Vande Mataram / 'ବନ୍ଦ ମାତରମ୍' କୁ ନେଇ ବଡ଼ ନିଷ୍ପତ୍ତି ନେଲେ ପଶ୍ଚିମବଙ୍ଗ ସରକାର
·2 hours ago·3 min read

Key Points
ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ୱରେ ଗଠିତ ନୂତନ ବିଜେପି ସରକାର ରାଷ୍ଟ୍ରଗୀତ "ବନ୍ଦେ ମାତରମ୍" କୁ ନେଇ ସଦ୍ୟ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି।
Bengal BJP Govt Big Decision: ରାଷ୍ଟ୍ରଗୀତ "ବନ୍ଦେ ମାତରମ୍" କୁ ନେଇ ସଦ୍ୟ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ପଶ୍ଚିମବଙ୍ଗ ସରକାର। ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟରେ ସକାଳ ପ୍ରାର୍ଥନା ସଭାରେ ରାଷ୍ଟ୍ରଗୀତ ଗାନ କରିବାକୁ ବାଧ୍ୟତାମୂଳକ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ୱରେ ଗଠିତ ନୂତନ ବିଜେପି ସରକାର ନିର୍ଦ୍ଦେଶ ଦେଇଛନ୍ତି ଯେ ସରକାରୀ ବିଦ୍ୟାଳୟରେ ଶ୍ରେଣୀ ଗୃହରେ ଛାତ୍ରଛାତ୍ରୀଙ୍କ ପାଠପଢା ଆରମ୍ଭ ହେବା ପୂର୍ବରୁ ଛଅ ପଦ ବିଶିଷ୍ଟ ରାଷ୍ଟ୍ରଗୀତ ଗାନ କରାଯିବ।
ପୂର୍ବରୁ ଜାରି ହୋଇଥିବା ନିର୍ଦ୍ଦେଶକୁ ପ୍ରତ୍ୟାହାର କରି ପଶ୍ଚିମବଙ୍ଗ ସରକାର ଗଣ ଶିକ୍ଷା ବିଭାଗ ଅଧିନରେ ରହିଥିବା ସମସ୍ତ ବିଦ୍ୟାଳୟ ପାଇଁ ତୁରନ୍ତ ପ୍ରଭାବରେ ଶ୍ରେଣୀ ଆରମ୍ଭ ହେବା ପୂର୍ବରୁ କିମ୍ବା ସକାଳ ପ୍ରାର୍ଥନା ସଭା ସମୟରେ ରାଷ୍ଟ୍ରଗୀତ ଗାନ କରିବାକୁ ବାଧ୍ୟତାମୂଳକ କରିଛନ୍ତି। ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଏକ ଏକ୍ସ ପୋଷ୍ଟ କରି ଜଣାଇଛନ୍ତି।
"ବନ୍ଦେ ମାତରମ୍" ଭାରତ ବର୍ଷକୁ ଉପନିବେଶବାଦୀ ଶାସନରୁ ମୁକ୍ତ କରିବା ପାଇଁ ସଂଘର୍ଷ କରୁଥିବା ସ୍ୱାଧିନତା ସଂଗ୍ରାମୀଙ୍କ ସ୍ଲୋଗାନ ରହିଥିଲା। ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ଏକ ପ୍ରମୁଖ ରାଜନୈତିକ ପ୍ରସଙ୍ଗ ପାଲଟିଥିଲା। ଗତ ଫେବୃଆରୀରେ କେନ୍ଦ୍ର ସରକାର ଏହାକୁ ଦେଶର ଜାତୀୟ ସଙ୍ଗୀତ 'ଜନ ଗଣ ମନ' ସହ ସମାନ ମାନ୍ୟତା ଦେଇଥିଲେ। ସମସ୍ତ ସରକାରୀ ଏବଂ ଶିକ୍ଷାନୁଷ୍ଠାନରେ ଅନୁଷ୍ଠିତ ହେଉଥିବା କାର୍ଯ୍ୟକ୍ରମରେ ଜାତୀୟ ସଙ୍ଗୀତ ସହିତ ରାଷ୍ଟ୍ରଗୀତର ସମସ୍ତ ୬ ପଦ ଗାନ କରିବାକୁ ବାଧ୍ୟତାମୂଳକ କରିଥିଲେ।
ଏହା ସହ ପଡନ୍ତୁ: ବନ୍ଦେ ମାତରମ୍' କୁ ନେଇ ମୋଦି ସରକାରଙ୍କ ବଡ଼ ନିଷ୍ପତ୍ତି; ଅପମାନ କଲେ ଯିବେ ଜେଲ୍!
ଭାରତ ବର୍ଷର ପ୍ରସିଦ୍ଧ ଔପନ୍ୟାସିକ ବଙ୍କିମ ଚନ୍ଦ୍ର ଚାଟାର୍ଜଙ୍କ ଦ୍ୱାରା ରଚିତ ରାଷ୍ଟ୍ରଗୀତ ରଚିତ ହେବାର ୧୫୦ ତମ ବର୍ଷ ପୂର୍ତ୍ତି ପାଳନ କରିବା ପାଇଁ କେନ୍ଦ୍ରରେ କ୍ଷମତାସୀନ ମୋଦି ସରକାର ସଂସଦରେ ଏକ ଭବ୍ୟ କାର୍ଯ୍ୟକ୍ରମ ସହ ଏକ ବିତର୍କର ଆୟୋଜନ ମଧ୍ୟ କରିଥିଲେ। ସଂସ୍କୃତ ଭାଷାରେ ରଚିତ ଛଅ ପଦ ବିଶିଷ୍ଟ "ବନ୍ଦ ମାତରମ୍" ସର୍ବ ପ୍ରଥମେ ୧୮୮୨ ମସିହାରେ ପ୍ରକାଶିତ ଆନନ୍ଦମଠ ଉପନ୍ୟାସରେ ପ୍ରକାଶିତ ହୋଇଥିଲା। ଏହାର ପ୍ରଥମ ଦୁଇଟି ପଦକୁ ୧୯୫୦ ମସିହାରେ ରାଷ୍ଟ୍ରଗୀତ ଭାବରେ ଗ୍ରହଣ କରାଯାଇଥିଲା।
ଚଳିତ ବର୍ଷ ଦେଶର ରାଜନୀତିରେ "ବନ୍ଦ ମାତରମ୍" ଏକ ପ୍ରମୁଖ ପ୍ରସଙ୍ଗ ପାଲିଟିଥିଲା। ଏହି ପ୍ରସଙ୍ଗ ଉଠାଇ ବିଜେପି, କଂଗ୍ରେସ ବିରୋଧରେ ଅଭିଯୋଗ ଆଣିଥିଲା ଯେ ରାଷ୍ଟ୍ରଗୀତକୁ କେବଳ ପ୍ରଥମ ଦୁଇଟି ପଦ ମଧ୍ୟରେ ସୀମିତ କରି ଦିଆଯାଇଥିଲା। ସାମ୍ପ୍ରଦାୟିକ ଏଜେଣ୍ଡାକୁ ପ୍ରୋତ୍ସାହିତ କରିବା ପାଇଁ ମାଆ ଦୁର୍ଗାଙ୍କ ବିଷୟ ଉଲ୍ଲେଖ କରୁଥିବା ଧାଡିକୁ ହଟାଇ ଦିଆଯାଇଛି।
ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ନଭେମ୍ବରରେ ସଂସଦରେ କହିଥିଲେ ଯେ ୧୯୩୭ ମସିହାରେ ରାଷ୍ଟ୍ରଗୀତର ଚାରୋଟି ଅନୁଚ୍ଛେଦ ହଟାଇବା ଅଖଣ୍ଡ ଭାରତ ବର୍ଷର ବିଭାଜନର ବୀଜ ବୁଣିଥିଲା। ୧୯୩୭ ମସିହାରେ "ବନ୍ଦେ ମାତରମ୍" ର ଗୁରୁତ୍ୱପୂର୍ଣ୍ଣ ପଦ୍ୟ, ଯାହା ଏହାର ମୂଳ ଆତ୍ମାର ସାରମର୍ମ ରହିଥିଲା, ତାହାକୁ ଅପସାରିତ କରାଯାଇଥିଲା। ଏହି ପଦକୁ ବିକୃତ କରି ଉପସ୍ଥାପନ କରାଯାଇଥିଲା। ଏହି ଅପସାରଣ ଦେଶ ବିଭାଜନର ମୂଳଦୁଆ ପକାଇଥିଲା। ଆଜିର ପିଢ଼ି ଏକଥା ବୁଝିବା ଆବଶ୍ୟକ ଯେ ରାଷ୍ଟ୍ର ନିର୍ମାଣର ଏହି ମହାନ ମନ୍ତ୍ର ସହିତ କାହିଁକି ଏତେ ଅନ୍ୟାୟ କରାଯାଇଥିଲା। କାରଣ ସେହି ସମାନ ବିଭାଜନକାରୀ ମାନସିକତା ଆଜି ମଧ୍ୟ ଦେଶ ପାଇଁ ଏକ ପ୍ରମୁଖ ଚ୍ୟାଲେଞ୍ଜ ହୋଇ ରହିଛି।

পূর্ববর্তী নির্দেশ বাতিল করে, পশ্চিমবঙ্গ সরকার স্কুল শিক্ষা দপ্তরের অধীনে থাকা রাজ্যের সমস্ত বিদ্যালয়ে পঠনপাঠন শুরু হওয়ার আগে স্কুল অ্যাসেম্বলি বা প্রাতঃকালীন প্রার্থনার সময় ভারতের জাতীয় গান 'বন্দে মাতরম' গাওয়া তাৎক্ষণিকভাবে বাধ্যতামূলক করা হয়েছে। pic.twitter.com/QGrdZzik1u
— Suvendu Adhikari (@SuvenduWB) May 14, 2026
ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ନଭେମ୍ବରରେ ସଂସଦରେ କହିଥିଲେ ଯେ ୧୯୩୭ ମସିହାରେ ରାଷ୍ଟ୍ରଗୀତର ଚାରୋଟି ଅନୁଚ୍ଛେଦ ହଟାଇବା ଅଖଣ୍ଡ ଭାରତ ବର୍ଷର ବିଭାଜନର ବୀଜ ବୁଣିଥିଲା। ୧୯୩୭ ମସିହାରେ "ବନ୍ଦେ ମାତରମ୍" ର ଗୁରୁତ୍ୱପୂର୍ଣ୍ଣ ପଦ୍ୟ, ଯାହା ଏହାର ମୂଳ ଆତ୍ମାର ସାରମର୍ମ ରହିଥିଲା, ତାହାକୁ ଅପସାରିତ କରାଯାଇଥିଲା। ଏହି ପଦକୁ ବିକୃତ କରି ଉପସ୍ଥାପନ କରାଯାଇଥିଲା। ଏହି ଅପସାରଣ ଦେଶ ବିଭାଜନର ମୂଳଦୁଆ ପକାଇଥିଲା। ଆଜିର ପିଢ଼ି ଏକଥା ବୁଝିବା ଆବଶ୍ୟକ ଯେ ରାଷ୍ଟ୍ର ନିର୍ମାଣର ଏହି ମହାନ ମନ୍ତ୍ର ସହିତ କାହିଁକି ଏତେ ଅନ୍ୟାୟ କରାଯାଇଥିଲା। କାରଣ ସେହି ସମାନ ବିଭାଜନକାରୀ ମାନସିକତା ଆଜି ମଧ୍ୟ ଦେଶ ପାଇଁ ଏକ ପ୍ରମୁଖ ଚ୍ୟାଲେଞ୍ଜ ହୋଇ ରହିଛି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories