Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - 'ଜଳବନ୍ଦୀ ସମସ୍ୟା ପାଇଁ ନିଜେ ନାଗରିକ ଦାୟୀ'

National

Bombay High Court Latest Judgement / 'ଜଳବନ୍ଦୀ ସମସ୍ୟା ପାଇଁ ନିଜେ ନାଗରିକ ଦାୟୀ'

Subhramjit Ray
Browse all articles by Subhramjit Ray
·1 hour ago·2 min read
'ଜଳବନ୍ଦୀ ସମସ୍ୟା ପାଇଁ ନିଜେ ନାଗରିକ ଦାୟୀ'
Bombay High Court

Key Points

ମୁମ୍ବାଇରେ ପ୍ରତିବର୍ଷ ଜଳବନ୍ଦୀ ହେବା ଉପରେ ବମ୍ବେ ହାଇକୋର୍ଟ ଏକ କଠୋର ମନ୍ତବ୍ୟ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ଡ୍ରେନ୍ ବନ୍ଦ ହେବା, ଜବରଦଖଲ ଏବଂ ସାର୍ବଜନୀନ ସୁବିଧାର ଅପବ୍ୟବହାର ଯୋଗୁଁ ଏପରି ସମସ୍ୟା ସୃଷ୍ଚି ହେଉଛି।
Bombay HC on Mumbai Waterlogging Situation: ବର୍ଷା ଋତୁରେ ମାୟାନଗରୀ ମୁମ୍ବାଇରେ ଜଳବନ୍ଦୀ ସମସ୍ୟା ଏକ ସାଧାରଣ ଘଟଣା ହୋଇଗଲାଣି। ପ୍ରତିବର୍ଷ ଖୋଲା ନାଳରେ ପଡ଼ି ଅନେକ ଲୋକଙ୍କ ମୃତ୍ୟୁ ହେଉଛି। ବମ୍ବେ ହାଇକୋର୍ଟ ଏହି ପ୍ରସଙ୍ଗରେ ଏକ କଠୋର ମନ୍ତବ୍ୟ ଦେଇଛନ୍ତି। ଏନେଇ ହାଇକୋର୍ଟ ମନ୍ତବ୍ୟ ଦେଇଛନ୍ତି ଯେ ବର୍ଷା ସମୟରେ ମୁମ୍ବାଇରେ ବାରମ୍ବାର ଜଳବନ୍ଦୀ ହେବା ନାଗରିକଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ଏକ ସମସ୍ୟା। ଏଥିପାଇଁ ନାଗରିକ ଦାୟୀ। କାରଣ ସେମାନେ ଜମି ଜବରଦଖଲ କରୁଛନ୍ତି ଏବଂ ଡ୍ରେନ୍ ଅବରୋଧ କରୁଛନ୍ତି। ଏପରିକି ସେମାନେ ସାର୍ବଜନୀନ ଭିତ୍ତିଭୂମିର ଅପବ୍ୟବହାର କରୁଛନ୍ତି।

ରାସ୍ତାରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହେବା ଥୟ
ବମ୍ବେ ହାଇକୋର୍ଟ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ରବିନ୍ଦ୍ର ଭି. ଘୁଗେ ଏବଂ ବିଚାରପତି ଗୌତମ ଆଙ୍ଖଡଙ୍କୁ ନେଇ ଗଠିତ ଖଣ୍ଡପୀଠ ଏପରି ମନ୍ତବ୍ୟ ଦେଇଛନ୍ତି। ମୁମ୍ବାଇରେ ସୃଷ୍ଟି ହେଉଥିବା ଜଳବନ୍ଦୀ ସମସ୍ୟା ସୃଷ୍ଟି ହେବାରୁ ନେଇ ଖଣ୍ଡପୀଠ କହିଛନ୍ତି ଯେ ବର୍ଷା ଦିନେ ସହରର ରାସ୍ତାରେ ପାଣି ଜମା ହେବା ଅନିବାର୍ଯ୍ୟ। କାରଣ ଲୋକେ ଡ୍ରେନ୍କୁ ଅଳିଆ ଆବର୍ଜନା ପକାଇ ଅବରୋଧ କରନ୍ତି। ପକ୍କା ସ୍ଥାନକୁ ବେଆଇନ ପାର୍କିଂ ସ୍ଥାନରେ ପରିଣତ କରନ୍ତି। ଫୁଟପାଥ୍‌ରେ ଫୁଡ୍ ଷ୍ଟଲ ସ୍ଥାପନ କରି ଭିଡ଼ ବୃଦ୍ଧି କରନ୍ତି।

ଏହା ସହ ପଢନ୍ତୁ: ଖୋଲା ମ୍ୟାନହୋଲ୍ ପାଇଁ ଚାଲିଗଲା ଜୀବନ; କାର୍ଯ୍ୟାନୁଷ୍ଠାନ ପାଇଁ ଉଠିଲା ଦାବି

ଏହି ମାମଲାରେ ଅସନ୍ତୋଷ ବ୍ୟକ୍ତ କରି ମୁଖ୍ୟ ବିଚାରପତି ଜଷ୍ଟିସ୍ ଘୁଗେ କହିଛନ୍ତି ଯେ ହାଇକୋର୍ଟ ବାହାରେ ଫୁଟପାଥ୍‌ରେ ମଧ୍ୟ ଅନେକ ବେଆଇନ ଦୋକାନ ସ୍ଥାପନ କରାଯାଇଛି। ଜଷ୍ଟିସ ଘୁଗେ କହିଥିଲେ, ଯେ ଆମର ଆମ ନିଜ ମାତୃଭୂମିକୁ ଲୁଣ୍ଠନ କରିବାର ଅଭ୍ୟାସ ରହିଛି। ଆମେ ବେଆଇନ ଭାବରେ ଜମି ଦଖଲ କରୁ। ଯେତେବେଳେ ଜବରଦଖଲ ଉଚ୍ଛେଦ ନୋଟିସ୍ ଆସେ ସେତେବେଳେ ଆମେ ଆଇନଗତକ ସାହାଯ୍ୟ ସହଯୋଗ ଲୋଡ଼ିଥାଉ।

DAE କୁ ନୋଟିସ ଜାରି କଲେ ହାଇକୋର୍ଟ
ଏକ ସମାନ ଦେୱାନୀ ମାମଲାରେ, ହାଇକୋର୍ଟ ସିଓନ-ଟ୍ରମ୍ବେ ଷ୍ଟ୍ରେଚ୍‌ର ମଣ୍ଡାଲା ଗାଁରେ ଏକ ରାସ୍ତା ପ୍ରଶସ୍ତୀକରଣ ପ୍ରକଳ୍ପ ସମ୍ପର୍କରେ ପରମାଣୁ ଶକ୍ତି ବିଭାଗ (DAE) କୁ ଏକ ଆନୁଷ୍ଠାନିକ ନୋଟିସ ଜାରି କରିଥିଲେ। BMC ପକ୍ଷରୁ ପକ୍ଷ ରଖି ବରିଷ୍ଠ ଓକିଲ ମିଲିନ୍ଦ ସାଠେ କୋର୍ଟଙ୍କୁ କହିଥିଲେ ଯେ ମୁମ୍ବାଇ ମହାନଗର ପୂର୍ବରୁ ଜବରଦଖଲ ହଟାଇ ଦେଇଛି। ବିଦ୍ୟମାନ ୩୦ ଫୁଟ ରାସ୍ତାକୁ ବଜାୟ ରଖିବା ପାଇଁ ପ୍ରାୟ ୧୯୨ ଗଛ କାଟି ଦେଇଛି। BMC କହିଛି ଯେ ଯଦି DAE ବାକି ୨୦ ଫୁଟ ଜବରଦଖଲମୁକ୍ତ ଜମି ହସ୍ତାନ୍ତର କରେ ତାହେଲେ ଏହି ରାସ୍ତାକୁ ୫୦ ଫୁଟ ପର୍ଯ୍ୟନ୍ତ ପ୍ରଶସ୍ତ କରାଯାଇ ପାରିବ। ଏହା ମଧ୍ୟ ସୂଚିତ କରିଛି ଯେ BARC ଆଗକୁ ବଢ଼ିବାକୁ ସଂକୋଚ କରୁଛି। ହାଇକୋର୍ଟ କହିଛନ୍ତି ଯେ DAE କୁ ଜମି ହସ୍ତାନ୍ତର ସମ୍ପର୍କରେ ନିଷ୍ପତ୍ତି ନେବା ଆବଶ୍ୟକ। ଏହି ମାସ ଶେଷରେ ମାମଲାର ପରବର୍ତ୍ତୀ ଶୁଣାଣି ଧାର୍ଯ୍ୟ କରାଯାଇଛି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored