Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ପଣ୍ଡିତ ନେହେରୁଙ୍କ ରେକର୍ଡ଼ ନିକଟତର ହେଲେ ପିଏମ ମୋଦି; ଆଉ ମାତ୍ର ୨୫ ଦିନର ଅପେକ୍ଷା

National

PM Modis New Record / ପଣ୍ଡିତ ନେହେରୁଙ୍କ ରେକର୍ଡ଼ ନିକଟତର ହେଲେ ପିଏମ ମୋଦି; ଆଉ ମାତ୍ର ୨୫ ଦିନର ଅପେକ୍ଷା

Subhramjit Ray
Browse all articles by Subhramjit Ray
·1 hour ago·3 min read
ପଣ୍ଡିତ ନେହେରୁଙ୍କ ରେକର୍ଡ଼ ନିକଟତର ହେଲେ ପିଏମ ମୋଦି; ଆଉ ମାତ୍ର ୨୫ ଦିନର ଅପେକ୍ଷା
PM Modis New Record

Key Points

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଦ୍ୱାରା ନିର୍ମିତ ଏକ ପ୍ରମୁଖ ରେକର୍ଡ ଭାଙ୍ଗିବାର ବହୁତ ନିକଟତର ହୋଇଛନ୍ତି। ଆସନ୍ତା ଜୁନ୍ ୯ ତାରିଖରେ ଏକ ନୂଆ ରେକର୍ଡ ସ୍ଥାପନ କରିବେ ପିଏମ ମୋଦି।
PM Modi Record Break: ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବହାରଲାଲ ନେହେରୁଙ୍କ ରେକର୍ଡ଼ ନିକଟତର ହୋଇଛନ୍ତି ବର୍ତ୍ତମାନର ପିଏମ ନରେନ୍ଦ୍ର ମୋଦି। ଆଉ ମାତ୍ର ୨୫ ଦିନ ପରେ ଏହି ପୁରୁଣା ରେକର୍ଡ଼ ଭାଙ୍ଗିବାକୁ ଯାଉଛି। ସ୍ୱାଧିନତ୍ତୋର ଭାରତ ବର୍ଷର ପ୍ରଥମ ସାଧାରଣ ନିର୍ବାଚନ ୧୯୫୧ ମସିହା ଅକ୍ଟୋବର ୨୫ ତାରିଖରୁ ଆରମ୍ଭ ହୋଇ ୨୧ ଫେବୃଆରୀ ୧୯୫୨ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ଏହି ନିର୍ବାଚନ ପରେ ପ୍ରଥମ ଲୋକସଭା ଆନୁଷ୍ଠାନିକ ଭାବରେ ୧୯୫୨ ମସିହା ଫେବୃଆରୀ ୧୭ ତାରିଖରେ ଅନୁଷ୍ଠିତ ହୋଇଥିଲା। ଏହାର ପ୍ରଥମ ବୈଠକ ସେହି ବର୍ଷ (୧୯୫୨) ମେ ୧୩ ତାରିଖରେ ଅନୁଷ୍ଠିତ ହୋଇଥିଲା। ସମ୍ବିଧାନ ଦ୍ୱାରା ପ୍ରଦତ୍ତ କ୍ଷମତା ବ୍ୟବହାର କରି ଦେଶର ପ୍ରଥମ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦ ଏହି ବୈଠକ ଡାକିଥିଲେ। ଏହାକୁ ଭାରତ ବର୍ଷର ଗଣତାନ୍ତ୍ରିକ ଇତିହାସରେ ଏକ ମାଇଲଖୁଣ୍ଟ ଭାବରେ ବିବେଚନା କରାଯାଏ।

ପଣ୍ଡିତ ନେହେରୁଙ୍କ ରେକର୍ଡ଼ ଭାଙ୍ଗିବେ ପ୍ରଧାନମନ୍ତ୍ରୀ ମୋଦି
ସ୍ୱାଧିନତ୍ତୋର ଭାରତ ବର୍ଷରେ ଗଣତାନ୍ତ୍ରିକ ନିର୍ବାଚନ ମାଧ୍ୟମରେ ଲଗାତାର ସର୍ବାଧିକ ସମୟ ପାଇଁ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରିବାର ରେକର୍ଡ ବର୍ତ୍ତମାନ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ନାମରେ ରହିଛି। ୧୯୫୧-୫୨ ମସିହାରେ ଅନୁଷ୍ଠିତ ପ୍ରଥମ ସଂସଦୀୟ ନିର୍ବାଚନରେ ​​କଂଗ୍ରେସ ଦଳ ଏକ ବଡ଼ ବିଜୟ ହାସଲ କରିଥିଲା। ସେତେବେଳେ ଲୋକସଭାରେ ୪୮୯ ଆସନ ରହିଥିଲା। ଯାହା ମଧ୍ୟରୁ କଂଗ୍ରେସ ୩୬୪ ଆସନ ପାଇଥିଲା। ଏହି ବିଜୟ ପରେ ପଣ୍ଡିତ ଜବାହରଲାଲ ନେହେରୁ କଂଗ୍ରେସ ସଂସଦୀୟ ଦଳ ନେତା ନିର୍ବାଚିତ ହୋଇଥିଲେ। ୧୯୫୨ ମସିହା ମେ ୧୪ ତାରିଖରେ ପଣ୍ଡିତ ନେହେରୁ ସ୍ୱାଧିନ ଭାରତ ବର୍ଷର ପ୍ରଥମ ନିର୍ବାଚିତ ସରକାରଙ୍କ ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟଭାର ଗ୍ରହଣ କରିଥିଲେ। ସେବେଠାରୁ ମେ ୨୭, ୧୯୬୪ ଯାଏଁ ତାଙ୍କର ମୃତ୍ୟୁ ପର୍ଯ୍ୟନ୍ତ ପଣ୍ଡିତ ନେହେରୁ ୧୨ ବର୍ଷ ୧୪ ଦିନ ପାଇଁ ଭାରତ ବର୍ଷର ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ।

ଏହା ସହ ପଢନ୍ତୁ: ମୋଦି ସରକାରଙ୍କ ଶାସନ କାଳରେ ବିଜେପିର ସୁବର୍ଣ୍ଣ ଯୁଗ! ଦେଶର ସେହି ୯ ରାଜ୍ୟ ଯେଉଁଠି ପ୍ରଥମ ଥର ପାଇଁ ଫୁଟିଥିଲା ପଦ୍ମ

୨୦୨୬ ଜୁନ୍ ୯ ତାରିଖରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନାମରେ ହେବ ନୂଆ ରେକର୍ଡ଼
୨୦୧୪ ଲୋକସଭା ନିର୍ବାଚନରେ କୌଣସି ଦଳକୁ କେନ୍ଦ୍ରରେ ସରକାର ଗଠନ କରିବା ପାଇଁ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ମିଳିଥିଲା। ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୪ ମେ ୨୬ ତାରିଖରେ ପ୍ରଥମ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେଇଥିଲେ। ପରବର୍ତ୍ତୀ ସମୟରେ ତାଙ୍କ ନେତୃତ୍ୱରେ ଏନଡି଼ଏ ୨୦୧୯ ଏବଂ ୨୦୨୪ ଲୋକସଭା ନିର୍ବାଚନରେ ​​ବାଜିମାତ କରି ଲଗାତାର ସରକାର ଗଠନ କରିଥିଲେ। ଏହି କ୍ରମରେ ୨୦୨୬ ଜୁନ୍ ୯ ତାରିଖରେ ପିଏମ ମୋଦି ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବରେ ୧୨ ବର୍ଷ ୧୫ ଦିନ ପୂରଣ କରିବେ। ଏହା ପରେ ସେ ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବରେ ସର୍ବାଧିକ ସମୟ ପାଇଁ କ୍ଷମତାରେ ରହିବାର ରେକର୍ଡ଼ କରିବେ। ଯେଉଁ ରେକର୍ଡ଼ ଏବେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ନାମରେ ରହିଛି।

ଏହା ସହ ପଢନ୍ତୁ: କିପରି ପାଲଟିଲା ରାଜନୈତିକ ବ୍ରହାସ୍ତ୍ର? କେମିତି ଛୋଟ ପ୍ୟାକେଟ ଦେଖାଇଲା ବଡ଼ ଧମାକା?

୧୯୫୨ ପର୍ଯ୍ୟନ୍ତ ମନୋନୀତ ପ୍ରଧାନମନ୍ତ୍ରୀ ରହିଥିଲେ ପଣ୍ଡିତ ନେହେରୁ
ପଣ୍ଡିତ ଜବାହରଲାଲ ନେହେରୁ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ପ୍ରଥମ ଥର ପାଇଁ ସ୍ୱାଧିନତ୍ତୋର ଭାରତ ବର୍ଷର ପ୍ରଧାନମନ୍ତ୍ରୀ ହୋଇଥିଲେ। ହେଲେ ସେ ଗଣତାନ୍ତ୍ରିକ ନିର୍ବାଚନ ମାଧ୍ୟମରେ ନିର୍ବାଚିତ ହୋଇ କାର୍ଯ୍ୟଭାର ଗ୍ରହଣ କରିନଥିଲେ। ବରଂ ସେ କଂଗ୍ରେସ ଦ୍ୱାରା ମନୋନୀତ ହୋଇଥିଲେ। ପଣ୍ଡିତ ନେହେରୁଙ୍କୁ ପ୍ରଧାନମନ୍ତ୍ରୀ କରିବାରେ ମହାତ୍ମା ଗାନ୍ଧୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା ବୋଲି ବିବେଚନା କରାଯାଏ। ସେବେଠାରୁ ୧୯୫୨ ମସିହା ମେ ୧୪ ତାରିଖ ପର୍ଯ୍ୟନ୍ତ ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ହୋଇ ପ୍ରଧାନମନ୍ତ୍ରୀ ହେବା ପର୍ଯ୍ୟନ୍ତ ପଣ୍ଡିତ ନେହେରୁ ଏହି ପଦରେ ରହିଥିଲେ। ଅନ୍ୟ ଶବ୍ଦରେ କହିବାକୁ ଗଲେ ପଣ୍ଡିତ ଜବାହାର ଲାଲ୍ ନେହେରୁ ମୋଟାମୋଟି ଭାବରେ ପ୍ରାୟ ୧୭ ବର୍ଷ ଧରି ଦେଶର ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ।





Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
PM Modi Set to Break Jawaharlal Nehru’s Historic Record in 25 Days | Argus News