Mumbai Manhole Death / ଖୋଲା ମ୍ୟାନହୋଲ୍ ପାଇଁ ଚାଲିଗଲା ଜୀବନ; କାର୍ଯ୍ୟାନୁଷ୍ଠାନ ପାଇଁ ଉଠିଲା ଦାବି
·1 hour ago·3 min read

Key Points
ମୁମ୍ବାଇ ସାକିନାକାର ଖୈରାନି ରୋଡ ଠାରେ ଜଣେ ୬୦ ବର୍ଷୀୟ ବ୍ୟକ୍ତି ଦୁର୍ଘଟଣାବଶତଃ ଏକ ଖୋଲା ମ୍ୟାନହୋଲ୍ ଭିତରେ ଖସି ପଡ଼ିବାରୁ ପ୍ରାଣ ହରାଇଛନ୍ତି। ତାଙ୍କୁ ଉଦ୍ଧାର କରିବା ପାଇଁ ମୁମ୍ବାଇ ମହାନଗର ନିଗମ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ହେଲେ ତାଙ୍କୁ ବଞ୍ଚାଯାଇ ପାରିଲା ନାହିଁ।
Mumbai Manhole Accident: ଗୁରବାର (ଜୁଲାଇ ୨) ମୁମ୍ବାଇ ସ୍ଥିତ ସାକିନାକା ଖୈରାନି ରୋଡ ଠାରେ ଘଟିଯାଇଛି ଏକ ଛାତିଥରା ଦୁର୍ଘଟଣା। ଡ୍ରେନେଜ୍ ଗ୍ରୀଲ୍ ମରାମତି କାର୍ଯ୍ୟ ଚାଲିଥିବା ସମୟରେ, ସ୍ଥାନୀୟ ଯାଦବ ନଗର ବାସିନ୍ଦା ଅସଲମ ଇସାକ ଖେଳ୍ ଦୁର୍ଘଟଣାବଶତଃ ଏକ ଖୋଲା ମ୍ୟାନହୋଲ ମଧ୍ୟରେ ଖସି ପଡ଼ିଥିଲେ। ଯାହା ପରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା।
ମୃତଦେହ ଉଦ୍ଧାର ପାଇଁ ହୋଇଥିଲା ପ୍ରୟାସ: ବିଏମସି
ଏହି ଘଟଣାରେ ପ୍ରତିକ୍ରିୟା ରଖି ମୁମ୍ବାଇ ମହାନଗର ନିଗମ କହିଛି ଯେ ମ୍ୟାନହୋଲ ମଧ୍ୟରେ ଖସି ଯିବାରୁ ପ୍ରାଣ ହରାଇଥିବା ମୃତକଙ୍କ ମୃତଦେହ ମିଳିଛି ଏବଂ ତାଙ୍କୁ ଉଦ୍ଧାର ପାଇଁ ପ୍ରୟାସ ଚାଲିଛି। ପୋଲିସ କହିଛି ଯେ ଗୁରୁବାର ସକାଳେ କାମ କରୁଥିବା ସମୟରେ ଅସଲମ ଶେଖ୍ ରାସ୍ତା ପାର ହେଉଥିଲେ। ସେହି ସମୟରେ ଗ୍ରୀଲ୍ ମରାମତି କରାଯାଉଥିବାରୁ ମ୍ୟାନହୋଲ୍ ଖୋଲା ରହିଥିଲା। ମୃତକ ଅସଲମ ଦୁର୍ଘଟଣାବଶତଃ ସେହି ମ୍ୟାନହୋଲ ମଧ୍ୟରେ ଖସି ପଡ଼ିଥିଲେ। ଏହା ପରେ ତୁରନ୍ତ ଅଗ୍ନିଶମ ବାହିନୀ ଏବଂ ବିଏମସି ଦଳକୁ ଡକାଯାଇଥିଲେ ମଧ୍ୟ ତାଙ୍କୁ ଉଦ୍ଧାର କରାଯାଇ ପାରିଲା ନାହିଁ। ମୃତଦେହ ଉଦ୍ଧାର ପାଇଁ ପ୍ରୟାସ ଜାରି ରହିଛି।
ମାୟା ନଗରୀ ପାଇଁ ସମସ୍ୟା ପାଲଟିଛି ଖୋଲା ମ୍ୟାନହୋଲ୍
ବର୍ଷା ଋତୁରେ ଖୋଲା ଡ୍ରେନ୍ ଏବଂ ମ୍ୟାନହୋଲ୍ ମାୟାନଗରୀ ମୁମ୍ବାଇ ପାଇଁ ଏକ ଦୀର୍ଘକାଳୀନ ସମସ୍ୟା ହୋଇ ରହିଛି। ପଦଯାତ୍ରୀ ଏବଂ ଦୁଇ ଚକିଆ ଯାନ ଆରୋହୀ ପ୍ରାୟତଃ ଏହା ଦ୍ୱାରା ଦୁର୍ଘଟଣାର ଶିକାର ହୋଇଥାନ୍ତି। ସଦ୍ୟ ଖୋଲା ମ୍ୟାନହୋଲ୍ ମଧ୍ୟରେ ଜଣେ ବ୍ୟକ୍ତି ପଡ଼ିଯିବା ବିଏମସି (BMC) ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତକ ୬୦ ବର୍ଷୀୟ ଅସଲମ ଇସାକ ଶେଖ, ସାକିନାକା ଥାନା ଅଧିନସ୍ଥ ଯାଦବ ନଗର ବାସିନ୍ଦା ବୋଲି ଜଣାପଡିଛି। ଏହି ଦୁର୍ଘଟଣାର କାରଣ ପ୍ରାରମ୍ଭିକ ଭାବରେ ଏକ ଖୋଲା ମ୍ୟାନହୋଲ ବୋଲି ଅନୁମାନ କରାଯାଉଛି। ଖୈରାନି ରୋଡ଼ ଠାରେ ରହିଥିବା ଏକ ଡ୍ରେନେଜ୍ ଗ୍ରୀଲ୍ ମରାମତି ସମୟରେ ମ୍ୟାନହୋଲ୍ ଖୋଲା ଛାଡି ଦିଆଯାଇଥିଲା। ଅଗ୍ନିଶମ ବାହିନୀ ଏବଂ ବିଏମସି ଦଳ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି।
ଏହା ସହ ପଢନ୍ତୁ: ମେୟର କରୁଥିଲେ ଆକ୍ସନ ପ୍ଲାନ୍; ଦେଖୁ ଦେଖୁ ଖୋଲା ଡ୍ରେନ୍ ଭିତରେ ପଡ଼ିଲେ ବ୍ୟକ୍ତି
କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ଜଣାଇଲେ ସ୍ଥାନୀୟ ଲୋକ
ମୁମ୍ବାଇ ଭଳି ଏକ ବଡ଼ ସହରରେ ନାଗରିକ ସୁରକ୍ଷା ଏକ ବଡ଼ ଚ୍ୟାଲେଞ୍ଜ ହୋଇ ରହିଛି। ପ୍ରତିବର୍ଷ ବର୍ଷା ଦିନେ ଏପରି ଦୁର୍ଘଟଣା ଘଟିଥାଏ। ହେଲେ ତଥାପି ଦାୟୀ ବିଭାଗ ସତର୍କତା ଅବଲମ୍ବନ କରିବାରେ ବିଫଳ ହୋଇଥାଅନ୍ତି। ସ୍ଥାନୀୟ ମହାନଗର ନିଗମ ପ୍ରଶାସନ ଏହା ନିଶ୍ଚିତ କରିବା ଆବଶ୍ୟକ ଯେ କାମ ଚାଲିଥିବା ସମୟରେ ମ୍ୟାନହୋଲ୍ ସଠିକ୍ ଭାବରେ ବନ୍ଦ କରାଯାଇଛି ଏବଂ ଚେତାବନୀ ସଙ୍କେତ ଲଗାଯାଇଛି।
ଖୋଲା ମ୍ୟାନହୋଲ ମଧ୍ୟରେ ଜଣେ ବ୍ୟକ୍ତି ଖସିପଡ଼ିବା ପରେ ମୁମ୍ବାଇ ପୋଲିସ ଏବଂ ବିଏମସି ମୃତଦେହ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରଖିଛି। ଏହି ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ ଖବର ଦିଆଯାଇଛି। ସ୍ଥାନୀୟ ଲୋକ ଏହି ଘଟଣାକୁ ନେଇ କ୍ରୋଧିତ ହୋଇଉଠିବା ସହ ସୁରକ୍ଷିତ ରାସ୍ତା ଦାବି କରିଛନ୍ତି। ଭବିଷ୍ୟତରେ ଏପରି ଘଟଣାର ଯେପରି ପୁନରାବୃତ୍ତି ନହୁଏ ତାହାକୁ ରୋକିବା ପାଇଁ ମୁମ୍ବାଇ ପୋଲିସ ଏବଂ ବିଏମସି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି। ହେଲେ ତଥାପି ବର୍ଷା ସମୟରେ ସହର ବାସିନ୍ଦାଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଉଛି। ବିଶେଷକରି ନିର୍ମାଣ କିମ୍ବା ନବୀକରଣ ହେଉଥିବା ଅଞ୍ଚଳରେ, ଅତିରିକ୍ତ ସତର୍କତା ଅବଲମ୍ବନ କରାଯିବା ଆବଶ୍ୟକ। ଏହି ଦୁର୍ଘଟଣା ମନେ ପକାଇ ଦେଉଛି ଯେ ସାମାନ୍ୟ ଅବହେଳା ମଧ୍ୟ କେତେ ଘାତକ ସାବ୍ୟସ୍ତ ହୋଇପାରେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories
Mumbai Sakinaka manhole accidentAslam Sheikh manhole death MumbaiMan falls in open manhole SakinakaBMC negligence open manhole deathMumbai open drain tragedyKhairani road Sakinaka drainage mishapBMC suspends 4 officials manhole incidentMumbai Fire Brigade rescue operation SakinakaMonsoon safety lapses Mumbai BMCContractor negligence open manholes Mumbai