Jharkhand Bandh Today / ଝାଡ଼ଖଣ୍ଡରେ ବନ୍ଦ ଡାକରା, ଛାତ୍ରଙ୍କୁ ଲାଠିଚାର୍ଜ ପରେ BJPର ବଡ଼ ପଦକ୍ଷେପ
·1 hour ago·2 min read

Key Points
ଛାତ୍ରଙ୍କ ଉପରେ ଲାଠି ଚାର୍ଜ ବିରୋଧରେ ଆଜି ଝାଡ଼ଖଣ୍ଡ ବନ୍ଦ
ବିଜେପି ପକ୍ଷରୁ ଦିଆଯାଇଛି ବନ୍ଦ ଡାକରା
ବିଧାନସଭା ପରିସରରେ ମୁହାଁମୁହିଁ ପୋଲିସ ଓ ଛାତ୍ର

ଆଜି ଝାଡ଼ଖଣ୍ଡ ବନ୍ଦ । ଛାତ୍ରଙ୍କ ଉପରେ ଲାଠି ଚାର୍ଜ ବିରୋଧରେ ବିଜେପି ଆଜି ଝାଡ଼ଖଣ୍ଡ ବନ୍ଦ ଡାକରା ଦେଇଛି । ସକାଳ ୮ଟାରୁ ରାତି ୧୧ ଟା ଯାଏଁ ବନ୍ଦ ରହିବ ଝାଡ଼ଖଣ୍ଡ । ବନ୍ଦକୁ ନେଇ ସାରା ରାଜ୍ୟରେ ହାଇଆଲର୍ଟରେ ପୋଲିସ । ସମ୍ବେଦନଶୀଳ ଅଞ୍ଚଳ ଉପରେ କଣ୍ଟ୍ରୋଲ ରୁମ୍ରୁ ନଜର ରଖାଯିବ । ଏହାସହ ଡ୍ରୋନ୍ ମାଧ୍ୟମରେ ମଧ୍ୟ ନିରୀକ୍ଷଣ କରାଯିବ । ବନ୍ଦ ସମୟରେ କୌଣସି ଅପ୍ରୀତିକର ଘଟଣା କିମ୍ବା ଅରାଜକତା ଯେପରି ନଘଟେ, ସେଥିପାଇଁ ପୋଲିସ ପ୍ରସ୍ତୁତ ରହିଛି ।
ବିଶେଷ କରି ରାଞ୍ଚିର ଜୟପାଲ ସିଂହ ଷ୍ଟାଡିୟମରେ ଜମା ହେବାକୁ ଥିବା ଭିଡ଼ ଉପରେ ପୋଲିସର ତୀକ୍ଷ୍ଣ ନଜର ରହିବ । ପୂର୍ବଦିନ ଭଳି ପୁଣିଥରେ ପରିସ୍ଥିତି ଅଣାୟତ୍ତ ହେବାର ଆଶଙ୍କା ଥିବାରୁ ଜୟପାଲ ସିଂହ ଷ୍ଟାଡିୟମରୁ ବିଧାନସଭା ଭବନ ପର୍ଯ୍ୟନ୍ତ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସହରର ପ୍ରମୁଖ ଛକ, ସମ୍ବେଦନଶୀଳ ଅଞ୍ଚଳ ଏବଂ ପ୍ରଦର୍ଶନସ୍ଥଳୀରେ ବରିଷ୍ଠ ପୋଲିସ ଅଧିକାରୀମାନେ ନିଜେ ଉପସ୍ଥିତ ରହି ପରିସ୍ଥିତି ଉପରେ ନଜର ରଖିବେ ।
ବନ୍ଦ ସମୟର ସୁରକ୍ଷା ବ୍ୟବସ୍ଥାର ମନିଟରିଂ ଦାୟିତ୍ୱ ରାଞ୍ଚି SSP ରାକେଶ ରଞ୍ଜନଙ୍କ ଉପରେ ରହିଛି । ବନ୍ଦ ଯୋଗୁଁ ଯେପରି ପରିବହନ ବ୍ୟବସ୍ଥା ବାଧାପ୍ରାପ୍ତ ନହୁଏ, ସେଥିପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ କୌଣସି ସ୍ଥାନରେ ଅଧିକ ଭିଡ଼ ନଜମିବାକୁ ମଧ୍ୟ ପୋଲିସକୁ କୁହାଯାଇଛି ।
ଅଧିକ ପଢ଼ନ୍ତୁ: ରତନ ଟାଟାଙ୍କ ଡିପଫେକ୍ ଭିଡିଓ କରି ଲୁଟ୍; ୪.୦୯ ଲକ୍ଷ ହରାଇଲେ ନର୍ସ
ତେବେ ଝାଡ଼ଖଣ୍ଡରେ ଆଜି ହେବାକୁ ଥିବା ବନ୍ଦ ପଛରେ ରହିଛି ଛାତ୍ର ଆନ୍ଦୋଳନ । ଝାଡ଼ଖଣ୍ଡ ଲୋକସେବା ଆୟୋଗ ବା JPSC ଏବଂ JSSC ପରୀକ୍ଷାରେ ଅନିୟମିତତା ଅଭିଯୋଗକୁ ବିରୋଧ କରି ଛାତ୍ରମାନେ ବିଧାନସଭା ଘେରାଉ କରିଥିଲେ ।
ଏହି ସମୟରେ ପୋଲିସ ଓ ପ୍ରଦର୍ଶନକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ପ୍ରଦର୍ଶନକାରୀମାନେ ଏକାଧିକ ବ୍ୟାରିକେଡ୍ ପାର୍ କରିବା ପରେ ସପ୍ତମ ବ୍ୟାରିକେଡ୍ ଭାଙ୍ଗିବାକୁ ଚେଷ୍ଟା କରିଥିଲେ। ସେମାନଙ୍କୁ ରୋକିବା ପାଇଁ ପ୍ରଥମେ ପୋଲିସ ପାଣି ବ୍ୟବହାର କରିଥିଲା। କିନ୍ତୁ ପ୍ରଦର୍ଶନକାରୀମାନେ ପଛକୁ ନହଟି ବ୍ୟାରିକେଡ୍ ଭାଙ୍ଗିବାକୁ ଚେଷ୍ଟା କରିବାରୁ ପୋଲିସ ଲାଠିଚାର୍ଜ କରିଥିଲା ।
ଲାଠିଚାର୍ଜ ସହିତ ପ୍ରଦର୍ଶନକାରୀଙ୍କ ଉପରେ ଲୁହବୁହା ଗ୍ୟାସ୍ ମଧ୍ୟ ପ୍ରୟୋଗ କରାଯାଇଥିବା ଅଭିଯୋଗ ରହିଛି। ପୋଲିସ ଓ ପ୍ରଦର୍ଶନକାରୀଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ଅନେକ ଛାତ୍ର ଆହତ ହୋଇଥିବା ଜଣାପଡ଼ିଛି ।

#WATCH | JPSC-JSSC aspirants' protest in Ranchi | Jharkhand BJP has called for a statewide bandh today, protesting the police action against students during the JPSC-JSSC protest in Ranchi yesterday.
— ANI (@ANI) August 11, 2026
Visuals from Harmu Chowk, Ranchi pic.twitter.com/7UuH4OX1aF
ବନ୍ଦ ସମୟର ସୁରକ୍ଷା ବ୍ୟବସ୍ଥାର ମନିଟରିଂ ଦାୟିତ୍ୱ ରାଞ୍ଚି SSP ରାକେଶ ରଞ୍ଜନଙ୍କ ଉପରେ ରହିଛି । ବନ୍ଦ ଯୋଗୁଁ ଯେପରି ପରିବହନ ବ୍ୟବସ୍ଥା ବାଧାପ୍ରାପ୍ତ ନହୁଏ, ସେଥିପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ କୌଣସି ସ୍ଥାନରେ ଅଧିକ ଭିଡ଼ ନଜମିବାକୁ ମଧ୍ୟ ପୋଲିସକୁ କୁହାଯାଇଛି ।
ଅଧିକ ପଢ଼ନ୍ତୁ: ରତନ ଟାଟାଙ୍କ ଡିପଫେକ୍ ଭିଡିଓ କରି ଲୁଟ୍; ୪.୦୯ ଲକ୍ଷ ହରାଇଲେ ନର୍ସ
ତେବେ ଝାଡ଼ଖଣ୍ଡରେ ଆଜି ହେବାକୁ ଥିବା ବନ୍ଦ ପଛରେ ରହିଛି ଛାତ୍ର ଆନ୍ଦୋଳନ । ଝାଡ଼ଖଣ୍ଡ ଲୋକସେବା ଆୟୋଗ ବା JPSC ଏବଂ JSSC ପରୀକ୍ଷାରେ ଅନିୟମିତତା ଅଭିଯୋଗକୁ ବିରୋଧ କରି ଛାତ୍ରମାନେ ବିଧାନସଭା ଘେରାଉ କରିଥିଲେ ।
ଏହି ସମୟରେ ପୋଲିସ ଓ ପ୍ରଦର୍ଶନକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ପ୍ରଦର୍ଶନକାରୀମାନେ ଏକାଧିକ ବ୍ୟାରିକେଡ୍ ପାର୍ କରିବା ପରେ ସପ୍ତମ ବ୍ୟାରିକେଡ୍ ଭାଙ୍ଗିବାକୁ ଚେଷ୍ଟା କରିଥିଲେ। ସେମାନଙ୍କୁ ରୋକିବା ପାଇଁ ପ୍ରଥମେ ପୋଲିସ ପାଣି ବ୍ୟବହାର କରିଥିଲା। କିନ୍ତୁ ପ୍ରଦର୍ଶନକାରୀମାନେ ପଛକୁ ନହଟି ବ୍ୟାରିକେଡ୍ ଭାଙ୍ଗିବାକୁ ଚେଷ୍ଟା କରିବାରୁ ପୋଲିସ ଲାଠିଚାର୍ଜ କରିଥିଲା ।
ଲାଠିଚାର୍ଜ ସହିତ ପ୍ରଦର୍ଶନକାରୀଙ୍କ ଉପରେ ଲୁହବୁହା ଗ୍ୟାସ୍ ମଧ୍ୟ ପ୍ରୟୋଗ କରାଯାଇଥିବା ଅଭିଯୋଗ ରହିଛି। ପୋଲିସ ଓ ପ୍ରଦର୍ଶନକାରୀଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ଅନେକ ଛାତ୍ର ଆହତ ହୋଇଥିବା ଜଣାପଡ଼ିଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories