Accident News / ବିହାରରେ ବଡ଼ ଅଘଟଣ...ମନ୍ଦିରରେ ଦଳାଚକଟା, ୮ ଭକ୍ତ ମୃତ
·1 day ago·1 min read

Key Points
ନାଳନ୍ଦା ଶୀତଳା ମନ୍ଦିରରେ ଅଘଟଣ
ପୂଜା ବେଳେ ଦୁଃଖଦ ଘଟଣା
ଭିଡ଼ରେ ଦଳାଚକଟା, ଅନେକ ମୃତ
ପୂଜା ବେଳେ ଦୁଃଖଦ ଘଟଣା
ଭିଡ଼ରେ ଦଳାଚକଟା, ଅନେକ ମୃତ
ମଙ୍ଗଳବାର ସକାଳୁ ବିହାରରେ ବଡ଼ ଅଘଟଣ । ବିହାରର ନାଳନ୍ଦାର ଏକ ମନ୍ଦିରରେ ପୂଜା ଦଳାଚକଟା ହେବାରୁ ଆଠ ଜଣ ଭକ୍ତଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ରହିଛନ୍ତି । ସେହିପରି ଦଳାଚକଟାରେ ଅନେକ ଭକ୍ତ ଆହତ ହୋଇଥିଲେ । ତେବେ ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଅନୁମାନ କରାଯାଉଛି । ଦୀପନଗର ଥାନା ଅଞ୍ଚଳ ଅନ୍ତର୍ଗତ ମଘଡ଼ା ଗାଁରେ ଥିବା ଶୀତଳା ମନ୍ଦିରରେ ଘଟିଛି ।
ସୂଚନା ଅନୁସାରେ, ଅତ୍ୟଧିକ ଭିଡ଼ ଏବଂ ଅପର୍ଯ୍ୟାପ୍ତ ବ୍ୟବସ୍ଥା ଯୋଗୁଁ ଏହି ଘଟଣା ଘଟିଛି । ଏହି ଘଟଣା ପରେ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି ।
ପ୍ରତି ମଙ୍ଗଳବାର ହଜାର ହଜାର ଭକ୍ତ ଆସିଥାନ୍ତି
ପ୍ରତି ମଙ୍ଗଳବାର ଶୀତଳା ମନ୍ଦିରକୁ ହଜାର ହଜାର ଭକ୍ତ ପୂଜା କରିବାକୁ ଆସିଥାନ୍ତି । ଏହି ମଙ୍ଗଳବାର ସୁରକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଢିଲା ପରି ମନେ ହେଉଥିଲା । ଭକ୍ତଙ୍କ ଭିଡ଼ ଯୋଗୁଁ ଦଳାଚକଟା ହୋଇଥିଲା । ଘଟଣାର ସଠିକ୍ କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ ।
ଚିକିତ୍ସା ପାଇଁ ସଦର ହସ୍ପିଟାଲକୁ ପଠାଯାଇଛି
ଏହି ଘଟଣାରେ ଆହତ ଭକ୍ତଙ୍କ ସଂଖ୍ୟା ପ୍ରାୟ ୧୦ ରୁ ୧୨ ହେବ ବୋଲି ଅନୁମାନ କରାଯାଉଛି। ଆହତମାନଙ୍କୁ ଚିକିତ୍ସା ପାଇଁ ସଦର ହସ୍ପିଟାଲକୁ ପଠାଯାଇଛି। ମନ୍ଦିର ପରିସରକୁ ସମ୍ପୂର୍ଣ୍ଣ ଖାଲି କରିଦିଆଯାଇଛି ।
ସୂଚନା ଅନୁସାରେ, ଅତ୍ୟଧିକ ଭିଡ଼ ଏବଂ ଅପର୍ଯ୍ୟାପ୍ତ ବ୍ୟବସ୍ଥା ଯୋଗୁଁ ଏହି ଘଟଣା ଘଟିଛି । ଏହି ଘଟଣା ପରେ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି ।
ଅଧିକ ପଢ଼ନ୍ତୁ: ଛାତିଥରା ଦୁର୍ଘଟଣା : ରାସ୍ତାକଡ଼କୁ ଓଲଟିଲା ଟୁରିଷ୍ଟ ବସ୍, ୫ ମୃତ ୪୫ରୁ ଉର୍ଦ୍ଧ୍ଵ ଆହତ
ପ୍ରତି ମଙ୍ଗଳବାର ହଜାର ହଜାର ଭକ୍ତ ଆସିଥାନ୍ତି
ପ୍ରତି ମଙ୍ଗଳବାର ଶୀତଳା ମନ୍ଦିରକୁ ହଜାର ହଜାର ଭକ୍ତ ପୂଜା କରିବାକୁ ଆସିଥାନ୍ତି । ଏହି ମଙ୍ଗଳବାର ସୁରକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଢିଲା ପରି ମନେ ହେଉଥିଲା । ଭକ୍ତଙ୍କ ଭିଡ଼ ଯୋଗୁଁ ଦଳାଚକଟା ହୋଇଥିଲା । ଘଟଣାର ସଠିକ୍ କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ ।
ଚିକିତ୍ସା ପାଇଁ ସଦର ହସ୍ପିଟାଲକୁ ପଠାଯାଇଛି
ଏହି ଘଟଣାରେ ଆହତ ଭକ୍ତଙ୍କ ସଂଖ୍ୟା ପ୍ରାୟ ୧୦ ରୁ ୧୨ ହେବ ବୋଲି ଅନୁମାନ କରାଯାଉଛି। ଆହତମାନଙ୍କୁ ଚିକିତ୍ସା ପାଇଁ ସଦର ହସ୍ପିଟାଲକୁ ପଠାଯାଇଛି। ମନ୍ଦିର ପରିସରକୁ ସମ୍ପୂର୍ଣ୍ଣ ଖାଲି କରିଦିଆଯାଇଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories