Oct 6 bypolls India / ଉପନିର୍ବାଚନ ପାଇଁ ତାରିଖ ଘୋଷଣା; ୬ ଅକ୍ଟୋବରରେ ୬ ଆସନରେ ହେବ ମତଦାନ
·52 mins ago·3 min read

Key Points
୫ ବିଧାନସଭା ଏବଂ ଗୋଟିଏ ଲୋକସଭା ଆସନରେ ହେବାକୁ ଯାଉଥିବା ଉପନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ ଆୟୋଗ।
ସୋମବାର (୭ ସେପ୍ଟେମ୍ବର) ଦେଶର ୩ ରାଜ୍ୟର ୫ ବିଧାନସଭା ଏବଂ ଆସାମର ଗୋଟିଏ ଲୋକସଭା ଆସନରେ ହେବାକୁ ଯାଉଥିବା ଉପନିର୍ବାଚନ ପାଇଁ ହୋଇଛି ତାରିଖ ଘୋଷଣା। ପଶ୍ଚିମବଙ୍ଗ, ତାମିଲନାଡୁ ଏବଂ ପୁଦୁଚେରୀରେ ହେବାକୁ ଯାଉଥିବା ବିଧାନସଭା ଏବଂ ଆସାମର ଗୋଟିଏ ଲୋକସଭା ଆସନରେ ଅନୁଷ୍ଠିତ ଉପନିର୍ବାଚନ ଲାଗି ଅକ୍ଟୋବର ୬ ତାରିଖରେ ମତଦାନ ଅନୁଷ୍ଠିତ ହେବ। ନାମାଙ୍କନ ପ୍ରକ୍ରିୟା ୧୬ ସେପ୍ଟେମ୍ବର ପର୍ଯ୍ୟନ୍ତ ଖୋଲା ରହିବ। ଭୋଟ ଗଣତି ଅକ୍ଟୋବର ୯ ତାରିଖରେ ଅନୁଷ୍ଠିତ ହେବ। ନିର୍ବାଚନ ପ୍ରକ୍ରିୟା ଅକ୍ଟୋବର 11 ସୁଦ୍ଧା ସମାପ୍ତ ହେବ।
ବିଭିନ୍ନ କାରଣ ପାଇଁ ତିନୋଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ନିର୍ବାଚିତ ବିଧାୟକଙ୍କ ଇସ୍ତଫା ପରେ ଉପନିର୍ବାଚନ ଆବଶ୍ୟକ ହୋଇ ପଡ଼ିଥିଲା। ତାମିଲନାଡୁରେ ମାରାଗାଥମ କୁମାରଭେଲ ଏବଂ ପି. ସତ୍ୟଭାମାଙ୍କ ଇସ୍ତଫା ପରେ ଯଥାକ୍ରମେ ମଦୁରାନ୍ତକମ (SC) ଏବଂ ଧରାପୁରମ (SC) ଆସନ ଖାଲି ହୋଇ ଯାଇଥିଲା। ଶ୍ରୀମତୀ କୁମାରଭେଲ ଏବଂ ଶ୍ରୀମତୀ ସତ୍ୟବାମା ଉଭୟେ ୨୦୨୬ ବିଧାନସଭା ନିର୍ବାଚନରେ AIADMK ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ହେଲେ ଉଭୟେ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କ ତାମିଲାଗା ଭେଟ୍ଟ୍ରି କାଝାଗମ (TVK) ରେ ଯୋଗ ଦେବା ପରେ AIADMK ରୁ ଇସ୍ତଫା ଦେଇଥିଲେ।
ଇସ୍ତଫା ପରେ ତାମିଲନାଡୁର ଅନ୍ୟ ୫ ବିଧାନସଭା ଆସନ ଖାଲି ପଡ଼ିଛି। ଯେଉଁଥିରେ ତିରୁଚିରାପାଲି ପୂର୍ବ ଆସନ ଅନ୍ତର୍ଭୂକ୍ତ ରହିଛି। ଯେଉଁଠି ନିଜେ ତାମିଲନାଡୁ ମୁଖ୍ୟମନ୍ତ୍ରୀବିଜୟ ନିର୍ବାଚିତ ହୋଇଥିଲେ। ସେ ଦୁଇଟି ଆସନରୁ ନିର୍ବାଚିତ ହୋଇଥିଲେ ମଧ୍ୟ ପେରାମ୍ବୁର ଆସନକୁ ନିଜର ନିର୍ବାଚନ ମଣ୍ଡଳୀ ଭାବରେ ବଜାୟ ରଖିଥିଲେ। ଅନ୍ୟ ଖାଲି ପଡ଼ିଥିବା ଆସନ ହେଉଛି ଅମ୍ବାସମୁଦ୍ରମ୍, କରୁର, ବୀରାଲିମଲାଇ ଏବଂ ପେରୁମଦୁରାଇ। ଏହି ସମସ୍ତରେ ଉପନିର୍ବାଚନ ଆବେଦନ ବିଚାରାଧିନ ରହିଛି। ଯେଉଁଥିପାଇଁ ନିର୍ବାଚନ କମିଶନ ସେଠାରେ ଉପନିର୍ବାଚନ ଲାଗି ତାରିଖ ଘୋଷଣା କରିନାହାଁନ୍ତି।
ଏହା ସହ ପଡନ୍ତୁ: ବଡ଼ ଅଫର ଦେଲେ ହୁମାଁୟୁ କବୀର; ମାନିବେ କି ମମତା ବାନାର୍ଜୀ?

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପୁଡୁଚେରୀରେ, ମୁଖ୍ୟମନ୍ତ୍ରୀ ଏନ. ରଙ୍ଗାସାମୀଙ୍କ ଇସ୍ତଫା ପରେ ଥାଟନଚାୱାଡି ନିର୍ବାଚନ ମଣ୍ଡଳୀ ଖୋଲିପଡ଼ିଛି। ସେ ଥାଟନଚାୱାଡି ଏବଂ ମଙ୍ଗଳମ ଉଭୟ ଆସନରୁ ଜିତିଥିଲେ। ହେଲେ ସେ ଥାଟନଚାୱାଡି ଆସନ ଛାଡିବାକୁ ନିଷ୍ପତ୍ତି ନେଇଥିଲେ। ଯେଉଁଥି ପାଇଁ ଏହି ଆସନରେ ନିର୍ବାଚନ ଅନୁଷ୍ଠିତ ହେଉଛି।
ପଶ୍ଚିମବଙ୍ଗରେ ଆମ ଜନତା ଉନ୍ନୟନ ପାର୍ଟି (AJUP) ଅଧ୍ୟକ୍ଷ ହୁମାଁୟୁ କବୀର ଏବଂ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ଇସ୍ତଫା ପରେ ଯଥାକ୍ରମେ ରେଜିନଗର ଏବଂ ହାଇ-ପ୍ରୋଫାଇଲ୍ ନନ୍ଦିଗ୍ରାମ ଆସନ ଉପନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛି। ମୁଖ୍ୟମନ୍ତ୍ରୀ ଅଧିକାରୀ ଭବାନୀପୁର ଆସନ ବଜାୟ ରଖିବାକୁ ନିଷ୍ପତ୍ତି ନେଇଥିଲେ। ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ସେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ତଥା ଟିଏମସି (TMC) ସୁପ୍ରିମୋ ମମତା ବାନାର୍ଜୀଙ୍କୁ ପରାସ୍ତ କରିଥିଲେ। ପଶ୍ଚିମବଙ୍ଗରେ କ୍ଷମତାସୀନ ପ୍ରଥମ ବିଜେପି ସରକାରର ନେତୃତ୍ୱ ନେଉଥିବା ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ, ମମତା ବାନାର୍ଜୀଙ୍କୁ ଭବାନୀପୁର ଆସନରେ ୧୫ ହଜାରାରୁ ଉର୍ଦ୍ଧ୍ୱ ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ। ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଗତ ୨୦୨୧ ବିଧାନସଭା ନିର୍ବାଚନରେ ନନ୍ଦିଗ୍ରାମ ଆସନରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ପରାସ୍ତ କରିଥିଲେ।
ଅନ୍ୟପଟେ ପୂର୍ବତନ TMC ନେତା ତଥା AJUP ଅଧ୍ୟକ୍ଷ ହୁମାଁୟୁ କବୀର ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଉଭୟ ନୋୱଦା ଏବଂ ରେଜିନଗର ଆସନରୁ ନିର୍ବାଚିତ ହୋଇଥିଲ। ସେ ନୋୱଦା ସିଟ୍ ବଜାୟ ରଖିଥିବା ବେଳେ ରେଜିନଗର ଆସନରୁ ଇସ୍ତଫା ଦେଇଥିଲେ। ଇସ୍ତଫା ଦେବା ପରେ ହୁମାଁୟୁ କବୀର, ମମତା ବାନାର୍ଜୀଙ୍କୁ ରେଜିନଗର ଆସନରୁ ନିର୍ବାଚନ ଲଢିବାକୁ ପ୍ରସ୍ତାବ ଦେଇଥିଲେ। ମମତା ବାନାର୍ଜୀ ନନ୍ଦିଗ୍ରାମ ନାଁ ରେଜିନଗର ଆସନ କେଉଁଠାରୁ ନିର୍ବାଚନ ଲଢୁଛନ୍ତି ତାହା ଦେଖିବାକୁ ବାକି ରହିଲା।
ଏହା ସହ ପଢନ୍ତୁ: ବଢିଲା ଟିଏମସି ଲାଗି ଚିନ୍ତା; ନନ୍ଦିଗ୍ରାମ ଲାଗି ମିଳୁନାହାଁନ୍ତି ନେତା
ସେହିପରି ଆସାମରେ ପ୍ରଦ୍ୟୁତ୍ ବୋର୍ଦୋଳୋଇଙ୍କ ଇସ୍ତଫା ପରେ ନଗାଓଁ ଲୋକସଭା ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେଉଛି। ସେ ୨୦୨୪ ଲୋକସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଭାବେ ନଗାଓଁ ଆସନରୁ ବିଜୟୀ ହୋଇଥିଲେ। ପରବର୍ତ୍ତୀ ସମୟରେ ବିଜେପି ହାତ ଧରିବା ପରେ, ୨୦୨୬ ବିଧାନସଭା ନିର୍ବାଚନରେ ଆସାମର ଦିସପୁର ଆସନରୁ ବିଧାୟକ ନିର୍ବାଚିତ ହୋଇଥିଲେ। ଅନ୍ୟ ଦୁଇଟି ଲୋକସଭା ଆସନ ଯଥା ମେଘାଳୟର ଶିଲଂ ଏବଂ ପଶ୍ଚିମବଙ୍ଗର ବସିରହାଟ ଏବେ ମଧ୍ୟ ଖାଲି ପଡ଼ିଛି। ସେଠାରେ ଏପର୍ଯ୍ୟନ୍ତ ନିର୍ବାଚନ ସ୍ଥିର ହୋଇନାହିଁ।

Related Topics
Explore more stories