Videos
|
National

2026 May Blue Moon / ଗୋଟିଏ ମାସରେ ଦୁଇଟି ପୂର୍ଣ୍ଣିମା! ଏଥର କାହିଁକି ସ୍ୱତନ୍ତ୍ର ହେବ ବ୍ଲୁ ମୁନ୍?

Subhramjit Ray
Browse all articles by Subhramjit Ray
·2 months ago·2 min read
ଗୋଟିଏ ମାସରେ ଦୁଇଟି ପୂର୍ଣ୍ଣିମା! ଏଥର କାହିଁକି ସ୍ୱତନ୍ତ୍ର ହେବ ବ୍ଲୁ ମୁନ୍?
2026 May Blue Moon

Key Points

ଚନ୍ଦ୍ର ପୃଥିବୀ ଚାରିପାଖରେ ଗୋଟିଏ ଥର ସମ୍ପୂର୍ଣ୍ଣ ପରିକ୍ରମା ସମାପ୍ତ କରିବାକୁ ପ୍ରାୟ ୨୯.୫ ଦିନ ସମୟ ନେଇଥାଏ। ଯାହାର ଅର୍ଥ ହେଉଛି ଯଦି ଆମେ କେବଳ ଚନ୍ଦ୍ରର ଗତି ଉପରେ କିମ୍ବା ୧୨ ଚନ୍ଦ୍ର ମାସ ଉପରେ ନିର୍ଭର କରିବା, ତାହେଲେ ଆମର ବର୍ଷ ପ୍ରକୃତ ବର୍ଷ (୩୬୫ ଦିନ) ଅପେକ୍ଷା ପ୍ରାୟ ୧୧ ଦିନ କମ୍ ହୋଇଯିବ।
Blue Moon May 2026: ମହାକାଶ ବିଜ୍ଞାନ ଉପରେ ରୁଚି ରଖୁଥିବା ଲୋକଙ୍କ ପାଇଁ ଚଳିତ ସପ୍ତାହରେ ଏକ ଚମତ୍କାର ହେବାକୁ ଯାଉଛି। ଏଥର ଆକାଶରେ ଏକ ଅନନ୍ୟ ଦୃଶ୍ୟ ଦେଖିବାକୁ ମିଳିବ। ଯାହାକୁ "ବ୍ଲୁ ମୁନ୍" କୁହାଯାଏ। ଯେତେବେଳେ ଗୋଟିଏ ମାସରେ ଦୁଇଟି ପୂର୍ଣ୍ଣିମା ପଡ଼ିଥାଏ, ସେତବେଳେ ଦ୍ୱିତୀୟ ପୂର୍ଣ୍ଣିମାକୁ "ବ୍ଲୁ ମୁନ୍" କୁହାଯାଇଥାଏ। ଚଳିତ ମାସର ପ୍ରଥମ ପୂର୍ଣ୍ଣିମା ଗତ ୧ ତାରିଖରେ ହୋଇଥିଲା। ଏବେ ଚଳିତ ମାସର ଦ୍ୱିତୀୟ ପୂର୍ଣ୍ଣିମା ମେ ୩୧ ତାରିଖ ରବିବାର ହେବାକୁ ଯାଉଛି।

ଯଦି ଆପଣ ଭାବୁଛନ୍ତି ଯେ ଆସନ୍ତା ରବିବାର ରାତିରେ ନୀଳ ଚନ୍ଦ୍ର (Blue Moon) ଦୃଶ୍ୟମାନ ହେବ, ତାହେଲେ ଆପଣ ଭୁଲ ଭାବୁଛନ୍ତି। "ବ୍ଲୁ ମୁନ୍" ନାମର ଚନ୍ଦ୍ରର ବଦଳୁଥିବା ରଙ୍ଗ ସହିତ କୌଣସି ସମ୍ପର୍କ ନାହିଁ। ବାସ୍ତବରେ ଏହା ଚନ୍ଦ୍ରର ଦୃଶ୍ୟମାନତା ବିଷୟରେ ନୁହେଁ, ବରଂ ଆମର କ୍ୟାଲେଣ୍ଡର ଏବଂ ତାରା ନକ୍ଷତ୍ରଙ୍କ ଗତି ଉପରେ ପର୍ଯ୍ୟବେସିତ। କହିବାକୁ ଗଲେ ଯେବେ "ବ୍ଲୁ ମୁନ୍" ହୋଇଥାଏ, ସେତେବେଳେ ଆକାଶରେ ଚନ୍ଦ୍ର ନୀଳ ରଙ୍ଗରେ ଦୃଶ୍ୟମାନ ହୋଇନଥାଏ।

ଏହା ସହ ପଢନ୍ତୁ: ଆଜି ଦୃଶ୍ୟମାନ ହେବ ପିଙ୍କ ମୁନ୍; ବ୍ଲଡ୍ ମୁନ୍ ଠାରୁ କେତେ ଅଲଗା?

କ'ଣ ରହିଛି ଏହା ପଛର କାରଣ? କ୍ୟାଲେଣ୍ଡରର ଜଟିଳତା ଏବଂ ଚନ୍ଦ୍ରର ଗତି
ପୃଥିବୀ ଚାରିପାଖରେ ଗୋଟିଏ ଥର ସମ୍ପୂର୍ଣ୍ଣ ପରିକ୍ରମା ସମାପ୍ତ କରିବାକୁ ଚନ୍ଦ୍ରକୁ ପ୍ରାୟ ୨୯.୫ ଦିନ ସମୟ ଲାଗିଥାଏ। ଯଦି କ୍ୟାଲେଣ୍ଡର ଅନୁସାରେ କେବଳ ଚନ୍ଦ୍ରର ଗତିକୁ ବିଚାରକୁ ନିଆଯାଏ ତାହେଲେ ବର୍ଷରେ ୧୨ ଚନ୍ଦ୍ର ମାସ ହେବ। ଯାହା ଆମର କ୍ୟାଲେଣ୍ଡର ଅନୁସାରେ ଗୋଟିଏ ବର୍ଷ, ପ୍ରକୃତ ବର୍ଷ (୩୬୫ ଦିନ) ଅପେକ୍ଷା ପ୍ରାୟ ୧୧ ଦିନ କମ୍ ହୋଇଯିବ। ଯାହାର ଫଳସ୍ୱରୂପ, ଋତୁ ଏବଂ ମାସ ମଧ୍ୟରେ କୌଣସି ସମନ୍ୱୟ ରହିବ। ଯଦି ଗୋଟିଏ ବର୍ଷରେ ୧୨ ଚନ୍ଦ୍ର ମାସ ହେବ ତାହେଲେ ସେହି ବର୍ଷର ମୋଟ ଦିନ ସଂଖ୍ୟା ୩୫୪ ହୋଇଯିବ।

କ'ଣ ରହିଛି ଜ୍ୟୋତିର୍ବିଜ୍ଞାନ ଦୃଷ୍ଟିକୋଣ?
ଜ୍ୟୋତିର୍ବିଜ୍ଞାନରେ ଏକ "ବ୍ଲୁ ମୁନ୍" ନିର୍ଣ୍ଣୟ କରିବା ପାଇଁ ଏକ ଅଧିକ କଠୋର ମାନଦଣ୍ଡ ରହିଛି। ଯାହାକୁ "ମୌସୁମୀ ପଦ୍ଧତି" (Seasonal Method) କୁହାଯାଏ। ଯଦି ଆମେ ଏହାକୁ ବୈଜ୍ଞାନିକ ଦୃଷ୍ଟିକୋଣରୁ ବିଚାର କରିବା, ତାହେଲେ ଏହି ସପ୍ତାହରେ ଦୃଶ୍ୟମାନ ହେବାକୁ ଯାଉଥିବା "ବ୍ଲୁ ମୁନ୍" ବୈଷୟିକ ଭାବରେ ଏକ ନୀଳ ଚନ୍ଦ୍ର ହେବ ନାହିଁ। ଜ୍ୟୋତିର୍ବିଜ୍ଞାନ ଅନୁସାରେ, ପରବର୍ତ୍ତୀ "ବ୍ଲୁ ମୁନ୍" ଦେଖିବା ପାଇଁ ଆମକୁ ଆସନ୍ତା ବର୍ଷ ମେ ୨୦ ତାରିଖ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: