Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ‘ବୋମାରେ ଉଡାଇଦେବୁ !’, ମୋଦିଙ୍କୁ ଝାଲମୁଢ଼ି ଖୁଆଇଥିବା ବ୍ୟକ୍ତିଙ୍କୁ ପାକିସ୍ତାନରୁ ଧମକ

National

Threat Calls From Pakistan / ‘ବୋମାରେ ଉଡାଇଦେବୁ !’, ମୋଦିଙ୍କୁ ଝାଲମୁଢ଼ି ଖୁଆଇଥିବା ବ୍ୟକ୍ତିଙ୍କୁ ପାକିସ୍ତାନରୁ ଧମକ

Santosh Kumar Sahoo
Browse all articles by Santosh Kumar Sahoo
·2 hours ago·3 min read
‘ବୋମାରେ ଉଡାଇଦେବୁ !’, ମୋଦିଙ୍କୁ ଝାଲମୁଢ଼ି ଖୁଆଇଥିବା ବ୍ୟକ୍ତିଙ୍କୁ ପାକିସ୍ତାନରୁ ଧମକ
Jhalmuri Vendor

Key Points

PM ମୋଦିଙ୍କୁ ଝାଲମୁଢ଼ି ଖୁଆଇଲେ…
ଏବେ ଜୀବନକୁ ବଡ଼ ବିପଦ!
ମୋଦିଙ୍କୁ ଝାଲମୁଢ଼ି ଦେବା ପରେ ଆସୁଛି ଧମକପୂର୍ଣ୍ଣ କଲ୍
ନିକଟରେ ଶେଷ ହୋଇଥିବା ପଶ୍ଚିମବଙ୍ଗ ନିର୍ବାଚନରେ ବେଶ୍‌ ଚର୍ଚ୍ଚାରେ ଥିଲା ଝାଲମୁଢ଼ି । ନିର୍ବାଚନ ପ୍ରଚାରରେ ଯାଇ ଏକ ଦୋକାନରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଝାଲମୁଢ଼ି ଖାଇଥିଲେ । ଆଉ ଏହାପରଠୁ ହିଁ ସାରା ଦେଶରେ ଝାଲମୁଢ଼ିକୁ ନେଇ ବେଶ୍‌ ଚର୍ଚ୍ଚା । ଆଉ ଯେଉଁ ଦୋକାନୀଙ୍କଠୁ ପ୍ରଧାନମନ୍ତ୍ରୀ ଝାଲମୁଢ଼ି ଖାଇଲେ ସେ ରାତାରାତି ଲୋକପ୍ରିୟ ହୋଇଗଲେ । କିନ୍ତୁ ଏବେ ତାଙ୍କୁ ଘାରିଲାଣି ବଞ୍ଚିବା ଚିନ୍ତା । ଘନଘନ ଆସୁଛି ହତ୍ୟା ଧମକ । ପାକିସ୍ତାନରୁ ବୋମା ପକାଇ ଉଡ଼ାଇ ଦେବାକୁ ଆସୁଛି ଧମକ ।

ଯେଉଁ ଲୋକପ୍ରିୟତା ଜଣେ ଛୋଟ ଦୋକାନୀଙ୍କ ଜୀବନରେ କିଛି ଉନ୍ନତି ଆଣି ପାରିଥାନ୍ତା, ତାହା ଏବେ ତାଙ୍କ ପୂରା ପରିବାର ପାଇଁ ଭୟର କାରଣ ପାଲଟିଛି । କେତେବେଳେ, କେଉଁଠି ତାଙ୍କୁ ମାରି ଦିଆଯିବ ସେହି ଭୟ ଓ ଆତଙ୍କ ଭିତରେ ସେ ନିଜେ ଓ ତାଙ୍କ ପୂରା ପରିବାର ରହିଛନ୍ତି । ତାଙ୍କର ଦୋଷ ହେଉଛି ଖାଲି ଏତିକି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଦୋକାନରୁ ଝାଲମୁଢ଼ି ଖାଇଥିଲେ । ଯେଉଁଥିପାଇଁ ଛୋଟ ଝାଲମୁଢ଼ି ଦୋକାନଟିଏ କରିଥିବା ବିକ୍ରମ ସାଉଙ୍କୁ ବାରମ୍ବାର ମିଳୁଛି ହତ୍ୟା ଧମକ ।



ପ୍ରକୃତରେ କିଛିଦିନ ତଳେ ପଶ୍ଚିମବଙ୍ଗରେ ନିର୍ବାଚନ ପ୍ରଚାର ସମୟରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ନିର୍ବାଚନ ରାଲିକୁ ସମ୍ବୋଧିତ କରିବା ପାଇଁ ଝାଡ଼ଗ୍ରାମ ଗସ୍ତ କରିଥିଲେ। ରାଲି ଶେଷ କରି ପ୍ରଧାନମନ୍ତ୍ରୀ ମୋଦି ଫେରୁଥିବା ବେଳେ, ହଠାତ୍ ରାସ୍ତା କଡ଼ରେ ଥିବା ଏକ ଝାଲମୁଢ଼ି ଦୋକାନ ପାଖରେ ଅଟକି ଯାଇଥିଲେ। ଦୋକାନୀ ବିକ୍ରମ ସାଉଙ୍କୁ ପ୍ରଧାନମନ୍ତ୍ରୀ ମୋଦି ୧୦ ଟଙ୍କାର ଝାଲମୁଢ଼ି ବନାଇବାକୁ କହିଥିଲେ। ଆଉ ତାଙ୍କ ହାତକୁ ଟଙ୍କା ବି ବଢ଼ାଇ ଦେଇଥିଲେ। ହେଲେ ବିକ୍ରମ ଟଙ୍କା ନ ରଖି ଫେରାଇଦେବାରୁ ପ୍ରଧାନମନ୍ତ୍ରୀ ମନା କରି ତାଙ୍କୁ ଟଙ୍କା ରଖିବାକୁ କହିଥିଲେ । ଆଉ ଦେଶର ପ୍ରଧାନମନ୍ତ୍ରୀ ଖୋଦ୍ ତାଙ୍କ ଦୋକାନରେ ଥିବାରୁ ଅତି ଖୁସିର ସହ ଝାଲମୁଢ଼ି ତିଆରି କରି କାଗଜ ଠୁଙ୍ଗାରେ ଭରି ତାଙ୍କ ହାତକୁ ବଢ଼ାଇ ଦେଇଥିଲେ ବିକ୍ରମ।

ଏହା ପରେ ସେହି ଦୋକାନ ସାମ୍ନାରେ ଠିଆ ହୋଇ ଝାଲମୁଢ଼ି ଖାଇଥିଲେ ମୋଦି ଏବଂ ପାଖରେ ଥିବା କିଛି ଛୋଟ ପିଲାଙ୍କୁ ବି ଖୁଆଇଥିଲେ। ଏହା ସହ ଦୋକାନୀ ବିକ୍ରମ ସାଉଙ୍କୁ ଝାଲମୁଢ଼ି ଖୁବ୍ ଭଲ ବନାଇଛ ବୋଲି ପ୍ରଶଂସା ବି କରିଥିଲେ ପ୍ରଧାନମନ୍ତ୍ରୀ। ଏହି ଘଟଣା ପରେ, ମୋଦି ଝାଲମୁଢ଼ି ଖାଉଥିବାର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଗଲା। ଆଉ ରାତାରାତି ପ୍ରସିଦ୍ଧ ହୋଇଗଲେ ଦୋକାନୀ ବିକ୍ରମ ସାଉ । ସ୍ଥାନୀୟ ଲୋକଙ୍କ ସହ ବହୁ ଦୂରଦୂରାନ୍ତରୁ ବି ଲୋକମାନେ ଝାଲମୁଢ଼ି ଖାଇବା ପାଇଁ ତାଙ୍କ ପାଖକୁ ଆସିବାକୁ ଲାଗିଲେ ।

ଅଧିକ ପଢ଼ନ୍ତୁ: ବ୍ୟବସାୟୀଙ୍କ ବ୍ୟାଗ୍‌ରେ ଥିଲା ଗରମ ମସଲା, ବିମାନବନ୍ଦରରୁ ଗିରଫ କଲା ପୋଲିସ; ଜାଣନ୍ତୁ କେଉଁଠି ରହିଲା ଭୁଲ୍ ?



କିନ୍ତୁ ହଠାତ୍ ମିଳିଥିବା ଏହି ଲୋକପ୍ରିୟତା ଏବେ ସମସ୍ୟା ପାଲଟିଯାଇଛି ଝାଲମୁଢ଼ି ଦୋକାନୀ ବିକ୍ରମଙ୍କ ପାଇଁ। ସେ ଅଭିଯୋଗ କରିଛନ୍ତି କି ଗତ କିଛି ଦିନ ଧରି ତାଙ୍କୁ ଅଜଣା ଏବଂ ଅନ୍ତର୍ଜାତୀୟ ନମ୍ବରରୁ କଲ୍ ଆସୁଛି। ଏଥିରେ ମୁଖ୍ୟତଃ ପାକିସ୍ତାନ (+92) ଏବଂ ବାଂଲାଦେଶ (+880) କୋଡ୍ ଥିବା ନମ୍ବରଗୁଡ଼ିକ ରହିଛି। ଦୋକାନୀ ବିକ୍ରମ ସାହୁଙ୍କ କହିବା ଅନୁଯାୟୀ, ତାଙ୍କ ପାଖକୁ ଭଏସ୍ କଲ୍ ସହିତ ହ୍ୱାଟ୍ସଆପ୍ ଭିଡିଓ କଲ୍ ମଧ୍ୟ ଆସୁଛି। କଲ୍ ରିସିଭ୍ କରିବା ପରେ ତାଙ୍କୁ ଓ ତାଙ୍କ ପରିବାରକୁ ଭୟଙ୍କର ପରିଣାମ ଭୋଗିବାର ଧମକ ଦିଆଯାଉଛି। ଏପରିକି ବିକ୍ରମ ଓ ତାଙ୍କ ପରିବାର ଲୋକଙ୍କୁ ଜୀବନରେ ମାରି ଦିଆଯିବ ବୋଲି ସିଧାସଳଖ ଧମକ ମିଳୁଛି।
ଆଉ ବାରମ୍ବାର ଏଭଳି ଧମକପୂର୍ଣ୍ଣ ଫୋନ୍ କଲ୍ ପାଇବା ପରେ ବିକ୍ରମ ସାଉ ଏବଂ ତାଙ୍କ ପରିବାର ସଦସ୍ୟ ଭୟଭୀତ ହୋଇପଡ଼ିଛନ୍ତି। ଏହି ଘଟଣା ଜଣାପଡ଼ିବା ପରେ ତାଙ୍କ ଦୋକାନକୁ ଆଉ ଗ୍ରାହକ ଆସୁନାହାଁନ୍ତି। କିଛିଦିନ ତଳେ ପ୍ରବଳ ଭିଡ଼ ହେଉଥିବା ତାଙ୍କ ଝାଲମୁଢ଼ି ଦୋକାନ ଏବେ ପୂରା ଖାଁ ଖାଁ ହୋଇଯାଇଛି ବୋଲି କହିଛନ୍ତି ବିକ୍ରମ ।

ଏନେଇ ସେ ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି, ପୋଲିସ ତୁରନ୍ତ ତଦନ୍ତ ଆରମ୍ଭ କରିଛି । ଯେଉଁ ବିଦେଶୀ ନମ୍ବରରୁ କଲ୍ ଆସୁଛି ସାଇବର ସେଲ୍ ସହାୟତାରେ ସେଗୁଡ଼ିକୁ ଟ୍ରାକ୍ କରାଯାଉଛି । ଏହି ଘଟଣା ସମଗ୍ର ଝାଡ଼ଗ୍ରାମ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ସ୍ଥାନୀୟ ଲୋକମାନେ ମଧ୍ୟ ବିକ୍ରମଙ୍କ ପରିବାରର ସୁରକ୍ଷା ପାଇଁ ଚିନ୍ତାରେ ଅଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Jhalmuri Seller Who Served PM Modi Gets Threat Calls | Argus News