Vijay Malhotra / ଆଉ ନାହାନ୍ତି ବରିଷ୍ଠ ବିଜେପି ନେତା ବିଜୟ ମଲହୋତ୍ରା

Key Points
ବିଜୟ ମାଲହୋତ୍ରାଙ୍କ ନିଧନ । ୯୪ ବର୍ଷ ବୟସରେ ବିଜୟ ମାଲହୋତ୍ରାଙ୍କ ପରଲୋକ । ଦିଲ୍ଲୀ ବିଜେପିର ପ୍ରଥମ ସଭାପତି ଥିଲେ ବିଜୟ କୁମାର ମାଲହୋତ୍ରା ।
ବିଜେପିର ବରିଷ୍ଠ ନେତା ବିଜୟ ମଲହୋତ୍ରାଙ୍କ ନିଧନ । ୯୪ ବର୍ଷ ବୟସରେ ବିଜୟ ମଲହୋତ୍ରାଙ୍କ ପରଲୋକ । ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା ଦିଲ୍ଲୀ ବିଜେପିର ପ୍ରଥମ ସଭାପତି ଥିଲେ ବିଜୟ କୁମାର ମଲହୋତ୍ରା । ଅନେକ ଦିନ ଧରି ଅସୁସ୍ଥ ଥିଲେ ବିଜୟ ମଲହୋତ୍ରା । ଅସୁସ୍ଥତା କାରଣରୁ ସେ ଦୀର୍ଘ ଦିନ ଧରି ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଥିଲେ । ତାଙ୍କ ବିୟୋଗ ଭାରତୀୟ ରାଜନୀତି ଏବଂ ଦିଲ୍ଲୀ ବିଜେପି ପାଇଁ ଏକ ଗୁରୁତ୍ବପୂର୍ଣ୍ଣ କ୍ଷତି । ସେପଟେ ବିଜୟ ମଲହୋତ୍ରାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଶୋକ ସନ୍ତପ୍ତ ପରିବାରକୁ ଭେଟି ଜଣାଇଛନ୍ତି ସମବେଦନା । ଏହାସହ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ବି ବିଜୟ ମାଲହୋତ୍ରାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।
जीवनपर्यंत जनसेवा में समर्पित रहे भाजपा के वरिष्ठ नेता विजय कुमार मल्होत्रा जी के निधन से गहरा दुख हुआ है। वे जमीन से जुड़े ऐसे नेता थे, जिन्हें जनता के मुद्दों की गहरी समझ थी। दिल्ली में पार्टी को सशक्त बनाने में उन्होंने अहम भूमिका निभाई। संसद में अपनी सक्रियता और योगदान के लिए… pic.twitter.com/aULfroSFEJ
— Narendra Modi (@narendramodi) September 30, 2025
ବିଜୟ କୁମାର ମଲହୋତ୍ରା କିଏ ଥିଲେ?
📱 Get Argus News App
✨୧୯୩୧ ମସିହା ଡିସେମ୍ବର ୩ରେ ଲାହୋର, ପଞ୍ଜାବ (ବର୍ତ୍ତମାନର ପାକିସ୍ତାନ)ରେ ଜନ୍ମଗ୍ରହଣ କରିଥିଲେ ବିଜୟ କୁମାର ମଲହୋତ୍ରା । ସେ ଭାରତୀୟ ରାଜନୀତି ଏବଂ କ୍ରୀଡା ପ୍ରଶାସନରେ ତାଙ୍କର ପ୍ରମୁଖତା ପାଇଁ ଜଣାଶୁଣା ଥିଲେ । ସେ ଦିଲ୍ଲୀ ପ୍ରଦେଶ ଜନତା ସଂଘର ସଭାପତି (୧୯୭୨-୧୯୭୫) ଏବଂ ଦୁଇଥର ଦିଲ୍ଲୀ ବିଜେପିର ସଭାପତି (୧୯୭୭-୧୯୮୦, ୧୯୮୦-୧୯୮୪) ଭାବରେ କାର୍ଯ୍ୟ କରିଥିଲେ। ତାଙ୍କର ସକ୍ରିୟ ଅବଦାନ ବିଜେପିକୁ ଦିଲ୍ଲୀରେ ଶକ୍ତିଶାଳୀ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଥିଲେ ।
ଅଧିକ ପଢ଼ନ୍ତୁ: ଭାରତ-ଭୁଟାନ ମଧ୍ୟରେ ଗଢିବ ଟ୍ରେନ, ଖର୍ଚ୍ଚ ହେବ ୪ ହଜାର କୋଟି
୧୯୯୯ ସାଧାରଣ ନିର୍ବାଚନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କୁ ପରାସ୍ତ କରିବା ମଲହୋତ୍ରାଙ୍କ ସର୍ବଶ୍ରେଷ୍ଠ ରାଜନୈତିକ ସଫଳତା ବୋଲି ବିବେଚନା କରାଯାଏ । ସେ ଗତ ୪୫ ବର୍ଷ ଧରି ଦିଲ୍ଲୀରୁ ପାଞ୍ଚଥର ସାଂସଦ ଏବଂ ଦୁଇଥର ବିଧାୟକ ଭାବରେ କାର୍ଯ୍ୟ କରିଥିଲେ । ୨୦୦୪ ସାଧାରଣ ନିର୍ବାଚନରେ ଦିଲ୍ଲୀରୁ ଏକମାତ୍ର ବିଜେପି ପ୍ରାର୍ଥୀ ଭାବେ ବିଜୟଲାଭ କରିଥିଲେ । ବିଜୟ ମଲହୋତ୍ରା ତାଙ୍କ ରାଜନୈତିକ କ୍ୟାରିୟରରେ ସର୍ବଦା ଏକ ସ୍ୱଚ୍ଛ ଭାବମୂର୍ତ୍ତି ବଜାୟ ରଖିଥିଲେ ।
ଶିକ୍ଷା ଏବଂ ସାମାଜିକ କାର୍ଯ୍ୟ
ମଲହୋତ୍ରା କେବଳ ଜଣେ ରାଜନେତା ନଥିଲେ ବରଂ ଜଣେ ଶିକ୍ଷାବିତ୍ ମଧ୍ୟ ଥିଲେ । ସେ ହିନ୍ଦୀ ସାହିତ୍ୟରେ ଡକ୍ଟରେଟ୍ ଡିଗ୍ରୀ ହାସଲ କରିଥିଲେ। ସେ କ୍ରୀଡା ପ୍ରଶାସନରେ ମଧ୍ୟ ସକ୍ରିୟ ଥିଲେ । ଦିଲ୍ଲୀର ଚେସ୍ ଏବଂ ତୀରନ୍ଦାଜୀ କ୍ଲବ ପରିଚାଳନାରେ ଜଡିତ ଥିଲେ। ରାଜନୀତି, ଶିକ୍ଷା ଏବଂ କ୍ରୀଡା ପ୍ରତି ତାଙ୍କର ଅବଦାନ ସର୍ବଦା ମନେ ରହିବ ।
Related Topics
Explore more stories