Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Census / ଅପ୍ରେଲ ପହିଲାରୁ ଆରମ୍ଭ ହେବ ଜନଗଣନା; ଏଥର କ'ଣ ହେବ ଖାସ୍?

Subhramjit Ray
Browse all articles by Subhramjit Ray
·3 months ago·3 min read
ଅପ୍ରେଲ ପହିଲାରୁ ଆରମ୍ଭ ହେବ ଜନଗଣନା; ଏଥର କ'ଣ ହେବ ଖାସ୍?
Digital Census India 2027

Key Points

୨୦୨୭ ଜନଗଣନା ଡିଜିଟାଲ୍ ଭାବରେ କରାଯିବ। ଦେଶ ସ୍ୱାଧିନ ହେବା ପରେ ପ୍ରଥମ ଥର ଡିଜିଟାଲ ଜଣଗଣନା କରାଯିବ।
2027 Census Starts From April 1: ଚଳିତ ବର୍ଷ ଅପ୍ରେଲ ପହିଲାରୁ ଆରମ୍ଭ ହେବ ୨୦୨୭ ଜନଗଣନା। ରେଜିଷ୍ଟ୍ରାର ଜେନେରାଲ ଏବଂ ଜନଗଣନା କମିଶନର ମୃତ୍ୟୁଞ୍ଜୟ କୁମାର ନାରାୟଣ ଦେଶରେ ହେବାକୁ ଯାଉଥିବା ୨୦୨୭ ଜନଗଣନା ସମ୍ପର୍କରେ ମତ ରଖିଛନ୍ତି। ଏନେଇ ସେ କହିଛନ୍ତି ଯେ ଭାରତ ଏହାର ପ୍ରଥମ ସମ୍ପୂର୍ଣ୍ଣ ଡିଜିଟାଲ୍ ଜନଗଣନା କରିବାକୁ ପ୍ରସ୍ତୁତ ରହିଛି। ଯାହାର ପ୍ରଥମ ପର୍ଯ୍ୟାୟ ୨୦୨୬ ଅପ୍ରେଲ ୧ ତାରିଖରୁ ଆରମ୍ଭ ହେବ। ସେ କହିଥିଲେ ଯେ ଦେଶ ସ୍ୱାଧିନ ହେବା ପରେ ଏହା ଅଷ୍ଟମ ଜନଗଣନା ହେବ। ପ୍ରାୟ ୩୦ ଲକ୍ଷ ଗଣନାକାରୀ, ପର୍ଯ୍ୟବେକ୍ଷକ ଏବଂ ଅଧିକାରୀ ୨୦୨୭ ଜନଗଣନାରେ ସାମିଲ ହେବେ।

ସ୍ୱାଧିନତା ପରେ ଦେଶରେ ପ୍ରଥମ ଥର ପାଇଁ ଡିଜିଟାଲ୍ ଜନଗଣନା (Digital Census 2027 India) ହେବାକୁ ଯାଉଛି। ଯେଉଁଥିରେ ଆତ୍ମ-ଗଣନା (Self-Enumeration) ପାଇଁ ଏକ ବିକଳ୍ପ ମଧ୍ୟ ରହିବ। ଏକ ୱେବ୍ ପୋର୍ଟାଲ୍ (Census India Portal) ମାଧ୍ୟମରେ ଆତ୍ମ-ଗଣନା କରାଯିବ। ଯେଉଁଠାରେ ଲୋକମାନେ ସର୍ଭେ ପୂର୍ବରୁ ଅନଲାଇନ୍ ରେ ସେମାନଙ୍କର ତଥ୍ୟ କରିପାରିବେ। ଯାହା ୧୬ ଭାଷାରେ ଉପଲବ୍ଧ ହେବ। ଏହି ଜନଗଣନା (Census India) ୨୦୨୧ରେ କରାଯିବାର ଯୋଜନା ରହିଥିଲା। ହେଲେ କୋରୋନା ମହାମାରୀ କାରଣରୁ ଜନଗଣନା ହୋଇପାରିଲା ନାହିଁ। ବର୍ତ୍ତମାନ ହେବାକୁ ଯାଉଥିବା ଜନଗଣନା ଏବେ ପ୍ରାୟ ବର୍ଷେ ପର୍ଯ୍ୟନ୍ତ ଚାଲିବ।

ଏଥିସହ ପଢ଼ନ୍ତୁ: ଆସନ୍ତା ଏପ୍ରିଲ 16ରୁ ଆରମ୍ଭ ହେଉଛି ଜନଗଣନା,ଜନଗଣନାରେ ୩୩ ପ୍ରଶ୍ନ ପଚାରିବେ ଅଧିକାରୀ

ଦୁଇଟି ପର୍ଯ୍ୟାୟରେ ହେବ ଜନଗଣନା
୨୦୨୭ ଜନଗଣନା ଦୁଇଟି ପର୍ଯ୍ୟାୟରେ କରାଯିବ। ପ୍ରଥମ ପର୍ଯ୍ୟାୟ ୨୦୨୬ ଅପ୍ରେଲରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିବ। ଏହି ସମୟ ମଧ୍ୟରେ ଘରର ତାଲିକାକରଣ କରାଯିବ। ଘର ତାଲିକାକରଣ ପୂର୍ବରୁ ୧୫ ଦିନ ପାଇଁ ଆତ୍ମଗଣନା ବିକଳ୍ପ ଉପଲବ୍ଧ ହେବ। ଏହି ପର୍ଯ୍ୟାୟରେ ଘରର ଅବସ୍ଥା, ପରିବାରକୁ ଉପଲବ୍ଧ ସୁବିଧା ଏବଂ ସେମାନଙ୍କ ମାଲିକାନାରେ ରହିଥିବା ସମ୍ପତ୍ତି ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯିବ।

ଦ୍ୱିତୀୟ ପର୍ଯ୍ୟାୟ ୨୦୨୭ ଫେବୃଆରୀରେ କରାଯିବ। ଏହି ପର୍ଯ୍ୟାୟରେ ଲୋକଙ୍କୁ ନେଇ ଜନଗଣନା କରାଯିବ। ଜନସଂଖ୍ୟା ଆକାର, ସାମାଜିକ-ଆର୍ଥିକ ସ୍ଥିତି, ଶିକ୍ଷା ଏବଂ ପ୍ରବାସ ସମ୍ପର୍କରେ ସୂଚନା ସଂଗ୍ରହ କରାଯିବ। ଏହି ପର୍ଯ୍ୟାୟ ୨୦୨୬ ସେପ୍ଟେମ୍ବରରୁ ଜାମୁ ଏବଂ କାଶ୍ମୀର, ଲଦାଖ, ଉତ୍ତରାଖଣ୍ଡ ଏବଂ ହିମାଚଳ ପ୍ରଦେଶରେ ଆରମ୍ଭ ହୋଇଯିବ। ଏହି ପର୍ଯ୍ୟାୟରେ ଜାତିଗତ ଜନଗଣନା ମଧ୍ୟ କରାଯିବ।

ଆତ୍ମ-ଜନଗଣନାରେ କ'ଣ ହେବ?
୨୦୨୭ ଜନଗଣନା ଡିଜିଟାଲ୍ ଭାବରେ କରାଯିବ। ଜନଗଣନାକାରୀ (2027 Census Enumerator India) ଏକ ମୋବାଇଲ୍ ଆପ୍ (2027 Census India App) ମାଧ୍ୟମରେ ସିଧାସଳଖ ସେମାନଙ୍କ ସ୍ମାର୍ଟଫୋନରୁ ତଥ୍ୟ ସଂଗ୍ରହ କରିପାରିବେ। ଉଭୟ ପର୍ଯ୍ୟାୟରେ ଆତ୍ମ-ଜନଗଣନା ବିକଳ୍ପ ଉପଲବ୍ଧ ରହିବ।

ଆତ୍ମ-ଜନଗଣନା ପାଇଁ ଲୋକଙ୍କୁ ସେମାନଙ୍କର ମୋବାଇଲ୍ ନମ୍ବର ଏବଂ ଅନ୍ୟାନ୍ୟ ବିବରଣୀ ସହିତ ଜନଗଣନା ପୋର୍ଟାଲ୍ ରେ ଲଗ୍ ଇନ୍ କରିବାକୁ ହେବ। ଏହା ପରେ ସେମାନଙ୍କୁ ଏ ସମ୍ପର୍କିତ ଫର୍ମ ପୂରଣ କରିବାକୁ ହେବ। ଫର୍ମ ଦାଖଲ କରିବା ପରେ, ଏକ ସ୍ୱୟଂ-ଗଣନା ଆଇଡ଼ି (Self-Enumeration ID) ସୃଷ୍ଟି ହେବ, ଯାହାକୁ ଗଣନାକାରୀଙ୍କ ସହ ସେୟାର କରିବାକୁ ହେବ।

ଏହି ପୋର୍ଟାଲ୍ ର ସୁବିଧା ହେଉଛି ଯେ ଗଣନାକାରୀ ଆସିବା ପୂର୍ବରୁ ଲୋକେ ସେମାନଙ୍କର ସୁବିଧା ଅନୁଯାୟୀ ସେମାନଙ୍କର ତଥ୍ୟ କରିବାର ସ୍ୱାଧିନତା ପାଇବେ। ପୂର୍ବ ଭଳି ଗଣନାକାରୀ ସେମାନଙ୍କର ଆବଣ୍ଟିତ ବ୍ଲକ ମଧ୍ୟରେ ଘର ଘର ବୁଲି ଗଣନା କରିବେ। ହେଲେ ଏଥର ଏକ ପୃଥକ ସୁବିଧା ଭାବରେ ଆତ୍ମ-ଗଣନା ବିକଳ୍ପ ପ୍ରଦାନ କରାଯାଇଛି।

ପଢନ୍ତୁ ଏହି ଖବର: ଆସନ୍ତା ଏପ୍ରିଲ ୧୬ ରୁ ମେ ୧୫ ତାରିଖ ପର୍ଯ୍ୟନ୍ତ ହେବ ପ୍ରଥମ ପର୍ଯ୍ୟାୟ ଜନଗଣନା

ଜନଗଣନା ପାଇଁ କେତେ ଖର୍ଚ୍ଚ ହେବ?
ଭାରତ ସରକାର ୨୦୨୭ ଜନଗଣନା ପାଇଁ ୧୧.୭୧୮.୨୪ କୋଟି ଟଙ୍କାର ବ୍ୟୟ ମଞ୍ଜୁର କରିଛନ୍ତି। ଏଥିରେ ଗଣନାକାରୀଙ୍କ ପାଇଁ ମାନଦେୟ, ତାଲିମ ଖର୍ଚ୍ଚ, ଜ୍ଞାନକୌଶଳ ଭିତ୍ତିଭୂମି ଏବଂ ଅନ୍ୟାନ୍ୟ ଆନୁଷଙ୍ଗୀକ ବ୍ୟବସ୍ଥା ଅନ୍ତର୍ଭୂକ୍ତ ରହିଛି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
India Census 2027: Phase 1 Starts April 1 | Digital Census Explained | Argus News