Bridge Collapse / ପୁଣି ଏକ ବ୍ରିଜ୍ ଦୁର୍ଘଟଣା, ନିର୍ମାଣଧୀନ ଅବସ୍ଥାରେ ଭୁଶୁଡ଼ିଲା, ୭ ଜଣ ଆହତ
·1 hour ago·2 min read

Key Points
ବୈଶାଳୀ ଜିଲ୍ଲାରେ ଭୁଶୁଡ଼ିଲା ନିର୍ମାଣାଧୀନ ବ୍ରିଜ୍
କିଛି ଶ୍ରମିକ ଆହତ ହୋଇଥିବା ସୂଚନା
କିଛି ଶ୍ରମିକ ଆହତ ହୋଇଥିବା ସୂଚନା
ହଠାତ୍ ଭୁଶୁଭୁଶୁ ହୋଇ ଭାଙ୍ଗିପଡ଼ିଲା । କେହି କିଛି ବୁଝିବା ଆଗରୁ ଓଭରବ୍ରିଜ୍ ମାଟି ଉପରେ ଗଦା ହୋଇସାରିଥିଲା । ବିହାର ଲାଲଗଞ୍ଜ ଜିଲ୍ଲାରେ ଏକ ନିର୍ମାଣଧୀନ ପୋଲଟି ଭାଙ୍ଗିପଡ଼ିଛି । ଭାରତମାଳା ପ୍ରକଳ୍ପ ଅଧୀନରେ ନିର୍ମିତ NHAIର NH-139W ଚାରି ଲେନ୍ ବିଶିଷ୍ଟ ରାସ୍ତା ଉପରେ ଏହି ଦୁର୍ଘଟଣା ଘଟିଛି । ପୋଲ ପାଇଁ ଏକ ଲଞ୍ଚର ହଠାତ୍ ଓଲଟି ପଡ଼ିଥିଲା ଏବଂ ଘଟଣାସ୍ଥଳରେ ଉପସ୍ଥିତ ପ୍ରାୟ ୭ ଜଣ ଶ୍ରମିକ ଫସି ଯାଇଥିଲେ।
ସେଠାରେ କାମ କରୁଥିବା ୬ରୁ ୭ ଜଣ ଶ୍ରମିକ ମଧ୍ୟ ଦୁର୍ଘଟଣାରେ ପ୍ରଭାବିତ ହୋଇଥିଲେ । ସ୍ଥାନୀୟ ବାସିନ୍ଦା ଏବଂ ସେତୁ ନିର୍ମାଣ ଶ୍ରମିକମାନେ ତୁରନ୍ତ ଆହତ ଶ୍ରମିକମାନଙ୍କୁ ବାହାର କରି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ପରେ ସେମାନଙ୍କୁ ଶୀଘ୍ର ଲାଲଗଞ୍ଜ ରେଫରାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଶ୍ରମିକମାନଙ୍କୁ ଚିକିତ୍ସା କରାଯାଉଥିବାବେଳେ, ଦୁଇଜଣ ଶ୍ରମିକଙ୍କ ଅବସ୍ଥା ଗୁରୁତର ଥିଲା ଏବଂ ସେମାନଙ୍କୁ ଉନ୍ନତ ଚିକିତ୍ସା ପାଇଁ ରେଫର୍ କରିବାକୁ ପଡିଥିଲା । ଦୁର୍ଘଟଣା ସମ୍ପର୍କରେ ନିକଟସ୍ଥ ପୋଲିସ ଷ୍ଟେସନକୁ ମଧ୍ୟ ସୂଚନା ଦିଆଯାଇଥିଲା । ପୋଲିସ ଦଳ ଏବଂ ସେତୁ ନିର୍ମାଣ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ଲଞ୍ଚର ଖସିପଡ଼ିବା ଘଟଣାର ତଦନ୍ତ ତୁରନ୍ତ ଆରମ୍ଭ ହୋଇଥିଲା । ଲଞ୍ଚରଟି କେଉଁ କାରଣରୁ ପଡ଼ିଲା ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ । ବର୍ତ୍ତମାନ ତଦନ୍ତ ଚାଲିଛି ।
ପଢନ୍ତୁ ଏହି ଖବର: ମରାମତି ବେଳେ ଭୁଶୁଡ଼ିଲା ୨୪ ବର୍ଷର ପୁରୁଣା ବ୍ରିଜ୍; ୫ରୁ ୭ ଶ୍ରମିକ ଫସିଥିବା ଆଶଙ୍କା
- ବୈଶାଳୀରେ ପୋଲ ଦୁର୍ଘଟଣା

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ସଫେଇ ଦେଲା NHAI
Related Topics
Explore more stories