Videos
|
National

Parliament Monsoon Session 2026 / ଆସନ୍ତାକାଲିଠାରୁ ସଂସଦର ମୌସୁମୀ ଅଧିବେଶନ, ସର୍ବଦଳୀୟ ବୈଠକ ଡାକିଲେ କେନ୍ଦ୍ର ସରକାର

Santosh Kumar Sahoo
Browse all articles by Santosh Kumar Sahoo
·2 weeks ago·1 min read
ଆସନ୍ତାକାଲିଠାରୁ ସଂସଦର ମୌସୁମୀ ଅଧିବେଶନ, ସର୍ବଦଳୀୟ ବୈଠକ ଡାକିଲେ କେନ୍ଦ୍ର ସରକାର
Monsoon Session 2026

Key Points

ସଂସଦରେ ଆରମ୍ଭ ହେବ ମୌସୁମୀ ଅଧିବେଶନ
ଆସିପାରେ ଅନେକ ବଡ଼ ବିଲ୍
ବିରୋଧୀଙ୍କ ରଣନୀତି vs ସରକାରଙ୍କ ବଡ଼ ପ୍ଲାନ୍
ଆସନ୍ତାକାଲିଠାରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ । ଏହା ପୂର୍ବରୁ ଆଜି ସଂସଦ ଭବନ ଆନେକ୍ସରେ ଗୁରୁତ୍ୱପୂର୍ଣ୍ଣ ସର୍ବଦଳୀୟ ବୈଠକ ଡାକିଛନ୍ତି କେନ୍ଦ୍ର ସରକାର । ସଂସଦର ଉଭୟ ଗୃହର କାର୍ଯ୍ୟଧାରାକୁ ଶାନ୍ତିଶୃଙ୍ଖଳାର ସହ ଚଳାଇବା ଏବଂ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଉପରେ ଆଲୋଚନା ପାଇଁ ସରକାର ସମସ୍ତ ବିରୋଧୀ ଓ ମେଣ୍ଟ ଦଳଗୁଡ଼ିକର ସହଯୋଗ ଚାହିଁବେ ।

ଏହି ମୌସୁମୀ ଅଧିବେଶନ ଆସନ୍ତା ଅଗଷ୍ଟ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ । ବୈଠକରେ ସରକାର ନିଜର କାର୍ଯ୍ୟସୂଚୀ ବିରୋଧୀଙ୍କ ଆଗରେ ଉପସ୍ଥାପନ କରିବେ । ସେହିପରି ଗୃହର ସୁପରିଚାଳନା ପାଇଁ ସମସ୍ତଙ୍କ ସହମତି ଲୋଡ଼ିବେ । ଅପରପକ୍ଷରେ ବିରୋଧୀ ଦଳଗୁଡ଼ିକ ମଧ୍ୟ ସରକାରଙ୍କୁ ଘେରିବା ପାଇଁ ନିଜର ରଣନୀତି ପ୍ରସ୍ତୁତ କରି ସାରିଛନ୍ତି ।

ଅଧିକ ପଢ଼ନ୍ତୁ: ୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା; ଶ୍ରେଷ୍ଠ ଅଭିନେତା ଅଭିନେତ୍ରୀ କିଏ ?


ସେହିପରି ଚଳିତ ମୌସୁମୀ ଅଧିବେଶନରେ ଅନେକ ଗୁରୁତ୍ୱପୂର୍ଣ ବିଲ୍‌ ଆସିପାରେ । ପ୍ରିଭେନସନ ଅଫ ଇନସଲ୍ଟ ଟୁ ନ୍ୟାସନାଲ ଅନର ଆମେଣ୍ଡମେଣ୍ଟ ବିଲ୍ ଆସିପାରେ । ''ବନ୍ଦେ ମାତରମ୍" ଗାନ ସମୟରେ ଉଦ୍ଦେଶ୍ୟମୂଳକ ଭାବେ ବାଧା ସୃଷ୍ଟି କଲେ ଦଣ୍ଡବିଧାନ ପାଇଁ ଏହି ବିଲ୍ ମାଧ୍ୟମରେ ୧୯୭୧ର ଆଇନରେ ସଂଶୋଧନ ହେବ ।

ଏହାସହ ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ ସଂଶୋଧନ ବିଲ୍, ଆୟକର ସଂଶୋଧନ ବିଲ୍, ସୁପ୍ରିମକୋର୍ଟ ବିଚାରପତିଙ୍କ ସଂଖ୍ୟା ସଂଶୋଧନ ବିଲ୍, ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିକାଶ ସଂଶୋଧନ ବିଲ୍ ଆସିପାରେ । ସେହିପରି ସ୍ଥଗିତ ରଖାଯାଇଥିବା ବିଲ ମଧ୍ୟରେ ରହିଛି ବିଦେଶୀ ଅନୁଦାନ ନିୟନ୍ତ୍ରଣ ସଂଶୋଧନ ବିଲ୍, ବିକଶିତ ଭାରତ ଶିକ୍ଷା ଅଧିଷ୍ଠାନ ବିଲ୍, ୧୩୦ତମ ସମ୍ବିଧାନ ସଂଶୋଧନ ବିଲ୍ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Parliament Monsoon Session 2026 Begins July 20 | Argus News