School Bomb Threat / ରାଜଧାନୀର ୩ ସ୍କୁଲକୁ ବୋମା ଧମକ, ଛାତ୍ରଛାତ୍ରୀଙ୍କୁ କରାଗଲା ବାହାର...ଧମକପୂର୍ଣ୍ଣ ଇମେଲ୍ ପରେ ହଇଚଇ
·4 hours ago·2 min read

Key Points
ଦିଲ୍ଲୀର ୩ ସ୍କୁଲରେ ବୋମା ଆତଙ୍କ
ଖାଲି କରାଗଲା କ୍ୟାମ୍ପସ
ଧମକପୂର୍ଣ୍ଣ ଇମେଲ୍ ପରେ ହଇଚଇ
ଖାଲି କରାଗଲା କ୍ୟାମ୍ପସ
ଧମକପୂର୍ଣ୍ଣ ଇମେଲ୍ ପରେ ହଇଚଇ
ପୁଣି ସ୍କୁଲକୁ ମିଳିଲା ବୋମା ଧମକ । ମଙ୍ଗଳବାର ରାଜଧାନୀ ଦିଲ୍ଲୀର ୩ଟି ପ୍ରମୁଖ ସ୍କୁଲକୁ ବୋମା ବିସ୍ଫୋରଣର ଧମକ ମିଳିଛି । ଏହି ଧମକ ମିଳିବା ପରେ ଆତଙ୍କ ସୃଷ୍ଟି ହୋଇଛି । ବୋମା ଧମକ ମିଳିବା ପରେ ସ୍କୁଲ ପ୍ରଶାସନ ପକ୍ଷରୁ ତୁରନ୍ତ କ୍ୟାମ୍ପସ ଖାଲି କରାଯାଇଥିଲା । ଦିଲ୍ଲୀର ବ୍ରିଟିଶ ସ୍କୁଲ, ସଂସ୍କୃତି ସ୍କୁଲ ଏବଂ ସର୍ଦ୍ଦାର ପଟେଲ ବିଦ୍ୟାଳୟକୁ ଇମେଲ୍ ମାଧ୍ୟମରେ ଏହି ଧମକ ଦିଆଯାଇଥିବା ଜଣାପଡ଼ିଛି ।
ଧମକ ସମ୍ପର୍କରେ ସୂଚନା ମିଳିବା ପରେ ଦିଲ୍ଲୀ ପୋଲିସ, ବମ୍ ସ୍କ୍ବାଡ୍, ଡଗ୍ ସ୍କ୍ୱାଡ୍ ଏବଂ ଦିଲ୍ଲୀ ଫାୟାର ସର୍ଭିସର ଟିମ୍ ସ୍କୁଲଗୁଡ଼ିକରେ ପହଞ୍ଚିଥିଲେ । ପୋଲିସ୍ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।
ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ସ୍କୁଲଗୁଡ଼ିକ ପକ୍ଷରୁ ସକାଳ ପ୍ରାୟ ୧୦ଟା ୩୦ରୁ ୧୦ଟା ୪୫ ମଧ୍ୟରେ ପୋଲିସକୁ ଧମକ ସମ୍ପର୍କରେ ଜଣାଇ ଦିଆଯାଇଥିଲା । ଏହାପରେ ସୁରକ୍ଷା ଦୃଷ୍ଟିରୁ ସ୍କୁଲ ପରିସରକୁ ଖାଲି କରାଯାଇଥିଲା ।
ଅଧିକ ପଢ଼ନ୍ତୁ: ବପ୍ପାଙ୍କ ପ୍ରସାଦ ଉପରେ ରହିଛି FDA ନଜର! ମୁମ୍ବାଇ ପୂଜା ମଣ୍ଡପରେ ମହାପ୍ରସାଦ ପାଇଁ କଠୋର ନିୟମ ଲାଗୁ
ପୋଲିସ ଅନୁଯାୟୀ, ସ୍କୁଲ ପରିସର ଖୋଜାଖୋଜି କରିବା ପରେ କୌଣସି ସନ୍ଦେହଜନକ ଜିନିଷ ମିଳିନାହିଁ। ଅପରାଧୀମାନଙ୍କୁ ଚିହ୍ନଟ କରିବା ପାଇଁ ପୋଲିସ ସ୍କୁଲଗୁଡ଼ିକୁ ପଠାଯାଇଥିବା ଇମେଲ୍ ମଧ୍ୟ ଯାଞ୍ଚ କରୁଛି । ଇମେଲ୍ କେଉଁଠାରୁ ଏବଂ କିଏ ପଠାଇଛି, ସେନେଇ ତଦନ୍ତ ଜାରି ରହିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହି ଘଟଣା ପରେ ସର୍ଦ୍ଦାର ପଟେଲ ବିଦ୍ୟାଳୟ ପକ୍ଷରୁ ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କୁ ମେସେଜ୍ ପଠାଯାଇଥିଲା । ସ୍କୁଲ ପକ୍ଷରୁ କୁହାଯାଇଥିଲା ଯେ, ସୁରକ୍ଷା ସମ୍ପର୍କିତ ଧମକ ମିଳିବା ପରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଭାବେ ସ୍କୁଲ ପରିସରରୁ ବାହାରକୁ ନିଆଯାଇଛି ଏବଂ ପୋଲିସକୁ ଏନେଇ ସୂଚନା ଦିଆଯାଇଛି ।
ଉଲ୍ଲେଖଯୋଗ୍ୟ, ଏହାପୂର୍ବରୁ ସେପ୍ଟେମ୍ବର ୯ ତାରିଖରେ ଦିଲ୍ଲୀର ସିଭିକ୍ ସେଣ୍ଟରକୁ ମଧ୍ୟ ବୋମାରେ ଉଡ଼ାଇଦେବାର ଧମକ ମିଳିଥିଲା । ଧମକ ପରେ ଦିଲ୍ଲୀ ପୁଲିସ, ସୁରକ୍ଷାକର୍ମୀ ଏବଂ ଅନ୍ୟ ସୁରକ୍ଷା ଏଜେନ୍ସିଗୁଡ଼ିକ ପକ୍ଷରୁ ସିଭିକ୍ ସେଣ୍ଟରରେ ବ୍ୟାପକ ଖୋଜାଖୋଜି କରାଯାଇଥିଲା । କିନ୍ତୁ କୌଣସି ସନ୍ଦେହଜନକ ବସ୍ତୁ ମିଳିନଥିଲା ।

Related Topics
Explore more stories