BJP Jansampark Abhiyan 2026 / ବିଜେପି ଆରମ୍ଭ କରିବ ଜନସମ୍ପର୍କ ଅଭିଯାନ; ମୈଦାନକୁ ଓହ୍ଲାଇବେ କେନ୍ଦ୍ରମନ୍ତ୍ରୀ-ମୁଖ୍ୟମନ୍ତ୍ରୀ
·53 mins ago·3 min read

Key Points
ଆସନ୍ତା ଜୁନ୍ ୫ ତାରିଖରୁ ବିଜେପି ପକ୍ଷରୁ ଆରମ୍ଭ ହେଉଛି ଜନସମ୍ପର୍କ ଅଭିଯାନ। ଏହି ଅଭିଯାନରେ ସାମିଲ ହେବା ପାଇଁ ମୈଦାନକୁ ଓହ୍ଲାଇବେ କେନ୍ଦ୍ରମନ୍ତ୍ରୀଙ୍କ ଠାରୁ ମୁଖ୍ୟମନ୍ତ୍ରୀ।
Modi Sarkars 12 Year: ପ୍ରଧାନମନ୍ତ୍ରୀ ଭାବରେ ୧୨ ବର୍ଷର କାର୍ଯ୍ୟକାଳ ପୂରଣ କରି ସାରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗତ ୨୦୧୪ ମେ ୨୬ ତାରିଖରେ ନରେନ୍ଦ୍ର ମୋଦି ଦେଶର ୧୫ ତମ ପ୍ରଧାନମନ୍ତ୍ରୀ ପଦଭାର କରିଥିଲେ। ଏହି ଅବସରରେ ବିଜେପି ପକ୍ଷରୁ ଦେଶବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେବାକୁ ଯାଉଛି। ଆସନ୍ତା ଜୁନ୍ ୫ ତାରିଖରୁ ୨୧ ପର୍ଯ୍ୟନ୍ତ ସମଗ୍ର ଦେଶରେ ବିଭିନ୍ନ ଜନସମ୍ପର୍କ, ସେବା ଏବଂ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମକୁ "ବିଶ୍ୱାସ, ବିକାଶ ଏବଂ ଜନ କଲ୍ୟାଣର ୧୨ ବର୍ଷ" ଭାବରେ ପାଳନ କରାଯିବ।
ଦଳ ପ୍ରଧାନମନ୍ତ୍ରୀ ମୋଦିଙ୍କ ୧୨ ବର୍ଷର ଶାସନ କାଳକୁ ଗରିବ, ଅବହେଳିତ ଏବଂ ପଛୁଆ ବର୍ଗଙ୍କ ଉନ୍ନତି, କୃଷକଙ୍କ କଲ୍ୟାଣ, ମହିଳା ସଶକ୍ତିକରଣ ଏବଂ ସାମଗ୍ରିକ ବିକାଶ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ବର୍ଣ୍ଣନା କରିଛି। କାର୍ଯ୍ୟକ୍ରମ ଶୃଙ୍ଖଳାର ଅଂଶ ଭାବରେ, ଜୁନ୍ ୮ ତାରିଖରୁ ୧୨ ପର୍ଯ୍ୟନ୍ତ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯିବ। କେନ୍ଦ୍ରମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଏବଂ ଦଳୀୟ ନେତୃବୃନ୍ଦ ମୋଦି ସରକାରଙ୍କ ୧୨ ବର୍ଷର ସଫଳତା ଏବଂ ବିକାଶ ଯାତ୍ରାକୁ ଜନସାଧାରଣଙ୍କ ସାମ୍ନାରେ ଉପସ୍ଥାପନ କରିବେ।
ଏହା ସହିତ, ଆସନ୍ତା ଜୁନ୍ ୮ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ଜନସମ୍ପର୍କ ଅଭିଯାନ ଆରମ୍ଭ କରାଯିବ। ଯେଉଁଥିରେ ଜନପ୍ରତିନିଧି ନାଗରିକଙ୍କ ସହିତ ଭାବ ବିନିମୟ କରିବା ଏବଂ ବିକାଶ କାର୍ଯ୍ୟ ବିଷୟରେ ସୂଚନା ପ୍ରଦାନ କରିବା ପାଇଁ ସେମାନଙ୍କ ନିଜ ନିଜ ଅଞ୍ଚଳକୁ ଗସ୍ତ କରିବେ। ଏହି ଅଭିଯାନ ଅଧିନରେ, ବୃକ୍ଷରୋପଣ, ସ୍ୱଚ୍ଛତା ଅଭିଯାନ, ପ୍ରଗତି ପଥ ଯାତ୍ରା ଏବଂ "ବିକଶିତ ଭାରତ ସଂକଳ୍ପ ସମ୍ମିଳନୀ" ଭଳି କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯିବ।
ଏହା ସହିତ ପଢନ୍ତୁ: ମୋଦି ସରକାରଙ୍କୁ ପୁରିଲା ୧୨ ବର୍ଷ; CM ଯୋଗୀ ଦେଲେ ଖାସ୍ ସନ୍ଦେଶ
ସମାଜର ବିଭିନ୍ନ ବର୍ଗଙ୍କ ନିକଟରେ ସରକାରଙ୍କ ଯୋଜନାର ବାର୍ତ୍ତା ପହଞ୍ଚାଇବା ପାଇଁ ପ୍ରତ୍ୟେକ ଜିଲ୍ଲାର ଅତି କମରେ ୫୦୦ ଜଣ ପ୍ରମୁଖ ବ୍ୟକ୍ତିଙ୍କ ନିକଟରେ ପହଞ୍ଚିବା ଲକ୍ଷ୍ୟ ରଖାଯାଇଛି। ଜୁନ୍ ୧୨ ତାରିଖରୁ ୨୦ ପର୍ଯ୍ୟନ୍ତ ସମଗ୍ର ଦେଶରେ ଜନ କଲ୍ୟାଣ ଶିବିର ଆୟୋଜନ କରାଯିବ। ଯେଉଁଠାରେ ଆୟୁଷ୍ମାନ ଭାରତ, ପ୍ରଧାନମନ୍ତ୍ରୀ ସ୍ୱନିଧି, ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଏବଂ ଅନ୍ୟାନ୍ୟ ଯୋଜନାର ଲଭା ଉଠାଇବା ପାଇଁ ଯୋଗ୍ୟ ହିତାଧିକାରୀଙ୍କୁ ପଞ୍ଜୀକୃତ କରାଯିବ।
ଏଥିପାଇଁ ଦଳୀୟ ସଙ୍ଗଠନକୁ ନିର୍ଦ୍ଦେଶ ଦିଆଯାଇଛି ସେମାନେ ଏହି ଶିବିର ପର୍ଯ୍ୟନ୍ତ ହିତାଧିକାରୀଙ୍କ ପହଞ୍ଚାଇବା ପାଇଁ ସକ୍ରିୟ ଭୂମିକା ଗ୍ରହଣ କରନ୍ତୁ। ଏହା ସହିତ ପ୍ରତ୍ୟେକ ଜିଲ୍ଲାରେ ଅଡିଟୋରିୟମ୍ ବୈଠକ, ସଫଳତାର ପ୍ରଦର୍ଶନୀ ଏବଂ ପ୍ରାକୃତିକ କୃଷି ଉପରେ କର୍ମଶାଳା ଆୟୋଜନ କରାଯିବ। ଜୁନ୍ ୫ ତାରିଖ ବିଶ୍ୱ ପରିବେଶ ଦିବସ ଅବସରରରେ "ମାଆ ନାମରେ ଗୋଟିଏ ଗଛ" ଅଭିଯାନ ଏବଂ ଜୁନ୍ ୨୧ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ମଣ୍ଡଳ ସ୍ତରରେ ଏକ ଯୋଗ କାର୍ଯ୍ୟକ୍ରମ ଆୟୋଜନ କରିବାର ଯୋଜନା ମଧ୍ୟ ରହିଛି।
ଏହା ସହିତ ପଢନ୍ତୁ: ପଣ୍ଡିତ ନେହେରୁଙ୍କ ରେକର୍ଡ଼ ନିକଟତର ହେଲେ ପିଏମ ମୋଦି; ଆଉ ମାତ୍ର ୨୫ ଦିନର ଅପେକ୍ଷା
ବିଜେପି ରାଜ୍ୟ ଏବଂ ଜିଲ୍ଲା ସ୍ତରରେ ସ୍ୱତନ୍ତ୍ର ଦଳ ଗଠନ, କର୍ମଶାଳା ଆୟୋଜନ ଏବଂ ଅଭିଯାନର ସଫଳତା ସୁନିଶ୍ଚିତ କରିବା ପାଇଁ ସାମାଜିକ ଗଣମାଧ୍ୟମର ପ୍ରଭାବଶାଳୀ ବ୍ୟବହାର ଉପରେ ଗୁରୁତ୍ୱ ଦେଇଛି। ଏହା ସହିତ, କାର୍ଯ୍ୟକ୍ରମ ସମୟରେ ପରିବେଶ ସୁରକ୍ଷା ଏବଂ ସ୍ୱଦେଶୀ ଉତ୍ପାଦର ବ୍ୟବହାରକୁ ପ୍ରାଥମିକତା ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ଦଳ ପକ୍ଷରୁ କୁହାଯାଇଛି ଯେ ଏହି ଅଭିଯାନ କେବଳ ସରକାରଙ୍କ ସଫଳତାକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ପାଇଁ ଏକ ମାଧ୍ୟମ ଭାବରେ କାର୍ଯ୍ୟ କରିବ ନାହିଁ। ବରଂ ଏକ ବିକଶିତ ଭାରତ ପ୍ରତି ପ୍ରତିବଦ୍ଧତାକୁ ତ୍ୱରାନ୍ୱିତ କରିବାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories
BJP Jansampark Abhiyan 2026Modi government 12 yearsBJP Jan Sampark Abhiyan12 years of Modi government achievementsBJP nationwide public outreach campaignPM Modi 12th anniversary governanceBJP mega public contact driveUnion ministers and CMs campaign BJPModi government anniversary 2026BJP political campaign 12 years of Modi