Videos
|
National

Chorbagan Stampede Arrest / କୋଲକାତା ପୂଜା ଦଳାଚକଟା ଘଟଣାରେ ବଡ଼ ଆକ୍ସନ୍; ଆୟୋଜକଙ୍କ ସହ ୭ ଅଭିଯୁକ୍ତ ଅଟକ; ସାମ୍ନାକୁ ଆସିଲା ସତ

Debashree Debasmita Sahoo
Browse all articles by Debashree Debasmita Sahoo
·2 hours ago·2 min read
କୋଲକାତା ପୂଜା ଦଳାଚକଟା ଘଟଣାରେ ବଡ଼ ଆକ୍ସନ୍; ଆୟୋଜକଙ୍କ ସହ ୭ ଅଭିଯୁକ୍ତ ଅଟକ; ସାମ୍ନାକୁ ଆସିଲା ସତ
Kolkata Chorbagan Stampede Arrest

Key Points

କୋଲକାତା ପୂଜା ପେଣ୍ଡାଲରେ ଦଳାଚକଟା ଘଟଣା
ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା କୋଲକାତା ପୋଲିସ
ଆୟୋଜକଙ୍କ ସହ ୭ ଅଭିଯୁକ୍ତ ଅଟକ
କୋଲକାତା: ପଶ୍ଚିମବଙ୍ଗର ରାଜଧାନୀ କୋଲକାତା ଦୁର୍ଗାପୂଜା ଦଳଚକଟା ଘଟଣାରେ ଆୟୋଜକଙ୍କ ସମେତ ୭ ଜଣଙ୍କୁ ଗିରଫ କରାଯାଇଛି । ଦଳାଚକଟା ଘଟଣାରେ ୧୯ ଜଣଙ୍କ ମୃତ୍ୟୁ ପରେ ପ୍ରଶାସନ ପକ୍ଷରୁ ହୋଇଛି ଆକ୍ସନ । ପୋଲିସ ନିଜ ଆଡ଼ୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଅବହେଳା କରିଥିଵା ଲୋକଙ୍କୁ ଛଡ଼ାଯିବନି କହିଲେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ । ଏପଟେ ଚାଲିଛି ଦୁର୍ଘଟଣାର ପ୍ରକୃତ କାରଣ ଖୋଜା । ସ୍ଵତନ୍ତ୍ର ତଦନ୍ତକାରୀ ଦଳ SIT କରିବ ତଦନ୍ତ ।

  • ଏମାନଙ୍କୁ ଗିରଫ କଲା ପୋଲିସ
ଗିରଫ ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଚୋରବାଗାନ ଦୁର୍ଗାପୂଜା କମିଟିର ସମ୍ପାଦକ ରାଜ କୁମାର ସେୱଡା, ଉପସଭାପତି ଶାନ୍ତନୁ ଦୁବେ, ବାଉଁଶ ଗଠନ କାମରେ ନିୟୋଜିତ ବିପ୍ଳବ ମୁଖାର୍ଜୀ, ଭିଡ଼ ନିୟନ୍ତ୍ରଣ ଦାୟିତ୍ୱରେ ଥିବା କୌଶିକ ସାହା ଏବଂ ପିଣ୍ଟୁ ଦେ’ଙ୍କ ସମେତ ବେସରକାରୀ ସୁରକ୍ଷା ଅଧିକାରୀ ସୁମନ ଚକ୍ରବର୍ତ୍ତୀ ଏବଂ ରାଜେଶ ପାଲ୍ ଅଛନ୍ତି । ପ୍ରବଳ ବର୍ଷା ମଧ୍ୟରେ ଗତକାଲି ସନ୍ଧ୍ୟା ପ୍ରାୟ ୭ଟା ୪୦ ମିନିଟ୍ ସମୟରେ ଚୋରବାଗାନ ଦୁର୍ଗାପୂଜା ପେଣ୍ଡାଲରେ ଏହି ଦଳଚକଟା ଘଟିଥିଲା ।

  • "ଅବହେଳା କରିଥିଵା ଲୋକଙ୍କୁ ଛଡ଼ାଯିବନି"
ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ କହିଛନ୍ତି ଯେ, ଚୋରବାଗାନର ସାର୍ବଜନୀନ ଦୁର୍ଗାପୂଜା ଆୟୋଜକଙ୍କ ଦ୍ୱାରା ଲାଉଡ଼ସ୍ପିକରରେ କରାଯାଇଥିବା ଏକ ଘୋଷଣା ଯୋଗୁଁ ଦର୍ଶକଙ୍କ ମଧ୍ୟରେ ଦୌଡ଼ାଦୌଡ଼ି ଆରମ୍ଭ ହୋଇଯାଇଥିଲା, ଯାହା ଏହି "ମର୍ମନ୍ତୁଦ ଘଟଣା"ର କାରଣ ସାଜିଥିଲା । ସେ ଆହୁରି ମଧ୍ୟ ଜଣାଇଛନ୍ତି ଯେ ଦଳଚକଟା ସ୍ଥାନକୁ ଫୋରେନ୍ସିକ୍ ବିଭାଗ, ପୋଲିସ ଏସଟିଏଫ୍ ଏବଂ ଅଗ୍ନିଶମ ବାହିନୀକୁ ତଦନ୍ତ ପାଇଁ ହସ୍ତାନ୍ତର କରାଯାଇଛି । କୋଲକାତାର ପ୍ରମୁଖ ଦୁର୍ଗାପୂଜା ପେଣ୍ଡାଲଗୁଡ଼ିକ ଅସ୍ଥାୟୀ ଭାବରେ ବନ୍ଦ କରାଯାଇଛି । ସହରରେ ପ୍ରାୟ ୩ ହଜାର ୫ଶହ ଦୁର୍ଗାପୂଜା ଅନୁଷ୍ଠିତ ହେଉଛି ।

  • ସାମ୍ନାକୁ ଆସିବାରେ ଲାଗିଛି ସତ
୧୯ ଜଣଙ୍କ ଜୀବନ ନେଇଥିବା ସେହି ସାଂଘାତିକ ଦଳଚକଟା ପଛର କାରଣ ଏବେ ସାମ୍ନାକୁ ଆସିବାରେ ଲାଗିଛି । ଘଟଣାର ତଦନ୍ତ ଯେତିକି ଆଗକୁ ବଢ଼ୁଛି, ଆୟୋଜକ ଓ ପ୍ରଶାସନର ଚରମ ଅବହେଳାର ଗୋଟିଏ ପରେ ଗୋଟିଏ କଳା ସଚିତ୍ର ସ୍ପଷ୍ଟ ହେଉଛି । ଭୂଲ୍-ଭୂଲୟା ପରି ପେଣ୍ଡାଲ ଡିଜାଇନ୍, ଭିତରେ ଅନ୍ଧାର, ସଂକୀର୍ଣ୍ଣ ପ୍ରବେଶ ପଥ ଏବଂ ସବୁଠୁ ଭୟଙ୍କର କଥା - 'ପେଣ୍ଡାଲ ଭୁଶୁଡ଼ି ପଡ଼ିବ' ନେଇ ହୋଇଥିବା ଗୋଟିଏ ମିଛ ଆନାଉନ୍ସମେଣ୍ଟ ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: କୋଲକାତା ଦୁର୍ଗା ପୂଜା ପେଣ୍ଡାଲରେ ଦଳାଚକଟା, ୧୯ ମୃ*ତ...ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଚୋରବାଗାନ ପେଣ୍ଡାଲର ନିର୍ମାଣ ଶୈଳୀ ଓ ଏହାର ସଂକୀର୍ଣ୍ଣ ପ୍ରବେଶ ପଥ ଏହି ଦୁର୍ଘଟଣାର ବଡ଼ କାରଣ ଥିଲା । ପେଣ୍ଡାଲ ଭିତରକୁ ଯିବା ପାଇଁ ଥିବା ଗଳିଟି ଏତେ ସଂକୀର୍ଣ୍ଣ ଥିଲା ଯେ, ସେଥିରେ ଏକାସାଙ୍ଗରେ ମାତ୍ର ୩ ଜଣ ଲୋକ ଯାଇପାରୁଥିଲେ । ଘଟଣାର ୫ ଦିନ ପୂର୍ବରୁ 'ଫ୍ୟାମଗାର୍ଲ' ନାମକ ଜଣେ ଇନଷ୍ଟାଗ୍ରାମ ୟୁଜର ଭିଡିଓ ପୋଷ୍ଟ କରି ଏହି ସଂକୀର୍ଣ୍ଣ ଗଳି ଓ ଦୁର୍ଘଟଣାର ଆଶଙ୍କା ବିଷୟରେ ଚେତାବନୀ ମଧ୍ୟ ଦେଇଥିଲେ । ଯାହାକୁ ଆୟୋଜକ ଅଣଦେଖା କରିନଥିରେ ହୁଏତ ଦୁର୍ଘଟଣାକୁ ଏଡ଼ାଯାଇପାରିଥାନ୍ତା ।