Suvendu Adhikari PA Murder Case / ଧରାପଡ଼ିଲା ଅଭିଯୁକ୍ତ ରାଜ କୁମାର; ମୁଜାଫରନଗରରେ ମାଡ଼ି ବସିଲା ଦିଲ୍ଲୀ କ୍ରାଇମବ୍ରାଞ୍ଚ
·3 months ago·2 min read

Key Points
ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ପିଏ ଚନ୍ଦ୍ରନାଥ ରଥଙ୍କୁ ହତ୍ୟା ପରେ ଅଭିଯୁକ୍ତ ଫେରାର ହୋଇଯାଇଥିଲା। ଯାହାକୁ ଏବେ ମୁଜାଫରନଗର ଜିଲ୍ଲାରୁ ଗିରଫ କରାଯାଇଛି।
Suvendu Adhikari PA Chandranath Rath: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ବ୍ୟକ୍ତିଗତ ସହାୟକ (ପିଏ) ଚନ୍ଦ୍ରନାଥ ରଥଙ୍କୁ ହତ୍ୟା ଘଟଣାରେ ମିଳିଛି ଏକ ବଡ଼ ସଫଳତା। ଏହି ହତ୍ୟା ଘଟଣାରେ ଜଡ଼ିତ ଅଭିଯୁକ୍ତ ରାଜ କୁମାର ପୋଲିସ ଉତ୍ତର ପ୍ରଦେଶର ମୁଜାଫରନଗର ଜିଲ୍ଲାରୁ ଗିରଫ କରିଛି। ଦିଲ୍ଲୀ କ୍ରାଇମବ୍ରାଞ୍ଚ ଏବଂ ଉତ୍ତର ପ୍ରଦେଶ ପୋଲିସ ଏକ ମିଳିତ ଟିମ୍ ଗଠନ କରି ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ରାଜ କୁମାର ହରିଦ୍ୱାରରୁ ଦିଲ୍ଲୀ ପଳାଇ ଯିବାକୁ ଚେଷ୍ଟା କରୁଥିଲା। ହେଲେ ଛପାର ଟୋଲ୍ ପ୍ଲାଜା ନିକଟରେ ମିଳିତ ପୋଲିସ ଟିମ୍ ତାକୁ ଧରି ନେଇଥିଲେ।
ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ପିଏ ଚନ୍ଦ୍ରନାଥ ରଥଙ୍କୁ ହତ୍ୟା ପରେ ଅଭିଯୁକ୍ତ ରାଜ କୁମାର ଫେରାର ହୋଇଯାଇଥିଲା। ଯାହାକୁ ଏବେ ମୁଜାଫରନଗର ଜିଲ୍ଲାରୁ ଗିରଫ କରାଯାଇଛି। ପୋଲିସକୁ ସୂଚନା ମିଳିଥିଲା ଯେ ସେ ହରିଦ୍ୱାରରୁ ଦିଲ୍ଲୀ ଫେରାର ହୋଇଯିବା ଯୋଜନାରେ ରହିଛି। ଏହା ପରେ ଦିଲ୍ଲୀ କ୍ରାଇମବ୍ରାଞ୍ଚ ଏବଂ ସ୍ଥାନୀୟ ପୋଲିସ ଏକ ମିଳିତ ଅଭିଯାନ ଆରମ୍ଭ କରି ୫୮ ନମ୍ବର ଜାତୀୟ ରାଜପଥର ଛପାର ଟୋଲ୍ ପ୍ଲାଜା ନିକଟରେ ତାକୁ ଗିରଫ କରିଥିଲେ।
ବଲିଆ ଜିଲ୍ଲାର ବାସିନ୍ଦା ହେଉଛି ଅଭିଯୁକ୍ତ
ଗିରଫ ଅଭିଯୁକ୍ତ ରାଜକୁମାର ଉତ୍ତର ପ୍ରଦେଶର ବଲିଆ ଜିଲ୍ଲାର ବାସିନ୍ଦା ବୋଲି କୁହାଯାଉଛି। ହତ୍ୟା ପଛରେ ପ୍ରକୃତ ଉଦ୍ଦେଶ୍ୟ ଏବଂ ଅନ୍ୟ କେହି ଏହି ଘଟଣାରେ ସମ୍ପୃକ୍ତ ଅଛନ୍ତି ନା ନାହିଁ ତାହା ଜାଣିବା ପାଇଁ ପୋଲିସ ଏବେ ତାଙ୍କୁ ଜେରା କରୁଛି।
ଏହା ସହ ପଢନ୍ତୁ: ସରକାର ଗଠନ ପୂର୍ବରୁ ଶୁଭେନ୍ଦୁ ଅଧିକାରୀ PA କୁ ଗୁଳି ମାରି ହତ୍ୟା
କିପରି ହୋଇଥିଲା ଚନ୍ଦ୍ରନାଥ ରଥଙ୍କୁ ହତ୍ୟା?
ପଶ୍ଚିମବଙ୍ଗର ଉତ୍ତର ୨୪ ପରଗଣା ଜିଲ୍ଲାର ମଧ୍ୟମଗ୍ରାମ ଅଞ୍ଚଳରେ ହୋଇଥିଲା ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ପିଏ ଚନ୍ଦ୍ରନାଥ ରଥଙ୍କ ହତ୍ୟା। ୨୦୨୬ ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ହେବାର ମାତ୍ର ଦୁଇ ଦିନ ପରେ ଚନ୍ଦ୍ରନାଥ ରଥଙ୍କ ଉପରେ ଗତ ୬ ତାରିଖ ବିଳମ୍ବିତ ରାତିରେ ହୋଇଥିଲା ଗୁଳିମାଡ଼। ଏହା ପରେ ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା। ହେଲେ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିଲା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବାୟୁସେନାରେ କାମ କରୁଥିଲେ ଚନ୍ଦ୍ରନାଥ ରଥ
ଚନ୍ଦ୍ରନାଥ ରଥ ପୂର୍ବରୁ ଭାରତୀୟ ବାୟୁସେନାରେ କାର୍ଯ୍ୟ କରୁଥିଲେ। ସ୍ୱେଚ୍ଛାକୃତ ଅବସର ପରେ ସେ କର୍ପୋରେଟ୍ କ୍ଷେତ୍ରରେ କିଛି ଦିନ ପାଇଁ କାର୍ଯ୍ୟ କରିଥିଲେ। ଏହା ପରେ ଧିରେ ଧିରେ ସେ ରାଜନୈତିକ ଏବଂ ପ୍ରଶାସନିକ କ୍ଷେତ୍ରରେ ସକ୍ରିୟ ହୋଇଥିଲେ। ୨୦୧୯ରେ ମୃତକ ଶୁଭେନ୍ଦୁ ଅଧିକାରୀଙ୍କ ସହ ସମ୍ପର୍କରେ ଆସିଥିଲେ।
ପରିବାରର ରହିଛି ରାଜନୈତିକ ପୃଷ୍ଠଭୂମି
ମୃତକ ଚନ୍ଦ୍ରନାଥ ରଥଙ୍କ ପରିବାର ମଧ୍ୟ ରାଜନୀତିରେ ଜଡି଼ତ ରହିଥିଲେ। ତାଙ୍କ ପରିବାର ପୂର୍ବରୁ ଟିଏମସି ସହିତ ଜଡି଼ତ ରହିଥିଲା। ତାଙ୍କ ମାଆ ହସି ରଥ ପୂର୍ବ ମେଦିନୀପୁର ଜିଲ୍ଲାରେ ପଞ୍ଚାୟତ ସ୍ତରୀୟ ପଦବୀରେ କାର୍ଯ୍ୟ କରିଥିଲେ। ହେଲେ ପରେ ଶୁଭେନ୍ଦୁ ଅଧିକାରୀ ଯେତେବେଳେ ଟିଏମସି ଛାଡ଼ି ବିଜେପି ହାତ ଧରିଥିଲେ, ସେତେବେଳେ ତାଙ୍କ ପରିବାର ମଧ୍ୟ ଟିଏମସି ଛାଡ଼ି ବିଜେପି ହାତ ଧରିଥିଲେ।

Related Topics
Explore more stories