Rose Day Trouble / ଅନଲାଇନରେ ରୋଜ୍ ଡେ' ଭିଡିଓ ପୋଷ୍ଟ କରି ଅଡୁଆରେ ଦମ୍ପତି; ଏବେ ଯିବେ ଜେଲ୍ !
·5 months ago·2 min read

Key Points
ରୋଜ୍ ଡେ ପାଳି ପୋଷ୍ଟ କଲେ ଭିଡିଓ
ହେଲେ ଏବେ ଘରେ ପଶିଲାଣି ପୋଲିସ
ଅଡୁଆରେ ବିହାର ଦମ୍ପତି
ହେଲେ ଏବେ ଘରେ ପଶିଲାଣି ପୋଲିସ
ଅଡୁଆରେ ବିହାର ଦମ୍ପତି
ଏବେ ପ୍ରେମ ସପ୍ତାହ ଚାଲିଥିବାବେଳେ ପ୍ରେମ ପକ୍ଷୀମାନେ ସୋସିଆଲ ମିଡିଆରେ ନିଜର ବିଶେଷ ମୁହୂର୍ତ୍ତକୁ ସେୟାର କରନ୍ତି । ଭାଲେଣ୍ଟାଇନ ଡେ' ପର୍ଯ୍ୟନ୍ତ ପ୍ରତିଦିନ ପାଳନ ହେଉଥିବା ଦିବସଗୁଡ଼ିକୁ ସେମାନେ ନିଜ ବନ୍ଧୁଙ୍କ ସହିତ ବାଣ୍ଟନ୍ତି । ହେଲେ ଏଠି ଏକ ଦମ୍ପତି ପ୍ରେମ ସପ୍ତାହ ପାଳି ଅଡୁଆରେ ପଡ଼ିଛନ୍ତି । ଶେଷରେ ତାଙ୍କ ସୋସିଆଲ ମେଡିଆ ପୋଷ୍ଟ ଦେଖି ଘରେ ପଶିଛି ପୋଲିସ । ରୋଜ୍ ଡେ ପାଳନ କରି ଏହି ବିହାର ଦମ୍ପତି ଏକ ଭିଡିଓକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ, ଯାହାକି ତାଙ୍କୁ ମହଙ୍ଗା ପଡ଼ିଛି ।
ମହିଳା ଜଣକ ନାମ ହେଉଛି କାଞ୍ଚନ ଦେବୀ, ଯିଏକି ନିଜ ସ୍ଵାମୀଙ୍କ ସହ ରୋଜ୍ ଡେ ପାଳନ କରି ଏହାର ଭିଡିଓକୁ ନିଜ ଇନଷ୍ଟାଗ୍ରାମ ଓ ଫେସବୁକରେ ପୋଷ୍ଟ କରିଥିଲେ । ଉକ୍ତ ଭିଡିଓରେ ସେ ସ୍ଵାମୀଙ୍କୁ ଗୋଟିଏ ଗ୍ଲାସ ୱାଇନ୍ ସର୍ଭ କରିବା ପୂର୍ବରୁ ଗୋଲାପ ଫୁଲଟିଏ ଦେଇଥିଲେ । ଏହାସହିତ ସ୍ଵାମୀଙ୍କୁ ଏକ ମଦ ବୋତଲ ଧରାଇଥିଲେ । ଏହି ସମୟରେ ମହିଳାଙ୍କ ଏହି ଆଚରଣ ହୁଏତ ସ୍ଵାମୀଙ୍କୁ ବେଶ ପସନ୍ଦ ଆସିଥିଲା ଓ ସେ ହସିବାକୁ ଲାଗିଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା ।
ଖାଲି ସେତିକି ନୁହେଁ ମହିଳା ଜଣକ ହାତରେ ପିସ୍ତଲ ଧରି ପୋଜ୍ ଦେଇଥିବା ଅନ୍ୟ ଏକ ଫଟୋରେ ଦେଖିବାକୁ ମିଳିଛି । ଏହି ଫଟୋଟି ସେ ବ୍ୟୁଟି ପାର୍ଲରରେ ଉଠାଇଥିଲେ । ତାଙ୍କର ଏହି ପୋଷ୍ଟ ଉପରେ ହୁଏତ ବିହାର ପୋଲିସର ନଜର ପଡ଼ିନଥିଲା । ମାତ୍ର ରୋଜ୍ ଡେ' ଭିଡିଓ ଭାଇରାଲ ହେବା ପରେ ଏହି ପିସ୍ତଲ ଧରା ଫଟୋଟି ବି ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହାପରେ ଦମ୍ପତିଙ୍କ ବିରୋଧରେ ମାମଲା ରୁଜୁ କରିଛି ବିହାର ପୋଲିସ ।
ମୁଙ୍ଗେର ଏସପି ସାୟେଦ ଇମ୍ରାନ ମସୁଦ ସ୍ପଷ୍ଟ କରିଛନ୍ତି ଯେ ମହିଳା ଜଣକ ପିସ୍ତଲ କେଉଁଠି ଆଣିଲେ ସେ ନେଇ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଏପରିକି ପୋଲିସ ତାଙ୍କ ଘରେ ମଧ୍ୟ ପହଞ୍ଚିଥିଲା । ତଦନ୍ତରୁ ଜଣାପଡ଼ିଛି ଯେ ମହିଳା ଜଣକ ଧରିଥିବା ଉକ୍ତ ପିସ୍ତଲଟି ହେଉଛି ଏକ ଲାଇସେନ୍ସ ପ୍ରାପ୍ତ ଅସ୍ତ୍ର, ଯାହାକି ଦୀନଦୟାଲ ଛକର ଅଧିବାସୀ ବିଶାଲ କୁମାରଙ୍କ ନାଁରେ ପଞ୍ଜୀକୃତ । ଏହି ପିସ୍ତଲଟି ଲିଗାଲ୍ ହୋଇଥିଲେ ସୁଦ୍ଧା ଜଣେ ଅଣଅଧିକୃତ ବ୍ୟକ୍ତିବିଶେଷଙ୍କ ହାତରେ ରହିବା ଆଇନର ଉଲ୍ଲଙ୍ଘନ ।
ଏଥିସହ ପଢନ୍ତୁ: ଦୁଇ ଦୁଇଟା ପ୍ରାଣ ନେଇଗଲା ଜହ୍ଲାଦ ସ୍ଵାମୀ; ୮ ମାସର ଗର୍ଭବତୀଙ୍କୁ ହତ୍ୟା

- ଦମ୍ପତିଙ୍କ ବିରୋଧରେ ମାମଲା ରୁଜୁ
ଏଥିସହ ପଢନ୍ତୁ: ଦୁଇ ଦୁଇଟା ପ୍ରାଣ ନେଇଗଲା ଜହ୍ଲାଦ ସ୍ଵାମୀ; ୮ ମାସର ଗର୍ଭବତୀଙ୍କୁ ହତ୍ୟା
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories