Videos
|
National

LPG Cylinder Price / ବଜେଟ୍ ଦିନରେ ବଡ଼ ଝଟକା, ୫୦ ଟଙ୍କା ମହଙ୍ଗା ହେଲା LPG ସିଲିଣ୍ଡର ଦର

Santosh Kumar Sahoo
Browse all articles by Santosh Kumar Sahoo
·7 months ago·2 min read
ବଜେଟ୍ ଦିନରେ ବଡ଼ ଝଟକା, ୫୦ ଟଙ୍କା ମହଙ୍ଗା ହେଲା LPG ସିଲିଣ୍ଡର ଦର
LPG cylinder Price

Key Points

ବଜେଟ୍ ଦିନ ବଢ଼ିଲା ଗ୍ୟାସ ଦର
୧୯ କିଲୋ ଗ୍ୟାସ ସିଲିଣ୍ଡର ୫୦ ଟଙ୍କା ମହଙ୍ଗା
ଘରୋଇ ସିଲିଣ୍ଡର ଦର ଅପରିବର୍ତ୍ତିତ
ଫେବ୍ରୁଆରୀ ମାସ ଆରମ୍ଭ ହୋଇସାରିଛି ଏବଂ ଆଜି କେନ୍ଦ୍ରୀୟ ବଜେଟ୍ ଆସିବାକୁ ଯାଉଛି । ଏହା ପୂର୍ବରୁ ମୁଦ୍ରାସ୍ଫୀତି ଏକ ବଡ଼ ଝଟକା ଦେଇଛି । ତୈଳ ବିପଣନ କମ୍ପାନୀଗୁଡ଼ିକ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରିଛନ୍ତି । ଫେବୃଆରୀ ୧, ୨୦୨୬ ଠାରୁ ଦିଲ୍ଲୀ, ମୁମ୍ବାଇ, କୋଲକାତା ଏବଂ ଚେନ୍ନାଇ ଭଳି ପ୍ରମୁଖ ସହର ସମେତ ସାରା ଦେଶରେ ଏହା ମହଙ୍ଗା ହୋଇଯାଇଛି । ସୂଚନା ଅନୁସାରେ ଏହି ମୂଲ୍ୟ ବୃଦ୍ଧି ୧୯ କିଲୋଗ୍ରାମ ବାଣିଜ୍ୟିକ ଏଲପିଜି ସିଲିଣ୍ଡର ପାଇଁ ମଧ୍ୟ ପ୍ରଯୁଜ୍ୟ । ବଜେଟ୍ ଦିନ ସିଲିଣ୍ଡର ମୂଲ୍ୟ ୫୦ ଟଙ୍କା ବୃଦ୍ଧି ପାଇଛି । କିନ୍ତୁ ୧୪ କିଲୋଗ୍ରାମ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ଅପରିବର୍ତ୍ତିତ ରହିଛି ।

ଅଧିକ ପଢ଼ନ୍ତୁ: ଗ୍ରାହକଙ୍କ ପାଇଁ ଖୁସି ଖବର: ବଜେଟ୍ ପୂର୍ବରୁ ସୁନା, ରୁପା ମୂଲ୍ୟରେ ବଡ଼ ହ୍ରାସ; ଏବେ କିଣିବେ ନା ନାହିଁ ?


ପ୍ରତ୍ୟେକ ନୂତନ ମାସ ଅନେକ ଆର୍ଥିକ ପରିବର୍ତ୍ତନ ସହିତ ଆରମ୍ଭ ହୁଏ ଏବଂ ଫେବୃଆରୀ ମଧ୍ୟ ଅନେକ ବଡ଼ ପରିବର୍ତ୍ତନ ହୋଇଛି । ପ୍ରଥମ ପରିବର୍ତ୍ତନ ଜନସାଧାରଣଙ୍କ ପାଇଁ ଏକ ବଡ଼ ଝଟକା ଦେଇଛି । ତେବେ ଆସନ୍ତୁ ଜାଣିବା ଚାରୋଟି ପ୍ରମୁଖ ମହାନଗରରେ କେତେ ରହିଛି ଗ୍ୟାସ୍‌ ଦର...

ଦିଲ୍ଲୀ - ୧୭୪୦.୫୦ (୪୯ ଟଙ୍କା ବୃଦ୍ଧି)
କୋଲକତା - ୧୮୪୪.୫୦ (୪୯.୫୦ ଟଙ୍କା ବୃଦ୍ଧି)
ମୁମ୍ବାଇ - ୧୬୯୨ (୪୯.୫୦ ଟଙ୍କା ବୃଦ୍ଧି)
ଚେନ୍ନାଇ - ୧୮୯୯.୫୦ (୫୦ ଟଙ୍କା ବୃଦ୍ଧି)

ଲଗାତାର ଦ୍ୱିତୀୟ ମାସ ଧରି ଏଲପିଜି ସିଲିଣ୍ଡର ମୂଲ୍ୟ ବୃଦ୍ଧି ହୋଇଛି । ପୂର୍ବରୁ ଜାନୁଆରୀ ମଧ୍ୟ ତୈଳ ବିପଣନ କମ୍ପାନୀଗୁଡ଼ିକ ୧୧୧ ଟଙ୍କା ପର୍ଯ୍ୟନ୍ତ ମୂଲ୍ୟ ବୃଦ୍ଧି କରିଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ: ଜ୍ୟାକଲିନ୍‌ଙ୍କ ପାଇଁ RCB କିଣିବାକୁ ଚାହୁଁଛନ୍ତି ଠକ ସୁକେଶ, ଦେଲେ ୮୩୦୦ କୋଟିର ଅଫର୍‌


ଗତ କିଛି ମାସ ଧରି ୧୯ କିଲୋଗ୍ରାମ ବାଣିଜ୍ୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ନିରନ୍ତର ପରିବର୍ତ୍ତନ ହୋଇଛି । ଯେତେବେଳେ ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୮ ଏପ୍ରିଲ ୨୦୨୫ରୁ ମୂଲ୍ୟ ଅପରିବର୍ତ୍ତତ ରହିଛି । ଅର୍ଥାତ୍ ଏହା ଦୀର୍ଘ ସମୟ ଧରି ଅପରିବର୍ତ୍ତିତ ରହିଛି । ଫେବୃଆରୀ ୧ରେ 14 କିଲୋଗ୍ରାମ ଏଲପିଜି ସିଲିଣ୍ଡରର ମୂଲ୍ୟ ଦିଲ୍ଲୀରେ ୮୫୩ ଟଙ୍କା, କୋଲକାତାରେ ୮୭୯ ଟଙ୍କା, ମୁମ୍ବାଇରେ ୮୫୨ ଟଙ୍କା ଏବଂ ଚେନ୍ନାଇରେ ୮୬୮ ଟଙ୍କା ରହିଛି ।

Related Topics

Explore more stories