
ବିହାରର ସରକାରୀ ସ୍କୁଲଗୁଡ଼ିକର ଟାଇମ୍ ଟେବୁଲରେ ବଡ଼ ପରିବର୍ତ୍ତନ କରାଯାଇଛି । ରାଜ୍ୟ ଶିକ୍ଷା ବିଭାଗର ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଜାରି ହୋଇଥିବା ନୂଆ ଆଦେଶ ଅନୁଯାୟୀ, ଏଣିକି ସମସ୍ତ ସରକାରୀ ବିଦ୍ୟାଳୟରେ ଶନିବାରକୁ 'ହାଫ୍ ଡେ' ଭାବେ ପାଳନ କରାଯିବ। ଏହି ନିଷ୍ପତ୍ତିକୁ ନେଇ ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଶିକ୍ଷକମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।
ଶିକ୍ଷା ବିଭାଗ ପକ୍ଷରୁ ଜାରି ହୋଇଥିବା ସଂଶୋଧିତ ନିର୍ଦ୍ଦେଶ ଅନୁସାରେ, ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ସ୍କୁଲ ସକାଳ ୯ଟା ୩୦ ମିନିଟରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ପୂର୍ବଭଳି ଚାଲିବ । କିନ୍ତୁ ଶନିବାର ଶ୍ରେଣୀଗୃହ କେବଳ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଚାଲିବ ।
ଅଧିକ ପଢ଼ନ୍ତୁ: ଯୌନ ଉତ୍ପୀଡ଼ନ ମାମଲାରେ ଆସିଲା ବଡ଼ ରାୟ, ତରୁଣ ତେଜପାଲଙ୍କୁ ୧୦ ବର୍ଷ ଜେଲ୍
ପ୍ରାଥମିକ ଓ ମଧ୍ୟମ ବିଦ୍ୟାଳୟ, ଅର୍ଥାତ୍ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ, ଶନିବାର ସକାଳ ୯ଟା ୩୦ ମିନିଟରୁ ଦିନ ୧୨ଟା ପର୍ଯ୍ୟନ୍ତ ପାଠପଢ଼ା ଓ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ହେବ । ଏହାପରେ ଦିନ ୧୨ଟାରୁ ୧୨ଟା ୪୦ ମିନିଟ ପର୍ଯ୍ୟନ୍ତ ମଧ୍ୟାହ୍ନ ଭୋଜନ ପ୍ରଦାନ କରାଯିବ ଏବଂ ତା’ପରେ ଛାତ୍ରଛାତ୍ରୀଙ୍କୁ ଛୁଟି ଦିଆଯିବ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେହିପରି, ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ମାଧ୍ୟମିକ ଓ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଶନିବାର ଦିନ ଅପରାହ୍ନ ୧ଟା ପର୍ଯ୍ୟନ୍ତ ପାଠପଢ଼ା ଓ ଅନ୍ୟାନ୍ୟ ଶିକ୍ଷାଗତ କାର୍ଯ୍ୟକ୍ରମ ଚାଲିବ ।
ଏହା ସହ ଶିକ୍ଷକମାନଙ୍କ ପାଇଁ ମଧ୍ୟ ନୂଆ ନିର୍ଦ୍ଦେଶ ଜାରି କରାଯାଇଛି । ପ୍ରତିଦିନ ଶ୍ରେଣୀ ଶେଷ ହେବା ପରେ ସେମାନଙ୍କୁ ଅତିରିକ୍ତ ଏକ ଘଣ୍ଟା ବିଦ୍ୟାଳୟରେ ରହିବାକୁ ପଡ଼ିବ । ଏହି ସମୟରେ ପରଦିନ ଓ ଆଗାମୀ ସପ୍ତାହର ପାଠପଢ଼ା ଯୋଜନା ପ୍ରସ୍ତୁତ କରିବା, ମୂଲ୍ୟାଙ୍କନ କାର୍ଯ୍ୟ, ଛାତ୍ରଛାତ୍ରୀଙ୍କ ହୋମ୍ଓ୍ବାର୍କ ଯାଞ୍ଚ ଭଳି କାର୍ଯ୍ୟ ସମ୍ପନ୍ନ କରିବେ । ଏହି ସମସ୍ତ କାମ ସରିବା ପରେ ହିଁ ଶିକ୍ଷକ ଶିକ୍ଷୟତ୍ରୀ ବିଦ୍ୟାଳୟରୁ ଯାଇପାରିବେ ।

Related Topics
Explore more stories