Videos
|
National

Crude Oil Price Today / ୫ ଦିନ ପରେ ଖସିଲା କ୍ରୁଡ୍ ଅଏଲ୍ ଦର, ଭାରତରେ ଶସ୍ତା ହେବ କି ପେଟ୍ରୋଲ-ଡିଜେଲ ?

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
୫ ଦିନ ପରେ ଖସିଲା କ୍ରୁଡ୍ ଅଏଲ୍ ଦର, ଭାରତରେ ଶସ୍ତା ହେବ କି ପେଟ୍ରୋଲ-ଡିଜେଲ ?
Petrol-Diesel Price

Key Points

ତେଲ ବଜାରରେ ବଡ଼ ଖବର
୫ ଦିନ ପରେ କ୍ରୁଡ୍ ଅଏଲ୍ ଦର ଖସିଲା
ଭାରତୀୟ ଗ୍ରାହକଙ୍କୁ ମିଳିବ କି ଆଶ୍ୱସ୍ତି ?
୫ ଦିନ ଧରି ଉପରମୁହାଁ ଥିବା ଅଶୋଧିତ ତୈଳ ଦରରେ ଲାଗିଲା ବ୍ରେକ୍‌ । ଅଗଷ୍ଟ ୧୩ରେ ଅନ୍ତର୍ଜାତୀୟ ବଜାରରେ ବ୍ରେଣ୍ଟ ଓ WTI କ୍ରୁଡ୍ ଅଏଲ୍‌ ଦର ୧ ପ୍ରତିଶତରୁ ଅଧିକ ଖସିଛି । ଏହା ପଛରେ ରହିଛି ଆମେରିକା-ଇରାନ ମଧ୍ୟରେ ସମ୍ଭାବ୍ୟ ଡିଲ୍‌ର ଆଶା ଏବଂ ମିଡିଲ୍ ଇଷ୍ଟରେ ଉତ୍ତେଜନା କମିବାର ସଙ୍କେତ । ତେବେ ଏହି ଖବର ଭାରତୀୟ ଗ୍ରାହକଙ୍କ ପାଇଁ କେତେ ବଡ଼ ଆଶ୍ୱସ୍ତି ? ଭାରତରେ କ’ଣ ଶସ୍ତା ହେବ ପେଟ୍ରୋଲ-ଡିଜେଲ ?

ଆନ୍ତର୍ଜାତୀୟ ବଜାରରେ କ୍ରୁଡ୍ ଅଏଲ୍ ଦରରେ ଗତ ୫ ଦିନ ଧରି ଚାଲିଥିବା ବୃଦ୍ଧିରେ ଶେଷରେ ବ୍ରେକ୍ ଲାଗିଛି । ଅଗଷ୍ଟ ୧୩, ୨୦୨୬ରେ ବ୍ରେଣ୍ଟ କ୍ରୁଡ୍ ଏବଂ WTI କ୍ରୁଡ୍ ଉଭୟର ଦାମରେ ୧ ପ୍ରତିଶତରୁ ଅଧିକ ହ୍ରାସ ଦେଖାଯାଇଛି । ଆମେରିକା ଓ ଇରାନ ମଧ୍ୟରେ ସମ୍ଭାବ୍ୟ ବୁଝାମଣାକୁ ନେଇ ବଢୁଥିବା ଆଶା ତୈଳ ଦର ଉପରେ ଚାପ ସୃଷ୍ଟି କରିଛି ।

ସକାଳର କାରବାରରେ ବ୍ରେଣ୍ଟ କ୍ରୁଡ୍ ୧.୦୧ ପ୍ରତିଶତ ହ୍ରାସ ପାଇ ୮୮.୦୮ ଡଲାର ପ୍ରତି ବ୍ୟାରେଲ୍‌ରେ ପହଞ୍ଚିଥିଲା । ସେହିପରି WTI କ୍ରୁଡ୍ ୧.୧୫ ପ୍ରତିଶତ ହ୍ରାସ ପାଇ ୮୨.୩୦୧ ଡଲାର ପ୍ରତି ବ୍ୟାରେଲ୍‌ରେ କାରବାର କରୁଥିଲା ।

ତୈଳ ଦରରେ ଏହି ହ୍ରାସର ପ୍ରମୁଖ କାରଣ ହେଉଛି ମଧ୍ୟପ୍ରାଚ୍ୟରେ ଉତ୍ତେଜନା କମିବା ଏବଂ ଆମେରିକା-ଇରାନ ମଧ୍ୟରେ ସମ୍ଭାବ୍ୟ ଚୁକ୍ତିକୁ ନେଇ ଆଶା ବଢିବା । ନିବେଶକମାନେ ଆଶା କରୁଛନ୍ତି ଯେ ଦୁଇ ଦେଶ ମଧ୍ୟରେ ଆଲୋଚନା ଆଗକୁ ବଢିଲେ ହର୍ମୁଜ୍ ଷ୍ଟ୍ରେଟ୍ ଭଳି ଗୁରୁତ୍ୱପୂର୍ଣ୍ଣ ସମୁଦ୍ର ପଥ ସୁରକ୍ଷିତ ରହିବ ଏବଂ ବିଶ୍ୱ ବଜାରକୁ ତୈଳ ଯୋଗାଣରେ ବାଧା ଆସିବ ନାହିଁ ।

ଅଧିକ ପଢ଼ନ୍ତୁ: ଘର ଦେଖିବାକୁ ଯାଇଥିଲେ ଦମ୍ପତି…ହଠାତ୍ ପିଟବୁଲ୍ ଆକ୍ରମଣରେ ପହଞ୍ଚିଗଲେ ICUରେ


ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁତ୍ୱପୂର୍ଣ୍ଣ ଜଳପଥ ଉପରେ ଆମେରିକାର ନିୟନ୍ତ୍ରଣ ଥିବା କହିଥିବା ବେଳେ ଇରାନ ଉପରେ ଆର୍ଥିକ ଚାପ ମଧ୍ୟ ଜାରି ରଖିଛନ୍ତି । ତେବେ ଇରାନ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଅନ୍ତରୀଣ ଚୁକ୍ତିକୁ ନେଇ ବଡ଼ ଧରଣର ଡେଭଲପ୍‌ ହୋଇନଥିବା ସ୍ପଷ୍ଟ କରାଯାଇଛି ।

ଭାରତରେ ପେଟ୍ରୋଲ-ଡିଜେଲ ଦାମ କମିବ କି ?

ଆନ୍ତର୍ଜାତୀୟ ବଜାରରେ କ୍ରୁଡ୍ ଅଏଲ୍ ଦାମ କମିଥିଲେ ମଧ୍ୟ ଭାରତରେ ଆଜି ପେଟ୍ରୋଲ ଓ ଡିଜେଲ ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ । ଗତ କିଛି ଦିନ ଧରି କ୍ରୁଡ୍ ଅଏଲ୍ ଦାମ ବଢିଥିଲେ ମଧ୍ୟ ଭାରତୀୟ ତୈଳ ବିପଣନ କମ୍ପାନୀଗୁଡ଼ିକ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବଢାଇନଥିଲେ । ତେଣୁ ଏବେ ଆନ୍ତର୍ଜାତୀୟ ଦରରେ ସାମାନ୍ୟ ହ୍ରାସ ହେବା ସହିତ ତୁରନ୍ତ ଭାରତରେ ଇନ୍ଧନ ଦାମ କମିବାର ସମ୍ଭାବନା କମ୍ ।

ଭାରତ ନିଜର ଆବଶ୍ୟକତାର ବଡ଼ ଅଂଶ କ୍ରୁଡ୍ ଅଏଲ୍ ଆମଦାନି କରିଥାଏ । ତେଣୁ ଆମେରିକା ଓ ଇରାନ ମଧ୍ୟରେ ଯଦି କୌଣସି ବୁଝାମଣା ହୁଏ ଏବଂ ବିଶ୍ୱ ତୈଳ ଯୋଗାଣ ସ୍ୱାଭାବିକ ହୁଏ, ତେବେ ଦୀର୍ଘମିଆଦରେ ଏହାର ଲାଭ ଭାରତୀୟ ଗ୍ରାହକମାନେ ପାଇପାରନ୍ତି । ଅର୍ଥାତ୍, କ୍ରୁଡ୍ ଅଏଲ୍ ଦାମରେ ଗୋଟିଏ-ଦୁଇ ଦିନର ହ୍ରାସ ଆଧାରରେ ପେଟ୍ରୋଲ-ଡିଜେଲ ଦାମ୍‌ ତୁରନ୍ତ କମିବ ବୋଲି ଆଶା କରିବା ଠିକ୍ ହେବ ନାହିଁ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: