Videos
|
National

PMO Approved 2 Railway Projects / ଓଡ଼ିଶା-ଝାଡଖଣ୍ଡ ର ୨ ରେଳଲାଇନ ପ୍ରଶସ୍ତିକରଣ ପ୍ରକଳ୍ପକୁ ମିଳିଲା କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ

Subhramjit Ray
Browse all articles by Subhramjit Ray
·2 months ago·2 min read
ଓଡ଼ିଶା-ଝାଡଖଣ୍ଡ ର ୨ ରେଳଲାଇନ ପ୍ରଶସ୍ତିକରଣ ପ୍ରକଳ୍ପକୁ ମିଳିଲା କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ
PMO Approved 2 Railway Projects

Key Points

ବର୍ତ୍ତମାନର ଭାରତୀୟ ରରଳ ନେଟୱାର୍କରେ ପ୍ରାୟ ୧୪୫ କିଲୋମ଼ିଟର ନୂଆ  ଲାଇନ୍‌ ନ଼ିର୍ମାଣ ହେବ। ୨୦୩୦-୩୧ ସୁଦ୍ଧା ସର଼ିବାକୁ ଥିବା ଉଭୟ ପ୍ରକଳ୍ପ ପାଇଁ ୩୯୦୭ କୋଟି ଟଙ୍କାର ବ୍ୟୟବରାଦ ହୋଇଛି।
Odisha-Jharkhand Railway Line Expansion Project:  ବୁଧବାର (ଜୁଲାଇ ୧୬) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତୀୟ କ୍ୟାବିନେଟ୍ କମିଟି ରେଳ ମନ୍ତ୍ରଣାଳୟର ପ୍ରାୟ ୩୯୦୭ କୋଟି ଟଙ୍କାର ଦୁଇଟି ରେଳ ମାର୍ଗ ପ୍ରଶସ୍ତିକରଣ ପ୍ରକଳ୍ପକୁ ଅନୁମୋଦନ କରିଛି। ଏହି ଦୁଇ ପ୍ରକଳ୍ପ ମଧ୍ୟରେ ରହିଛି ପାରାଦୀପ-ହରିଦାସପୁର ଦୋହରୀକରଣ ଏବଂ ରାଜଖରସୁଆଁ-ଡାଙ୍ଗୋପୋସି ଚତୁର୍ଥ ଲାଇନ୍।

ଏହି ଦୁଇଟି ରେଳ ଲାଇନର ଉନ୍ନତୀକରଣ ଦ୍ୱାରା ରେନ ଚଳାଚଳ ଯଥେଷ୍ଟ ଉନ୍ନତ ହେବ। ଏହା ଫଳରେ ଭାରତୀୟ ରେଳବାଇେ ପରିଚାଳନାଗତ ଦକ୍ଷତା ଏବଂ ସେବା କ୍ଷମତା ବୃଦ୍ଧି ପାଇବ। ଏହି ମଲ୍ଟି-ଟ୍ରାକିଂ ପ୍ରସ୍ତାବ୍ ଟ୍ରେନ୍ ଚଳାଚଳକୁ ସୁବ୍ୟବସ୍ଥିତ କରିବ ଏବଂ ଭିଡ ହ୍ରାସ କରିବାରେ ସାହାଯ୍ୟ କରିବ। ଏହି ପ୍ରକଳ୍ପ ପ୍ରଧାନମନ୍ତ୍ରୀଙ୍କ ନୂତନ ଭାରତ ଦୃଷ୍ଟିକୋଣ ଅନୁରୂପ, ଯାହାର ଲକ୍ଷ୍ୟ ସ୍ଥାନୀୟ ଅଞ୍ଚଳର ବ୍ୟାପକ ବିକାଶ ମାଧ୍ୟମରେ ପାର୍ଶ୍ୱବର୍ତ୍ତୀ ଲୋକଙ୍କୁ ଆତ୍ମନିର୍ଭରଶୀଳ କରିବ ତଥା ସେମାନଙ୍କ ପାଇଁ ନିଯୁକ୍ତି/ଆତ୍ମନିଯୁକ୍ତି ସୁଯୋଗ ବୃଦ୍ଧି କରିବ।

ପ୍ରଧାନମନ୍ତ୍ରୀ ଗତି ଶକ୍ତି ଜାତୀୟ ମାଷ୍ଟର ପ୍ଲାନର ଅଂଶବିଶେଷ ଭାବରେ ଏହି ପ୍ରକଳ୍ପର ପରିକଳ୍ପନା କରାଯାଇଛି। ସମନ୍ବିତ ଯୋଜନା ପ୍ରସ୍ତୁତି ଏବଂ ଅଂଶୀଦାରଙ୍କ ବିଚାରବିମର୍ଶ ମାଧ୍ୟମରେ ବହୁମୁଖି ଯୋଗାଯୋଗ ଏବଂ ଅନ୍ୟାନ୍ୟ ଆନୁଷଙ୍ଗୀକ ଦକ୍ଷତା ବୃଦ୍ଧି କରିବ ହେଉଛି ଏହାର ଲକ୍ଷ୍ୟ। ଏହି ପ୍ରକଳ୍ପ ଦ୍ୱାରା ଯାତ୍ରୀ, ସାମଗ୍ରୀ ଏବଂ ସେବାର ସୁଗମ ପରିବହନ ସୁନିଶ୍ଚିତ ହେବ।

ଏହା ସହ ପଢନ୍ତୁ: କେଉଁ ରାଜ୍ୟରେ ଚୋରି ହୋଇଛି ସର୍ବାଧିକ ବେଡ୍‌ସିଟ୍‌, କମ୍ବଳ, ଚାଦର? ତଥ୍ୟ ରଖିଲା ରେଳବାଇ

ଉଭୟ ଓଡି଼ଶା-ଝାଡଖଣ୍ଡର ୪ ଜିଲ୍ଲା ଦେଇ ଯିବାକୁ ଥିବା ଏହି ଦୁଇଟି ରେଳ ପ୍ରକଳ୍ପ ଭାରତୀୟ ରେଳବାଇର ବର୍ତ୍ତମାନର ନେଟୱାର୍କରେ ପ୍ରାୟ ୧୪୫ କିଲାୋମିଟର ନୂଆ ଲାଇନ୍ ଯୋଡି଼ବ। ପ୍ରସ୍ତାବିତ ପ୍ରଶସ୍ତିକରଣ ପ୍ରକଳ୍ପ ପ୍ରାୟ ୧୪ ଲକ୍ଷ ଜନସଂଖ୍ୟା ସହିତ ପ୍ରାୟ ୧୫୨୬ ଗ୍ରାମର ଯୋଗାଯୋଗରେ ଉନ୍ନତି ଆଣିବ। ପ୍ରସ୍ତାବିତ କ୍ଷମତା ବୃଦ୍ଧି ଦେଶର ଅନେକ ପ୍ରମୁଖ ପର୍ଯ୍ୟଟନ ସ୍ଥଳ ୟଥା ଲଳିତଗିରି ବୌଦ୍ଧ ପରିସର, ଶ୍ରୀବଳଦେବଜୀଉ ମନ୍ଦିର, ମେଘାହାତୁବୁରୁ ପାହାଡ଼କୁ ରେଳ ସଂଯୋଗରେ ଉନ୍ନତି ଆଣିବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହି ପ୍ରସ୍ତାବିତ ପ୍ରକଳ୍ପ କୋଇଲା, ଲୁହାପଥର, ଡୋଲୋମାଇଟ୍, ଚୂନପଥର, ଜିପସମ୍ ଆଦି ସାମଗ୍ରୀ ପରିବହନ ପାଇଁ ଅତ୍ୟାବଶ୍ୟକ ମାର୍ଗରେ ଆସୁଛି। କାମ ସରିବା ପରେ, ଏହି ପ୍ରକଳ୍ପ ପ୍ରତିବର୍ଷ ୪୪ ନିୟୁତ ଟନ୍ ଅତିରିକ୍ତ ମାଲ ପରିବହନ କ୍ଷମତା ପ୍ରଦାନ କରିବ। ରେଳ ଏକ ପରିବେଶ ଅନୁକୂଳ ଏବଂ ଶକ୍ତି-ଦକ୍ଷ ପରିବହନ ପଦ୍ଧତି ହୋଇଥିବାରୁ ଏହା ଜଳବାୟୁ ଲକ୍ଷ୍ୟ ହାସଲ କରିବାରେ ସାହାଯ୍ୟ କରିବ। ଏହାସହିତ ଦେଶର ଲଜିଷ୍ଟିକ୍ସ ଖର୍ଚ୍ଚ ହ୍ରାସ ପାଇବ ଏବଂ ତୈଳ ଆମଦାନୀ (୬ କୋଟି ଲିଟର) କମିବ୍। ଏହାଦ୍ୱାରା ଅଙ୍ଗରକାମ୍ଳ ନିର୍ଗମନ (୨୯ କୋଟି କିଲୋଗ୍ରାମ) ମଧ୍ୟ ହ୍ରାସ ପାଇବ। ଯାହା ୧ କୋଟି ଗଛ ଲଗାଇବା ସହିତ ସମାନ।




Cabinet Approves 2 Railway Doubling Projects for Odisha & Jharkhand | Argus News