Suvendu Adhikari PA Murder Case / ସରକାର ଗଠନ ପୂର୍ବରୁ ଶୁଭେନ୍ଦୁ ଅଧିକାରୀ PA କୁ ଗୁଳି ମାରି ହତ୍ୟା
·13 hours ago·2 min read

Key Points
ବୁଧବାର ରାତି ସମୟରେ ଶୁଭେନ୍ଦୁ ଅଧିକାରୀଙ୍କ ଜଣେ ଘନିଷ୍ଠ ସହଯୋଗୀଙ୍କ ଉପରେ ଅଚାନକ ଗୁଳିଚାଳନା ହୋଇଥିବାର ମାମଲା ସାମ୍ନାକୁ ଆସିଛି। ଆକ୍ରମଣକାରୀ ତାଙ୍କର ବ୍ୟକ୍ତିଗତ ସହଯୋଗୀ ଚନ୍ଦ୍ରକାନ୍ତ ରଥଙ୍କ କାର୍ ଉପରେ ଗୁଳି ଚଳାଇ ତାଙ୍କୁ ହତ୍ୟା କରିଛନ୍ତି। ଗୁଳିମାଡ଼ ପରେ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।
Suvendu Adhikari PA Chandranath Rath: ନୂତନ ସରକାର ଗଠିତ ହେବା ପୂର୍ବରୁ ବୁଧବାର (ମେ ୬) ରାତିରେ ହୋଇଥିବା ଗୁଳିମାଡ଼ରେ କମ୍ପି ଉଠିଛି ପଶ୍ଚିମବଙ୍ଗ । ରାଜ୍ୟର ସମ୍ଭାବିଚ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ଦୀର୍ଘଦିନର ନିକଟତର ସହଯୋଗୀଙ୍କୁ ବୁଧବାର ରାତିରେ କୋଲକାତା ନିକଟସ୍ଥ ମଧ୍ୟମଗ୍ରାମ ଅଞ୍ଚଳରେ ଗୁଳି କରି ହତ୍ୟା କରାଯାଇଛି। ଏହି ଘଟଣାକୁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି । ଖବର ପାଇବା ମାତ୍ରେ ପୋଲିସ ଏହି ଘଟଣାରେ ତଦନ୍ତ ଆରମ୍ଭ କରିଦେଇଛି।
ଗୁଳିମାଡ଼ରେ ପ୍ରାଣ ହରାଇଥିବା ବ୍ୟକ୍ତି ହେଉଛନ୍ତି ଚନ୍ଦ୍ରନାଥ ରଥ । ଯିଏ ଶୁଭେନ୍ଦୁ ଅଧିକାରୀଙ୍କ ବ୍ୟକ୍ତିଗତ ସହାୟକ ରହିଥିଲେ। ପ୍ରାରମ୍ଭିକ ସୂଚନା ଅନୁଯାୟୀ ଏହି ଘଟଣାରେ ଅଧିକାରୀଙ୍କ ବ୍ୟକ୍ତିଗତ ସହାୟକଙ୍କୁ ଟାର୍ଗେଟ କରି ପ୍ରାୟ ୪ ରାଉଣ୍ଡ ଫାୟାରିଂ କରାଯାଇଛି । ଚନ୍ଦ୍ରନାଥ ରଥଙ୍କୁ ତାଙ୍କ କାର୍ ରେ ଅତି ନିକଟରୁ ଗୁଳି କରାଯାଇଥିଲା । ଗୁଳିମାଡ଼ କାରଣରୁ ତାଙ୍କ ଛାତି ଏବଂ ମୁଣ୍ଡରେ ଆଘାତ ଲାଗିଥିଲା । ଗୁଳିମାଡ଼ ପରେ ତାଙ୍କୁ ନିକଟସ୍ଥ ହସ୍ପିଟାଲ ନିଆଯାଇଥିଲା । ହେଲେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା ।
ଏହା ସହ ପଢନ୍ତୁ: ଡିସିପି ଶାନ୍ତନୁ ସିହ୍ନା ବିଶ୍ୱାସ କିଏ? ଯାହଙ୍କ ବିରୋଧରେ ଜାରି ହୋଇଛି ଲୁକଆଉଟ୍ ନୋଟିସ୍
ଘଟଣାସ୍ଥଳରୁ ପ୍ରାରମ୍ଭିକ ସୂଚନା ଅନୁଯାୟୀ ଆକ୍ରମଣକାରୀ ଶୁଭେନ୍ଦୁ ଅଧିକାରୀଙ୍କ ବ୍ୟକ୍ତିଗତ ସହାୟକ ଚନ୍ଦ୍ରନାଥ ରଥଙ୍କ ଗାଡ଼ିକୁ ପିଛା କରୁଥିଲେ । ସେମାନଙ୍କ ମଧ୍ୟରୁ କେହି ଜଣେ ତାଙ୍କ ଗାଡ଼ିକୁ ପିଛା କରୁଥିଲେ । ଯେତେବେଳେ ଦତ୍ତଙ୍କ ଗାଡ଼ି ଧିର ହୋଇଯାଇଥିଲା, ସେତେବେଳେ ଆକ୍ରମଣକାରୀ ତାଙ୍କ ଉପରକୁ ଗୁଳି ଚଳାଇଥିଲେ । କେବଳ ଚନ୍ଦ୍ରନାଥ ରଥ ନୁହଁନ୍ତି ତାଙ୍କ ଗାଡ଼ି ଚଳାଉଥିବା ଡ୍ରାଇଭରଙ୍କୁ ମଧ୍ୟ ଗୁଳି ଲାଗିଛି । ସେ ଏବେ ଚିକିତ୍ସିତ ହେଉଛନ୍ତି । ଗୁଳିମାଡ଼ ଘଟଣା ପରେ ହସ୍ପିଟାଲ ବାହାରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି ।
କୋଲକାତା ଉପକଣ୍ଠସ୍ଥ ମଧ୍ୟମଗ୍ରାମ ଅଞ୍ଚଳରେ ଏହି ହତ୍ୟାକାଣ୍ଡ ଘଟିଛି । ଆକ୍ରମଣକାରୀଙ୍କ ବିଷୟରେ ବିବରଣୀ ଏବଂ ଘଟଣା ପଛରେ ରହିଥିବା କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । ପୋଲିସ ଏହି ଘଟଣାରେ ତଦନ୍ତ ଆରମ୍ଭ କରିଦେଇଛି । ଏହି ଘଟଣା ରାଜ୍ୟର ରାଜନୈତିକ ପାଣିପାଗକୁ ସରଗରମ କରିଦେଇଛି । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୬ ପାଇଁ ଫଳାଫଳ ଘୋଷଣା ହୋଇସାରିବା ରାଜ୍ୟର ବିଭିନ୍ନ ଛୋଟ ବଡ଼ ହିଂସାକାଣ୍ଡ ହେଉଥିବାର ଖବର ସାମ୍ନାକୁ ଆସୁଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories