Videos
|
National

Cancer Medicine / କ୍ୟାନ୍‌ସର୍ ରୋଗୀଙ୍କ ପାଇଁ ବଡ଼ ଆଶ୍ୱସ୍ତି; ଏହି ଦିନଠୁ କମିବ କର୍କଟ ଔଷଧ ଦାମ୍

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
କ୍ୟାନ୍‌ସର୍ ରୋଗୀଙ୍କ ପାଇଁ ବଡ଼ ଆଶ୍ୱସ୍ତି; ଏହି ଦିନଠୁ କମିବ କର୍କଟ ଔଷଧ ଦାମ୍
Cancer Medicines Cheaper

Key Points

କ୍ୟାନ୍‌ସର୍ ରୋଗୀଙ୍କ ପାଇଁ ବଡ଼ ଆଶ୍ୱସ୍ତି
୭୦ ପ୍ରତିଶତ ପର୍ଯ୍ୟନ୍ତ କମିବ କର୍କଟ ଔଷଧର ଦାମ୍
NPPAର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି
ନୂଆଦିଲ୍ଲୀ: କ୍ୟାନ୍‌ସର୍ ବା କର୍କଟ ରୋଗୀଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି । ମହଙ୍ଗା ଚିକିତ୍ସା ଯୋଗୁଁ ଆର୍ଥିକ ଚାପରେ ରହୁଥିବା ରୋଗୀ ଓ ସେମାନଙ୍କ ପରିବାରକୁ ମିଳିବ ଆଶ୍ୱସ୍ତି । ଆସନ୍ତା ନଭେମ୍ବର ୯ ତାରିଖରୁ ୧୩୭ ପ୍ରକାରର ଆଣ୍ଟି-କ୍ୟାନ୍‌ସର୍ ଔଷଧର ଦାମ୍ ୭୦ ପ୍ରତିଶତ ପର୍ଯ୍ୟନ୍ତ କମିବାକୁ ଯାଉଛି । ଏନେଇ କେନ୍ଦ୍ର ସରକାରଙ୍କ ରସାୟନ ଓ ସାର ମନ୍ତ୍ରଣାଳୟ ଅଧୀନସ୍ଥ ନ୍ୟାସନାଲ୍ ଫାର୍ମାସ୍ୟୁଟିକାଲ୍ ପ୍ରାଇସିଂ ଅଥରିଟି (NPPA) ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।

ସରକାରୀ ସୂଚନା ଅନୁସାରେ, ଏହି ୧୩୭ ପ୍ରକାରର ଔଷଧର ଟ୍ରେଡ୍ ମାର୍ଜିନ୍‌କୁ ସର୍ବାଧିକ ୩୦ ପ୍ରତିଶତରେ ସୀମିତ ରଖାଯାଇଛି । ଫଳରେ ଔଷଧର ସର୍ବାଧିକ ଖୁଚୁରା ମୂଲ୍ୟ ବା MRP ହ୍ରାସ ପାଇବ । ତେବେ ସମସ୍ତ ଔଷଧର ଦାମ୍ ୭୦ ପ୍ରତିଶତ କମିବ ନାହିଁ । ଔଷଧର ପୂର୍ବ ମୂଲ୍ୟ ଓ ଟ୍ରେଡ୍ ମାର୍ଜିନ୍ ଅନୁସାରେ ଦାମ୍ ହ୍ରାସର ପରିମାଣ ଭିନ୍ନ ରହିବ ।

  • କେଉଁ ଔଷଧ ଶସ୍ତା ?
ଏହି ତାଲିକାରେ ପେମ୍ବ୍ରୋଲିଜୁମାବ୍, ରିବୋସିକ୍ଲିବ୍ ଓ ଆବେମାସିକ୍ଲିବ୍ ଭଳି ଗୁରୁତ୍ୱପୂର୍ଣ୍ଣ କ୍ୟାନ୍‌ସର୍ ଔଷଧ ରହିଛି । ଏହାସହ ଇମ୍ୟୁନୋଥେରାପି ଓ ଅନ୍ୟାନ୍ୟ ଲକ୍ଷ୍ୟଭିତ୍ତିକ ଚିକିତ୍ସାରେ ବ୍ୟବହୃତ ଔଷଧ ମଧ୍ୟ ଏହି ନିଷ୍ପତ୍ତିରେ ସାମିଲ ହୋଇଛି । ଏଠାରେ ସୂଚନା ଥାଉକି, ୨୦୧୯ରେ ମଧ୍ୟ ସରକାର ୪୨ ପ୍ରକାରର ଆଣ୍ଟି-କ୍ୟାନ୍‌ସର୍ ଔଷଧର ଟ୍ରେଡ୍ ମାର୍ଜିନ୍ ନିୟନ୍ତ୍ରଣ କରିଥିଲେ । ଏହାପରେ ୫୨୬ଟି ବ୍ରାଣ୍ଡ୍‌ର ଔଷଧ ଦାମ୍ ୯୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇଥିଲା ।

ପଢନ୍ତୁ ଏହି ଖବର: କୋଲକାତା ପୂଜା ଦଳାଚକଟା ଘଟଣାରେ ବଡ଼ ଆକ୍ସନ୍; ଆୟୋଜକଙ୍କ ସହ ୭ ଅଭିଯୁକ୍ତ ଅଟକ; ସାମ୍ନାକୁ ଆସିଲା ସତ

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ନଭେମ୍ବର ୯ରୁ ହସ୍ପିଟାଲ୍ ଓ ଔଷଧ ଦୋକାନଗୁଡ଼ିକୁ ସଂଶୋଧିତ ଦରରେ ଔଷଧ ବିକ୍ରି କରିବାକୁ ପଡ଼ିବ । ରୋଗୀ ଓ ସାଧାରଣ ଲୋକେ NPPAର ଅଫିସିଆଲ୍ ୱେବସାଇଟ୍ କିମ୍ବା ‘ଫାର୍ମା ସହି ଦାମ୍’ ଆପ୍‌ ଜରିଆରେ ଔଷଧର ନୂଆ ଦର ଯାଞ୍ଚ କରିପାରିବେ । ମହଙ୍ଗା ଚିକିତ୍ସା ଯୋଗୁଁ ଅନେକ ପରିବାର ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଥିବାବେଳେ, ସରକାରଙ୍କ ଏହି ପଦକ୍ଷେପ କର୍କଟ ରୋଗୀଙ୍କ ଚିକିତ୍ସା ଖର୍ଚ୍ଚ କମାଇବାରେ ସହାୟକ ହେବ ବୋଲି ଆଶା କରାଯାଉଛି । ଏହା ଫଳରେ କ୍ୟାନ୍ସର ଚିକିତ୍ସା ପାଇଁ ରୋଗୀଙ୍କ ପକେଟରୁ ହେଉଥିବା ଖର୍ଚ୍ଚରେ ବଡ଼ ହ୍ରାସ ଆସିବା ଆଶା କରାଯାଉଛି । ଆକଳନ ଅନୁସାରେ, ଏହି ପଦକ୍ଷେପ ଦ୍ୱାରା ରୋଗୀମାନେ ପ୍ରତିବର୍ଷ ପ୍ରାୟ ୨,୫୦୦ କୋଟି ଟଙ୍କା ସଞ୍ଚୟ କରିପାରନ୍ତି ।