Harish Rawat / PAଙ୍କ ଘରୁ ମିଳିଲା ନଗଦ ୩୨ ଲକ୍ଷ; କଂଗ୍ରେସରୁ ପଦ ଛାଡ଼ିବାକୁ ଚାହୁଁଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ?
·39 mins ago·3 min read

Key Points
କଂଗ୍ରେସକୁ ଲାଗିପାରେ ଶକ୍ତ ଝଟ୍କା । ବ୍ୟକ୍ତିଗତ ସହାୟକ (PA)ଙ୍କ ଘରେ EDର ରେଡ୍ ପରେ କଂଗ୍ରେସ ଦଳର ଦୁଇଟି ପଦବୀ ଛାଡ଼ିବାକୁ ଚାହୁଁଛନ୍ତି ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହରୀଶ ରାୱତ ।
ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ରାଜନୀତିରେ ହଲଚଲ୍ । କଂଗ୍ରେସକୁ ଲାଗିପାରେ ଶକ୍ତ ଝଟ୍କା । ବ୍ୟକ୍ତିଗତ ସହାୟକ (PA)ଙ୍କ ଘରେ EDର ରେଡ୍ ପରେ କଂଗ୍ରେସ ଦଳର ଦୁଇଟି ପଦବୀ ଛାଡ଼ିବାକୁ ଚାହୁଁଛନ୍ତି ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହରୀଶ ରାୱତ । ତେବେ ସେ ଦଳ କିମ୍ବା ପଦ ଛାଡ଼ିବା ନେଇ ଖବର ଲେଖା ହେବା ସୁଦ୍ଧା କୌଣସି ବିଧିବଦ୍ଧ ଘୋଷଣା କରି ନାହାନ୍ତି ।
କିନ୍ତୁ, ହରୀଶ ରାୱତ କଂଗ୍ରେସର ଦଳର ପଦବୀରୁ ଇସ୍ତଫା ଦେବାକୁ ଚାହୁଁଥିବା କହିଛନ୍ତି । ସୋସିଆଲ୍ ମିଡିଆରେ ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହରୀଶ ରାୱତ କଂଗ୍ରେସ ଦଳର ପଦବୀରୁ ଇସ୍ତଫା ଦେବା ପାଇଁ ଏକ ପ୍ରକାର ମନସ୍ଥ କରିଥିବା ଲେଖିଛନ୍ତି ।
ଏଥିସହ ପଢ଼ନ୍ତୁ: ଏହି ରାଜ୍ୟରେ ବ୍ୟାନ୍ ହେଲା ଆନାଲଗ୍ ପନିର ? ବିକ୍ରି କଲେ ହେବ କାର୍ଯ୍ୟାନୁଷ୍ଠାନ
ଚଢ଼ାଉ-ଇସ୍ତଫା-ରାଜନୀତି
ହରୀଶ ରାୱତ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଥିବାବେଳେ ୨୦୧୬ରେ UKSSSC ପରିଚାଳିତ ପରୀକ୍ଷାରେ ଅନିୟମିତତା ହୋଇଥିଲା । ସମ୍ପର୍କିତ ମନି ଲଣ୍ଡରିଂ ମାମଲାରେ ED ହରୀଶଙ୍କ ବ୍ୟକ୍ତିଗତ ସହାୟକ ଚନ୍ଦନ ସିଂହ ଜୀନାଙ୍କ ଘରେ ରେଡ୍ କରିଛି । ଯାହାପରେ ରାଜନୀତିରୁ ଏକ ପ୍ରକାର ହରୀଶଙ୍କ ମୋହ ଭଙ୍ଗ ହୋଇଛି ।
ଗୁରୁବାର ଇଡି ଡେରାଡୁନ୍ର ଏକାଧିକ ସ୍ଥାନରେ ରେଡ୍ କରିଥିଲା । UKSSSC ଅଧିକାରୀଙ୍କ ଘର ସହ ଘରୋଇ କମ୍ପୁଟର ଏଜେନ୍ସି ମାଲିକ, ମଧ୍ୟସ୍ଥି ଓ ହରୀଶ ରାୱତଙ୍କ ବ୍ୟକ୍ତିଗତ ସହାୟକ ଚନ୍ଦନ ସିଂହ ଜୀନାଙ୍କ ଘରେ ରେଡ୍ ହୋଇଥିଲା । ଇଡି ରେଡ୍ ବେଳେ ଜୀନାଙ୍କ ଘରୁ ନଗଦ ୨୧ ଲକ୍ଷ ଟଙ୍କା ସହ ସୁନା ଗହଣା ଓ ଲକଜୁରୀ ହାତ ଘଣ୍ଟା ମିଳିଛି ।
ଜୀନାଙ୍କୁ ଘରୁ ମିଳିଥିବା ନଗଦ ୩୨ ଲକ୍ଷର କୌଣସି ହିସାବ ଇଡିକୁ ମିଳିନି । ସେହିଭଳି ୨୦୦.୫ ଗ୍ରାମର ସୁନା କଏନ୍ ସହ ଚେନ (୧୩ଟି ସୁନା କାଏନ୍ ଓ ୭ଟି ସୁନା ଚେନ) ଇଡି ଜୀନାଙ୍କ ଘରୁ ଜବତ କରିଛି । ଜବତ ହୋଇଥିବା ୧୨ଟା ଦାମୀ ଘଣ୍ଟା ମଧ୍ୟରେ ରୋଲେକ୍ସ, ରାଡୋ, ପିଆଗେଟ୍, ମୋଭାଡୋ, ଟିସଟ ଏବଂ କ୍ୟାସିଓ ଭଳି ନାମୀ ବ୍ରାଣ୍ଡ ରହିଛି ।
ବ୍ୟାଙ୍କରେ ୫୨ ଲକ୍ଷ ସିଜ୍
ହରୀଶ ରାୱତଙ୍କ ବ୍ୟକ୍ତିଗତ ସହାୟକ ଚନ୍ଦନ ସିଂହ ଜୀନାଙ୍କ ଘର ସହ ବ୍ୟାଙ୍କ ଆକାଉଣ୍ଟ ଛାନଭିନ୍ କରିଡି ଇଡି । ଯାଞ୍ଚ ବେଳେ ଜୀନା ଓ ତାଙ୍କ ପରିବାର ସଦସ୍ୟଙ୍କ ବ୍ୟାଙ୍କ ଆକାଉଣ୍ଟରେ ଥିବା ୫୨ ଲକ୍ଷ ୧୬ ହଜାର ଟଙ୍କା ଜବତ କରାଯାଇଛି । ଏଥିସହ ମୋବାଇଲ୍ ଫୋନ୍ ଜବତ କରି ଫରେନ୍ସିକ ଯାଞ୍ଚ ପାଇଁ ପଠାଯାଇଛି ।
ସୂଚନାଯୋଗ୍ୟ, ୨୦୧୪ରୁ ୨୦୧୭ ହରୀଶ ରାୱତ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଥିବାବେଳେ ଚନ୍ଦନ ସିଂହ ଜୀନା OSD ଥିଲେ । ଏବେ ସେ ହରୀଶ ରାୱତଙ୍କ ପିଏ ଅଛନ୍ତି । ଏବେ ଜୀନାଙ୍କ ଘରେ ରେଡ୍ ବେଳେ ଏତେ ସମ୍ପତ୍ତି ମିଳିବା ପରେ ହରୀଶ ରାୱତ କଂଗ୍ରେସ ଦଳରେ ଥିବା ଦୁଇ ପଦ ଛାଡ଼ିବା ନେଇ ଇଚ୍ଛା ପ୍ରକାଶ କରିଛନ୍ତି ।
ଏଥିସହ ପଢ଼ନ୍ତୁ: ଅଖିଲେଶଙ୍କୁ ରାଜଭରଙ୍କ କଟାକ୍ଷ; 'ଆପଣକୁ ଶେଷ କରିଦେବେ ଅହୀର-ଜହୀର'
ତେବେ ବର୍ତ୍ତମାନ ସୁଦ୍ଧା ହରୀଶ ରାୱତ କଂଗ୍ରେସ କିମ୍ବା ଦଳରେ ଥିବା ପଦବୀରୁ ଇସ୍ତଫା ଦେଇନାହାନ୍ତି । ହରୀଶ ରାୱତ କହିଛନ୍ତି, "ତଦନ୍ତ ପରେ ଜଣାପଡ଼ିବ କଣ ସତ ? ଅଭିଯୋଗ ସତ ସାବ୍ୟସ୍ତ ହେଲେ ଏହା ମୋ ପାଇଁ ଲଜ୍ଜାଜନକ ହେବ । କିନ୍ତୁ ମୋତେ ଲାଗୁନି ଏ ଅଭିଯୋଗ ସତ ।"
ସେ ଅଭିଯୋଗ କରିଛନ୍ତି ଯେ, ନିର୍ବାଚନ ପୂର୍ବରୁ ମାହୋଲ ପରିବର୍ତ୍ତନ ଲାଗି ଏଭଳି ନାରେଟିଭ୍ ତିଆରି କରାଯାଉଛି । ଦଳକୁ ଯେଭଳି କ୍ଷତି ନ ପହଞ୍ଚିବ, ତେଣୁ ପ୍ରଦେଶ କାର୍ଯକାରିଣୀ ଓ କଂଗ୍ରସ କାର୍ଯ୍ୟକାରୀ କମିଟିରୁ ଅଲଗା ହେବା କଥା ଚିନ୍ତା କରୁଥିବା କହିଛନ୍ତି ହରୀଶ ରାୱତ ।

मीडिया के कुछ हिस्सों में यह समाचार दिया जा रहा है कि हरीश रावत ने कांग्रेस पार्टी से त्यागपत्र दे दिया।
— Harish Rawat (@harishrawatcmuk) September 12, 2026
भैया, कांग्रेस पार्टी की सदस्यता मेरे खून और हड्डियों में है, हरीश रावत जो कुछ भी है, उस सबका निर्माण करती है। वह तो मेरे साथ ही स्वर्ग में भी जाएगी।
हाँ, यदि कल-परसों… pic.twitter.com/ERVxcpYCjX
ଜୀନାଙ୍କୁ ଘରୁ ମିଳିଥିବା ନଗଦ ୩୨ ଲକ୍ଷର କୌଣସି ହିସାବ ଇଡିକୁ ମିଳିନି । ସେହିଭଳି ୨୦୦.୫ ଗ୍ରାମର ସୁନା କଏନ୍ ସହ ଚେନ (୧୩ଟି ସୁନା କାଏନ୍ ଓ ୭ଟି ସୁନା ଚେନ) ଇଡି ଜୀନାଙ୍କ ଘରୁ ଜବତ କରିଛି । ଜବତ ହୋଇଥିବା ୧୨ଟା ଦାମୀ ଘଣ୍ଟା ମଧ୍ୟରେ ରୋଲେକ୍ସ, ରାଡୋ, ପିଆଗେଟ୍, ମୋଭାଡୋ, ଟିସଟ ଏବଂ କ୍ୟାସିଓ ଭଳି ନାମୀ ବ୍ରାଣ୍ଡ ରହିଛି ।
ବ୍ୟାଙ୍କରେ ୫୨ ଲକ୍ଷ ସିଜ୍
ହରୀଶ ରାୱତଙ୍କ ବ୍ୟକ୍ତିଗତ ସହାୟକ ଚନ୍ଦନ ସିଂହ ଜୀନାଙ୍କ ଘର ସହ ବ୍ୟାଙ୍କ ଆକାଉଣ୍ଟ ଛାନଭିନ୍ କରିଡି ଇଡି । ଯାଞ୍ଚ ବେଳେ ଜୀନା ଓ ତାଙ୍କ ପରିବାର ସଦସ୍ୟଙ୍କ ବ୍ୟାଙ୍କ ଆକାଉଣ୍ଟରେ ଥିବା ୫୨ ଲକ୍ଷ ୧୬ ହଜାର ଟଙ୍କା ଜବତ କରାଯାଇଛି । ଏଥିସହ ମୋବାଇଲ୍ ଫୋନ୍ ଜବତ କରି ଫରେନ୍ସିକ ଯାଞ୍ଚ ପାଇଁ ପଠାଯାଇଛି ।
ସୂଚନାଯୋଗ୍ୟ, ୨୦୧୪ରୁ ୨୦୧୭ ହରୀଶ ରାୱତ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଥିବାବେଳେ ଚନ୍ଦନ ସିଂହ ଜୀନା OSD ଥିଲେ । ଏବେ ସେ ହରୀଶ ରାୱତଙ୍କ ପିଏ ଅଛନ୍ତି । ଏବେ ଜୀନାଙ୍କ ଘରେ ରେଡ୍ ବେଳେ ଏତେ ସମ୍ପତ୍ତି ମିଳିବା ପରେ ହରୀଶ ରାୱତ କଂଗ୍ରେସ ଦଳରେ ଥିବା ଦୁଇ ପଦ ଛାଡ଼ିବା ନେଇ ଇଚ୍ଛା ପ୍ରକାଶ କରିଛନ୍ତି ।
ଏଥିସହ ପଢ଼ନ୍ତୁ: ଅଖିଲେଶଙ୍କୁ ରାଜଭରଙ୍କ କଟାକ୍ଷ; 'ଆପଣକୁ ଶେଷ କରିଦେବେ ଅହୀର-ଜହୀର'
ତେବେ ବର୍ତ୍ତମାନ ସୁଦ୍ଧା ହରୀଶ ରାୱତ କଂଗ୍ରେସ କିମ୍ବା ଦଳରେ ଥିବା ପଦବୀରୁ ଇସ୍ତଫା ଦେଇନାହାନ୍ତି । ହରୀଶ ରାୱତ କହିଛନ୍ତି, "ତଦନ୍ତ ପରେ ଜଣାପଡ଼ିବ କଣ ସତ ? ଅଭିଯୋଗ ସତ ସାବ୍ୟସ୍ତ ହେଲେ ଏହା ମୋ ପାଇଁ ଲଜ୍ଜାଜନକ ହେବ । କିନ୍ତୁ ମୋତେ ଲାଗୁନି ଏ ଅଭିଯୋଗ ସତ ।"
ସେ ଅଭିଯୋଗ କରିଛନ୍ତି ଯେ, ନିର୍ବାଚନ ପୂର୍ବରୁ ମାହୋଲ ପରିବର୍ତ୍ତନ ଲାଗି ଏଭଳି ନାରେଟିଭ୍ ତିଆରି କରାଯାଉଛି । ଦଳକୁ ଯେଭଳି କ୍ଷତି ନ ପହଞ୍ଚିବ, ତେଣୁ ପ୍ରଦେଶ କାର୍ଯକାରିଣୀ ଓ କଂଗ୍ରସ କାର୍ଯ୍ୟକାରୀ କମିଟିରୁ ଅଲଗା ହେବା କଥା ଚିନ୍ତା କରୁଥିବା କହିଛନ୍ତି ହରୀଶ ରାୱତ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories