Videos
|
National

Nandigram Bypoll 2026 / ନନ୍ଦିଗ୍ରାମ ଉପନିର୍ବାଚନକୁ ନେଇ ସରଗରମ ପଶ୍ଚିମବଙ୍ଗ ରାଜନୀତି; କିଏ ହେବେ ବିଜେପି ପ୍ରାର୍ଥୀ

Subhramjit Ray
Browse all articles by Subhramjit Ray
·51 mins ago·2 min read
ନନ୍ଦିଗ୍ରାମ ଉପନିର୍ବାଚନକୁ ନେଇ ସରଗରମ ପଶ୍ଚିମବଙ୍ଗ ରାଜନୀତି; କିଏ ହେବେ ବିଜେପି ପ୍ରାର୍ଥୀ
Nandigram Bypoll 2026

Key Points

ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ତାଙ୍କ ବିଜୟ ପରେ ଭବାନୀପୁର ଆସନ ବଜାୟ ରଖିବାକୁ ନିଷ୍ପତ୍ତି ନେଇଥିବାରୁ, ଅକ୍ଟୋବର ୬ ତାରିଖରେ ନନ୍ଦିଗ୍ରାମ ବିଧାନସଭା ଆସନରେ ହେବ ଉପନିର୍ବାଚନ। ବିଜେପି ତାଙ୍କ ହିବଂଗତ ସହଯୋଗୀ ଚନ୍ଦ୍ରନାଥ ରଥଙ୍କ ମାତା ହସି ରଥଙ୍କୁ ଏହି ଆସନରୁ ପ୍ରାର୍ଥୀ କରିପାରେ ବୋଲି ଆଲୋଚନା ହେଉଛି।
ପଶ୍ଚିମବଙ୍ଗର ନନ୍ଦିଗ୍ରାମ ବିଧାନସଭା ଆସନରେ ହେବାକୁ ଯାଉଥିବା ଉପନିର୍ବାଚନକୁ ନେଇ ସରଗରମ ହୋଇଉଠିଛି ରାଜ୍ୟ ରାଜନୀତି। ଏହି ଆସନ ପାଇଁ ମତଦାନ ଆସନ୍ତା ଅକ୍ଟୋବର ୬ ତାରିଖରେ ହେବାକୁ ଯାଉଛି। ରାଜ୍ୟରେ କ୍ଷମତାସୀନ ଶାସକ ବିଜେପି, ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ଦିବଂଗତ ବ୍ୟକ୍ତିଗତ ସହାୟକ ଚନ୍ଦ୍ରନାଥ ରଥଙ୍କ ମାଆ ହସି ରଥଙ୍କୁ ପ୍ରାର୍ଥୀ କରିବା ନେଇ ଚର୍ଚ୍ଚା ହେଉଛି। ଏହି ଚର୍ଚ୍ଚା ଉପରେ ଜବାବ ରଖି ହସି ରଥ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଯାହା ନିଷ୍ପତ୍ତି ନେବେ ତାହା ତାଙ୍କ ପାଇଁ ଗ୍ରହଣୀୟ ହେବ।

ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ​​ଶୁଭେନ୍ଦୁ ଅଧିକାରୀ ରାଜ୍ୟର ଭବାନୀପୁର ଏବଂ ନନ୍ଦିଗ୍ରାମ ଆସନରୁ ବାଜିମାତ କରିଥିଲେ। ମୁଖ୍ୟମନ୍ତ୍ରୀ ପଦଭାର ଗ୍ରହଣ କରିବା ପରେ ଶୁଭେନ୍ଦୁ ଅଧିକାରୀ ଭବାନୀପୁର ଆସନରୁ ପ୍ରତିନିଧିତ୍ୱ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ନନ୍ଦିଗ୍ରାମ ଆସନ ଛାଡି ଦେଇଥିଲେ। ଯାହା ଫଳରେ ତାଙ୍କର ପାରମ୍ପରିକ ଗଡ଼ ନନ୍ଦିଗ୍ରାମରେ ହେବାକୁ ଯାଉଛି ଉପନିର୍ବାଚନ।

ଏହା ସହ ପଢନ୍ତୁ: ଉପନିର୍ବାଚନ ପାଇଁ ତାରିଖ ଘୋଷଣା; ୬ ଅକ୍ଟୋବରରେ ୬ ଆସନରେ ହେବ ମତଦାନ

ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁର ଜିଲ୍ଲାରେ ଅବସ୍ଥିତ ନନ୍ଦିଗ୍ରାମ ଆସନ ଗତ ୨୦୨୧ ବିଧାନସଭା ନିର୍ବାଚନ ବେଳେ ରାଜ୍ୟର ସବୁଠାରୁ ଚର୍ଚ୍ଚିତ ଆସନ ଭାବେ ଉଭା ହୋଇଥିଲା। ସେତେବେଳେ ଶୁଭେନ୍ଦୁ ଅଧିକାରୀ ତତ୍କାଳୀନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ପରାସ୍ତ କରିଥିଲେ। ଚଳିତ ବର୍ଷ ବିଧାନସଭା ନିର୍ବାଚନରେ,ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ତାଙ୍କର ପାରମ୍ପରିକ ଆସନ ନନ୍ଦିଗ୍ରାମରୁ ତୃଣମୂଳ କଂଗ୍ରେସ ପ୍ରାର୍ଥୀ ପବିତ୍ର କରଙ୍କୁ ପରାସ୍ତ କରିଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏବେ ନନ୍ଦିଗ୍ରାମ ଆସନ ପାଇଁ ଚନ୍ଦ୍ରନାଥ ରଥଙ୍କ ମାଆ ହସି ରଥଙ୍କ ନାମ ବିଚାର କରାଯାଉଛି। ଚନ୍ଦ୍ରନାଥ ରଥ, ଶୁଭେନ୍ଦୁ ଅଧିକାରୀଙ୍କ ଜଣେ ଘନିଷ୍ଠ ସହଯୋଗୀ ଥିଲେ। ନିର୍ବାଚନ ଫଳାଫଳ ଘୋଷଣା ହେବାର କିଛି ଦିନ ପରେ ରାଜଧାନୀ କୋଲକାତା ଠାରେ ଚନ୍ଦ୍ରନାଥ ରଥଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା।

ହସି ରଥ କହିଛନ୍ତି ଯେ ତାଙ୍କ ପୁଅର ମୃତ୍ୟୁ ପର ଠାରୁ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ତାଙ୍କ ପରିବାରର ରକ୍ଷକ ଅଛନ୍ତି। ସେ କହିଛନ୍ତି ଯେ ବିଜେପି ଏକ ଶୃଙ୍ଖଳିତ ଏବଂ ସଙ୍ଗଠିତ ଦଳ। ଟିକେଟ୍ ବିଷୟରେ ଆଲୋଚନା ହେଉଥିବାର ଶୁଣିଛି। ହେଲେ ଦଳ ଦ୍ୱାରା ଆନୁଷ୍ଠାନିକ ଘୋଷଣା ନହେବା ପର୍ଯ୍ୟନ୍ତ ଏହା ଉପରେ ମନ୍ତବ୍ୟ ଦେବା ଠିକ ହେବ ନାହିଁ। ମୁଖ୍ୟମନ୍ତ୍ରୀ ମୋତେ ଯେଉଁ ଦାୟିତ୍ୱ ଦେବେ ତାହାକୁ ମୁଁ ସ୍ୱୀକାର କରିବି। ନନ୍ଦିଗ୍ରାମ ପାଇଁ ତାଙ୍କର ସମ୍ପୂର୍ଣ୍ଣ ଶକ୍ତି ଉତ୍ସର୍ଗ କରିବେ। ହେଲେ ତଥାପି ବିଜେପି ଦ୍ୱାରା ଏପର୍ଯ୍ୟନ୍ତ ନନ୍ଦିଗ୍ରାମ ଆସନରେ କିଏ ହେବ ଦଳୀୟ ପ୍ରାର୍ଥୀ ସେନେଇ କୌଣସି ବିବୃତ୍ତି ଜାରି କରାଯାଇ ନାହିଁ।