BSF Camp Shooting / କ୍ୟାମ୍ପରେ ହଠାତ୍ BSF ଯବାନଙ୍କ ଗୁଳିମାଡ଼; ୨ ଯବାନ ମୃତ, ଜଣେ ଗୁରୁତର
·1 hour ago·2 min read

Key Points
ଯବାନଙ୍କ ଗୁଳିରେ ଟଳି ପଡ଼ିଲେ ଆଉ ଦୁଇ ଜଣ ସାଥୀ ଯବାନ । ଜଣେ ଯବାନ ଗୁରୁତର ଆହତ । ପଶ୍ଚିମବଙ୍ଗରେ ମାଲଦାରେ ଥିବା BSF କ୍ୟାମ୍ପ ଭିତରେ ହଠାତ୍ ଜଣେ ଯବାନ ସାଥୀ ଯବାନଙ୍କ ଉପରକୁ ଗୁଳିମାଡ଼ କରିଛନ୍ତି ।
କୋଲକାତା: BSF କ୍ୟାମ୍ପରେ ଆତଙ୍କ । ଯବାନଙ୍କ ଗୁଳିରେ ଟଳି ପଡ଼ିଲେ ଆଉ ଦୁଇ ଜଣ ସାଥୀ ଯବାନ । ଜଣେ ଯବାନ ଗୁରୁତର ଆହତ । ପଶ୍ଚିମବଙ୍ଗରେ ମାଲଦାରେ ଥିବା BSF କ୍ୟାମ୍ପ ଭିତରେ ହଠାତ୍ ଜଣେ ଯବାନ ସାଥୀ ଯବାନଙ୍କ ଉପରକୁ ଗୁଳିମାଡ଼ କରିଛନ୍ତି ।
ଏହି ଗୁଳିମାଡ଼ରେ BSFର ୨ ଜଣ ଯବାନଙ୍କ ମୃତ୍ୟୁ ହୋଇଛି । ଗୁରୁବାର ଏହି ଅଘଟଣ ଘଟିଛି ମାଲଦାର ବୈଷ୍ଣବନଗରରେ ଥିବା BSF କ୍ୟାମ୍ପରେ । ସୂଚନା ଅନୁସାରେ, କ୍ୟାମ୍ପ ଭିତରେ ପଶି ହଠାତ୍ ଜଣେ ଯବାନ ଆଖିବୁଜା ଗୁଳିମାଡ଼ କରିଥିଲେ । ଯେଉଁଥିରେ ୨ ଜଣଙ୍କ ମୃତ୍ୟୁ ପରେ ଅଭିଯୁକ୍ତକୁ ଗିରଫ କରାଯାଇଛି ।
ଏଥିସହ ପଢ଼ନ୍ତୁ: କାମରେ ଯାଉଥିଲେ ଏୟାର ହୋଷ୍ଟେସ; ରାସ୍ତାରେ ଗାଡ଼ି ରଖି ଦୁଷ୍କର୍ମ କଲା କ୍ୟାବ୍ ଡ୍ରାଇଭର
ପୂର୍ବରୁ ବି କରିଥିଲେ ଗୁଳିମାଡ଼
BSF ସୂତ୍ର ଅନୁସାରେ, ଏହି ଗୁଳିମାଡ଼ରେ ୨ ଯବାନ ପ୍ରାଣ ହରାଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ଗୁଳିମାଡ଼ କରିଥିବା ଯବାନ ଜଣଙ୍କ ବର୍ଷେ ତଳେ ସାଥୀ ଯବାନଙ୍କ ଉପରେ ଫାୟାରିଂ କରିଥିବା ଅଭିଯୋଗ ହୋଇଥିଲା । ସେତେବେଳେ ଆଇନ୍ ଅନୁସାରେ ଦଣ୍ଡ ବି ମିଳିଥିଲା । ଏବେ ଦଣ୍ଡ କିଛିଦିନ ତଳେ ସରିବା ପରେ ପୁଣି ଥରେ ସମାନ କାଣ୍ଡ ଘଟାଇଛନ୍ତି ଯବାନ ଜଣଙ୍କ ।
ମୃତକ ବିହାର ଓ ମହାରାଷ୍ଟ୍ରର
ଗୁଳିମାଡ଼ରେ ମୃତ ଯବାନଙ୍କ ମଧ୍ୟରୁ ଜଣେ ବିହାରର ଓ ଅନ୍ୟ ଜଣେ ମହାରାଷ୍ଟ୍ରର । ବିହାର ଛପରା ଜିଲ୍ଲା ମାଞ୍ଝୀ ଅଞ୍ଚଳର ୫୧ ବର୍ଷୀୟ ଅଜୟ କୁମାର ସିଂହ ଓ ମହାରାଷ୍ଟ୍ର ଗଡ଼ଚିରୋଲିର ୩୭ ବର୍ଷୀୟ ଅମ୍ବାଦର ସୁରେଶ ଡାରଗୁଙ୍କ ମୃତ୍ୟୁ ହୋଇଛି । ଆହତ ଯବାନ ହୁଗଲି ଜିଲ୍ଲାର ୪୪ ବର୍ଷୀୟ ବିକାଶ ବ୍ରହ୍ମା । ତାଙ୍କୁ ମାଲଦା ମେଡିକାଲ୍ କଲେଜରେ ଭର୍ତ୍ତି କରାଯାଇଛି ।
ଏଥିସହ ପଢ଼ନ୍ତୁ: ରାତି ୧୧ଟା ୪ରୁ ୧୨ଟା ୩୨... ୮୮ ମିନିଟ୍ରେ NEET ପେପର୍ ଲିକ୍ ଉପରେ ୪ ବଡ଼ ପଦକ୍ଷେପ
ଗୁଳିମାଡ଼ ଘଟଣାର ତଦନ୍ତ ଆରମ୍ଭ କରିଛି ବୈଷ୍ଣବନଗର ପୋଲିସ । ଏସ୍ପି ଅନୁପମ ସିଂହ କହିଛନ୍ତି, "ମାମଲାର ତଦନ୍ତ ଚାଲିଛି । BSF ମାଲଦା ସେକ୍ଟରର ଡିଆଇଜି ମଧ୍ୟ ତଦନ୍ତ ଆରମ୍ଭ ହୋଇଥିବା କହିଛନ୍ତି । ସୂଚନା ଅନୁସାରେ, ପୂର୍ବରୁ ଗୁଳିମାଡ଼ ମାମଲାରେ ଶିବମ ସଜ୍ଜା କାଟିବା ପରେ ତାଙ୍କୁ ଘରକୁ ପଠାଇବା ଲାଗି ପ୍ରସ୍ତୁତି ଆରମ୍ଭ ହୋଇଥିଲା । ଆଉ ଏହାରି ଭିତରେ ସେ ପୁଣି ଥରେ ଗୁଳିମାଡ଼ କରିଛନ୍ତି ।

ମାଲଦାର ବିଧାନନଗରରେ BSFର ୧୧୯ ଓ ୭୧ ବାଟାଲିୟନର ମୁଖ୍ୟାଳୟ ରହିଛି । ଗୁରୁବାର ଦ୍ଵି-ପ୍ରହରରେ ଶିବମ ମିଶ୍ରା ତାଙ୍କ ସାଥୀ ଯବାନଙ୍କ ଉପରେ ଗୁଳିମାଡ଼ କରିଥିବା ଅଭିଯୋଗ ହୋଇଛି । ଶିବମଙ୍କ ଘର ଛତିଶଗଡ଼ରେ ।VIDEO | Malda, West Bengal: Two Border Security Force (BSF) personnel were killed and another was seriously injured after a fellow jawan opened indiscriminate fire inside the force's headquarters of the 71st and 119th battalions at 17th Mile under Baishnabnagar police station in… pic.twitter.com/7RO1xUPnAd
— Press Trust of India (@PTI_News) July 24, 2026
ମୃତକ ବିହାର ଓ ମହାରାଷ୍ଟ୍ରର
ଗୁଳିମାଡ଼ରେ ମୃତ ଯବାନଙ୍କ ମଧ୍ୟରୁ ଜଣେ ବିହାରର ଓ ଅନ୍ୟ ଜଣେ ମହାରାଷ୍ଟ୍ରର । ବିହାର ଛପରା ଜିଲ୍ଲା ମାଞ୍ଝୀ ଅଞ୍ଚଳର ୫୧ ବର୍ଷୀୟ ଅଜୟ କୁମାର ସିଂହ ଓ ମହାରାଷ୍ଟ୍ର ଗଡ଼ଚିରୋଲିର ୩୭ ବର୍ଷୀୟ ଅମ୍ବାଦର ସୁରେଶ ଡାରଗୁଙ୍କ ମୃତ୍ୟୁ ହୋଇଛି । ଆହତ ଯବାନ ହୁଗଲି ଜିଲ୍ଲାର ୪୪ ବର୍ଷୀୟ ବିକାଶ ବ୍ରହ୍ମା । ତାଙ୍କୁ ମାଲଦା ମେଡିକାଲ୍ କଲେଜରେ ଭର୍ତ୍ତି କରାଯାଇଛି ।
ଏଥିସହ ପଢ଼ନ୍ତୁ: ରାତି ୧୧ଟା ୪ରୁ ୧୨ଟା ୩୨... ୮୮ ମିନିଟ୍ରେ NEET ପେପର୍ ଲିକ୍ ଉପରେ ୪ ବଡ଼ ପଦକ୍ଷେପ
ଗୁଳିମାଡ଼ ଘଟଣାର ତଦନ୍ତ ଆରମ୍ଭ କରିଛି ବୈଷ୍ଣବନଗର ପୋଲିସ । ଏସ୍ପି ଅନୁପମ ସିଂହ କହିଛନ୍ତି, "ମାମଲାର ତଦନ୍ତ ଚାଲିଛି । BSF ମାଲଦା ସେକ୍ଟରର ଡିଆଇଜି ମଧ୍ୟ ତଦନ୍ତ ଆରମ୍ଭ ହୋଇଥିବା କହିଛନ୍ତି । ସୂଚନା ଅନୁସାରେ, ପୂର୍ବରୁ ଗୁଳିମାଡ଼ ମାମଲାରେ ଶିବମ ସଜ୍ଜା କାଟିବା ପରେ ତାଙ୍କୁ ଘରକୁ ପଠାଇବା ଲାଗି ପ୍ରସ୍ତୁତି ଆରମ୍ଭ ହୋଇଥିଲା । ଆଉ ଏହାରି ଭିତରେ ସେ ପୁଣି ଥରେ ଗୁଳିମାଡ଼ କରିଛନ୍ତି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories