4 Key Decisions / ରାତି ୧୧ଟା ୪ରୁ ୧୨ଟା ୩୨... ୮୮ ମିନିଟ୍ରେ NEET ପେପର୍ ଲିକ୍ ଉପରେ ୪ ବଡ଼ ପଦକ୍ଷେପ
·2 hours ago·2 min read

Key Points
୨୬ ଦିନର ଅନଶନ ପରେ ସୋନମ ୱାଙ୍ଗଚୁକ ଅନଶନ ଭାଙ୍ଗିଛନ୍ତି । ଶିକ୍ଷା ସଚିବଙ୍କ ବଦଳି ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ ବାର୍ତ୍ତା ଜାରି କରିଛନ୍ତି ।
ନୂଆଦିଲ୍ଲୀ: NEET ପେପର୍ ଲିକ୍କୁ ନେଇ ବିରୋଧ ପ୍ରଦର୍ଶନ ଭିତରେ ଗୁରୁବାର ବିଳମ୍ବିତ ରାତିରେ ଗୋଟିଏ ପରେ ଗୋଟିଏ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର । ପେପର୍ ଲିକ୍ ସହ ଜଡ଼ିତ ମାମଲାର ବିଚାର ପାଇଁ ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ କରାଯିବ ।
ସେପଟେ ୨୬ ଦିନର ଅନଶନ ପରେ ସୋନମ ୱାଙ୍ଗଚୁକ ଅନଶନ ଭାଙ୍ଗିଛନ୍ତି । ଶିକ୍ଷା ସଚିବଙ୍କ ବଦଳି ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ ବାର୍ତ୍ତା ଜାରି କରିଛନ୍ତି । ଯେଉଁଥିରେ ପ୍ରଧାନମନ୍ତ୍ରୀ ମୋଦି କଡ଼ା କାର୍ଯ୍ୟାନୁଷ୍ଠାନର ଭରସା ଛାତ୍ରଛାତ୍ରୀଙ୍କୁ ଦେଇଛନ୍ତି ।
ରାତି ୧୧ଟା ୪ ମିନିଟ୍ରେ ଶିକ୍ଷା ବିଭାଗ ସଚିବଙ୍କ ବଦଳି ଖବର ଆସିଥିଲା । ଆଉ ରାତି ୧୨ଟା ୩୨ ମିନିଟ୍ରେ ସୋନମ ୱାଙ୍ଗଚୁକ୍ ଅନଶନ ଭାଙ୍ଗିବା ଖବର ଆସିଥିଲା ।
ଏଥିସହ ପଢ଼ନ୍ତୁ: ୨୬ ଦିନ ପରେ ଅନଶମ ଭାଙ୍ଗିଲେ ସୋନମ ୱାଙ୍ଗଚୁକ, ୨ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ଗ୍ରହଣ କଲେ ଜଳ
ଜୁନ୍ ୨୮ରୁ ଅନଶନରେ ବସିଥିଲେ
ନିଟ୍ ପେପର୍ ଲିକକୁ ନେଇ ସୋନମ ୱାଙ୍ଗଚୁକ୍ ଜୁନ୍ ୨୮ରେ ଆରମ୍ଭ ଖରିଥିଲେ ଅନଶନ । ସ୍ଵାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ସଫଦରଜଙ୍ଗ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା । ପରେ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ସୋନମଙ୍କୁ ମେଦାନ୍ତ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା । ଏବେ ଅନଶନ ଭାଙ୍ଗିବା ନେଇ ସୋନମ ୱାଙ୍ଗଚୁକ ତାଙ୍କ ସୋସିଆଲ୍ ମିଡିଆ ପେଜ୍ରେ ସୂଚନା ଦେଇଛନ୍ତି ।
୮୨ ମିନିଟ୍ରେ କ'ଣ କ'ଣ ହେଲା ?
୧୧ଟା ୪ ମିନିଟ୍: କେନ୍ଦ୍ର ସରକାର ଶିକ୍ଷା ମନ୍ତ୍ରଣାଳୟର ଶିକ୍ଷା ସଚିବ ବିନୀତ ଜୋଶୀଙ୍କ ବଦଳି କରିଛନ୍ତି । ତାଙ୍କ ସ୍ଥାନରେ ନରେଶ ପାଲ ଗଙ୍ଗୱାରଙ୍କୁ ଶିକ୍ଷା ବିଭାଗର ନୂତନ ସଚିବ ନିଯୁକ୍ତ କରାଯାଇଛି । ବିନୀତି ଜୋଶୀଙ୍କୁ ଏବେ ପଞ୍ଚାୟତିରାଜ ମନ୍ତ୍ରଣାଳୟର ସଚିବ ନିଯୁକ୍ତ କରାଯାଇଛି । ଏଥିସହ ଆଉ ୧୦ ବରିଷ୍ଠ IAS ଅଧିକାରୀଙ୍କ ବଦଳି କରାଯାଇଛି ।
୧୧ଟା ୧୦ ମିନିଟ୍: ପେପର୍ ଲିକ୍ ସହ ଜଡ଼ିତ ମାମଲାର ଟ୍ରାଏଲ୍ ପାଇଁ ଫାଷ୍ଟ ଟ୍ରାକ୍ କୋର୍ଟ ଲାଗି ବିଜ୍ଞପ୍ତି ପ୍ରକାଶ ପାଇଛି । ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟରେ ଫାଷ୍ଟ ଟ୍ରାକ୍ କୋର୍ଟ ପ୍ରତିଷ୍ଠା ହେବ । ତିସ୍ ହଜାରୀ କୋର୍ଟର ମୋଡିଏସନ ସେଣ୍ଟର ଇନଚାର୍ଜ ଜଷ୍ଟିସ୍ ଅନୁ ଗ୍ରୋବର ବାଲିଗାଙ୍କୁ ରାଉଜ ଆଭେନ୍ୟୁ କୋର୍ଟରେ ସ୍ଵତନ୍ତ୍ର ଜଜ୍ ଭାବେ ନିଯୁକ୍ତ କରିଛନ୍ତି ଦିଲ୍ଲୀ ହାଇକୋର୍ଟ । ସେ ପେପର୍ ଲିକ୍ ସହ ଜଡ଼ିତ ମାମଲାର ଶୁଣାଣି କରିବେ ।
୧୧ଟା ୫୨ ମିନିଟ୍: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଛାତ୍ରଙ୍କ ଉଦ୍ଦେଶ୍ୟରେ ଏକ ଭିଡିଓ ଜାରି କଲେ । ଯେଉଁଥିରେ ପ୍ରଧାନମନ୍ତ୍ରୀ ପେପର୍ ଲିକ୍ ଭଳି ମାମଲାରେ କଡ଼ା କାର୍ଯ୍ୟାନୁଷ୍ଠାନର ଭରସା ଦେଇଛନ୍ତି । କହିଛନ୍ତି, "ଯୁବବର୍ଗଙ୍କ ଭବିଷ୍ୟତ ସହ ଖେଳିଲେ ଛଡ଼ାଯିବ ନାହିଁ । ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଶ୍ଚିତ ନିଆଯିବ । ଶୁକ୍ରବାର କ୍ୟାବିନେଟ୍ରେ ପେପର୍ ଲିକ୍ ବିରୋଧରେ ଆହୁରି କଡ଼ା ନିଷ୍ପତ୍ତି ନିଆଯିବ ।"
ଏଥିସହ ପଢ଼ନ୍ତୁ: ପେପର ଲିକ୍ ରୋକିବାକୁ ଆସୁଛି ଆହୁରି କଡ଼ା ଆଇନ: ଛାତ୍ରଛାତ୍ରୀଙ୍କୁ ଭରସା ଦେଲେ ପ୍ରଧାନମନ୍ତ୍ରୀ ମୋଦି
୧୨ଟା ୩୨ ମିନିଟ୍: ସୋନମ ୱାଙ୍ଗଚୁକ ଅନଶନ ଭାଙ୍ଗିବା ଖବର ଆସିଥିଲା । କେନ୍ଦ୍ର ସ୍ଵାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଓ କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂହ ଗୁରୁଗ୍ରାମ ମେଦାନ୍ତ ହସ୍ପିଟାଲ୍ ପହଞ୍ଚି ସୋନମଙ୍କ ଅନଶନ ଭାଙ୍ଗିଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories