|
logo
Live

Argus News - ଓଡ଼ିଶା ହେବ ପୂର୍ବ ଭାରତର ଆର୍ଥିକ ପ୍ରଗତିର ପେଣ୍ଠସ୍ଥଳୀ: ଧର୍ମେନ୍ଦ୍ର ପ୍ରଧାନ

Odisha

Dharmendra Pradhan / ଓଡ଼ିଶା ହେବ ପୂର୍ବ ଭାରତର ଆର୍ଥିକ ପ୍ରଗତିର ପେଣ୍ଠସ୍ଥଳୀ: ଧର୍ମେନ୍ଦ୍ର ପ୍ରଧାନ

Sushanta Sahoo
Browse all articles by Sushanta Sahoo
·2 months ago·2 min read
ଓଡ଼ିଶା ହେବ ପୂର୍ବ ଭାରତର ଆର୍ଥିକ ପ୍ରଗତିର ପେଣ୍ଠସ୍ଥଳୀ: ଧର୍ମେନ୍ଦ୍ର ପ୍ରଧାନ
Odisha Set to Lead East India’s Economic Growth

Key Points

ବଜେଟ୍‌ରେ ଶିକ୍ଷାକୁ ପ୍ରାଥମିକତା ଦେଇ ସରକାର ୮.୨୭ ପ୍ରତିଶତ ଅଧିକ ବଜେଟ୍ ଦେଇଥିବାରୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ।
ନୂଆଦିଲ୍ଲୀ: ସଂସଦରେ କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନ ପରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବଜେଟ୍‌ରେ ଶିକ୍ଷାକୁ ପ୍ରାଥମିକତା ଦେଇ ସରକାର ୮.୨୭ ପ୍ରତିଶତ ଅଧିକ ବଜେଟ୍ ଦେଇଥିବାରୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ।

ସେ କହିଛନ୍ତି, "ଏହା ଦର୍ଶାଉଛି କେନ୍ଦ୍ର ସରକାର ଶିକ୍ଷା ପ୍ରତି କେତେ ତତ୍ପର । ଛାତ୍ରୀମାନଙ୍କ ଶିକ୍ଷା ପାଇଁ ପ୍ରତି ଜିଲ୍ଲାରେ ଛାତ୍ରୀ ନିବାସ ହେବ । ଏହା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ।"

କେନ୍ଦ୍ର ବଜେଟ୍ ୨୦୨୬-୨୭ ଓଡ଼ିଶାକୁ ପୂର୍ବ ଭାରତର ଆର୍ଥିକ ପ୍ରଗତିର ପେଣ୍ଠସ୍ଥଳୀ ଭାବେ ଗଢ଼ି ତୋଳିବା ପାଇଁ ଏକ ଶକ୍ତିଶାଳୀ ବ୍ଲୁ ପ୍ରିଣ୍ଟ ପ୍ରଦାନ କରିଛି । ଏଭଳି ଏକ ଭବିଷ୍ୟତବାଦୀ, ଯୁବଶକ୍ତି-କୈନ୍ଦ୍ରିକ, ଜନହିତକର ଏବଂ ନିଯୁକ୍ତି ଭିତ୍ତିକ 'ବଜେଟ୍' ଉପସ୍ଥାପନ କରିଥିବାରୁ ପ୍ରଧାନମନ୍ତ୍ରୀ ଏବଂ ଅର୍ଥମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ।

ଏଥିସହ ପଢ଼ନ୍ତୁ: କେନ୍ଦ୍ରୀୟ ବଜେଟ୍‌ରେ ଓଡ଼ିଶାକୁ ଗୁରୁତ୍ଵ; ଏହି ସବୁ ଜିଲ୍ଲାକୁ ମିଳିବ ଲାଭ

ଏହି ବଜେଟ୍‌ରେ 'ସବକା ସାଥ୍, ସବକା ବିକାଶ' ମନ୍ତ୍ର ଉପରେ ଗୁରୁତ୍ୱ ଦେଇଛି । ଯାହା ଦ୍ୱାରା ଗରିବ ଏବଂ ମଧ୍ୟବିତ୍ତ ପରିବାରମାନେ ବିଶେଷ ଭାବରେ ଲାଭ ପାଇବେ ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

ବ୍ରାହ୍ମଣୀ ଓ ମହାନଦୀ ଦେଇ ତାଳଚେର-ଅନୁଗୁଳ ଠାରୁ ପାରାଦୀପ-ଧାମରା ପର୍ଯ୍ୟନ୍ତ ୫ ନମ୍ବର ଜାତୀୟ ଜଳପଥର ବିକାଶ ଏବଂ ରାଜ୍ୟରେ ନୂତନ 'ରେୟାର ଆର୍ଥ କରିଡର'ର ପ୍ରତିଷ୍ଠା ଓଡ଼ିଶାର ଶିଳ୍ପ ଓ ଖଣିଜ ଭିତ୍ତିଭୂମିକୁ ଏକ ନୂତନ ସ୍ତରକୁ ନେଇଯିବ ।

ପୂର୍ବୋଦୟ ରାଜ୍ୟଗୁଡ଼ିକ ପାଇଁ ଉଦ୍ଦିଷ୍ଟ 'ଇଷ୍ଟ-କୋଷ୍ଟ ଡେଭଲପମେଣ୍ଟ କରିଡର' ପୂର୍ବରେ ଦାନକୁନିରୁ ସୁରଟକୁ ସଂଯୋଗ କରୁଥିବା ନୂତନ ଫ୍ରେଟ୍ କରିଡର ଜରିଆରେ ଓଡ଼ିଶାର ଶିଳ୍ପ କ୍ଷେତ୍ରରେ ନିଯୁକ୍ତି ଓ ବାଣିଜ୍ୟର ବ୍ୟାପକ ସୁଯୋଗ ସୃଷ୍ଟି ହେବ ।

ପୂର୍ବ ଭାରତରେ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ଡିଜାଇନ୍ ପ୍ରତିଷ୍ଠା ରାଜ୍ୟର ଅଭିବୃଦ୍ଧିକୁ ଗତି ଦେବ । ଏହି ବଜେଟ୍ ଓଡ଼ିଶାର ସାଧାରଣ ଜନତା, ଚାଷୀ, ମହିଳା, ଯୁବ, ଜନଜାତି ସମେତ ସବୁବର୍ଗଙ୍କୁ ଗୁରୁତ୍ୱ ଦେଉଥିବା ଏକ ଜନହିତକର ବଜେଟ୍ ।

କେନ୍ଦୁପତ୍ର ବିକ୍ରେତାଙ୍କ ପାଇଁ ଟିସିଏସ ହାରକୁ ୫% ରୁ ୨%କୁ ହ୍ରାସ କରିବା ଏବଂ ଉପକୂଳବର୍ତ୍ତୀ ଅଞ୍ଚଳରେ ନଡ଼ିଆ, କାଜୁ ଓ କୋକୋ ଚାଷ ପାଇଁ ସ୍ୱତନ୍ତ୍ର ସହାୟତା ପ୍ରଦାନ କରିବା ସରକାରଙ୍କ ଗରିବ ଓ ଚାଷୀ କଲ୍ୟାଣର ପ୍ରତିବଦ୍ଧତାକୁ ଦର୍ଶାଉଛି ।

ଏଥିସହ ପଢ଼ନ୍ତୁ: କେନ୍ଦ୍ରୀୟ ବଜେଟ୍ ୨୦୨୬; ମହଙ୍ଗା ହେଲା ମଦ; ଶସ୍ତା ହେଲା ଟିଭି, ଫ୍ରିଜ୍

ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ମତ୍ସ୍ୟଜୀବୀ ସଂଗଠନଗୁଡ଼ିକୁ ଷ୍ଟାର୍ଟଅପ୍‌ ମାଧ୍ୟମରେ ବଜାର ସହ ଯୋଡ଼ିବା ସହିତ ଉପକୂଳବର୍ତ୍ତୀ ଅଞ୍ଚଳରେ ମତ୍ସ୍ୟ ଚାଷକୁ ସୁଦୃଢ଼ କରାଯିବ । ଏହି ପଦକ୍ଷେପ ଆମର ମତ୍ସ୍ୟଜୀବୀ ଭାଇଭଉଣୀମାନଙ୍କ ଆୟ ବୃଦ୍ଧି କରିବା ସହ ସାମୁଦ୍ରିକ ଅର୍ଥନୀତିକୁ ଅଧିକ ସୁଦୃଢ଼ କରିବ । ଓଡ଼ିଶାର ଉପକୂଳ ଅଞ୍ଚଳରେ ଏହା ରୋଜଗାରର ନୂଆ ସୁଯୋଗ ସୃଷ୍ଟି କରିବ ।


ଓଡ଼ିଶାର ସମୁଦ୍ର କୂଳରେ ଭିତରକନିକା ପରି ସ୍ଥାନଗୁଡ଼ିକରେ 'ଟର୍ଟଲ ଟ୍ରେଲ୍ସ' ଭଳି ପ୍ରକଳ୍ପ ରାଜ୍ୟ ପର୍ଯ୍ୟଟନ ଶିଳ୍ପକୁ ଏକ ନୂତନ ପରିଚୟ ଦେବା ସହ ଅର୍ଥନୀତିକୁ ମଜଭୁତ୍ କରିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Dharmendra Pradhan: ଓଡ଼ିଶା ହେବ ପୂର୍ବ ଭାରତର ଆର୍ଥିକ ପ୍ରଗତିର ପେଣ୍ଠସ୍ଥଳୀ: ଧର୍ମେନ୍ଦ୍ର ପ୍ରଧାନ | Argus News